ଅଭିନେତାଙ୍କ କବିତା ଶୁଣି ‘ଆଇ ଲଭ୍‌ ୟୁ’ କହିଥିଲେ ରେଣୁକା, ବିବାହିତା ସତ୍ତ୍ୱେ…

ବମ୍ବେ: ଦବଙ୍ଗ ଖାନ୍‌ ସଲମାନଙ୍କ ଫିଲ୍ମ ‘ହମ୍‌ ଆପ୍‌କେ ହୈ କୌନ୍‌’ରେ ଭାଉଜ ଭୂମିକାରେ ଅଭିନୟ କରିଥିଲେ ଅଭିନେତ୍ରୀ ରେଣୁକା ଶାହାନେ। ୧୯୮୯ରେ ଦୁରଦର୍ଶନର ଶୋ’ ‘ସର୍କସ’ରୁ ସେ ନିଜର କ୍ୟାରିୟର ଆରମ୍ଭ କରିଥିଲେ ହେଁ ଜୀବନର ଟର୍ନିଂ ପଏଣ୍ଟ ଥିଲା ଏହି ଫିଲ୍ମ। ମାଧୁରୀଙ୍କ ଭଉଣୀ ଭୂମିକା ତାଙ୍କୁ ଘରେ ଘରେ ପରିଚିତ କରାଇଥିଲା କହିଲେ ଚଳେ। ଆଜି ରେଣୁକା ନିଜର ଜନ୍ମଦିନ ପାଳନ କରୁଛନ୍ତି। ଏହି ଅବସରରେ ପ୍ରଶଂସକଙ୍କଠାରୁ ଆରମ୍ଭ କରି ସମ୍ପର୍କୀୟମାନେ ତାଙ୍କୁ ଶୁଭେଚ୍ଛା ଜଣାଉଛନ୍ତି।

ବ୍ୟକ୍ତିଗତ ଜୀବନ ଦେଖିଲେ ରେଣୁକା ଆଶୁତୋଷ ରାଣାଙ୍କୁ ବିବାହ କରିଛନ୍ତି। ଏହା ତାଙ୍କର ଦ୍ୱିତୀୟ ବିବାହ। ଆଶୁତୋଷଙ୍କ ହାତ ଧରିବା ପୂର୍ବରୁ ସେ ଜଣେ ମରାଠି ଥିଏଟର ଲେଖକ ଏବଂ ନିର୍ଦ୍ଦେଶକଙ୍କ ହାତ ଧରିଥିଲେ। ହେଲେ ସମ୍ପର୍କ ବେଶି ଦିନ ତିଷ୍ଟି ନ ଥିଲା। ଉଭୟ ଅଲଗା ହୋଇଯାଇଥିଲେ।

ଦ କପିଲ ଶର୍ମା ଶୋ’ରେ ରେଣୁକା ଆଶୁତୋଷଙ୍କ ସହ ପ୍ରେମରେ କିଭଳି ପଡ଼ିଲେ ସେ ବିଷୟରେ ଜଣାଇଥିଲେ। ନିର୍ଦ୍ଦେଶକ ହଂସଲ ମେହଟ୍ଟାଙ୍କ ଏକ ଫିଲ୍ମର ଶୁଟିଂ ସମୟରେ ଜଣେ ଅନ୍ୟଜଣଙ୍କୁ ଭେଟିଥିଲେ। ପ୍ରଥମ ଦେଖାରେ ରେଣୁକାଙ୍କ ଜଣେ ବଡ଼ ପ୍ରଶଂସକ ଥିବା ଆଶୁତୋଷ କହିଥିଲେ। ଏହା ଶୁଣି ସେ ଖୁସି ହୋଇଯାଇଥିଲେ। ଧିରେ ଧିରେ ଉଭୟଙ୍କ ମିଳାମିଶା ବଢ଼ିଥିଲେ। ଦିନେ ଏକ କବିତା କହୁଥିବା ବେଳେ ରେଣୁକା ତାଙ୍କୁ ‘ଆଇ ଲଭ୍‌ ୟୁ’ କହିଦେଇଥିଲେ। ବାସ୍‌। ଏମିତି ପ୍ରେମର ଗାଡ଼ି ଆଗକୁ ବଢ଼ିଥିଲା। ପରେ ସେମାନେ ବିବାହ କରି ଖୁସିରେ ଜୀବନ ଅତିବାହିତ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୁଲୀପ ଟ୍ରଫି ଖେଳିବାର ୩ ଦିନ ମଧ୍ୟରେ ଟି୨୦ ଖେଳିବା ଚାଲେଞ୍ଜିଂ ହେବ: ଇଶାନ

ଚେନ୍ନାଇ,୫ା୯: ଦୁଲୀପ ଟ୍ରଫି ଫାଇନାଲ ଶେଷ ହେବାର ୩ ଦିନ ମଧ୍ୟରେ ଭାରତୀୟ ଦଳ ପାଇଁ ଟି୨୦ ଖେଳିବା ଚାଲେଞ୍ଜିଂ ହେବ ବୋଲି ତିଲକ ବର୍ମା ଏବଂ…

ଶନିଙ୍କ ନକ୍ଷତ୍ରରେ ମଙ୍ଗଳ ଗୋଚର: ୪ ରାଶିଙ୍କୁ ବଡ଼ ଡିଲ୍‌ ଅଫର୍‌, ଧନଲାଭ ଯୋଗ

ପୁଷ୍ୟା ନକ୍ଷତ୍ର ହେଉଛି ଶନିଦେବଙ୍କ ନକ୍ଷତ୍ର। ଶନିଙ୍କ ନକ୍ଷତ୍ରରେ ମଙ୍ଗଳଙ୍କ ପ୍ରବେଶ ବିଭିନ୍ନ ରାଶିର ଲୋକଙ୍କ ଜୀବନ ଉପରେ ପ୍ରଭାବ ପକାଇବ। ସୂଚନାଯୋଗ୍ୟ ଯେ, ମଙ୍ଗଳଙ୍କ ଏହି…

ଗୁରୁଦିବସରେ ଶିକ୍ଷା,ଶିକ୍ଷକ ଓ ଶିକ୍ଷାୟତନ

ଦିଗପହଣ୍ଡି,୫|୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୁଞ୍ଜିକଂୟା ଛକ ସ୍ଥିତ ନନ୍ଦିଘୋଷ କଲ୍ୟାଣ ମଣ୍ଡପ ସଭାଗୃହରେ ସ୍ଥାନୀୟ ଗଣ ଅଧିକାର ଓ ଆଇନ ସୁରକ୍ଷା ମଞ୍ଚ…

ନେପାଳ ମାଗିବ ‘Climate Justice’: ବନ୍ୟା କ୍ଷୟକ୍ଷତି ପରେ UN ଯିବେ ପ୍ରଧାନମନ୍ତ୍ରୀ ବାଲେନ ଶାହ

କାଠମାଣ୍ଡୁ,୫।୯: ନେପାଳର ପ୍ରଧାନମନ୍ତ୍ରୀ ବାଲେନ ଶାହ ଚଳିତ ମାସ ଶେଷ ଭାଗରେ ମିଳିତ ଜାତିସଂଘ ସାଧାରଣ ପରିଷଦ (UNGA)ର 81ତମ ଅଧିବେଶନରେ ଉଦବୋଧନ ଦେବା ପାଇଁ ଆମେରିକା…

‘ଝିଅଙ୍କୁ ସ୍କର୍ଟ ପିନ୍ଧାଇ ସ୍କୁଲ ଛାଡନ୍ତୁନି’… ସ୍ୱାସ୍ଥ୍ୟମନ୍ତ୍ରୀ ଦେଲେ ଏମିତି ବୟାନ, ହେଉଛି ଚର୍ଚ୍ଚା

କୋଲକାତା,୫।୯: ପଶ୍ଚିମବଙ୍ଗର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ଶରଦ୍ୱତ ମୁଖାର୍ଜୀ ରାଜ୍ୟର ସମସ୍ତ ସ୍କୁଲକୁ ପରାମର୍ଶ ଦେଇଛନ୍ତି ଯେ, ଡେଙ୍ଗୁ ଋତୁରେ ସ୍କୁଲ ଛାତ୍ରଛାତ୍ରୀଙ୍କୁ ହାତ-ଗୋଡ଼ ସମ୍ପୂର୍ଣ୍ଣ ଘୋଡ଼ାଇ ହୋଇ…

ବଞ୍ଜାରା ଗ୍ୟାଙ୍ଗର ୫ ମହିଳାଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୫।୯: ନୟାପଲ୍ଲୀ ପୋଲିସ ଶନିବାର ବଞ୍ଜାରା ଲୁଟେରା ଗ୍ୟାଙ୍ଗର ୫ଜଣ ମହିଳାଙ୍କୁ ଧରିବାରେ ସକ୍ଷମ ହୋଇଛି। ଗରଫ ସମସ୍ତ ମହିଳା ମହାରାଷ୍ଟ୍ରର ବୋଲି ସୂଚନା ମିଳିଛି। ପୋଲିସ…

୫ ଦିନ ହେଲା ‘ଆଜି ନୁହେଁ, କାଲି ଦେବୁ’ କହି ଭଣ୍ଡାଉଛନ୍ତି ଗ୍ୟାସ ବିତରକ: ସିଲିଣ୍ଡର ରଖି ଗ୍ରାହକଙ୍କ ରାସ୍ତାରୋକ

ରାଜନଗର, ୫।୯(ଭାସ୍କର ରାଉତରାୟ): ଦୀର୍ଘଦିନ ଧରି ରାଜନଗର ଅଞ୍ଚଳରେ ଗ୍ୟାସ ଯୋଗାଣକୁ ନେଇ ଗ୍ରାହକମାନେ ନାନା ସମସ୍ୟାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି। ଗ୍ୟାସ ବିତରକମାନେ ବିଭିନ୍ନ…

ଭୟଙ୍କର! ଏଭରେଷ୍ଟକୁ ତରଳାଉଛି ମଣିଷ ପରିସ୍ରା? ୩୨ ବର୍ଷର ଭାଙ୍ଗିଲା ରେକର୍ଡ, ଦୁଇ ଗୁଣା ସ୍ପିଡ୍‌ରେ ତରଳୁଛି ବରଫ

ନୂଆଦିଲ୍ଲୀ,୫।୯: ମାଉଣ୍ଟ ଏଭରେଷ୍ଟକୁ ନଷ୍ଟ କରୁଛି ମଣିଷର ପରିସ୍ରା! ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ହିଁ ସବୁଠାରୁ ବଡ଼ ସତ… ଯେଉଁ ଏଭରେଷ୍ଟକୁ ଜିତିବା ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri