ପେନ୍‌ସନ ଆଇନ ପ୍ରତ୍ୟାହାର କର

ପ୍ୟାରିସ୍‌,୪ା୫: ଫ୍ରାନ୍ସରେ ନୂଆ ପେନ୍‌ସନ ଆଇନ ପ୍ରତିବାଦରେ ଆନ୍ଦୋଳନ ଜାରି ରହିଥିବାବେଳେ ମେ’ ୧ ଶ୍ରମିକ ଦିବସରେ ଟ୍ରେଡ୍‌ ୟୁନିୟନ୍‌ଗୁଡ଼ିକ ବଡ଼ ବିକ୍ଷୋଭ କରିଛନ୍ତି। ରାଜଧାନୀ ପ୍ୟାରିସ୍‌ ସମେତ ଅନ୍ୟ ସହରଗୁଡ଼ିକର ରାସ୍ତାରେ ସରକାର ବିରୋଧୀ ବିକ୍ଷୋଭ ବ୍ୟାପକ ହୋଇଥିବାବେଳେ ଆନ୍ଦୋଳନକାରୀଙ୍କ ଆକ୍ରୋଶର ଶିକାର ହୋଇଛି ପୋଲିସ। ଫ୍ରାନ୍ସ ପୋଲିସ ସେମାନଙ୍କୁ ଘଉଡ଼ିବାକୁ ଯାଇ ଲୁହବୁହା ବାଷ୍ପ ସହ ବଳ ପ୍ରୟୋଗ କରିଥିଲା। ଫଳରେ ପୋଲିସ-ଆନ୍ଦୋଳନକାରୀଙ୍କ ମଧ୍ୟରେ ଖଣ୍ଡଯୁଦ୍ଧ ଦେଖିବାକୁ ମିଳିଥିଲା। ଏଥିରେ ଅନୂ୍ୟନ ୧୦୮ ପୋଲିସ ଆହତ ହୋଇଛନ୍ତି। ଆକ୍ରମଣ ଅଭିଯୋଗରେ ୨୯୧ ଜଣଙ୍କୁ ଅଟକ ରଖାଯାଇଥିବା ଆଭ୍ୟନ୍ତରୀଣ ମନ୍ତ୍ରୀ ଗେରାଲ୍ଡ ଡର୍ମାନିନ୍‌ ସୂଚନା ଦେଇଛନ୍ତି। ଏହି ଆନ୍ଦୋଳନକୁ ଦ୍ୱିତୀୟ ଫରାସୀ ବିପ୍ଳବର ଆଖ୍ୟା ଦିଆଯାଇଛି।
ଫ୍ରାନ୍ସରେ ସରକାରୀ କର୍ମଚାରୀଙ୍କ ଅବସର ବୟସ ସୀମା ୬୨ରୁ ୬୪କୁ ବୃଦ୍ଧି କରାଯିବା ନେଇ ଆଗତ ପେନ୍‌ସନ ସଂସ୍କାର ବିଲ୍‌ ପାର୍ଲାମେଣ୍ଟରେ ଗୃହୀତ ହେବା ପରଠୁ ଆନ୍ଦୋଳନ ଲାଗି ରହିଛି। ଏପ୍ରିଲ ୧୫ରେ କନ୍‌ଷ୍ଟିଚ୍ୟୁଶନାଲ କାଉନ୍‌ସିଲ ଏହାକୁ ମଞ୍ଜୁରୀ ଦେବା ପରେ ରାଷ୍ଟ୍ରପତି ଇମାନ୍ବେଲ ମାକ୍‌ରଁଙ୍କ ଅନୁମୋଦନ ସହ ପେନ୍‌ସନ ବିଲ୍‌ ଆଇନରେ ପରିଣତ ହୋଇଛି। ଆସନ୍ତା ସେପ୍ଟେମ୍ବର ସୁଦ୍ଧା କାର୍ଯ୍ୟକାରୀ ହେବାକୁ ଥିବା ଏହି ବିବାଦୀୟ ଆଇନକୁ ପ୍ରତ୍ୟାହାର କରାଯିବା ଦାବିରେ ବିକ୍ଷୋଭକାରୀମାନେ ରାସ୍ତାକୁ ଓହ୍ଲାଇଛନ୍ତି। ପ୍ୟାରିସ୍‌ରେ ମେ’ ଦିବସରେ ଟ୍ରେଡ୍‌ ୟୁନିୟନ୍‌ ନେତୃତ୍ୱାଧୀନ ବିକ୍ଷୋଭ ଶାନ୍ତିପୂର୍ଣ୍ଣ ଭାବେ ଆରମ୍ଭ ହୋଇଥିଲା। ଏଥିରେ ଅନେକ ପରିବାର ସାମିଲ ହୋଇଥିଲେ। ସେମାନଙ୍କ ହାତରେ ଥିବା ବ୍ୟାନରରେ ସାମାଜିକ ନ୍ୟାୟର ଆହ୍ବାନ ଦିଆଯାଇଥିଲା। ବିକ୍ଷୋଭକାରୀମାନେ ରାଷ୍ଟ୍ରପତି ମାକ୍‌ରଁଙ୍କ ଇସ୍ତଫା କିମ୍ବା ତାଙ୍କ ପେନ୍‌ସନ ଆଇନର ପ୍ରତ୍ୟାହାର ଦାବି କରିଥିଲେ। ବସ୍‌ ଷ୍ଟପ୍‌ଗୁଡ଼ିକରେ ପୋଲିସ ବିରୋଧୀ ସ୍ଲୋଗାନ ଲେଖାଯାଇଥିଲା। ପ୍ଲେସ୍‌ ଡେ ଲା ନେଶନ୍‌ରେ ଶୋଭାଯାତ୍ରା ପହଞ୍ଚତ୍ଥିବାବେଳେ ପୋଲିସ ଟିଅର ଗ୍ୟାସ୍‌ ଛାଡ଼ିବା ସହ ଭିଡ଼କୁ ଠେଲାପେଲା କରିଥିଲା। ସଂଘର୍ଷ ବେଳେ ବିକ୍ଷୋଭକାରୀମାନେ ପେଟ୍ରୋଲ ବୋମାମାଡ଼ କରିଥିଲେ। ଏଥିରେ ୨୫ ପୋଲିସ ଅଧିକାରୀ ଆହତ ହୋଇଥିଲେ। ଜଣେ ଅଧିକାରୀଙ୍କ ହାତ ଓ ମୁହଁରେ ବୋମାମାଡ଼ ହେବାରୁ ତାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ଡର୍ମାନିନ୍‌ ବିକ୍ଷୋଭକାରୀଙ୍କ କାଣ୍ଡକୁ ନିନ୍ଦା କରିଛନ୍ତି। ପ୍ୟାରିସ୍‌ରେ ପ୍ରାୟ ୨,୦୦୦ ଓ ଲିଓନ୍‌ ସହରରେ ୧,୦୦୦ ‘ବ୍ଲାକ୍‌ ବ୍ଲକ୍ସ’ ସଦସ୍ୟ ପୋଲିସକୁ ଆକ୍ରମଣ କରିଥିବାରୁ ସେମାନଙ୍କୁ କଡ଼ା ଦଣ୍ଡ ଦିଆଯିବ ବୋଲି ସେ ଚେତାବନୀ ଦେଇଛନ୍ତି। ପଶ୍ଚିମ ଫ୍ରାନ୍ସର ନାନ୍‌ଟେସ୍‌ରେ ମଧ୍ୟ ଅନୁରୂପ ସ୍ଥିତି ଦେଖିବାକୁ ମିଳିଥିଲା। ମାର୍ସେଇଲ୍‌ରେ ଶତାଧିକ ବିକ୍ଷୋଭକାରୀଙ୍କ ଏକ ଗୋଷ୍ଠୀ ଏକ ବିଳାସପୂର୍ଣ୍ଣ ହୋଟେଲକୁ ନିଜ ଦଖଲକୁ ନେଇଯାଇଥିଲେ। ସେମାନଙ୍କୁ ପୋଲିସ କର୍ମଚାରୀମାନେ ଘଉଡ଼ାଇଦେଇଥିଲେ। ଏକ୍ସଟିନ୍‌ଶନ୍‌ ରେବେଲିଅନ୍‌ର ପରିବେଶ କର୍ମୀମାନେ ପ୍ୟାରିସ୍‌ର ଫୋଣ୍ଡେଶନ୍‌ ଲୁଇସ୍‌ ଭୁଇଟ୍ଟୋନ୍‌ ମ୍ୟୁଜିୟମ୍‌ ସମ୍ମୁଖଭାଗରେ କମଳା ରଙ୍ଗର ପେଣ୍ଟ୍‌ ସ୍ପ୍ରେ କରିଥିଲେ। ଏଭଳି ହିଂସା ଆଦୌ ଗ୍ରହଣୀୟ ନୁହେଁ ବୋଲି ପ୍ରଧାନମନ୍ତ୍ରୀ ଏଲିଜାବେଥ୍‌ ବର୍ନ ଟୁଇଟ୍‌ କରିଛନ୍ତି। ସରକାରଙ୍କ ମତରେ ଦେଶବ୍ୟାପୀ ଆନ୍ଦୋଳନରେ ମୋଟ ୭,୮୨,୦୦୦ ବିକ୍ଷୋଭକାରୀ ସାମିଲ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ପ୍ୟାରିସ୍‌ରେ ୧,୧୨,୦୦୦ ଜଣ ଥିଲେ। କିନ୍ତୁ ସିଜିଟି ୟୁନିୟନ୍‌ ବିକ୍ଷୋଭକାରୀଙ୍କ ପ୍ରକୃତ ସଂଖ୍ୟା ୩ ଗୁଣ ଅଧିକ ହେବ ବୋଲି କହିଛି। ସରକାର ଏନେଇ ଅଧିକ ଆଲୋଚନା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି। କିନ୍ତୁ ୟୁନିୟନ୍‌ଗୁଡ଼ିକ ଏଥିରେ ଅଣାଯାଇଥିବା ସଂଶୋଧନକୁ ରଦ୍ଦ କରିବା ଦାବିରେ ଅଡ଼ିବସିଛନ୍ତି। ତେଣୁ ତୁରନ୍ତ ସମାଧାନର ରାସ୍ତା ଦେଖାଯାଉ ନାହିଁ।

 


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?