Posted inଜାତୀୟ

ବାକି ରହିଲା ୬୦ ମିଟର ମାଟି ଖୋଳା: ଆଶା ଆଶଙ୍କାରେ ପରିବାର ବର୍ଗ

ଡେରାଡୁନ,୧୦।୨: ଉତ୍ତରାଖଣ୍ଡ ଚାମୋଲିରେ ହିମସ୍ଖଳନ ପରେ ତପୋବନ ଟନେଲରେ କେତେକ ଲୋକ ଅଟକି ରହିଛନ୍ତି। ମୋନଙ୍କ ପାଖରେ ପହଞ୍ଚିବା ପାଇଁ ୧୮୦ ମିଟର ବାଟ ଅତିକ୍ରମ କରିବାକୁ ଉଦ୍ଧାରକାରୀ ଦଳଙ୍କ ପାଇଁ କଷ୍ଟକର ହୋଇ ପଡ଼ିଛି। ଇତିମଧ୍ୟରେ ୧୨୦ ମିଟର ବବାଟରୁ କାଦୁଅ ପାଣି ସଫା କରାଯାଇଛି। ଅବଶିଷ୍ଟ ୬୦ ମିଟର ବାଟର ମାଟି ଖୋଳା କାମ ଜାରି ରହିଛି। ହିମସ୍ଖଳନକୁ ୭୨ ଘଣ୍ଟାରୁ ଅଧିକ ସମୟ ବିିତିଛି। ଏତେ ସମୟ ଧରି ଟନେଲରେ କେତେ ଜଣ ଜୀବିତ ଥିବେ ସେ ନେଇ ସମ୍ପୃକ୍ତ ବ୍ୟକ୍ତିମାନଙ୍କ ପରିବାର ବର୍ଗ ଆଶା ଆଶଙ୍କାରେ ରହିଛନ୍ତି। ତେବେ ବି ଆଶାର କିରଣ ନେଇ ଉଦ୍ଧାରକାରୀଦଳ ଯୁଦ୍ଧକାଳୀନ ଭିତ୍ତିରେ ଅଟକି ରହିଥିବା ଲୋକଙ୍କ ପାଖରେ ପହଞ୍ଚିବାର ଉଦ୍ୟମ ଅବ୍ୟାହତ ରଖିଛନ୍ତି। ଅଟକି ଥିବା ଲୋକେ ଜୀବନ ସହିତ ବଞ୍ଚିବା ଲଢ଼େଇ ଜାରି ରଖିଛନ୍ତି। ଆଇଟିବିପି, ଏନ୍‌ଡ଼ିଆରଏଫ୍‌, ଏସ୍‌ଡିଆର୍‌ଏଫ୍‌ ଟିମ୍‌ ଉଦ୍ଧାର କାର୍ଯ୍ୟରେ ଲାଗି ରହିଛନ୍ତିି। ଇତିମଧ୍ୟରେ ୩୨ ମୃତଦେହ ଉଦ୍ଧାର କରାଯାଇଛି। ୧୭୫ ଲୋକ ନିଖୋଜ ରହିଛନ୍ତି। ସେମାନଙ୍କର ସନ୍ଧାନ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଦେବାଶିଷ ସାମନ୍ତରାୟଙ୍କ ଇସ୍ତଫା ପରେ ଉପନିର୍ବାଚନ ପାଇଁ ବିଜ୍ଞପ୍ତି ଜାରି:ଏହି ଦିନ ହେବ ଭୋଟିଂ

ଭୁବନେଶ୍ୱର,୨୭।୫: ଓଡ଼ିଶାରେ ରାଜ୍ୟ ସଭା ରାଜ୍ୟ ସଭା ଉପନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ବିଜେଡି ଛାଡ଼ି ଭାଜପାରେ ଦେଇଥିବା ଦେବାଶିଷ ସାମନ୍ତରାୟ ଇସ୍ତଫା ଦେବା ପରେ…

ଶ୍ରେଷ୍ଠ ବିଧାୟକ ଚୟନ କମିଟି ଗଠନ: ବାଛିବେ ୬ ସଦସ୍ୟ, ଜଣେ ସାମ୍ବାଦିକ ସାମିଲ

ଭୁବନେଶ୍ୱର,୨୭ା୫(ରବିନାରାୟଣ ଜେନା) ରାଜ୍ୟରେ କେଉଁ ବିଧାୟକଙ୍କ ପ୍ରଦର୍ଶନ ସର୍ବୋତ୍ତମ ତାହାକୁ ଓଡ଼ିଶା ବିଧାନସଭା ଖୁବ୍‌ଶୀଘ୍ର ଲୋକଲୋଚନକୁ ଆଣିବ। ଦୀର୍ଘ ୧୦ ବର୍ଷ ଧରି ବନ୍ଦ ରହିଥିବା ଏହି…

ଭାରତରେ କରୋନାଠାରୁ ବିପଜ୍ଜନକ ‘ଇବୋଲା’ ଭାଇରସର ଏଣ୍ଟ୍ରି! ଆଫ୍ରିକାରୁ ଫେରିଥିବା ୨୮ ବର୍ଷୀୟ ମହିଳା ମେଡିକାଲରେ ଭର୍ତ୍ତି

ନୂଆଦିଲ୍ଲୀ, ୨୭।୫: ଆଫ୍ରିକାରେ ବ୍ୟାପିବା ପରେ ଏବେ ଭାରତରେ ଇବୋଲା ଭାଇରସ ମାମଲା ଦେଖାଯାଇଛି। ଉଗାଣ୍ଡାରୁ ଫେରିଥିବା ଜଣେ ମହିଳାଙ୍କଠାରେ ଇବୋଲା ଭାଇରସ ଲକ୍ଷଣ। ଏନେଇ କେନ୍ଦ୍ର…

କାହିିଁକି ଇସ୍ତଫା ଦେବେ ସିଦ୍ଦାରାମାୟା, ଜଣାପଡିଲା ଅସଲ କାରଣ, କଂଗ୍ରେସ ଖେଳିଲା ବଡ଼ ଚାଲ୍‌

ନୂଆଦିଲ୍ଲୀ, ୨୭।୫: କଂଗ୍ରେସ ଦଳ କର୍ନାଟକରେ ଦୀର୍ଘ ଦିନ ଧରି ଚାଲିଥିବା ଆଭ୍ୟନ୍ତରୀଣ ଦ୍ୱନ୍ଦ୍ୱର ପ୍ରାୟ ସମାଧାନ କରିସାରିଛି। ଦୀର୍ଘ ସମୟ ଧରି ଦୁଇ ଶକ୍ତିଶାଳୀ ନେତା,…

ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଘରେ ପଶିଲା ଇଡି: ୧୨ଟି ସ୍ଥାନରେ ଚଢାଉ

ଥିରୁଭାନନ୍ତପୁରମ,୨୭।୫:କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନଙ୍କ ବାସଭବନରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଚଢାଉ କରୁଛି। ଏହି ଚଢାଉଗୁଡ଼ିକ ଏକ ମନି ଲଣ୍ଡରିଂ ମାମଲା ସହିତ ଜଡିତ। ଇଡି ପିନାରାଇ…

ଜୁନ ୧ ତାରିଖରେ ମିଳିବନି ପେଟ୍ରୋଲ-ଡିଜେଲ! ଧର୍ମଘଟ ଘୋଷଣା କଲେ…

ନୂଆଦିଲ୍ଲୀ, ୨୭।୫: ଜୁନ ୧ ତାରିଖରେ ମିଳିବନି ପେଟ୍ରୋଲ-ଡିଜେଲ । ରାଜସ୍ଥାନର ପେଟ୍ରୋଲ ପମ୍ପ ଅପରେଟରମାନେ ଜୁନ ୧ ତାରିଖରେ ରାଜ୍ୟବ୍ୟାପୀ ଧର୍ମଘଟ ଘୋଷଣା କରିଛନ୍ତି। ପେଟ୍ରୋଲିୟମ…

ତୋରଣ ନିର୍ମାଣରେ ଅନିୟମିତତା ଅଭିଯୋଗ: ଭିଜିଲାନ୍ସ ତଦନ୍ତ ଦାବି

ବରଗଡ଼,୨୭।୫(ପ୍ରେମାନନ୍ଦ ଖମାରୀ):ବରଗଡ଼ ସହର ଥାନାଛକ ସମ୍ମୁଖରେ ନିର୍ମିତ ଧନୁଯାତ୍ରା ମହୋତ୍ସବର ସ୍ଥାୟୀ ତୋରଣ ଭାଙ୍ଗିଯିବା ଘଟଣାକୁ ନେଇ ଅସନ୍ତୋଷ ତେଜିବାରେ ଲାଗିଛି। ନିମ୍ନମାନର କାମ ହୋଇଥିବା ଯୋଗୁ…

ସିମନବାଡିରେ କ୍ରିକେଟ ଟୁର୍ନାମେଣ୍ଟର ଶୁଭାରମ୍ଭ: ଭାଇଚାରା ପାଇଁ…

ଦାରିଙ୍ଗବାଡି,୨୭।୫ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସିମନବାଡି ପାଟ୍ଟଖଣ୍ଡା ଖେଳ ପଡିଆଠାରେ ବ୍ଲକସ୍ତରୀୟ କ୍ରିକେଟ ଟୁର୍ନାମେଣ୍ଟ ଉଦଘାଟିତ ହୋଇଯାଇଛି। ଏହାକୁ ଜି. ଉଦୟଗିରି ନିର୍ବାଚନ ମଣ୍ଡଳୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri