ଧାମନଗର,୨।୮ (ଦେବେନ୍ଦ୍ର ଆନ୍ଦିଆ): ଭଦ୍ରକ ଜିଲାର ଧାମନଗର ଏକ ବନ୍ୟା ପ୍ଲାବିତ ଅଞ୍ଚଳ। ଉପରମୁଣ୍ଡରେ ସାମାନ୍ୟ ବର୍ଷା ହେଲେ ବୈତରଣୀ ଓ ତା’ର ଶାଖା ନଦୀ ଗେଙ୍ଗୁଟିରେ ବନ୍ୟା ଆସି ବ୍ଲକର ୩୧ ପଞ୍ଚାୟତରୁ ଅଧିକାଂଶ ପଞ୍ଚାୟତର ଚାଷଜମି ଜଳମଗ୍ନ ହେବା ସହ ବହୁ ଗ୍ରାମ ରାସ୍ତା ଓ ଗ୍ରାମ୍ୟ ଉନ୍ନୟନ ରାସ୍ତା ବୁଡ଼ି ଯାତାୟାତ ବନ୍ଦ ହୋଇଥାଏ। ବୈତରଣୀ ବନ୍ୟାର ମୁଖ୍ୟ କାରଣ ହେଲା ଭଣ୍ଡାରିପୋଖରୀ ବ୍ଲକରେ ଥିବା କଣ୍ଟି ଏସ୍କେପ୍ ସହ ଧାମନଗର ବ୍ଲକର ଦେହୁଡ଼ି ଆନନ୍ଦପୁର ପଞ୍ଚାୟତରେ ଥିବା ମଲ୍ଲିମାହାରା ଓ ସୋହଡ଼ା ପଞ୍ଚାୟତର ଗୌରାଙ୍ଗପୁରଠାରେ ଥିବା ଗୌରାଙ୍ଗପୁର ଏସ୍କେପ୍। ଏସ୍କେପଗୁଡ଼ିକର ଉଚ୍ଚତା ବୃଦ୍ଧି ସାଙ୍ଗକୁ ସୁଦୃଢ଼ୀକରଣ କରାଯାଉ ନ ଥିବାରୁ ଧାମନଗରବାସୀ ପ୍ରତିବର୍ଷ ବନ୍ୟା ବିପର୍ଯ୍ୟୟକୁ ମୁକାବିଲା କରିଥାନ୍ତି। ବୈତରଣୀ ଓ ଶାଖା ଗେଙ୍ଗୁଟି ନଦୀରେ ଥିବା ୫ଟି ଜଳ ନିଷ୍କାସନ ପଥ (ଏସ୍କେପ୍) ଆଜି ବି ମୁକୁଳା ପଡ଼ିଛି। ଆନନ୍ଦପୁର ପଞ୍ଚାୟତର ଉତ୍ତେଇପୁରଠାରେ ମଲ୍ଲିମାହାରା, ସୋହଡ଼ା ପଞ୍ଚାୟତରେ ଗୌରାଙ୍ଗପୁର ଏସ୍କେପ୍ ରହିଥିବା ବେଳେ ଗେଙ୍ଗୁଟି ନଦୀର କନକେଇ, ମଠମାହାରା, ଗାଈଛନ୍ଧା ଆଦି ୫ଟି ଜଳ ନିଷ୍କାସନ ପଥ ରହିଛି। ପ୍ରତିବର୍ଷ ବନ୍ୟା ସ୍ରୋତରେ ଏହି ଏସ୍କେପ୍ର ପଥରଗୁଡ଼ିକ ନଦୀ ପାଣି ସ୍ରୋତରେ ନଷ୍ଟ ହେବା ସହ ଏଣେତେଣେ ହୋଇଯାଇଥାଏ। ପରେ ବିଭାଗ ପକ୍ଷରୁ ମରାମତି କରାଯାଏ। ହେଲେ ଗତବର୍ଷ ବନ୍ୟାରେ ନଷ୍ଟ ହୋଇଥିବା ଏସ୍କେପ ଆଜିଯାଏ ମରାମତି ହୋଇନାହିଁ। ଗତବର୍ଷ ବନ୍ୟାରେ ଏସ୍କେପ୍ରୁ ପଥର ଭାସିଯିବା ସହ ପ୍ରଖର ସ୍ରୋତରେ ନିଷ୍କାସନ ପଥ ଖୋଳି ନଷ୍ଟ କରି ପକାଇଛି। ଏସବୁ ଏସ୍କେପର ଉଚ୍ଚତା ବୃଦ୍ଧି ସହ ତାହା ଉପରେ ଫୁଟ୍ବ୍ରିଜ ପାଇଁ ସ୍ଥାନୀୟ ଲୋକେ ଦାବି କରୁଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ତାହା କରାଯାଉ ନାହିଁ।
ଧାମନଗର ଅଞ୍ଚଳରେ ପ୍ରବାହିତ ବୈତରଣୀ ସମେତ କୋଚିଳା ଓ ଗେଙ୍ଗୁଟି ନଦୀରେ ପ୍ରତିବର୍ଷ ବନ୍ୟା ଆସି ପ୍ରାୟ ୨୫ ପଞ୍ଚାୟତ ପ୍ରଭାବିତ କରିଥାଏ। ଘରଦ୍ୱାର, ଚାଷଜମି ଓ ରାସ୍ତା ନଷ୍ଟ ହୋଇଥାଏ। ବ୍ଲକର ତଳିଆ ଅଞ୍ଚଳବାସୀ ପ୍ରାୟ ଚାରିଦିନ ଜଳବନ୍ଦୀ ହୋଇ ରହନ୍ତି। ଏସବୁ ନଦୀବନ୍ଧ ସୁଦୃଢ଼ୀକରଣ ପାଇଁ ସରକାର କୋଟି କୋଟି ଟଙ୍କା ବ୍ୟୟ କରୁଥିବା ବେଳେ କାର୍ଯ୍ୟ ନିମ୍ନମାନର ଯୋଗୁ ବର୍ଷେ ଭିତରେ ବନ୍ଧ ନଷ୍ଟ ହେଉଛି। ଗେଙ୍ଗୁଟି ନଦୀବନ୍ଧର ଗୋବିନ୍ଦାଗଡ଼ିଆରୁ ଦୋବଲ ଦେଇ ସୋଧ ବନ୍ଧ ସୁଦୃଢ଼ୀକରଣର କିଛି ମାସ ମଧ୍ୟରେ ନଷ୍ଟ ହେଲାଣି। ଗତବର୍ଷ ବନ୍ୟା ପରେ ଗୌରାଙ୍ଗପୁର ଓ ମଲ୍ଲିମାହାରା ଜଳ ନିଷ୍କାସନ ପଥ ମରାମତି ପାଇଁ ପ୍ରାୟ ୭୦ଲକ୍ଷ ଟଙ୍କା ବ୍ୟୟ କରାଯାଇ କାର୍ଯ୍ୟ କରାଯାଇଥିଲା। ହେଲେ ନିମ୍ନମାନର କାମ ଯୋଗୁ ବନ୍ଧ ଧସି ଫାଟ ସୃଷ୍ଟି ହୋଇଛି। ଗୌରାଙ୍ଗପୁର ଏସ୍କେପ୍ରେ ବନ୍ୟାଜଳ ବାହାରି ସୋହଡ଼ା ପଞ୍ଚାୟତର ବାଲିପଡ଼ା, ଗୌରାଙ୍ଗପୁର, ଦୁଲାରପୁର ପାଟୁଳି (ଜେନାସାହି) ଓ ସୋହଡ଼ା ଗ୍ରାମର ବହୁ ଲୋକ ବନ୍ୟାଘେରରେ ରହିଥାନ୍ତି।
ଆଖୁଆପଦାଠାରେ ବୈତରଣୀ ନଦୀର ବିପଦ ସଙ୍କେତ ୧୭.୮୩ ମିଟର ରହିଛି। ସେଠାରେ ବନ୍ୟାଜଳ ବିପଦ ସଙ୍କେତ ଉପରେ ତଥା ୧୮.୦୧ ମିଟର ଛୁଇଁଲେ ଗୌରାଙ୍ଗପୁର ଓ ମଲ୍ଲିମାହାରା ଏସ୍କେପରୁ ବନ୍ୟାଜଳ ନିଷ୍କାସନ ହୋଇଥାଏ। ସେହିପରି ଦୁଇ ଏସ୍କେପର ଲେଭଲ ୧୦.୨ ମିଟର ଥିବାବେଳେ ପ୍ରତିବର୍ଷ ବନ୍ୟାରେ ଏସ୍କେପ୍ ନଷ୍ଟ ହେଉଛି। ଏଥର ନଦୀରେ ବଡ଼ଧରଣର ବନ୍ୟା ଆସିଲେ ଧାମନଗର ଅଞ୍ଚଳ ଅଧିକ ପ୍ରଭାବିତ ହେବାର ଆଶଙ୍କା ରହିଛି। ଏଣୁ ଏସ୍କେପ୍ଗୁଡ଼ିକର ଉଚ୍ଚତା ବୃଦ୍ଧି ସହ ସୁଦୃଢ଼ୀକରଣ କରାଯିବା ପାଇଁ ସ୍ଥାନୀୟ ଅଞ୍ଚଳବାସୀ ଦାବି କରିଛନ୍ତି। ଗୌରାଙ୍ଗପୁର ଏସ୍କେପ୍ ଉପରେ ଫୁଟ୍ବ୍ରିଜ ଓ ମରାମତି କାର୍ଯ୍ୟ ପାଇଁ ପ୍ରାୟ ୪ କୋଟି ୨୦ ଲକ୍ଷ ଏବଂ ମଲ୍ଲୀମାହାରା ଏସ୍କେପ୍ ଉପରେ ଫୁଟ୍ବ୍ରିଜ ଓ ସୃଦୁଢ଼ୀକରଣ ନିମନ୍ତେ ୬ କୋଟି ୮୫ ଲକ୍ଷ ଟଙ୍କା ସରକାରଙ୍କ ପକ୍ଷରୁ ବ୍ୟୟବରାଦ ହୋଇଛି। ଚଳିତ ବର୍ଷାଋତୁ ପରେ କାର୍ଯ୍ୟ ଆରମ୍ଭ ହେବ। ତେବେ ଗେଙ୍ଗୁଟି ନଦୀରେ ଥିବା ୩ ଏସ୍କେପ ମରାମତି କାର୍ଯ୍ୟ ପାଇଁ କୌଣସି ବ୍ୟବସ୍ଥା ହୋଇ ନ ଥିବା ଜଳସମ୍ପଦ ବିଭାଗ ସହକାରୀ ଯନ୍ତ୍ରୀ ପ୍ରଦୀପ କୁମାର ଦାସ କହିଛନ୍ତି।
IPL 2026: ଚେପକ୍ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ
ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…
ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…
ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…
କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର
ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…
ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍ପି କହିଲେ ତଦନ୍ତ ଚାଲିଛି
ପୁରୀ,୩ା୪(ଅଜିତ୍ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…
ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …
ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…
ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…
ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…
ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ
କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…
ନମ୍ବର ସେଭ୍ ନ କରି କରିପାରିବେ WhatsAppରେ ଚାଟ୍, ଅନେକେ ଜାଣନ୍ତି ନାହିଁ ଏହି ସିକ୍ରେଟ୍…
ନୂଆଦିଲ୍ଲୀ,୩।୪: ସାଧାରଣତଃ ହାଟ୍ସଆପରେ କାହା ସହିତ କଥା ହେବାକୁ ହେଲେ ଆମକୁ ପ୍ରଥମେ ସେହି ବ୍ୟକ୍ତିଙ୍କ ନମ୍ବର ନିଜ ଫୋନରେ ସେଭ କରିବାକୁ ପଡ଼ିଥାଏ। କିନ୍ତୁ ଅନେକ…
Archives

