ଅଣୁ,କ୍ଷୁଦ୍ର ଉଦ୍ୟୋଗକୁ ଋଣ ନାହିଁ

କେନ୍ଦ୍ରାପଡ଼ା ଅଫିସ,୨୮ା୫: ଗୋଟିଏ ଅଞ୍ଚଳର ବିକାଶରେ ଶିଳ୍ପର ଭୂମିକା ଗୁରୁତ୍ୱପୂର୍ଣ୍ଣ। ବହିରାଗତ ଶିଳ୍ପ ଉପତ୍ାଦ ଅର୍ଥନୈତିକ ସ୍ଥିତି ସେହି ଅଞ୍ଚଳକୁ ବିକଶିତ କରେ। ଏଥିପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ପାଇଁ ପ୍ରତି ଜିଲାରେ ପ୍ରଧାନମନ୍ତ୍ରୀ ନିଯୁକ୍ତି ସୃଜନ କାର୍ଯ୍ୟକ୍ରମ (ପିଏମ୍‌ଇଜିପି) ଚଳାଇବାକୁ ଗୁରୁତ୍ୱ ଦେଇଛନ୍ତି। ତେବେ କେନ୍ଦ୍ରାପଡ଼ା ଜିଲାରେ ଏହି କାର୍ଯ୍ୟକ୍ରମ ସଫଳ ଭାବେ ରୂପାୟନ ହେଉନି। ଅନାଦେୟ ଋଣ ଗ୍ରହୀତାଙ୍କ ସଂଖ୍ୟା ବଢ଼ୁଥିବା ଦର୍ଶାଇ ବ୍ୟାଙ୍କ କର୍ତ୍ତୃପକ୍ଷ ଏଥିରେ ବାଧା ସୃଷ୍ଟି କରୁଛନ୍ତି। ଅଣୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ପାଇଁ ଆଗ୍ରହୀ ଯୁବବର୍ଗ ନିରାଶ ହେଉଛନ୍ତି।
ଏ ସଂକ୍ରାନ୍ତରେ ପଟ୍ଟାମୁଣ୍ଡାଇ ବ୍ଲକ ପୋଖରିଆପଡ଼ା ଗ୍ରାମର ପବିତ୍ର ବେରା କହିଛନ୍ତି, ଥଣ୍ଡା ପାନୀୟର ଚାହିଦା ଅଛି। ଏଥିପାଇଁ ଜିଲା ଶିଳ୍ପକେନ୍ଦ୍ର ମାଧ୍ୟମରେ ବ୍ୟାଙ୍କରୁ ଋଣ ଆଣିବା ପାଇଁ ବାରମ୍ବାର ଯାଇଛି। ତେବେ ବ୍ୟାଙ୍କ କର୍ତ୍ତୃପକ୍ଷ ଋଣ ପାଇଁ ସମ୍ପତ୍ତି ବନ୍ଧକ ଉପରେ ଗୁରୁତ୍ୱ ଦେଇଛନ୍ତି। ବନ୍ଧକ ପାଇଁ ମୋର ପର୍ଯ୍ୟାପ୍ତ ସମ୍ପତ୍ତି ନାହିଁ। ବାଧ୍ୟ ହୋଇ ଏହି କ୍ଷୁଦ୍ର ଶିଳ୍ପରୁ ଓହରି ଆସିବାକୁ ପଡ଼ିଲା। ଏନେଇ ପାଇଥିବା ତାଲିମ ବେକାର ହୋଇଗଲା। ସମ୍ପତ୍ତି ବନ୍ଧକ ପିଏମ୍‌ଇଜିପି ପାଇଁ ବାଧକ ସାଜିଥିବା ସେ କହିଛନ୍ତି।ଏହି ବ୍ଲକ କଷଣଅଣ୍ଟା ଗ୍ରାମର ରୀତାରାଣୀ ବେହେରା କହିଛନ୍ତି, ଜିଲା ଶିଳ୍ପ କେନ୍ଦ୍ର ମାଧ୍ୟମରେ ମସଲା ଶିଳ୍ପ ପାଇଁ ତାଲିମ ନେଇଛନ୍ତି। ୨୦୧୮ରେ ଏହି ପ୍ରକଳ୍ପ ପାଇଁ ୮ ଲକ୍ଷ ଟଙ୍କାର ଋଣ ଆବେଦନ କରିଥିଲେ। ତେବେ ଏକ ରାଷ୍ଟ୍ରୀୟ ବ୍ୟାଙ୍କ ୨୦୧୯ରେ ମାତ୍ର ୩ ଲକ୍ଷ ଟଙ୍କାର ଋଣ ପ୍ରଦାନ କରିଥିଲେ। କୋଭିଡ଼ ସଂକ୍ରମଣ ପାଇଁ ମସଲା ବିକ୍ରିରେ ଅସୁବିଧା ହୋଇଛି। ଏବେ ଏହାର ସ୍ଥିତି ସୁଧାରିବାକୁ ବସିଥିବା ବେଳେ ଋଣ ଅର୍ଥ ଫେରସ୍ତ ଚିନ୍ତାର କାରଣ ହୋଇଛି। ଏକକାଳୀନ ୮ ଲକ୍ଷ ଟଙ୍କା ମିଳିଥିଲେ, ଏହି ଶିଳ୍ପରେ ଅନୁନ୍ୟ ୧୦ ଜଣ ନିଯୁକ୍ତି ପାଇଥାନ୍ତେ। ଜଣେ ରାଷ୍ଟ୍ରୀୟ ବ୍ୟାଙ୍କ ପରିଚାଳକ କହିଛନ୍ତି, ଋଣ ପ୍ରଦାନ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରବଳ ଚାପ ପଡୁଛି। ଋଣ ପ୍ରଦାନ ପରେ ଅସୁଲ କରା ଯାଇପାରୁ ନ ଥିବାରୁ ଅନାଦେୟ ଋଣ (ଏନ୍‌ପିଏ) ହିତାଧିକାରୀଙ୍କ ସଂଖ୍ୟା ବଢ଼ିଯାଉଛି। ମୁଦ୍ରା ଯୋଜନାରେ ଜିଲାର ବହୁ ଲୋକଙ୍କୁ ଋଣ ପ୍ରଦାନ କରାଯାଇଛି। ତେବେ ଏହାର ଗ୍ରହୀତା ଋଣ ନେଇ ଜିଲା ବାହାରକୁ ପଳାଇଛନ୍ତି। ସେମାନଙ୍କଠାରୁ ଋଣ ଆଦାୟ କରିବା କଷ୍ଟକର ହୋଇଛି। ସେହିପରି ପିଏମ୍‌ଇଜିପିରେ ବହୁ ଆଶାୟୀ ଋଣ ପ୍ରଦାନ ପାଇଁ ଚାପ ପକାଉଛନ୍ତି। ତେବେ ସମ୍ପତ୍ତି ବନ୍ଧକ ଦେବାକୁ ପଛଘୁଞ୍ଚା ଦେଉଥିବାରୁ ସମ୍ପୃକ୍ତ ଗ୍ରହୀତା ଋଣ ସୁଝିବା ନେଇ ଅନିଶ୍ଚିତାରେ ବ୍ୟାଙ୍କ କର୍ତ୍ତୃପକ୍ଷ ରହିବା ସ୍ବାଭାବିକ କଥା। ସାମାଜିକ କର୍ମୀ ଅନନ୍ତ କୁମାର ଦାଶ କହିଛନ୍ତି, ଜିଲାରେ ଶିଳ୍ପ ଉଦ୍ୟୋଗ ପାଇଁ ପ୍ରଶାସନ ପକ୍ଷରୁ କୌଣସି ଚାପ ନାହିଁ। ବହୁ ଶିକ୍ଷିତ ଓ ତାଲିମ ପ୍ରାପ୍ତ ଶିଳ୍ପ ଉଦ୍ୟୋଗ ଆଶାୟୀ ବାରମ୍ବାର ଜିଲା ଶିଳ୍ପ କେନ୍ଦ୍ର ମାଧ୍ୟମରେ ଏଥିପାଇଁ ଚେଷ୍ଟା କରୁଥିଲେ ମଧ୍ୟ ନିରାଶ ହେଉଛନ୍ତି। ଜିଲା ପ୍ରଶାସନ ପକ୍ଷରୁ ଏନେଇ ପ୍ରତି ବର୍ଷରେ ୨ ଥର ସମୀକ୍ଷା ବୈଠକ ହେଉଛି। ସମୀକ୍ଷା ବୈଠକ କେବଳ କାଗଜପତ୍ରରେ ସୀମିତ ରହିଯାଉଛି। ନିୟମ ଅନୁଯାୟୀ ବ୍ୟାଙ୍କ ଜମାର ୬୦ ପ୍ରତିଶତ ଋଣ ଦେବାକୁ ବ୍ୟାଙ୍କଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି। ମାତ୍ର ଗୋଟିଏ ଦୁଇଟିକୁ ଛାଡ଼ି ଦେଲେ ଅବଶିଷ୍ଟ ବ୍ୟାଙ୍କର ଋଣ ପ୍ରଦାନ ହାର ୨୦ ପ୍ରତିଶତ ରହୁନାହିଁ।ସିଙ୍ଗଲ ୱିଣ୍ଡୋରେ ଶିଳ୍ପ ଉଦ୍ୟୋଗୀଙ୍କୁ ଋଣ ବ୍ୟବସ୍ଥା ହେଲେ ଜିଲାର ବିକାଶ ହୋଇ ପାରିବ।
ଏସମ୍ପର୍କରେ ଏଡିଏମ୍‌ ପିତାମ୍ବର ସାମଲ କହିଛନ୍ତି, ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ ବ୍ୟାଙ୍କଗୁଡ଼ିକୁ ତାଗିଦା କରାଯାଇଛି। ଏନେଇ ଅଭିଯୋଗ ଆସିଲେ ଜିଲା ପ୍ରଶାସନ ପକ୍ଷରୁ ବ୍ୟାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?