ଏକାଥରକେ ହୋଟେଲର ୧୮୦ ରୁମ୍‌ ବୁକ୍‌ କରିନେଲେ ଦମ୍ପତି, କାରଣ ଜାଣିଲେ…

ପୋଲାଣ୍ଡ,୨୩ା୩: ଲୋକେ ହୋଟେଲକୁ ଯାଇ ରାତ୍ରିଯାପନ ପାଇଁ ଗୋଟିଏ କି ଦୁଇଟି ରୁମ୍‌ ବୁକ୍‌ କରିଥାନ୍ତି। କିନ୍ତୁ ପୋଲାଣ୍ଡରେ ରହୁଥିବା ଏକ ଦମ୍ପତି ହୋଟେଲର ୧୮୦ଟି ରୁମ୍‌ ଏକାଥରକେ ବୁକ୍‌ କରିଛନ୍ତି। ଏହାର କାରଣ ଜାଣିଲେ  ପ୍ରଶଂସା ମଧ୍ୟ କରିବେ। ରୁଷିଆ-ୟୁକ୍ରେନ ଶରଣାର୍ଥୀମାନଙ୍କ ପାଇଁ ଦମ୍ପତି ଏପରି ନିଆରା ପଦକ୍ଷେପ ନେଇଛନ୍ତି। ଯାହା ପ୍ରକୃତରେ ପ୍ରଶଂସନୀୟ। ଏହି ଦମ୍ପତି ଆଜିକାଲି କିଛି ଲୋକଙ୍କ ପାଇଁ ଆଶାର କିରଣ ପାଲଟିଛନ୍ତି।

ଏକ ରିପୋର୍ଟ ଅନୁଯାୟୀ,  ଜ୍ୟାକବ ଗୋଲାଟା ଏବଂ ଗୋସିଆ ଗୋଲାଟା। ଯିଏକି ପୋଲାଣ୍ଡର ବାସିନ୍ଦା। କିନ୍ତୁ ୨୦୦୪ରେ ସେମାନେ ବ୍ରିଟେନରେ ଅବସ୍ଥାନ କରିଥିଲେ। ବାସ୍ତବରେ ଏହି ଦମ୍ପତି ପୋଲାଣ୍ଡରେ ଏକ ହୋଟେଲର ୧୮୦ଟି ରୁମ୍‌ ଭଡ଼ା ସୂତ୍ରରେ ନେଇଛନ୍ତି। ଯେଉଁଠାରେ ରୁଷିଆ ଏବଂ ୟୁକ୍ରେନ ଯୁଦ୍ଧ ଶରଣାର୍ଥୀମାନଙ୍କ ପାଇଁ ଆରାମରେ ରହିବାରେ ସକ୍ଷମ ହେବେ। ଏମାନଙ୍କୁ ହୋଟେଲକୁ ଆଣିବା ପାଇଁ ଦମ୍ପତି ୪୮ଟି ସିଟ୍‌ର ବସ୍‌ ସାହାଯ୍ୟ ମଧ୍ୟ ନେଇଛନ୍ତି, ଯାହା ମାଧ୍ୟମରେ ଯୁଦ୍ଧରେ ଶରଣାର୍ଥୀଙ୍କୁ ହୋଟେଲକୁ ଅଣାଯାଇଥିଲା।

ୟୁକ୍ରେନ ସୀମା ପାର କରି ୧୪୯ ଜଣଙ୍କୁ ଏଠାକୁ ଅଣାଯାଇଛି। ଜ୍ୟାକବ କହିଛନ୍ତି, ସେ ଯଥାଶୀଘ୍ର ଏହି ପ୍ରସଙ୍ଗରେ ପଦକ୍ଷେପ ନେବାକୁ ଚାହୁଁଥିଲେ, କାରଣ ଠିକ୍‌ ସମୟରେ ସାହାଯ୍ୟ ପାଇ ନ ଥିଲେ। ଜ୍ୟାକବ ଆହୁରି କହିଛନ୍ତି, ପ୍ରଥମେ ସେ ଏକ ମିନି ବସ୍‌ ଚଳାଇ ଆଠ ଘଣ୍ଟା ମଧ୍ୟରେ ସୀମାରେ ପହଞ୍ଚିଥିଲେ। ଏହି ସମୟରେ, ସେଠାରେ ଆଶ୍ରୟ ନେଇ ସେମାନଙ୍କୁ ସାଙ୍ଗ ଏବଂ ସମ୍ପର୍କୀୟମାନଙ୍କ ସହିତ ଛାଡ଼ିଥିଲେ।

ସେ କୁହନ୍ତି, ମୁଁ ଏସବୁ ପରେ ବହୁତ କିଛି କରିବାକୁ ଚାହୁଁଥିଲି। ଏହି ଧାରଣା ମନକୁ ଆସିଲା ଯେ ହୋଟେଲକୁ ଭଡ଼ା ନେବା ଉଚିତ। ଫଳରେ ମା’ ପିଲା ସେଠାରେ ସୁରକ୍ଷିତ ରହିପାରିବେ। ସ୍ଥାନୀୟ ସମ୍ପ୍ରଦାୟର ସ୍ବେଚ୍ଛାସେବୀମାନଙ୍କୁ ଖୋଜିବା ଆରମ୍ଭ କଲେ। ଯେଉଁମାନେ ଏହି ଲୋକମାନଙ୍କୁ ଅଧିକ ସାହାଯ୍ୟ କରିପାରିବେ। ସେ ଏହି କାର୍ଯ୍ୟ ପାଇଁ ପାଣ୍ଠି ମଧ୍ୟ ଛାଡ଼ିଥିଲେ ଏବଂ ଏହି ପ୍ରୋଜେକ୍ଟରେ କାମ କରିବାକୁ ସମୟ ଦେଇଥିଲେ। ଏହା ପରେ ଜ୍ୟାକବ ଏକ ୧୮୦ ଶଯ୍ୟା ବିଶିଷ୍ଟ ହୋଟେଲ ପାଇଲେ, ଯାହା କରୋନା ମହାମାରୀ ପରେ ବନ୍ଦ ହୋଇଯାଇଥିଲା।

୪୨ ବର୍ଷୀୟ ଜ୍ୟାକବ ରେଳ ପ୍ରକଳ୍ପରେ ଲଜିଷ୍ଟିକ ମ୍ୟାନେଜର ଭାବରେ କାର୍ଯ୍ୟ କରନ୍ତି। ତାଙ୍କ ସ୍ତ୍ରୀ ଜଣେ ପୋଲିସ କର୍ମଚାରୀ ଥିବାବେଳେ ଉଭୟ ବର୍ତ୍ତମାନ ଉତ୍ତର ଲିଙ୍କନସାୟରରେ ରୁହନ୍ତି। ଦୁହେଁ ଏକାଠି ବାଇଡଗୋଜ ନିକଟରେ ଏକ ହୋଟେଲ ଟ୍ରାଇଜସିନକୁ ଭଡ଼ା ନେଇଛନ୍ତି। ଯେଉଁଠାରେ ୟୁକ୍ରେନ ନାଗରିକମାନେ ଆସି ରହିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ବୁଧଙ୍କ ନକ୍ଷତ୍ର ପରିବର୍ତ୍ତନ; ୩ ରାଶିଙ୍କ ଧନଯୋଗ, ହୁ ହୁ ହୋଇ ବଢିବ ଇନକମ୍‌…

ଜ୍ୟୋତିଷ ଶାସ୍ତ୍ରରେ, ଗ୍ରହ ଗତିର ପ୍ରଭାବ କେବଳ ରାଶି ପରିବର୍ତ୍ତନ ପର୍ଯ୍ୟନ୍ତ ସୀମିତ ନୁହେଁ । ଗ୍ରହ ଯେଉଁ ନକ୍ଷତ୍ରରେ ପ୍ରବେଶ କରେ ତାହାକୁ ମଧ୍ୟ ବହୁତ…

ଅଦ୍ଭୁତ ସ୍ଥିତି

ହ୍ୱାଟ୍ସଆପ୍‌ରେ ଏସ୍‌ଆଇଆର୍‌ ନୋଟିସ ଆସିଥିଲା, ‘ଶୁଣାଣିରେ ଉପସ୍ଥିତ ରହିବା ବାଧ୍ୟତାମୂଳକ। ଦୟାକରି ଏହାକୁ ଜରୁରୀ ମନେକରନ୍ତୁ ଏବଂ କୌଣସି ପରିସ୍ଥିତିରେ ଅନୁପସ୍ଥିତ ନ ରହିବା ପାଇଁ ବ୍ୟବସ୍ଥା…

ଶିଶୁଙ୍କ ଗେଡ଼ାପଣ: ୬ ଜିଲାରେ ସ୍ଥିତି ଚିନ୍ତାଜନକ

ଭୁବନେଶ୍ୱର,୧୩ା୯(ସୁଚିସ୍ମିତା ସାହୁ): ରାଜ୍ୟରେ ୫ ବର୍ଷରୁ କମ୍‌ ବୟସର ଶିଶୁଙ୍କ ପୋଷଣ ସ୍ଥିତିକୁ ନେଇ ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ୱେକ୍ଷଣ (ଏନ୍‌ଏଫ୍‌ଏଚ୍‌ଏସ୍‌-୫ରୁ ଏନ୍‌ଏଫ୍‌ଏଚ୍‌ଏସ୍‌-୬)ର ଏକ ତୁଳନାତ୍ମକ ରିପୋର୍ଟ…

୧୭ ଯାଏ ବର୍ଷା

ଭୁବନେଶ୍ୱର,୧୩ା୯(ବନ୍ଦନା ସେଠୀ):ରାଜ୍ୟରେ ଲଘୁଚାପଜନିତ ବର୍ଷା ଲାଗି ରହିଛି। ଶନିବାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହୋଇଥିବାବେଳେ ୧୭ ତାରିଖ ଯାଏ ଲାଗି ରହିବ। ତେବେ ରବିବାରଠାରୁ ବର୍ଷାର…

ଓରାଙ୍ଗଉଟାନ ଚୋରା ଚାଲାଣର ଗୁମର ଖୋଲୁଛି, ଫାର୍ମ ହାଉସ ପାଇଁ ମ୍ୟାନ୍‌ମାର ଦେଇ ଅଣାଯାଇଥିଲା

ଭୁବନେଶ୍ୱର/ ଭୋଗରାଇ, ୧୩ା୯(ତ୍ରିନାଥ ମହାନ୍ତି/ ପ୍ରଦୀପ ଦାସ): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ଅନ୍ତର୍ଗତ ବିଚିତ୍ରପୁର ଜଙ୍ଗଲରୁ ୫ ଓରାଙ୍ଗଉଟାନ ଶାବକ ଉଦ୍ଧାର ମାମଲାରେ କ୍ରାଇମ୍‌ବ୍ରାଞ୍ଚ ଏସ୍‌ଟିଏଫକୁ…

ଦିବ୍ୟାଙ୍ଗ ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ

ମାହାଙ୍ଗା,୧୩ା୯ (ଅଜୟ କୁମାର ମହାନ୍ତି): ରାଜ୍ୟରେ ବିଦ୍ୟାଳୟଗୁଡ଼ିକୁ ଦଣ୍ଡମୁକ୍ତ ଅଞ୍ଚଳ ଭାବେ ଘୋଷଣା କରାଯାଇଥିବା ବେଳେ କଟକ ଜିଲା ମାହାଙ୍ଗା ଥାନା ଅଞ୍ଚଳରେ ଏକ ଅତ୍ୟନ୍ତ ସମ୍ୱେଦନଶୀଳ…

ଢାବା କର୍ମଚାରୀଙ୍କୁ ମରଣାନ୍ତକ ଆକ୍ରମଣ

ବୈଶିଙ୍ଗା,୧୨।୯(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅଧୀନ ୧୮ ନମ୍ବର ଜାତୀୟ ରାଜପଥ ଗଡଦେଉଳିଆ ସ୍ଥିତ ଏକ ଢ଼ାବାରେ ଶନିବାର ସନ୍ଧ୍ୟାରେ ୪ଜଣ ଦୁର୍ବୃତ୍ତ ପଶି…

ଝିଅ ଘରକୁ ବୁଲିବାକୁ ଯାଇଥିଲେ, କଳାକନା ବୁଲାଇଲେ ଦୁର୍ବୃତ୍ତ

ବୈଶିଙ୍ଗା,୧୨।୯(ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ଗଡଦେଉଳିଆ ଗ୍ରାମର ଜନୈକ ବ୍ୟକ୍ତି ତାଙ୍କ ଝିଅ ଘରକୁ ବୁଲିବାକୁ ଯାଇଥିବା ବେଳେ ଦୁର୍ବୃତ୍ତମାନେ ଘରେ ପଶି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?