ବିଜେଡି ସରକାରଙ୍କ ରିମୋଟ୍‌ ମୋଦିଙ୍କ ହାତରେ: ଜିତେନ୍ଦ୍ର ସିଂ

ଭୁବନେଶ୍ୱର,୨୮।୫(ବ୍ୟୁରୋ): ଓଡ଼ିଶା ସରକାରଙ୍କ ରିମୋଟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଅମିତ ଶାହାଙ୍କ ହାତରେ ରହିଛି । ବିଜେଡି ସବୁ କଥାରେ ଭାଜପା ସହିତ ଏକ ହୋଇ ରହିଛି। ଏମାନେ ଓଡ଼ିଶାରେ ମିଛରେ ନାଟକ କରୁଛନ୍ତି ବୋଲି ଅଖିଳ ଭାରତ କଂଗ୍ରେସ କମିଟି (ଏଆଇସିସି) ସାଧାରଣ ସମ୍ପାଦକ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ କହିଛନ୍ତି। ଶନିବାର ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ଯୋଗଦେଇ ସେ କହିଛନ୍ତି, ଓଡ଼ିଶାରେ ଗଣତାନ୍ତ୍ରିକ ସରକାର ଚାଲିନାହିଁ। ଏଠାରେ ଅମଲାତାନ୍ତ୍ରିକ ସରକାର ଚାଲିଛି। ଜନସାଧାରଣଙ୍କୁ ସାହାଯ୍ୟ କରିବା ପାଇଁ ଏ ସରକାରଙ୍କର ମନ୍ତ୍ରୀ, ଏମ୍‌ପି ଓ ବିଧାୟକମାନଙ୍କ ପାଖରେ କିଛି କ୍ଷମତା ନାହିଁ । ଜନସାଧାରଣ ଆଜି ଘୋର ଦ୍ୱନ୍ଦ୍ୱରେ । ସେମାନେ କାହାକୁ ତାଙ୍କ ଦୁଃଖ ଜଣାଇବେ। ୨୩ ବର୍ଷର ରାଜ୍ୟ ସରକାର କୃଷକ, ଛାତ୍ର, ମହିଳା, ଆଦିବାସୀ ଓ ଅନୁସୂଚିତ ଜାତିମାନଙ୍କ ବିରୋଧୀ ହୋଇଛି। ରାଜ୍ୟରେ ୨୩ ବର୍ଷ ଭିତରେ ଗୋଟିଏ ହେଲେ କୃଷିଭିତ୍ତିକ ଶିଳ୍ପ ପ୍ରତିଷ୍ଠା ହୋଇନାହିଁ। କଂଗ୍ରେସ ସରକାର ସମୟରେ ଯେଉଁ କିଛି ଶିଳ୍ପ ପ୍ରତିଷ୍ଠା ହୋଇଥିଲା ତାହା ଆଜି ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି। ସରକାର ଏ ପର୍ଯ୍ୟନ୍ତ ଗୋଟିଏ ବି ଶୀତଳ ଭଣ୍ଡାର କରିନାହିଁ। କୃଷକ ଅଭାବୀ ବିକ୍ରିରେ ହନ୍ତସନ୍ତ। ରାଜ୍ୟରେ କୃଷକର ଆୟ ୨୩ ବର୍ଷ ପରେ ମଧ୍ୟ ୧୦ ଟଙ୍କା ବୃଦ୍ଧି ହୋଇନାହିଁ। ପ୍ରାଥମିକ ଶିକ୍ଷା, ମାଧ୍ୟମିକ ଶିକ୍ଷା ବ୍ୟବସ୍ଥା ସମ୍ପୂର୍ଣ୍ଣ ଭୁଶୁଡ଼ି ପଡ଼ିଛି। ଉଚ୍ଚଶିକ୍ଷା କଥା କହିଲେ ନ ସରେ। ରାଜ୍ୟରେ ୬୨ ହଜାର ଶିକ୍ଷକ ପଦବୀ ପୂରଣ ହେଉନାହିଁ। ଠିକ୍‌ ସେହିଭଳି ୩୮ ହଜାରରୁ ଅଧିକ ଡାକ୍ତର ପଦବୀ ପୂରଣ ହେଉନାହିଁ। ୪୫ ହଜାରରୁ ଅଧିକ ନର୍ସେସ୍‌, ପାରାମେଡିକ୍ସ ବର୍ଷ ବର୍ଷ ଧରି ଖାଲିପଡ଼ିଛି। ଖଣି ଦୁର୍ନୀତି, ଚିଟ୍‌ଫଣ୍ଡ ଦୁର୍ନୀତିରେ ଭାରତବର୍ଷ ଏକ ନମ୍ବର ରାଜ୍ୟ। ମହିଳା ହିଂସା, ଅତ୍ୟାଚାର ଓ ଉପତ୍ୀଡ଼ନ କ୍ଷେତ୍ରରେ ଭାରତବର୍ଷ ବହୁ ଆଗରେ ବୋଲି ସିଂ କହିଛନ୍ତି।
ଅନ୍ୟପକ୍ଷରେ ଜିତେନ୍ଦ୍ର ସିଂ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରି କହିଛନ୍ତି, ନରେନ୍ଦ୍ର ମୋଦି ନେତୃତ୍ୱାଧୀନ କେନ୍ଦ୍ର ଭାଜପା ସରକାରକୁ ୯ ବର୍ଷ ପୂରିଲା। ପ୍ରଧାନମନ୍ତ୍ରୀ ମୋଦି ୨୦୧୪ରେ କେନ୍ଦ୍ରରେ ଶାସନକୁ ଆସିବା ପୂର୍ବରୁ ଭାରତବର୍ଷର ଜନସାଧାରଣଙ୍କୁ ମିଛ ପ୍ରତିଶ୍ରୁତି ଦେଇଥିଲେ। ଗୋଟିଏ ମିଛକୁ ବାରମ୍ବାର କହି ଭାରତବର୍ଷର ଜନସାଧାରଣଙ୍କ ମନରେ ଏକ ମିଛ ବିଶ୍ୱାସର ପାହାଡ଼ ସୃଷ୍ଟି କରିଥିଲେ, ଯାହାକୁ ଭାରତବର୍ଷର ଜନସାଧାରଣ ବିଶ୍ୱାସକୁ ପ୍ରତିଶ୍ରୁତି ବୋଲି ଭରସା କରିଥିଲେ। ତାହାବର୍ଷ ପରେ ବର୍ଷ ଅତିକ୍ରାନ୍ତ ହୋଇ ଆଜି ୯ ବର୍ଷ ପରେ ସେ ସବୁ ବିଶ୍ୱାସ ସମ୍ପୂର୍ଣ୍ଣ ମିଛ ଥିଲା ବୋଲି ଆଜି ତାହା ଜଳ ଜଳ ହୋଇ ଦେଖାଯାଉଛି। ୨୦୧୪ ରେ ଏକ ଏଲ୍‌ପିଜି ସିଲିଣ୍ଡର ଦାମ ୪୧୦ ଟଙ୍କା ଥିଲା ବେଳେ ୨୦୨୩ ବେଳକୁ ତାହା ୧୧୦୩ ଟଙ୍କାକୁ ବୃଦ୍ଧି ପାଇଛି। ପାଖାପାଖି କେବଳ ଏଲପିଜି ସିଲିଣ୍ଡରର ୧୬୯ ପ୍ରତିଶତ ବୃଦ୍ଧି ଘଟିଛି। ସେହିପରି ଆଜି ପେଟ୍ରୋଲ ଓ ଡିଜେଲର ମୂଲ୍ୟ ୨୦୧୪ ଠାରୁ ୫୭ ପ୍ରତିଶତ,ଡିଜେଲ ୭୮ ପ୍ରତିଶତ ବୃଦ୍ଧି ଘଟିଛି। ନିତ୍ୟ ବ୍ୟବହାଯ୍ୟ ସାମଗ୍ରୀ ତେଲ, ଅଟା ମୂଲ୍ୟ ୨୦୧୪ ତୁଳନାରେ ଆଜି ଶତକଡ଼ା ୫୮ ପ୍ରତିଶତ ବୃଦ୍ଧି ଘଟିଛି। ଭାରତବର୍ଷର ଲକ୍ଷ ଲକ୍ଷ ନିମ୍ନ ମଧ୍ୟବିତ ଏଲଆଇସିର ବୀମାଧାରୀ ଏବଂ ଏସ୍‌.ବି.ଆଇର ଜମାକାରୀଙ୍କ ଟଙ୍କା କାହିଁକି ଓ କାହା ସ୍ବାର୍ଥରେ ଆଦାନୀ ଗ୍ରୁପ ଅଫ କମ୍ପାନୀରେ ବିନିଯୋଗ କରାଯାଇଛି ବୋଲି ସେ ପ୍ରଶ୍ନ କରିଛନ୍ତି। ୨୦୧୪ରେ ଭାଜପା ସରକାର ଆସିଲା ପାଖରୁ ଦଳୀତ, ସଂଖ୍ୟାଲଘୁ,ମହିଳା ଓ ଆଦିବାସୀ ବର୍ଗଙ୍କ ଉପରେ ଅତ୍ୟାଚାର ବଢ଼ିଚାଲିଛି। ଏହି ବର୍ଗଙ୍କ ଉପରେ ଶତକଡ଼ା ୨୩ ପ୍ରତିଶତ ଅତ୍ୟାଚାର ବୃଦ୍ଧି ଘଟିଛି। ବେଟି ପଢ଼ାଅ ଓ ବେଟି ବଚାଅ ଅଭିଯାନ କେବଳ ସ୍ଲୋଗାନ କି। ୨୦୨୧ରେ ୪.୨ ଲକ୍ଷ ମହିଳା ଉପତ୍ୀଡ଼ନ, ଶାରିରୀକ ନିର୍ଯାତନା ଇତ୍ୟାଦି ଭୋଗ କରୁଥିବାର ମାମଲା ଦାୟର କରିଛନ୍ତି। ନିଭୟା ହତ୍ୟାଘଟଣା ପରେ ନିର୍ଭୟା ଯୋଜନାରେ ଯେଉଁ ବଜେଟ ରାଶି ଦିଆଯାଇଛି ସେଥିରୁ ୮୦ ପ୍ରତିଶତ କେବଳ ବୈଦ୍ୟୁତିକଗଣମାଧ୍ୟମ ଓ ଛାପା ଗଣମାଧ୍ୟମକୁ ବିଜ୍ଞାପନ ଆକାରରେ ଦିଆଯାଇଛି। ଏଥିରେ ଦେଶର ମହିଳାମାନଙ୍କର କଣ ସୁରକ୍ଷା ହୋଇଛି। ୨୦୧୪ ଭାଜପା ସରକାରଆସିଲା ପରେ ୯୫ ଶତପ୍ରତିଶତ ସି.ବି.ଆଇ.,ଇଡ଼ି କେସ କେବଳ ପ୍ରତିପକ୍ଷ ରାଜନୈତିକ ନେତୃବର୍ଗଙ୍କ ପ୍ରତି କରାଯାଇଛି। ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକ କହିଛନ୍ତି ଯେ, ରବିବାର ସଂସଦଭବନ ଉଦଘାଟନ ହେବ । କିନ୍ତୁ ରାଷ୍ଟ୍ରପତିଙ୍କର ଗାରିମା, ଗଣତାନ୍ତ୍ରିକ ବ୍ୟବସ୍ଥା ଓ ସମ୍ବିଧାନର ନୀତି ନିୟମକୁ ସମ୍ପୂର୍ଣ୍ଣ ରୂପେ ଭୃକ୍ଷେପ ନ କରି ବିଜେଡି ଭାରତୀୟ ଜନତା ପାର୍ଟିକୁ ସମର୍ଥନ ଦେଇଛି। ବିଜେଡି ସମଦୂରତା କଥା କହିଥିଲେ। ସମଦୂରତା ଗଲା କୁଆଡ଼େ ବୋଲି ସେ କହିଛନ୍ତି। ଏ ସରକାର ପ୍ରତିଦିନ ଜିଏସ୍‌ଟିର ନିୟମାବଳୀର ପରିବର୍ତ୍ତନ କରୁଛନ୍ତି। ଜିଏସ୍‌ଟି ଆୟର ଶତକଡ଼ା ୫୦ ରୁ ୬୦ ଭାଗ ଆୟ କେବଳ ଗରୀବ, ନିମ୍ନ ମଧ୍ୟବିତ ଶ୍ରେଣୀର ଲୋକମାନଙ୍କ ଠାରୁ ଆଦାୟ କରାଯାଉଛି। କିନ୍ତୁ ଭାରତ ବର୍ଷର ସବୁଠାରୁ ଧନୀବ୍ୟକ୍ତିମାନେ ଶତକଡ଼ା ୪ ପ୍ରତିଶତ ଜିଏସ୍‌ଟି ଆୟର ଯୋଗଦାନକରୁଛନ୍ତି। ତେଣୁ ଏହି ଜିଏସ୍‌ଟି ଗରୀବ ଲୋକମାନଙ୍କୁ ଅଧିକ ଗରିବ କରିବା ପାଇଁ ଉଦ୍ଧିଷ୍ଟ କି ବୋଲି ସେ ପ୍ରଶ୍ନ କରିଛନ୍ତି। ଏହି ଖବରଦାତା ସମ୍ମିଳନୀରେ ପୂର୍ବତନ ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ, ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକ ଉପସ୍ଥିତ ଥିଲେ ଏବଂ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ଗଣମାଧ୍ୟମ ବିଭାଗର ଅଧ୍ୟକ୍ଷ ଗଣେଶ୍ୱର ବେହେରା ସ୍ବାଗତ ଭାଷଣ ସହ ଅତିଥି ପରିଚୟ ପ୍ରଦାନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri