କରୋନା ସଂକ୍ରମିତଙ୍କୁ ବଞ୍ଚାଇବାରେ ଅସଫଳ ହେଲା ରେମଡେସିଭିର!

ଜେନେଭା,୧୬ ।୧୦: ଆମେରିକା କମ୍ପାନୀ ଗିଲିଏଡର ରେମଡେସିଭିର ଔଷଧ କରୋନା ସଂକ୍ରମିତଙ୍କ ଜୀବନ ବଞ୍ଚାଇବାରେ ଅସଫଳ ହୋଇଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(ଡବ୍ଲୁଏଚ୍‌ଓ) ନିକଟରେ ଏକ କ୍ଲିନିକାଲ ଟେଷ୍ଟରେ ପାଇଥିବା ତଥ୍ୟ ଅନୁଯାୟୀ, କରୋନା ସଂକ୍ରମିତଙ୍କ ଚିକିତ୍ସା କରିବା ଅବା ସେମାନଙ୍କର ଜୀବନ ବଞ୍ଚାଇବାରେ ରେମଡେସିଭିର ଆଦୌ ସଫଳ ନୁହେଁ କହିଲେ ଚଳେ । କରୋନା ସଂକ୍ରମଣ ଆରମ୍ଭରେ ପ୍ରଥମେ ଏହି ଆଣ୍ଟି ଭାଇରାଲ ମେଡିସିନର ବ୍ୟବହାର କରାଯାଇଥିଲା । ନିକଟରେ କରୋନାରେ ସଂକ୍ରମିତ ହୋଇଥିବା ଆମେରିକା ରାଷ୍ଟ୍ରପତିଙ୍କ ଚିକିତ୍ସାରେ ମଧ୍ୟ ଏହାକୁ ବ୍ୟବହାର କରାଯାଇଥିଲା । ନିକଟରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ୪ଟି ସମ୍ଭାବିତ ଔଷଧ ବ୍ୟବସ୍ଥାକୁ ନେଇ ପରୀକ୍ଷଣ କରିଥିଲା । ଯେଉଁଥିରେ ରେମଡିସିଭିର, ହାଇଡ୍ରୋକ୍ଲୋରୋକୁଇନ୍‌, ଆଣ୍ଟି ଏଚ୍‌ଆଇଭି ଡ୍ରଗ୍ କମ୍ବିନେଶନ ଲୋପିନାଭିର-ରିଟୋନାଭିର ଓ ଇଣ୍ଟରଫୋରନ ସାମିଲ ହୋଇଥିଲା । ଏହି ପରୀକ୍ଷଣରେ ୩୦ ଦେଶର ପାଖାପାଖି ୧୧,୨୬୬ ବୟସ୍କ ରୋଗୀଙ୍କୁ ସାମିଲ କରାଯାଇଥିଲା । ଏଥିରୁ ଜଣାପଡିଥିଲା ଯେ ଯେଉଁମାନେ କରୋନାରେ ପୀଡ଼ିତ ହୋଇ ଲମ୍ବା ସମୟ ପର୍ଯ୍ୟନ୍ତ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ସେମାନଙ୍କଠାରେ ଏହି ଔଷଧ କିଛି କାମ କରୁନାହିଁ । ସୂଚନାଯୋଗ୍ୟ, ମେ’ ୧ରେ ଆମେରିକାର ଫୁଡ ଆଣ୍ଡ ଡ୍ରଗ୍ସ ପ୍ରଶାସନ ରେମଡେସିଭିରକୁ ଆମେରିକା ଜରୁରୀ ପରିସ୍ଥିତିରେ ବ୍ୟବହାର କରିବାକୁ ମଞ୍ଜରୀ ପ୍ରଦାନ କରିଥିଲା । ଏହାପରେ କିଛି ଦେଶ ଏହାକୁ ବ୍ୟବହାର କରୁଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

୬୮ ବର୍ଷରେ ପ୍ରଥମଥର: ପାଳନ ହେବନି ବ୍ରିଟେନ ରାଣୀଙ୍କ ଜନ୍ମଦିନ

ଲଣ୍ଡନ,୧୯।୪: ବ୍ରିଟେନ ମହାରାଣୀ ଏଲିଜାବେଥଙ୍କ ଜନ୍ମଦିନ ଚଳିତ ବର୍ଷ ପାଳନ କରାଯିବନାହିଁ। ୬୮ ବର୍ଷରେ ପ୍ରଥମଥର ମହାରାଣୀଙ୍କ ଜନ୍ମଦିନ ପାଳନକୁ ବନ୍ଦ କରିଦିଆଯାଇଛି। ଦେଶରେ କରୋନା...

ସାନିଟାଇଜ୍‌ ହେଲା ଗଞ୍ଜାମ ଜିଲାପାଳଙ୍କ କାର୍ଯ୍ୟାଳୟ

ଛତ୍ରପୁର,୨୫ା୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତଗତିରେ ବୃଦ୍ଧି ପାଇବାରେ ଲାଗିଛି। ବରିଷ୍ଠ ଅଫିସରମାନେ ମଧ୍ୟ ସଂକ୍ରମିତ ହେଲେଣି। ୧୦ଦିନ ପାଇଁ ସମସ୍ତ ସରକାରୀ...

ଗୋଟିଏ ମାଛ ବଦଳାଇଦେଲା ମତ୍ସ୍ୟଜୀବୀଙ୍କ ଭାଗ୍ୟ

ରିଓ,୨୨।୧୦:ସମୁଦ୍ରରୁ ଏକ ମାଛ ଧରି ମାଲାମାଲ ହୋଇଯାଇଛନ୍ତି ଜଣେ ମତ୍ସ୍ୟଜୀବୀ। ବ୍ରାଜିଲର ଆମାଜନ ଷ୍ଟେଟ୍‌ସ୍ଥିତ ଆମନା ସସ୍‌ଷ୍ଟେନେବଲ୍‌ ଡେଭଲୋପମେଣ୍ଟ ରିଜର୍ଭରୁ ମାଛଟିକୁ ଧରାଯାଇଛି। ଏହି ମାଛଟିର...

ମାଡ଼ି ଆସୁଛି ନୂଆ ବିପଦ: ୪ କୋଟିରୁ ଅଧିକ ଲୋକ ହରାଇବେ ଚାକିରି

ନୂଆଦିଲ୍ଲୀ/ଓ୍ବାଶିଂଟନ, ୧୭।୮: ପୃଥିବୀରେ କରୋନା ମହାମାରୀ ଯୋଗୁ ଆତଙ୍କ ସୃଷ୍ଟି ହୋଇଛି। ଏପରି ସ୍ଥଳେ ପୁଣି ଏକ ନୂଆ ବିପଦ ମାଡ଼ି ଆସୁଥିବା ପରିବେଶବିତ୍‌ ମାନେ...

ଭାରତରେ ସଂକ୍ରମିତଙ୍କ ସଂଖ୍ୟା ହଜାରେ ଟପିଲା

ନୂଆଦିଲ୍ଲୀ,୨୯ା୩: ଭାରତରେ ବିଭିନ୍ନ କଟକଣା ସତ୍ତ୍ୱେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିଚାଲିଛି। ଶନିବାର ସନ୍ଧ୍ୟା ସୁଦ୍ଧା ଭାରତରେ ୨୧ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ସଂକ୍ରମିତଙ୍କ...

‘ବହୁ ଆଗରୁ କରିବାର ଥିଲା’

ଓ୍ବାଶିଂଟନ,୪ା୧: ଜେନେରାଲ କାସିମ ସୋଲେମାନି ଦୀର୍ଘ ସମୟ ଧରି ହଜାର ହଜାର ଆମେରିକୀୟଙ୍କୁ ହତ୍ୟା କିମ୍ବା ରକ୍ତାକ୍ତ କରିବାରେ ଲାଗିଥିଲେ। ଏହାସହ ସେ ଆହୁରି ଅନେକଙ୍କୁ...

ରାଜ୍ୟରେ ସୁସ୍ଥ ହେଲେ ଆଉ ୪୧୦୮ କରୋନା ଆକ୍ରାନ୍ତ: ଖୋର୍ଦ୍ଧା ଜିଲାରୁ ସର୍ବାଧିକ ସୁସ୍ଥ

ଭୁବନେଶ୍ୱର,୪।୧୦(ବ୍ୟୁରୋ)-ରାଜ୍ୟରେ ରବିବାର ଆଉ ୪୧୦୮ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୭୨୧ ଜଣ ସୁସ୍ଥ ହୋଇଥିବାବେଳେ କଟକରୁ ୪୯୨, ଯାଜପୁରରୁ ୨୧୨,...

ଚାଇନା ତାରକା ଫୁଟବଲର କରୋନା ଭାଇରସ ଆକ୍ରାନ୍ତ

ସାଙ୍ଘାଇ,୨୧।୩(ପି.ଟି.):  ଚାଇନାର ଜଣାଶୁଣା ଫୁଟବଲ ତାରକା ବୁ ଲେଇ ସ୍ପେନ୍‌ରେ କରୋନା ଭାଇରସ୍‌ ଦ୍ୱାରା ଆକ୍ରାନ୍ତ ହୋଇଛନ୍ତି। ସ୍ପେନ୍‌ର ଇସ୍ପାନ୍ୟୋଲ କ୍ଲବ ତରଫରୁ ଖେଳୁଥିବା ଲେଇଙ୍କ...

Coronavirus Update

Archives

Model This Week

Why Dharitri