ପେନ୍‌ସନ ଆଇନ ପ୍ରତ୍ୟାହାର କର

ପ୍ୟାରିସ୍‌,୪ା୫: ଫ୍ରାନ୍ସରେ ନୂଆ ପେନ୍‌ସନ ଆଇନ ପ୍ରତିବାଦରେ ଆନ୍ଦୋଳନ ଜାରି ରହିଥିବାବେଳେ ମେ’ ୧ ଶ୍ରମିକ ଦିବସରେ ଟ୍ରେଡ୍‌ ୟୁନିୟନ୍‌ଗୁଡ଼ିକ ବଡ଼ ବିକ୍ଷୋଭ କରିଛନ୍ତି। ରାଜଧାନୀ ପ୍ୟାରିସ୍‌ ସମେତ ଅନ୍ୟ ସହରଗୁଡ଼ିକର ରାସ୍ତାରେ ସରକାର ବିରୋଧୀ ବିକ୍ଷୋଭ ବ୍ୟାପକ ହୋଇଥିବାବେଳେ ଆନ୍ଦୋଳନକାରୀଙ୍କ ଆକ୍ରୋଶର ଶିକାର ହୋଇଛି ପୋଲିସ। ଫ୍ରାନ୍ସ ପୋଲିସ ସେମାନଙ୍କୁ ଘଉଡ଼ିବାକୁ ଯାଇ ଲୁହବୁହା ବାଷ୍ପ ସହ ବଳ ପ୍ରୟୋଗ କରିଥିଲା। ଫଳରେ ପୋଲିସ-ଆନ୍ଦୋଳନକାରୀଙ୍କ ମଧ୍ୟରେ ଖଣ୍ଡଯୁଦ୍ଧ ଦେଖିବାକୁ ମିଳିଥିଲା। ଏଥିରେ ଅନୂ୍ୟନ ୧୦୮ ପୋଲିସ ଆହତ ହୋଇଛନ୍ତି। ଆକ୍ରମଣ ଅଭିଯୋଗରେ ୨୯୧ ଜଣଙ୍କୁ ଅଟକ ରଖାଯାଇଥିବା ଆଭ୍ୟନ୍ତରୀଣ ମନ୍ତ୍ରୀ ଗେରାଲ୍ଡ ଡର୍ମାନିନ୍‌ ସୂଚନା ଦେଇଛନ୍ତି। ଏହି ଆନ୍ଦୋଳନକୁ ଦ୍ୱିତୀୟ ଫରାସୀ ବିପ୍ଳବର ଆଖ୍ୟା ଦିଆଯାଇଛି।
ଫ୍ରାନ୍ସରେ ସରକାରୀ କର୍ମଚାରୀଙ୍କ ଅବସର ବୟସ ସୀମା ୬୨ରୁ ୬୪କୁ ବୃଦ୍ଧି କରାଯିବା ନେଇ ଆଗତ ପେନ୍‌ସନ ସଂସ୍କାର ବିଲ୍‌ ପାର୍ଲାମେଣ୍ଟରେ ଗୃହୀତ ହେବା ପରଠୁ ଆନ୍ଦୋଳନ ଲାଗି ରହିଛି। ଏପ୍ରିଲ ୧୫ରେ କନ୍‌ଷ୍ଟିଚ୍ୟୁଶନାଲ କାଉନ୍‌ସିଲ ଏହାକୁ ମଞ୍ଜୁରୀ ଦେବା ପରେ ରାଷ୍ଟ୍ରପତି ଇମାନ୍ବେଲ ମାକ୍‌ରଁଙ୍କ ଅନୁମୋଦନ ସହ ପେନ୍‌ସନ ବିଲ୍‌ ଆଇନରେ ପରିଣତ ହୋଇଛି। ଆସନ୍ତା ସେପ୍ଟେମ୍ବର ସୁଦ୍ଧା କାର୍ଯ୍ୟକାରୀ ହେବାକୁ ଥିବା ଏହି ବିବାଦୀୟ ଆଇନକୁ ପ୍ରତ୍ୟାହାର କରାଯିବା ଦାବିରେ ବିକ୍ଷୋଭକାରୀମାନେ ରାସ୍ତାକୁ ଓହ୍ଲାଇଛନ୍ତି। ପ୍ୟାରିସ୍‌ରେ ମେ’ ଦିବସରେ ଟ୍ରେଡ୍‌ ୟୁନିୟନ୍‌ ନେତୃତ୍ୱାଧୀନ ବିକ୍ଷୋଭ ଶାନ୍ତିପୂର୍ଣ୍ଣ ଭାବେ ଆରମ୍ଭ ହୋଇଥିଲା। ଏଥିରେ ଅନେକ ପରିବାର ସାମିଲ ହୋଇଥିଲେ। ସେମାନଙ୍କ ହାତରେ ଥିବା ବ୍ୟାନରରେ ସାମାଜିକ ନ୍ୟାୟର ଆହ୍ବାନ ଦିଆଯାଇଥିଲା। ବିକ୍ଷୋଭକାରୀମାନେ ରାଷ୍ଟ୍ରପତି ମାକ୍‌ରଁଙ୍କ ଇସ୍ତଫା କିମ୍ବା ତାଙ୍କ ପେନ୍‌ସନ ଆଇନର ପ୍ରତ୍ୟାହାର ଦାବି କରିଥିଲେ। ବସ୍‌ ଷ୍ଟପ୍‌ଗୁଡ଼ିକରେ ପୋଲିସ ବିରୋଧୀ ସ୍ଲୋଗାନ ଲେଖାଯାଇଥିଲା। ପ୍ଲେସ୍‌ ଡେ ଲା ନେଶନ୍‌ରେ ଶୋଭାଯାତ୍ରା ପହଞ୍ଚତ୍ଥିବାବେଳେ ପୋଲିସ ଟିଅର ଗ୍ୟାସ୍‌ ଛାଡ଼ିବା ସହ ଭିଡ଼କୁ ଠେଲାପେଲା କରିଥିଲା। ସଂଘର୍ଷ ବେଳେ ବିକ୍ଷୋଭକାରୀମାନେ ପେଟ୍ରୋଲ ବୋମାମାଡ଼ କରିଥିଲେ। ଏଥିରେ ୨୫ ପୋଲିସ ଅଧିକାରୀ ଆହତ ହୋଇଥିଲେ। ଜଣେ ଅଧିକାରୀଙ୍କ ହାତ ଓ ମୁହଁରେ ବୋମାମାଡ଼ ହେବାରୁ ତାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ଡର୍ମାନିନ୍‌ ବିକ୍ଷୋଭକାରୀଙ୍କ କାଣ୍ଡକୁ ନିନ୍ଦା କରିଛନ୍ତି। ପ୍ୟାରିସ୍‌ରେ ପ୍ରାୟ ୨,୦୦୦ ଓ ଲିଓନ୍‌ ସହରରେ ୧,୦୦୦ ‘ବ୍ଲାକ୍‌ ବ୍ଲକ୍ସ’ ସଦସ୍ୟ ପୋଲିସକୁ ଆକ୍ରମଣ କରିଥିବାରୁ ସେମାନଙ୍କୁ କଡ଼ା ଦଣ୍ଡ ଦିଆଯିବ ବୋଲି ସେ ଚେତାବନୀ ଦେଇଛନ୍ତି। ପଶ୍ଚିମ ଫ୍ରାନ୍ସର ନାନ୍‌ଟେସ୍‌ରେ ମଧ୍ୟ ଅନୁରୂପ ସ୍ଥିତି ଦେଖିବାକୁ ମିଳିଥିଲା। ମାର୍ସେଇଲ୍‌ରେ ଶତାଧିକ ବିକ୍ଷୋଭକାରୀଙ୍କ ଏକ ଗୋଷ୍ଠୀ ଏକ ବିଳାସପୂର୍ଣ୍ଣ ହୋଟେଲକୁ ନିଜ ଦଖଲକୁ ନେଇଯାଇଥିଲେ। ସେମାନଙ୍କୁ ପୋଲିସ କର୍ମଚାରୀମାନେ ଘଉଡ଼ାଇଦେଇଥିଲେ। ଏକ୍ସଟିନ୍‌ଶନ୍‌ ରେବେଲିଅନ୍‌ର ପରିବେଶ କର୍ମୀମାନେ ପ୍ୟାରିସ୍‌ର ଫୋଣ୍ଡେଶନ୍‌ ଲୁଇସ୍‌ ଭୁଇଟ୍ଟୋନ୍‌ ମ୍ୟୁଜିୟମ୍‌ ସମ୍ମୁଖଭାଗରେ କମଳା ରଙ୍ଗର ପେଣ୍ଟ୍‌ ସ୍ପ୍ରେ କରିଥିଲେ। ଏଭଳି ହିଂସା ଆଦୌ ଗ୍ରହଣୀୟ ନୁହେଁ ବୋଲି ପ୍ରଧାନମନ୍ତ୍ରୀ ଏଲିଜାବେଥ୍‌ ବର୍ନ ଟୁଇଟ୍‌ କରିଛନ୍ତି। ସରକାରଙ୍କ ମତରେ ଦେଶବ୍ୟାପୀ ଆନ୍ଦୋଳନରେ ମୋଟ ୭,୮୨,୦୦୦ ବିକ୍ଷୋଭକାରୀ ସାମିଲ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ପ୍ୟାରିସ୍‌ରେ ୧,୧୨,୦୦୦ ଜଣ ଥିଲେ। କିନ୍ତୁ ସିଜିଟି ୟୁନିୟନ୍‌ ବିକ୍ଷୋଭକାରୀଙ୍କ ପ୍ରକୃତ ସଂଖ୍ୟା ୩ ଗୁଣ ଅଧିକ ହେବ ବୋଲି କହିଛି। ସରକାର ଏନେଇ ଅଧିକ ଆଲୋଚନା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି। କିନ୍ତୁ ୟୁନିୟନ୍‌ଗୁଡ଼ିକ ଏଥିରେ ଅଣାଯାଇଥିବା ସଂଶୋଧନକୁ ରଦ୍ଦ କରିବା ଦାବିରେ ଅଡ଼ିବସିଛନ୍ତି। ତେଣୁ ତୁରନ୍ତ ସମାଧାନର ରାସ୍ତା ଦେଖାଯାଉ ନାହିଁ।

 


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ବସ୍‌ ଧକ୍କାରେ ୨ ଭାଇ ଗୁରୁତର, ବସ୍‌କୁ ଜବତ କରି…

ଦିଗପହଣ୍ଡି,୨୩ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଟି.ଗୋବିନ୍ଦପୁର ପଞ୍ଚାୟତ ସାମନ୍ତରାପୁର ଗ୍ରାମ ରାଜଘାଇ ମହୁଲଘୋଡଣି ବୁଲାଣି ନିକଟରେ ରବିବାର ସକାଳେ ମୁଖ୍ୟମନ୍ତ୍ରୀ ସରକାରୀ ବସ୍‌…

‘କଂଗ୍ରେସର ହିନ୍ଦୁ ବିରୋଧୀ କାହାଣୀ’: ମନୁ-ସ୍ମୃତିକୁ ନେଇ ରାହୁଲଙ୍କୁ ଟାର୍ଗେଟ କରିଛି ଭାଜପା

ନୂଆଦିଲ୍ଲୀ,୨୩।୮: ପୁଣେରେ ରାହୁଲ ଗାନ୍ଧୀ ଦାବି କରିଥିଲେ ଯେ ମନୁ-ସ୍ମୃତିରେ ମହିଳାମାନଙ୍କୁ ଅବମାନନା କରୁଥିବା ଶ୍ଳୋକ ଅଛି। ସେ କହିଛନ୍ତି ଯେ ପାଠ୍ୟରେ ମହିଳାମାନେ ଜୀବନର ପ୍ରତ୍ୟେକ…

‘ବିଶ୍ୱବାସୀଙ୍କୁ ଭାରତ ଆସିବା ଉଚିତ ବୋଲି ଅନୁଭବ କରିବା ଦରକାର,’ ମହାକାଶ ଷ୍ଟାର୍ଟଅପ୍ସର ପ୍ରତିଷ୍ଠାତାମାନଙ୍କୁ ଏମିତି କହିଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୨୩।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତର ମହାକାଶ କ୍ଷେତ୍ରକୁ ବିଶ୍ୱ ଆକର୍ଷଣର କେନ୍ଦ୍ର କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି। ମହାକାଶ ଷ୍ଟାର୍ଟଅପଗୁଡ଼ିକର ସିଇଓ ଏବଂ ପ୍ରତିଷ୍ଠାତାମାନଙ୍କ ସହିତ…

ଆଧ୍ୟାତ୍ମିକ ଜ୍ଞାନ ପ୍ରଚାର ପ୍ରସାର ପାଇଁ ଆହ୍ବାନ

ଦିଗପହଣ୍ଡି,୨୩ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ଶନିବାର ଆଧ୍ୟାତ୍ମିକ ଜ୍ଞାନ ପ୍ରଚାର ସଭା ଅନୁଷ୍ଠିତ ହୋଇଯାଇଛି। ପ୍ରମୋଦ ପଣ୍ଡାଙ୍କ ବାସଭବନରେ ଆୟୋଜିତ ସଭାରେ ପୁରୀ ଗୋବର୍ଦ୍ଧନ…

FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ: ନେସଲେ, ପେପ୍ସିକୋରୁ ଡୋମିନୋଜ୍… ଭ୍ରାମକ ବିଜ୍ଞାପନ ପାଇଁ ୧୫୦ରୁ ଅଧିକ କମ୍ପାନୀକୁ ନୋଟିସ୍!

ନୂଆଦିଲ୍ଲୀ,୨୩ା୮: ଭାରତର ଖାଦ୍ୟ ସୁରକ୍ଷା ନିୟାମକ ସଂସ୍ଥା ‘ଭାରତୀୟ ଖାଦ୍ୟ ସୁରକ୍ଷା ଏବଂ ମାନକ ପ୍ରାଧିକରଣ’ (FSSAI) ଦେଶର କେତେକ ପ୍ରମୁଖ ଖାଦ୍ୟ ଏବଂ ପାନୀୟ (Food…

କୁଲଦୀପ ଯାଦବଙ୍କୁ ଦ୍ୱିତୀୟ ଟେଷ୍ଟରୁ କାହିଁକି ବାଦ ଦିଆଗଲା? ବିସିସିଆଇ ପ୍ରକୃତ କାରଣ ପ୍ରକାଶ କଲା

ନୂଆଦିଲ୍ଲୀ,୨୩।୮: କୁଲଦୀପ ଯାଦବ ବର୍ତ୍ତମାନ କଲମ୍ବୋରେ ଚାଲିଥିବା ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଖେଳୁନାହାଁନ୍ତି। ତାଙ୍କ ସ୍ଥାନରେ ଅଫ ସ୍ପିନର ସାରାଂଶ ଜୈନଙ୍କୁ ପ୍ଲେଇଂ ଏକାଦଶରେ ସାମିଲ…

ପାରାଦୀପରୁ ବାହାରିଥିଲା, ଚୀନରେ ପହଞ୍ଚିବା ପୂର୍ବରୁ ନିଖୋଜ; ମଝି ସମୁଦ୍ରରେ ବୁଡିଗଲା ଜାହାଜ

ଭୁବନେଶ୍ୱର,୨୩ା୮: ଗଭୀର ସମୁଦ୍ରରେ ବିଦେଶୀ ଜାହାଜ ନିଖୋଜ। ପାରାଦୀପରୁ ଲୁହାପଥର ନେଇ ଚୀନ ଅଭିମୁଖେ ଯାଉଥିବା ଏକ ବିଦେଶୀ ମାଲବାହୀ ଜାହାଜ ଗଭୀର ସମୁଦ୍ରରେ ନିଖୋଜ ହୋଇଯାଇଛି।…

ଶକ୍ତିଶାଳୀ ଭୂକମ୍ପ ଝଟକାରେ ଥରିଲା ଜାପାନ: ୨୩ ଆହତ, ଟୋକିଓରେ ବିଦ୍ୟୁତ୍ କାଟ୍, ଟ୍ରେନ୍ ଚଳାଚଳ ବ୍ୟାହତ

ଟୋକିଓ,୨୩ା୮: ପୂର୍ବ ଜାପାନର ବିଭିନ୍ନ ଅଞ୍ଚଳ ସମେତ ରାଜଧାନୀ ଟୋକିଓରେ ରବିବାର ସକାଳେ ଏକ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ପ୍ରାରମ୍ଭିକ ତୀବ୍ରତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri