ବନ୍ୟା ଆସିଲେ ମନେପଡ଼େ ଦୁର୍ଗତଙ୍କ ଦୁଃଖ

ଯାଜପୁର,୮।୮(ହର୍ଷବର୍ଦ୍ଧନ ବେହେରା): ଯାଜପୁର ଜିଲାରେ ବନ୍ୟା ଆସିଲେ ଦୁର୍ଗତଙ୍କ ଦୁଃଖ ମନେପଡ଼େ ବୋଲି ଏବେ ସବୁଠି ଚର୍ଚ୍ଚା। ବୈତରଣୀ ଓ ବ୍ରାହ୍ମଣୀ ନଦୀରେ ନିୟମିତ ବ୍ୟବଧାନରେ ବଡ଼ବଡ଼ ବନ୍ୟା ଲୋକଙ୍କ ମେରୁଦଣ୍ଡକୁ ଦୋହଲାଇ ଦେଇଥିବାରୁ ଏଭଳି ମତପ୍ରକାଶ ପାଉଛି। ବନ୍ୟା ପୂର୍ବରୁ ତାହାର ପ୍ରତିକାର କରିବା ପରିବର୍ତ୍ତେ ପରବର୍ତ୍ତୀ ସମୀକ୍ଷା କରିବା ସାଧାରଣ କଥା ହୋଇଛି। ଫଳରେ ପ୍ରତିବର୍ଷ ବନ୍ୟାରେ ଲୋକେ ନାହିଁ ନ ଥିବାର ସମସ୍ୟା ଭୋଗୁଛନ୍ତି। ଆବଶ୍ୟକ ବନ୍ୟା ଆଶ୍ରୟସ୍ଥଳୀ ନ ଥିବାରୁ ଦୁର୍ଗତମାନେ ନଦୀବନ୍ଧ ରାସ୍ତାରେ ଜୀବନ କାଟିଥାନ୍ତି। ବନ୍ୟା ଆଶ୍ରୟସ୍ଥଳୀ ପାଇଁ ବହୁ କୋଟି ଟଙ୍କା ମଞ୍ଜୁର ହୋଇଥିଲେ ହେଁ ତାହାର ନିର୍ମାଣ ନିର୍ଦ୍ଧାରିତ ସମୟରେ ସରୁନାହିଁ। ଏହିକ୍ରମରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ପ୍ରମିଳା ମଲ୍ଳ୍‌ିକ ସୋମବାର ଜିଲା ପରିଷଦ ସମ୍ମିଳନୀ କକ୍ଷରେ ଯାଜପୁର ଜିଲାର ବନ୍ୟା ପରବର୍ତ୍ତୀ କାର୍ଯ୍ୟ ସମ୍ପର୍କରେ ସମୀକ୍ଷା କରିଥିଲେ।
ଜଳସେଚନ, ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ, କୃଷି ଓ ଉଦ୍ୟାନ କୃଷି, ଉଠା ଜଳସେଚନ, ମତ୍ସ୍ୟ ଚାଷ ଆଦି ବନ୍ୟା ଯୋଗୁ ପ୍ରଭାବିତ ହୋଇଛି। ଏଗୁଡ଼ିକର କ୍ଷୟକ୍ଷତି ସମ୍ପର୍କରେ ତଦନ୍ତ କରି ତୁରନ୍ତ ଭରଣା କରିବାକୁ ବୈଠକରେ ମନ୍ତ୍ରୀ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଜଳସେଚନ ଅଧୀନ ଯେଉଁ ଯେଉଁ ବନ୍ଧ ଜାଗାରେ ଅତଡ଼ା ଖସିଛି ସେଗୁଡ଼ିକୁ ମଜଭୁୁତ ଭାବେ ମରାମତି କରିବାକୁ କୁହାଯାଇଛି। ଆହୁରି ୩ ମାସ ପର୍ଯ୍ୟନ୍ତ ବନ୍ୟା ଆଶଙ୍କା ରହୁଥିବାରୁ ଚଳିତ ବନ୍ୟାରେ ଯେଉଁ କ୍ଷୟକ୍ଷତି ହୋଇଛି, ତାହାର ତୁରନ୍ତ ଭରଣା ପାଇଁ ପରାମର୍ଶ ଦିଆଯାଇଛି। ପନିପରିବା ଚାଷ, ରୁଆ ଧାନ, କଚ୍ଚା ଘର, ନଳକୂପ, ରାସ୍ତା ଓ କଲଭର୍ଟ, ବିଞ୍ଝାରପୁର ବ୍ଳକରେ ବନ୍ୟା ପ୍ଳାବିତ ଅଞ୍ଚଳରେ ଉଠାଜଳସେଚନ ପଏଣ୍ଟର କ୍ଷୟକ୍ଷତି ଆଦି ଠିକ୍‌ ଭାବେ ରିପୋର୍ଟ ଦେବାକୁ ସେ ନିର୍ଦ୍ଦେଶ ଦେଇଥିଲେ। ଯେଉଁ ଡ୍ରେନେଜ ସ୍ଥାନରେ ଦଳ ବୋଝେଇ ହୋଇ ଚାଷ ଜମି କ୍ଷୟକ୍ଷତି ହୋଇଛି ସେଠି ସଫେଇ ପାଇଁ ପ୍ରସ୍ତାବ ଦେବାକୁ ଜିଲାପାଳ ଚକ୍ରବର୍ତ୍ତୀ ସିଂହ ରାଠୋର ବିଡିଓ, ଅଧୀକ୍ଷଣ ଯନ୍ତ୍ରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ସେହିପରି ବିଧାୟକମାନଙ୍କ ସୁପାରିସ କ୍ରମେ ବନ୍ୟା କ୍ଷୟକ୍ଷତିର ତଦନ୍ତ କରି ତଦନ୍ତ ରିପୋର୍ଟ ଦାଖଲ କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ।
ବରୀ ବିଧାୟିକା ସୁନନ୍ଦା ଦାସ ବ୍ରାହ୍ମଣୀର ଦକ୍ଷିଣରେ ଥିବା ବନ୍ଧ ଓ ରାସ୍ତାକୁ ଉଚ୍ଚା କରିବା, ବଡ଼ଚଣା ବିଧାୟକ ଅମର ପ୍ରସାଦ ଶତପଥୀ କୃଷ୍ଣଦାସପୁର ଅଞ୍ଚଳରେ ପନିପରିବା ଚାଷର ସୁରକ୍ଷା ଉପରେ ତଥା ବିରୂପା, ଗୋବରୀ ସଂଲଗ୍ନ ନାଳକୁ ନଦୀର ମାନ୍ୟତା, ଆଂଶିକ ବନ୍ୟା ଅଞ୍ଚଳରେ ଉନ୍ନୟନ ମୂଳକ କାର୍ଯ୍ୟ ଚାଲୁ ରଖିବାକୁ ପ୍ରସ୍ତାବ ଦେଇଥିଲେ। କୋରେଇ ବିଧାୟକ ଅଶୋକ ବଳ ଓସମା ପାଟରେ ଜଳ ନିଷ୍କାସନ, ବୈତରଣୀ ଦକ୍ଷିଣରେ ଡ୍ରେନେଜ ବ୍ୟବସ୍ଥା, ଓସ୍ତପୁର ଚାଷ ଜମିରେ ଦଳ ସଫା, ବାହଦଲପୁର, ଗୋରଖପୁର, ରାଉତରାପୁର, ଜୋକଡିଆ, ପହଙ୍ଗା, ବନ୍ଦାଳିଆ ପଞ୍ଚାୟତରେ ପାଣି ସମସ୍ୟା ସମାଧାନ ଦିଗରେ ପ୍ରସ୍ତାବ ଦେଇଥିଲେ। ଧର୍ମଶାଳା ବିଧାୟକ ପ୍ରଣବ କୁମାର ବଳବନ୍ତରାୟ ଜେନାପୁରରୁ ରମାପୁର ପନିପରିବା ଚାଷ କ୍ଷୟକ୍ଷତିର ଆକଳନ, ପ୍ରଭାବିତ ସ୍କୁଲ ଓ ଅଙ୍ଗନୱାଡି, ରାସ୍ତାର ପୁନଃମରାମତି ଉପରେ ପ୍ରସ୍ତାବ ଦେଇଥିଲେ। ପରିଶେଷରେ ଜିଲା ପରିଷଦ ଅଧ୍ୟକ୍ଷା ନଳିନୀ ପ୍ରଭା ଜେନା ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରୀତି ରଞ୍ଜନ ଘଡାଇ, ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ପ୍ରତିନିଧି କର୍ଣ୍ଣାଟ କେଶରୀ ଦାସ, ଜିଲା ପରିଷଦ ଉପସଭାପତି ଗଣେଶ୍ୱର ବରାଳ, ଅତିରିକ୍ତ ଜିଲାପାଳ ଦୁଃଖବନ୍ଧୁ ନାୟକ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଅଶୋକ କୁମାର ବେଉରିଆ, ଜିଲା ଜରୁରୀ ଅଧିକାରୀ ଉମେଶ ଚନ୍ଦ୍ର ଲେଙ୍କା, ଡିପିଓ ନିମାଇଁ ଚରଣ ଦାସ, ସମସ୍ତ ବ୍ଳ୍‌କର ବିଡିଓ ଏବଂ ତହସିଲଦାର, ବିଭିନ୍ନ ଲାଇନ ଡିପାର୍ଟମେଣ୍ଟର ଅଧୀକ୍ଷଣ ଯନ୍ତ୍ରୀ, ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ ଓ ପ୍ରାଣୀ ଚିକିତ୍ସା ବିଭାଗର ଅଧିକାରୀ ଉପସ୍ଥିତ ଥିଲେ।
ଯାଜପୁର ଜିଲା ଦେଇ ପ୍ରବାହିତ ବ୍ରାହ୍ମଣୀ, ବୈତରଣୀ, ବୁଢ଼ା, ଖରସ୍ରୋତା, ବିରୂପା, କାଣୀ ଆଦି ନଦୀର ବନ୍ୟାଜଳ ତଟାଞ୍ଚଳବାସୀଙ୍କ ପାଇଁ କାଳ ହୋଇଛି। ଜିଲାରେ ଗତ ୧୭ ବର୍ଷରେ ନିୟମିତ ବ୍ୟବଧାନରେ ୬ଟି ବଡ଼ ବନ୍ୟା ଲୋକଙ୍କ ମେରୁଦଣ୍ଡକୁ ଦୋହଲାଇ ଦେଇଛି। ଇତିମଧ୍ୟରେ ବନ୍ୟା ନିୟନ୍ତ୍ରଣ ପାଇଁ ଷ୍ଟେଟ୍‌ ପାଇପ୍‌ଲାଇନ ପ୍ରୋଜେକ୍ଟ ଜରିଆରେ ବିଭିନ୍ନ ନଦୀବନ୍ଧ ପୁନରୁଦ୍ଧାର କରିବାକୁ ଅର୍ଥ ମଞ୍ଜୁର ହୋଇଛି। ଏହିସବୁ ଠିକ୍‌ ଭାବେ କାର୍ଯ୍ୟକାରୀ ହେଲେ ବନ୍ୟା ନିୟନ୍ତ୍ରଣ ହୋଇପାରିବ ବୋଲି ବିଭାଗ ପକ୍ଷରୁ ଆଶା କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ବ ଚାମ୍ପିୟନ ଭାରତକୁ ଧରାଶାୟୀ କଲା ଆୟାର୍ଲାଣ୍ଡ

ବେଲ୍‌ଫାଷ୍ଟ, ୨୮ା୬: ଆୟର୍ଲାଣ୍ଡ ବିପକ୍ଷରେ ଭାରତର ଶକ୍ତିଶାଳୀ ବ୍ୟାଟିଂ ଲାଇନ୍‌ ଅପ୍‌ ପୁଣି ବିଫଳ ହୋଇଛି। ସ୍ଥାନୀୟ ସିଭିଲ ସର୍ଭିସ କ୍ରିକେଟ କ୍ଲବଠାରେ ରବିବାର ଖେଳାଯାଇଥିବା ଦ୍ୱିତୀୟ…

ଟି୨୦ ବିଶ୍ୱକପରେ ଭାରତର ଅଭିଯାନ ଶେଷ

ଲଣ୍ଡନ, ୨୮।୬: ଚଳିତ ମହିଳା ଟି୨୦ କ୍ରିକେଟ ବିଶ୍ୱକପର ଗ୍ରୁପ୍‌ ପର୍ଯ୍ୟାୟରୁ ଭାରତ ଅଭିଯାନ ଶେଷ ହୋଇଛି। ରବିବାର ଅନୁଷ୍ଠିତ ଅନ୍ତିମ ଲିଗ୍‌ ମ୍ୟାଚରେ ଭାରତକୁ ଅଷ୍ଟ୍ରେଲିଆ…

କ୍ରିକେଟ ଟୁର୍ନାମେଣ୍ଟ, ସୋମପେଣ୍ଠା ବିଜୟୀ, ଖେଳାଳିଙ୍କୁ ଉତ୍ସାହିତ କଲେ ବିଧାୟକ

ଛତ୍ରପୁର,୨୮।୬(ଦିଲ୍ଲୀପି ସାମଲ): ଛତ୍ରପୁର ନିକଟସ୍ଥ ଟି. ନୂଆଁଗାଁ ପଡ଼ିଆରେ ଚାଲିଥିବା ଶ୍ରୀଶ୍ରୀ ବାବା ଅଗସ୍ତିଶ୍ୱର କ୍ରିକେଟ ଟୁର୍ନାମେଣ୍ଟ ରବିବାର ଉଦଯାପିତ ହୋଇଯାଇଛି। ଫାଇନାଲ ମ୍ୟାଚ୍‌ ରଙ୍ଗେଈଲୁଣ୍ଡା ଏବଂ…

ସରକାରୀ ଚାକିରି ଦେବା ନାମରେ ୨୩ ଲକ୍ଷ ଠକେଇ

କେନ୍ଦୁଝର,୨୬ା୬(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ପୋଲିସ ଚାକିରି ଦେବା ନାମରେ ଠକେଇ ମାମଲାର ପର୍ଦ୍ଦାଫାଶ କରିଛି। ଘଟଣାରେ ଜଡ଼ିତ ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତ ଜଣକ…

ତିରୁମାଲା ମନ୍ଦିର ସୁପ୍ରଭାତ ସେବାରେ ଯୋଗଦେଲେ ଅନନ୍ତ ଅମ୍ବାନୀ, କଲେ ମୁଣ୍ଡନ

ତିରୁମାଲା,୨୮।୬: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଅନନ୍ତ ଅମ୍ବାନୀ ରବିବାର ତିରୁମାଲାର ପାହାଡ଼ରେ ଅବସ୍ଥିତ ପବିତ୍ର ଭଗବାନ ଭେଙ୍କଟେଶ୍ୱରଙ୍କ ମନ୍ଦିରରେ ପହଞ୍ଚି ପୂଜାର୍ଚ୍ଚନା କରିଛନ୍ତି। ଅନନ୍ତ ତିରୁମାଲାରେ…

ବ୍ରାଉନସୁଗାର ଜବତ ଘଟଣା: ୪ ଜଣଙ୍କ ମଧ୍ୟରୁ ଜେଲ ହାଜତକୁ ଗଲେ ୩, ଜଣେ ଖଲାସ

ହାଟଡିହୀ/କେନ୍ଦୁଝର,୨୮।୬(ଶୁଭକାନ୍ତ ନାୟକ/ନରେଶ ଚନ୍ଦ୍ର ପଟ୍ଟନାୟକ): ବ୍ରାଉନସୁଗାର ଜବତ ଘଟଣାରେ ଗିରଫ ହୋଇ କୋର୍ଟ ଚାଲାଣ ହୋଇଥିବା ୪ ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ୩ ଜଣ ଜେଲ ହାଜତକୁ…

ଚେନ୍ନାଇରୁ ଘରକୁ ଫେରିବା ବାଟରେ ଶ୍ରମିକ ନିଖୋଜ, ଖୋଜିବା ପାଇଁ ସ୍ତ୍ରୀଙ୍କ ନିବେଦନ

ଦେବଗଡ,୨୮ା୬(ଶଶାଙ୍କ ଶେଖର ଝାଙ୍କର): ଚେନ୍ନାଇରୁ ଘରକୁ ଫେରୁଥିବା ସମୟରେ ଦେବଗଡ ଜିଲା ରିଆମାଳ ଥାନା ଅଞ୍ଚଳର ପୁରମୁଣ୍ଡା ଗ୍ରାମର ଜଣେ ଶ୍ରମିକ ନିଖୋଜ ହୋଇଯାଇଥିବା ଜଣାପଡିଛି ।…

ମହାନଦୀରେ ବୁଡ଼ିଗଲେ ୩ କଲେଜ ଛାତ୍ର

କଟକ,୨୮।୬(ପ୍ରଭୁକଲ୍ୟାଣ ପାଲ୍‌): ଜଗତପୁର ଖଇରା ବ୍ରିଜ ସାତବାଟିଆ ନିକଟ ମହାନଦୀରେ ଏକ ଅଘଟଣ ଘଟିଛି। ମହାନଦୀର ବୁଡ଼ି ୩ଜଣ କଲେଜ ଛାତ୍ର ନିଖୋଜ ହୋଇଯାଇଛନ୍ତି। ସେମାନଙ୍କ ମଧ୍ୟରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri