ଅଣୁ,କ୍ଷୁଦ୍ର ଉଦ୍ୟୋଗକୁ ଋଣ ନାହିଁ

କେନ୍ଦ୍ରାପଡ଼ା ଅଫିସ,୨୮ା୫: ଗୋଟିଏ ଅଞ୍ଚଳର ବିକାଶରେ ଶିଳ୍ପର ଭୂମିକା ଗୁରୁତ୍ୱପୂର୍ଣ୍ଣ। ବହିରାଗତ ଶିଳ୍ପ ଉପତ୍ାଦ ଅର୍ଥନୈତିକ ସ୍ଥିତି ସେହି ଅଞ୍ଚଳକୁ ବିକଶିତ କରେ। ଏଥିପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ପାଇଁ ପ୍ରତି ଜିଲାରେ ପ୍ରଧାନମନ୍ତ୍ରୀ ନିଯୁକ୍ତି ସୃଜନ କାର୍ଯ୍ୟକ୍ରମ (ପିଏମ୍‌ଇଜିପି) ଚଳାଇବାକୁ ଗୁରୁତ୍ୱ ଦେଇଛନ୍ତି। ତେବେ କେନ୍ଦ୍ରାପଡ଼ା ଜିଲାରେ ଏହି କାର୍ଯ୍ୟକ୍ରମ ସଫଳ ଭାବେ ରୂପାୟନ ହେଉନି। ଅନାଦେୟ ଋଣ ଗ୍ରହୀତାଙ୍କ ସଂଖ୍ୟା ବଢ଼ୁଥିବା ଦର୍ଶାଇ ବ୍ୟାଙ୍କ କର୍ତ୍ତୃପକ୍ଷ ଏଥିରେ ବାଧା ସୃଷ୍ଟି କରୁଛନ୍ତି। ଅଣୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ପାଇଁ ଆଗ୍ରହୀ ଯୁବବର୍ଗ ନିରାଶ ହେଉଛନ୍ତି।
ଏ ସଂକ୍ରାନ୍ତରେ ପଟ୍ଟାମୁଣ୍ଡାଇ ବ୍ଲକ ପୋଖରିଆପଡ଼ା ଗ୍ରାମର ପବିତ୍ର ବେରା କହିଛନ୍ତି, ଥଣ୍ଡା ପାନୀୟର ଚାହିଦା ଅଛି। ଏଥିପାଇଁ ଜିଲା ଶିଳ୍ପକେନ୍ଦ୍ର ମାଧ୍ୟମରେ ବ୍ୟାଙ୍କରୁ ଋଣ ଆଣିବା ପାଇଁ ବାରମ୍ବାର ଯାଇଛି। ତେବେ ବ୍ୟାଙ୍କ କର୍ତ୍ତୃପକ୍ଷ ଋଣ ପାଇଁ ସମ୍ପତ୍ତି ବନ୍ଧକ ଉପରେ ଗୁରୁତ୍ୱ ଦେଇଛନ୍ତି। ବନ୍ଧକ ପାଇଁ ମୋର ପର୍ଯ୍ୟାପ୍ତ ସମ୍ପତ୍ତି ନାହିଁ। ବାଧ୍ୟ ହୋଇ ଏହି କ୍ଷୁଦ୍ର ଶିଳ୍ପରୁ ଓହରି ଆସିବାକୁ ପଡ଼ିଲା। ଏନେଇ ପାଇଥିବା ତାଲିମ ବେକାର ହୋଇଗଲା। ସମ୍ପତ୍ତି ବନ୍ଧକ ପିଏମ୍‌ଇଜିପି ପାଇଁ ବାଧକ ସାଜିଥିବା ସେ କହିଛନ୍ତି।ଏହି ବ୍ଲକ କଷଣଅଣ୍ଟା ଗ୍ରାମର ରୀତାରାଣୀ ବେହେରା କହିଛନ୍ତି, ଜିଲା ଶିଳ୍ପ କେନ୍ଦ୍ର ମାଧ୍ୟମରେ ମସଲା ଶିଳ୍ପ ପାଇଁ ତାଲିମ ନେଇଛନ୍ତି। ୨୦୧୮ରେ ଏହି ପ୍ରକଳ୍ପ ପାଇଁ ୮ ଲକ୍ଷ ଟଙ୍କାର ଋଣ ଆବେଦନ କରିଥିଲେ। ତେବେ ଏକ ରାଷ୍ଟ୍ରୀୟ ବ୍ୟାଙ୍କ ୨୦୧୯ରେ ମାତ୍ର ୩ ଲକ୍ଷ ଟଙ୍କାର ଋଣ ପ୍ରଦାନ କରିଥିଲେ। କୋଭିଡ଼ ସଂକ୍ରମଣ ପାଇଁ ମସଲା ବିକ୍ରିରେ ଅସୁବିଧା ହୋଇଛି। ଏବେ ଏହାର ସ୍ଥିତି ସୁଧାରିବାକୁ ବସିଥିବା ବେଳେ ଋଣ ଅର୍ଥ ଫେରସ୍ତ ଚିନ୍ତାର କାରଣ ହୋଇଛି। ଏକକାଳୀନ ୮ ଲକ୍ଷ ଟଙ୍କା ମିଳିଥିଲେ, ଏହି ଶିଳ୍ପରେ ଅନୁନ୍ୟ ୧୦ ଜଣ ନିଯୁକ୍ତି ପାଇଥାନ୍ତେ। ଜଣେ ରାଷ୍ଟ୍ରୀୟ ବ୍ୟାଙ୍କ ପରିଚାଳକ କହିଛନ୍ତି, ଋଣ ପ୍ରଦାନ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରବଳ ଚାପ ପଡୁଛି। ଋଣ ପ୍ରଦାନ ପରେ ଅସୁଲ କରା ଯାଇପାରୁ ନ ଥିବାରୁ ଅନାଦେୟ ଋଣ (ଏନ୍‌ପିଏ) ହିତାଧିକାରୀଙ୍କ ସଂଖ୍ୟା ବଢ଼ିଯାଉଛି। ମୁଦ୍ରା ଯୋଜନାରେ ଜିଲାର ବହୁ ଲୋକଙ୍କୁ ଋଣ ପ୍ରଦାନ କରାଯାଇଛି। ତେବେ ଏହାର ଗ୍ରହୀତା ଋଣ ନେଇ ଜିଲା ବାହାରକୁ ପଳାଇଛନ୍ତି। ସେମାନଙ୍କଠାରୁ ଋଣ ଆଦାୟ କରିବା କଷ୍ଟକର ହୋଇଛି। ସେହିପରି ପିଏମ୍‌ଇଜିପିରେ ବହୁ ଆଶାୟୀ ଋଣ ପ୍ରଦାନ ପାଇଁ ଚାପ ପକାଉଛନ୍ତି। ତେବେ ସମ୍ପତ୍ତି ବନ୍ଧକ ଦେବାକୁ ପଛଘୁଞ୍ଚା ଦେଉଥିବାରୁ ସମ୍ପୃକ୍ତ ଗ୍ରହୀତା ଋଣ ସୁଝିବା ନେଇ ଅନିଶ୍ଚିତାରେ ବ୍ୟାଙ୍କ କର୍ତ୍ତୃପକ୍ଷ ରହିବା ସ୍ବାଭାବିକ କଥା। ସାମାଜିକ କର୍ମୀ ଅନନ୍ତ କୁମାର ଦାଶ କହିଛନ୍ତି, ଜିଲାରେ ଶିଳ୍ପ ଉଦ୍ୟୋଗ ପାଇଁ ପ୍ରଶାସନ ପକ୍ଷରୁ କୌଣସି ଚାପ ନାହିଁ। ବହୁ ଶିକ୍ଷିତ ଓ ତାଲିମ ପ୍ରାପ୍ତ ଶିଳ୍ପ ଉଦ୍ୟୋଗ ଆଶାୟୀ ବାରମ୍ବାର ଜିଲା ଶିଳ୍ପ କେନ୍ଦ୍ର ମାଧ୍ୟମରେ ଏଥିପାଇଁ ଚେଷ୍ଟା କରୁଥିଲେ ମଧ୍ୟ ନିରାଶ ହେଉଛନ୍ତି। ଜିଲା ପ୍ରଶାସନ ପକ୍ଷରୁ ଏନେଇ ପ୍ରତି ବର୍ଷରେ ୨ ଥର ସମୀକ୍ଷା ବୈଠକ ହେଉଛି। ସମୀକ୍ଷା ବୈଠକ କେବଳ କାଗଜପତ୍ରରେ ସୀମିତ ରହିଯାଉଛି। ନିୟମ ଅନୁଯାୟୀ ବ୍ୟାଙ୍କ ଜମାର ୬୦ ପ୍ରତିଶତ ଋଣ ଦେବାକୁ ବ୍ୟାଙ୍କଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି। ମାତ୍ର ଗୋଟିଏ ଦୁଇଟିକୁ ଛାଡ଼ି ଦେଲେ ଅବଶିଷ୍ଟ ବ୍ୟାଙ୍କର ଋଣ ପ୍ରଦାନ ହାର ୨୦ ପ୍ରତିଶତ ରହୁନାହିଁ।ସିଙ୍ଗଲ ୱିଣ୍ଡୋରେ ଶିଳ୍ପ ଉଦ୍ୟୋଗୀଙ୍କୁ ଋଣ ବ୍ୟବସ୍ଥା ହେଲେ ଜିଲାର ବିକାଶ ହୋଇ ପାରିବ।
ଏସମ୍ପର୍କରେ ଏଡିଏମ୍‌ ପିତାମ୍ବର ସାମଲ କହିଛନ୍ତି, ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ ବ୍ୟାଙ୍କଗୁଡ଼ିକୁ ତାଗିଦା କରାଯାଇଛି। ଏନେଇ ଅଭିଯୋଗ ଆସିଲେ ଜିଲା ପ୍ରଶାସନ ପକ୍ଷରୁ ବ୍ୟାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଭାରତରେ କିଏ ସ୍ଥିର କରେ ଚିନି ଦାମ୍‌? ସରକାର ନା କୃଷକ, ଜାଣନ୍ତୁ…

ନୂଆଦିଲ୍ଲୀ,୨୩ା୮: ଚା’ କପ୍‌ରୁ ଆରମ୍ଭ କରି ପର୍ବପର୍ବାଣିର ମିଠା ପର୍ଯ୍ୟନ୍ତ, ଚିନି ପ୍ରତ୍ୟେକ ଘରର ଦୈନନ୍ଦିନ ଆବଶ୍ୟକତାର ଏକ ପ୍ରମୁଖ ଅଂଶ। ଏହି ସମୟରେ ଦେଶରେ ଚିନି…

୨୪ ତାରିଖ ଯାଏଁ ଓଡ଼ିଶାରେ ପ୍ରବଳବର୍ଷା

ଭୁବନେଶ୍ୱର,୨୩।୮ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଓଡ଼ିଶାରେ ପୁଣି ବଢ଼ିବ ବର୍ଷାର ପରିମାଣ। ଭାରତୀୟ ପାଣିପାଗ ବିଭାଗର…

ପାରାଦୀପରୁ ବାହାରିଥିଲା, ଚୀନରେ ପହଞ୍ଚିବା ପୂର୍ବରୁ ନିଖୋଜ; ମଝି ସମୁଦ୍ରରେ ବୁଡିଗଲା ଜାହାଜ

ଭୁବନେଶ୍ୱର,୨୩ା୮: ଗଭୀର ସମୁଦ୍ରରେ ବିଦେଶୀ ଜାହାଜ ନିଖୋଜ। ପାରାଦୀପରୁ ଲୁହାପଥର ନେଇ ଚୀନ ଅଭିମୁଖେ ଯାଉଥିବା ଏକ ବିଦେଶୀ ମାଲବାହୀ ଜାହାଜ ଗଭୀର ସମୁଦ୍ରରେ ନିଖୋଜ ହୋଇଯାଇଛି।…

ଶକ୍ତିଶାଳୀ ଭୂକମ୍ପ ଝଟକାରେ ଥରିଲା ଜାପାନ: ୨୩ ଆହତ, ଟୋକିଓରେ ବିଦ୍ୟୁତ୍ କାଟ୍, ଟ୍ରେନ୍ ଚଳାଚଳ ବ୍ୟାହତ

ଟୋକିଓ,୨୩ା୮: ପୂର୍ବ ଜାପାନର ବିଭିନ୍ନ ଅଞ୍ଚଳ ସମେତ ରାଜଧାନୀ ଟୋକିଓରେ ରବିବାର ସକାଳେ ଏକ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ପ୍ରାରମ୍ଭିକ ତୀବ୍ରତା…

ଗୋବରୀ ନଦୀ ପାଇଁ ଜମ୍ବୁବାସୀଙ୍କ ଚିନ୍ତା: ଫାଇଲରେ ରହିଗଲା ଯୋଜନା, ବିପଦସଙ୍କୁଳ ଅବସ୍ଥାରେ ନଦୀ ପାର୍‌ ହେଉଛନ୍ତି ଛାତ୍ରୀଛାତ୍ର

ମହାକାଳପଡ଼ା,୨୩।୮(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳ ନଦୀ, ନାଳ ଘେରା ଜମ୍ବୁ ପଞ୍ଚାୟତକୁ ଦୀର୍ଘ ବର୍ଷଧରି ଡଙ୍ଗାରେ ଲୋକମାନେ ଯାତାୟାତ କରୁଥିବା…

ମଙ୍ଗଳଙ୍କ ଗୋଚରରେ ରାଜଯୋଗ; ବଢିବ ୫ରାଶିର ଇନକମ୍‌, ହୁ ହୁ ହୋଇ ବଢିବ ଧନ!

ଦ୍ରିକ୍ ପଞ୍ଚାଙ୍ଗ ଅନୁସାରେ, ୧୮ ସେପ୍ଟେମ୍ବର ୨୦୨୬ ତାରିଖ ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ. ଏହି ଦିନ ମଙ୍ଗଳ ଗ୍ରହ ନିଜର ନୀଚ ରାଶି କର୍କଟରେ…

ପୁଣି ଡରାଇଲାଣି ଲଘୁଚାପ, ଏସବୁ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷିବ! ଆଲର୍ଟ ଜାରି

ଭୁବନେଶ୍ୱର,୨୩ା୮(ବନ୍ଦନା ସେଠୀ): ବଙ୍ଗୋପସାଗରରେ ପୁଣି ଲଘୁଚାପ ସୃଷ୍ଟି ହେବ। ଶୁକ୍ରବାର ମ୍ୟାନ୍‌ମାର ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଥିବା ଘୂର୍ଣ୍ଣିବଳୟ ଶନିବାର ଉତ୍ତର ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ…

ଧର୍ମାନ୍ତରୀକରଣ

ଚଳିତ ସପ୍ତାହରେ ପ୍ରକାଶ ପାଇଥିବା ଏକ ଖବରର ଶୀର୍ଷକ ହେଉଛି ‘ଧର୍ମାନ୍ତରୀକରଣ ଆଇନ ଏପର୍ଯ୍ୟନ୍ତ ଲାଗୁ ହୋଇ ନ ଥିବା ଜାଣିବା ପରେ ପୁଣେ ପୋଲିସ ସେହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri