ସରିଲା ରିମାଣ୍ଡ, କ’ଣ ପ୍ରମାଣ ମିଳିଲା ସୂଚନା ଦେଉନି ପୋଲିସ

ବଲାଙ୍ଗୀର ଅଫିସ,୨୫ା୧୦: ୫ ଦିନିଆ ରିମାଣ୍ଡରେ ଅଣାଯାଇଥିବା ମମିତା ମେହେର ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କୁ ବଲାଙ୍ଗୀର ପୋଲିସ ବଙ୍ଗୋମୁଣ୍ଡା ଜେଏମ୍‌ଏଫ୍‌ସି କୋର୍ଟ ଜଜ୍‌ଙ୍କ ଆବାସରେ ସୋମବାର ସକାଳ ପ୍ରାୟ ୮ଟାରେ ହାଜର କରିଥିଲା। ସେଠାରୁ ତାଙ୍କୁ କଣ୍ଟାବାଞ୍ଜି ଜେଲକୁ ପଠାଯାଇଛି। ବଲାଙ୍ଗୀର ପୋଲିସ ଅତ୍ୟନ୍ତ ଗୋପନୀୟ ଭାବେ ଭୋର ୪ଟାରୁ ଗୋବିନ୍ଦଙ୍କୁ କୋର୍ଟରେ ହାଜର କରିବାକୁ ନେଇଥିବା ଜଣାପଡିଛି। ଏସ୍‌ପି ଅଫିସର ପଛପଟ ଗେଟ୍‌ରୁ ଗୋବିନ୍ଦଙ୍କୁ ମନୋହାରପୁର ରିଜର୍ଭ ପୋଲିସ ବାରାକ୍‌କୁ ନିଆଯାଇଥିଲା। ସେଠାରେ କିଛି ଘଣ୍ଟା ରଖିବା ପରେ ଭୋର ୪ଟାରୁ କଡ଼ା ସୁରକ୍ଷା ମଧ୍ୟରେ ବଲାଙ୍ଗୀରରୁ ୯୫ କିଲୋମିଟର ଦୂର ବଙ୍ଗୋମୁଣ୍ଡା ନିଆଯାଇଥିଲା। ପରେ ସେଠାରୁ ୧୫ କିଲୋମିଟର ଦୂର କଣ୍ଟାବାଞ୍ଜି ଜେଲକୁ ନିଆଯାଇ ଗୋବିନ୍ଦଙ୍କୁ ଛଡାଯାଇଛି। କୋର୍ଟରେ ହାଜର କରିବା ପାଇଁ ଗୋବିନ୍ଦଙ୍କୁ ଗଣମାଧ୍ୟମ ଆଢୁଆଳରେ ନିଆଯାଇଛି। ୫ ଦିନିଆ ରିମାଣ୍ଡ ଅବଧିରେ ଅଭିଯୁକ୍ତ ଗୋବିନ୍ଦ ପୋଲିସକୁ କ’ଣ ସୂଚନା ଦେଇଛନ୍ତି, ସେହି ସୂଚନା ଆଧାରରେ ପୋଲିସ ତଦନ୍ତକୁ କେତେ ଗତିଶୀଳ କରିଛି ଏବଂ କ’ଣ ପ୍ରମାଣ ଯୋଗାଡ଼ କରିଛି ସେନେଇ ଗଣମାଧ୍ୟମକୁ ଆଦୌ ସୂଚନା ଦିଆଯାଉନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଶ୍ରୀକ୍ଷେତ୍ରରେ ଶ୍ରୀଉତ୍ସବ

ପୁରୀ ଅଫିସ, ୯ା୧୨:ପବିତ୍ର ମାର୍ଗଶିର ମାସ ଶେଷ ଗୁରୁବାର ପୁରୀରେ ଶ୍ରୀଉତ୍ସବ ପାଳିତ ହୋଇଛି। ଲକ୍ଷ୍ମୀପୁରାଣର ବିଶ୍ୱବ୍ୟାପୀ ପ୍ରଚାର ଓ ପ୍ରସାର କରିବା ଉଦ୍ଦେଶ୍ୟରେ ଶ୍ରୀମନ୍ଦିର...

ମଦମୁକ୍ତ ହେବ ପଞ୍ଚାୟତ ନିର୍ବାଚନ : ବଢ଼ିପାରେ ପ୍ରଚାର ଖର୍ଚ୍ଚ

ଭୁବନେଶ୍ୱର, ୬।୧୧(ବ୍ୟୁରୋ): ପଞ୍ଚାୟତ ନିର୍ବାଚନକୁ ଶୃଙ୍ଖଳିତ ଓ ତ୍ରୁଟିମୁକ୍ତ କରିବାକୁ ଶନିବାର ସର୍ବଦଳୀୟ ବୈଠକ ଆୟୋଜିତ ହୋଇଥିଲା। ଏହି ବୈଠକରେ ୪ ପ୍ରସ୍ତାବ ଉପସ୍ଥାପନ ହୋଇଛି।...

ମଣ୍ଡିକୁ ଧାନ ଆସି ଫେରିଲା

ଯାଜପୁର ଅଫିସ,୯ା୬:ଯାଜପୁର ଜିଲାରେ ଗତ ୨୧ ତାରିଖରୁ ରବି ଧାନ କିଣା ଆରମ୍ଭ ହୋଇଛି। ହେଲେ ଏହି କାରବାରରେ ବ୍ୟାପକ ଅନିୟମିତତା ଦେଖାଦେଇଛି। ଟୋକନ ମିଳିଛି,...

ସୋନପୁରରେ ଅଗ୍ନି ବର୍ଷା

ଭୁବନେଶ୍ୱର,୨୦ା୪(ବ୍ୟୁରୋ): ରାଜ୍ୟରେ ଗ୍ରୀଷ୍ମ ପ୍ରକୋପ ବଢ଼ିବାରେ ଲାଗିଛି। ବିଶେଷକରି ପଶ୍ଚିମ ଓଡ଼ିଶାରେ ଯେମିତି ଅଗ୍ନି ବର୍ଷୁଛି। ଏଥିରୁ ସୋନପୁର ଜିଲା ସବୁଠୁ ଊର୍ଦ୍ଧ୍ୱରେ ରହିଛି। ସମଗ୍ର...

ପେପର ଗାଡି ଡ୍ରାଇଭରଙ୍କୁ ମାଡ: ଅଭିଯୁକ୍ତ ଫେରାର

ଫୁଲବାଣୀ ଅଫିସ,୨୧ା୩:  ରାସ୍ତା ଉପରେ କାର ରଖି ଛିଡା ହୋଇ କଥା ହେଉଥିବା କେତେଜଣ ବ୍ୟକ୍ତିଙ୍କୁ ପେପର ଗାଡି ଚାଳକ ସାଇଡ୍‌ ମାଗିବାରୁ ସେମାନେ ମାଡ...

କର୍ମଜୀବୀ ମହିଳା ନିବାସ ଯୋଜନା ବାଟବଣା

ଭୁବନେଶ୍ୱର,୮ା୧୨(ବ୍ୟୁରୋ): ଭାରତର ସମ୍ବିଧାନ ନାରୀ ଓ ପୁରୁଷଙ୍କୁ ସମାନ ଅଧିକାର ଦେଇଛି। ସମୟ ବଦଳିବା ସହିତ ନାରୀ ଶିକ୍ଷାର ଉନ୍ନତି ଘଟିଛି। ମହିଳାମାନେ ସରକାରୀ ଓ...

କୋଭିଡ ଟିକା ନେଲେ ମୟୂରଭଞ୍ଜ ଜିଲାପାଳ

ବାରିପଦା ଅଫିସ,୬।୨: ମୟୂରଭଞ୍ଜ ଜିଲାରେ କୋଭିଡ-୧୯ର ଦ୍ବିତୀୟ ପଯ୍ୟାୟ ଟିକାକରଣ ‘ମୋ ଟିକା ମୋ ସୁରକ୍ଷା’ କାର୍ଯ୍ୟକ୍ରମ ଜିଲାପାଳଙ୍କ କାର୍ଯାଳୟ ପରିସରରେ ଶନିବାର ଅନୁଷ୍ଠିତ ହୋଇଛି...

ମାଓବାଦୀଙ୍କ ଗୁଳିରେ ଜିଆର୍‌ଏସ୍‌ଙ୍କ ମୃତ୍ୟୁ ଘଟଣା : ସଂଯୁକ୍ତାଙ୍କ ସ୍ବାମୀଙ୍କୁ ମିଳିଲା ୩୦ ଲକ୍ଷ

ଫିରିଙ୍ଗିଆ, ୨୯।୬-ସାଧାରଣ ନିର୍ବାଚନର ଗୋଟିଏ ଦିନ ପୂର୍ବରୁ ମାଓବାଦୀଙ୍କ ଗୁଳିରେ କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଲକ ଲୁଇସିଂ ପଞ୍ଚାୟତର ଜିଆର୍‌ଏସ୍‌ ସଂଯୁକ୍ତା ଦିଗାଳଙ୍କ ମୃତ୍ୟୁ ଘଟିଥିଲା।...

Advertisement
Archives

Model This Week