ଧର୍ମୀୟ ସ୍ବାଧୀନତା ଓ ଭାରତ

ପ୍ରତିବର୍ଷ ୟୁନାଇଟେଡ୍‌ ଷ୍ଟେଟ୍‌ସ କମିଶନ ଅନ୍‌ ଇଣ୍ଟରନ୍ୟାଶନାଲ ରିଲିଜିଅସ ଫ୍ରିଡମ୍‌ (ୟୁଏସ୍‌ସିଆଇଆର୍‌ଏଫ୍‌) ବିଶ୍ୱରେ ଧର୍ମୀୟ ସ୍ବାଧୀନତା ଉଲ୍ଲଂଘନରେ ଜଡ଼ିତ କିମ୍ବା ଏହାକୁ ଅନୁମତି ଦେଉଥିବା ଦେଶଗୁଡ଼ିକର ତାଲିକା ପ୍ରସ୍ତୁତ କରିଥାଏ। ସେହି ସବୁ ରାଷ୍ଟ୍ରକୁ ‘କଣ୍ଟ୍ରିଜ ଅଫ୍‌ ପର୍ଟିକୁଲାର କନସର୍ନ’(ସିପିସି) ବା ବିଶେଷ ଭାବେ ଚିନ୍ତାଜନକ ଦେଶ ବର୍ଗରେ ନାମିତ କରାଯାଏ। ସେମାନଙ୍କ ସହ କିଛି ସଂସ୍ଥା ବିରୋଧରେ କଟକଣା ଲଗାଇବା ପାଇଁ ଆମେରିକାର ପରରାଷ୍ଟ୍ର ବିଭାଗକୁ ୟୁଏସ୍‌ସିଆଇଆର୍‌ଏଫ୍‌ ପରାମର୍ଶ ଦେଇଥାଏ। ଚଳିତ ବର୍ଷ କଟକଣା ସାମ୍ନା କରିଥିବା ଦେଶଗୁଡ଼ିକ ମଧ୍ୟରେ ଅଛନ୍ତି ଆଫ୍‌ଗାନିସ୍ତାନ, ବର୍ମା, ଚାଇନା, କ୍ୟୁବା, ଇରିଟ୍ରିଆ, ଭାରତ, ଇରାନ, ନିକାରାଗୁଆ, ନାଇଜେରିଆ, ଉତ୍ତର କୋରିଆ, ପାକିସ୍ତାନ, ରୁଷିଆ, ସାଉଦି ଆରବ, ତାଜିକିସ୍ତାନ, ତୁର୍କମେନିସ୍ତାନ ଏବଂ ଭିଏଟ୍‌ନାମ। ଭାରତ ପ୍ରଥମେ ୨୦୨୦ରେ ଏହି ତାଲିକାରେ ଥିଲା ଏବଂ ସେବେଠାରୁ ପ୍ରତିବର୍ଷ ଏଥିରେ ରହିଆସୁଛି। ୨୦୨୦ରେ ୟୁଏସ୍‌ସିଆଇଆର୍‌ଏଫ୍‌ ପ୍ରକାଶ କରିଥିଲା, ୨୦୧୯ରେ ଭାରତର ଧର୍ମୀୟ ସ୍ବାଧୀନତାରେ ଅତ୍ୟଧିକ ଅଧୋଗତି ଘଟିଥିଲା। ଭାରତ ସରକାର ସାରା ଦେଶରେ ବିଶେଷକରି ମୁସଲମାନଙ୍କ ବିରୋଧରେ ଧର୍ମୀୟ ସ୍ବାଧୀନତା ଉଲ୍ଲଂଘନ କରୁଥିବା ଜାତୀୟ ସ୍ତରୀୟ ନୀତିଗୁଡ଼ିକ ଆରମ୍ଭ କରିଥିଲା। ଏହା ମଧ୍ୟ କହିଥିଲା ଯେ ନାଗରିକତା ଆଇନ, ଗୋହତ୍ୟା, କଶ୍ମୀର ଓ ଧର୍ମାନ୍ତରୀକରଣ ଉପରେ ଭାରତର ପଦକ୍ଷେପରୁ ମୋଦି ସରକାରଙ୍କ ମୁସଲମାନ ପକ୍ଷପାତ ସ୍ପଷ୍ଟ ହେଉଥିଲା। ଏହା ସହ ଜାରି ରହିଥିବା ଭୟଙ୍କର ଧର୍ମୀୟ ସ୍ବାଧୀନତା ଉଲ୍ଲଂଘନ (ଯାହା ଅନ୍ତର୍ଜାତୀୟ ଧର୍ମୀୟ ସ୍ବାଧୀନତା ଆଇନ ଦ୍ୱାରା ନିର୍ଦ୍ଧାରିତ)କୁ ସମର୍ଥନ କରୁଥିବାରୁ ଭାରତକୁ ସିପିସି ଭାବେ ନାମିତ କରିବାକୁ ୟୁଏସ୍‌ସିଆଇଆର୍‌ଏଫ୍‌ ସେତେବେଳର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ସୁପାରିସକରି ଭାରତ ବିରୋଧରେ କଟକଣା ଲଗାଇବାକୁ ଦାବି କରିଥିଲା। ଏହା ଉପରେ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପ୍ରତିକ୍ରିୟା ରଖି କହିଥିଲା,” ଭାରତ ଉପରେ ଅନୁଧ୍ୟାନ ସମ୍ବଳିତ ୟୁଏସ୍‌ସିଆଇଆର୍‌ଏଫ୍‌ ରିପୋର୍ଟକୁ ଆମେ ଅଗ୍ରାହ୍ୟକରୁ। ଭାରତ ବିରୋଧରେ ଏହାର ପକ୍ଷପାତ ଓ ବିବାଦୀୟ ମନ୍ତବ୍ୟ ନୂଆ ନୁହେଁ, କିନ୍ତୁ ଏହିି ଘଟଣାରେ ଏହା ଏକ ନୂଆ ଧରଣର ଭୁଲ୍‌ ତଥ୍ୟ ଉପସ୍ଥାପନ କରିଛି ଯେଉଁଥିରେ ତାହାର ନିଜର କମିଶନରମାନଙ୍କ ମତକୁ ଗ୍ରହଣ କରିନାହିଁ। ଆମେ ଏହାକୁ ଏକ ବିଶେଷ ଚିନ୍ତାଜନକ ସଂସ୍ଥା ଭାବେ ନାମିତ କରୁଛୁ ଏବଂ ଆମେ ତାକୁ ସେହିଭଳି ବ୍ୟବହାର କରିବୁ ବା ଜବାବ ଦେବୁ।“ ଭାରତ କୌଣସି ତଥ୍ୟକୁ ସ୍ବୀକାର କରି ନ ଥିଲା। ତେବେ ନିଜ କମିଶନରଙ୍କ ବିଚାରକୁ ଗ୍ରହଣ ନ କରିବା କଥା ଯାହା ଭାରତ କହିଥିଲା ତାହା ପଛରେ କାରଣ ରହିଛି। ଭାରତରେ ସ୍ଥିତି ସମସ୍ୟାଜନକ ଥିଲା ବୋଲି ଏହାର ୭ଜଣ କମିଶନରଙ୍କ ମନ୍ତବ୍ୟକୁ ଅନ୍ୟ ୨ଜଣ ଗ୍ୟାରି ବୌରେ ଏବଂ ତେନଜିନ ଡୋରଜି ଗ୍ରହଣ କରିଥିଲେ ବି ଦୁହେଁ ଭାରତକୁ ସିପିସି ଭାବେ ନାମିତ କରିବାକୁ ଚାହଁି ନ ଥିଲେ।
ପର ବର୍ଷ ଅର୍ଥାତ୍‌ ୨୦୨୧ରେ ରିପୋର୍ଟରେ ଉଲ୍ଲେଖ କରାଯାଇଥିଲା ଯେ ସରକାରୀ କର୍ମଚାରୀଙ୍କ ସମେତ ଭାରତ ପକ୍ଷରୁ ଦିଆଯାଇଥିବା ମିଥ୍ୟା ତଥ୍ୟ ଓ ଘୃଣା ମନ୍ତବ୍ୟ ବହୁ ସମୟରେ ଧର୍ମୀୟ ସଂଖ୍ୟାଲଘୁଙ୍କ ବିରୋଧରେ ଥିଲା ଏବଂ କୋଭିଡ୍‌ ମହାମାରୀ ସମୟରେ ଏହା ଜାରି ରହିଥିଲା। ହେଲେ ଭାରତ ପକ୍ଷରୁ ଏଥର ଦୃଢ଼ ବିରୋଧ କରାଯାଇ ନ ଥିଲା । ୨୦୨୧ଠାରୁ ରାଷ୍ଟ୍ରପତି ବାଇଡେନ୍‌ଙ୍କ ଶାସନର ପ୍ରତ୍ୟେକଟିି ବର୍ଷରେ ବି ଭାରତ ବିରୋଧୀ କଡ଼ା ମନ୍ତବ୍ୟ ସାମ୍ନାକୁ ଆସି ନ ଥିଲା। ଦେଖିବାକୁ ଗଲେ ଭାରତ ବେଳେବେଳେ ରିପୋର୍ଟକୁ ବିରୋଧ କରିଛି ଏବଂ ଅନେକ ସମୟରେ ନୀରବ ରହିଛି। ବାଇଡେନ୍‌ଙ୍କ ଶାସନ ପରେ ୨୫ ମାର୍ଚ୍ଚରେ ପ୍ରକାଶିତ ୟୁଏସ୍‌ସିଆଇଆର୍‌ଏଫ୍‌ର ୨୦୨୫ ରିପୋର୍ଟରେ କୁହାଯାଇଛି, ଟ୍ରମ୍ପ ପ୍ରଶାସନ ଧର୍ମୀୟ ଉଲ୍ଲଂଘନ ପାଇଁ ବ୍ୟକ୍ତି ଓ ସଂସ୍ଥା ଯଥା ବିକାଶ ଯାଦବ ଓ ର’କୁ ଦାୟୀ କରିବା ସହ ସେମାନଙ୍କ ସମ୍ପତ୍ତି ଜବତ କରିବା ଏବଂ ଆମେରିକାରେ ସେମାନଙ୍କ ପ୍ରବେଶ ଉପରେ କଟକଣା ଲଗାଇବା ଉଚିତ। ଏହା ପ୍ରକାଶ ପାଇବାରେ ମାତ୍ର କେଇଘଣ୍ଟା ମଧ୍ୟରେ ଆମ ବୈଦେଶିକ ମନ୍ତ୍ରଣାଳୟ ବିବୃତି ରଖି କହିଥିଲା, ”ଏହି ରିପୋର୍ଟ ପକ୍ଷପାତି ଓ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ। ଭାରତ ପକ୍ଷରୁ ଆଉ ମଧ୍ୟ କୁହାଯାଇଛି ଯେ, ୟୁଏସ୍‌ସିଆଇଆର୍‌ଏଫ୍‌କୁ ଏକ ଚିନ୍ତାଜନକ ସଂସ୍ଥା ଭାବେ ନାମିତ କରାଯିବା ଉଚିତ। “
ଏହା ସତ୍ୟ ଯେ, ୟୁଏସ୍‌ସିଆଇଆର୍‌ଏଫ୍‌ ପକ୍ଷପାତ ମୁକ୍ତ ନୁହେଁ ଏବଂ ଏହି କାରଣରୁ ଭାରତ ସରକାର ଏହାକୁ ଔପଚାରିକ ଭାବେ ଏକ ଚିନ୍ତାଜନକ ସଂସ୍ଥା ଭାବେ ନାମିତ କରି କଟକଣା ଲଗାଉ ବୋଲି ଆଶା କରାଯାଏ। ଉଲ୍ଲେଖନୀୟ, ୟୁଏସ୍‌ସିଆଇଆର୍‌ଏଫ୍‌ ନିଜକୁ ଏକ ଦ୍ୱିଦଳୀୟ ସଂସ୍ଥା ବୋଲି ସୂଚିତକରେ ଅର୍ଥାତ୍‌ ଏଥିରେ ଉଭୟ ରିପବ୍ଲିକାନ ଓ ଡେମୋକ୍ରାଟ୍‌ମାନେ ରହିଛନ୍ତି ଏବଂ ଏହା ଆମେରିକାର ପରରାଷ୍ଟ୍ର ବିଭାଗକୁ ପରାମର୍ଶ ଦେଇଥାଏ। କିନ୍ତୁ ଅନ୍ୟପକ୍ଷରେ ଦେଖିଲେ ଏହା ପକ୍ଷପାତି। ୟୁଏସ୍‌ସିଆଇଆର୍‌ଏଫ୍‌ ରିପୋର୍ଟରେ ଗାଜା ଗଣହତ୍ୟା ଏବଂ ପାଲେଷ୍ଟିନୀୟ ତଥା ଖ୍ରୀଷ୍ଟିଆନଙ୍କ ଉପରେ ଇସ୍ରାଏଲ ପ୍ରକାଶ କରୁଥିବା ବର୍ଣ୍ଣବୈଷ୍ଣମ୍ୟ ଭାବନାକୁ ପ୍ରକାଶ କରିନାହିଁ। କାରଣ ଏହା ଆମେରିକା ସରକାରଙ୍କ ପାଇଁ ଅସୁବିଧାଜନକ। ଭାରତ ଏହି ନିର୍ଦ୍ଦିଷ୍ଟ ଅଭିଯୋଗ ଉପରେ ତାହାର ପ୍ରତିକ୍ରିୟା ରଖିଥିଲେ ଭଲ ହୋଇଥାଆନ୍ତା। କିନ୍ତୁ ଆମ ପକ୍ଷରୁ ଯିଏ ଯାହା କହୁଛି ତାହା ଗୁରୁତ୍ୱପୂର୍ଣ୍ଣ ହୋଇଯାଉଛି। ଆମେ ନିର୍ଦ୍ଦିଷ୍ଟ ତଥା ସ୍ବତନ୍ତ୍ର ଭାବେ ପ୍ରତିକ୍ରିୟା ରଖିବାର ଥିଲା।
ବିଶ୍ୱର ସବୁ ଦେଶ ମଧ୍ୟରେ ଭାରତ ବିଶେଷ ଚିନ୍ତାଜନକ ଦେଶ ହେବା ଉଚିତ ନୁହେଁ। ଏହା ବିଶ୍ୱର ସବୁଠୁ ବଡ଼ ଗଣତାନ୍ତ୍ରିକ ଦେଶ ଏବଂ ଏହାର ଶାସନ ସମ୍ବିଧାନ ଅନୁଯାୟୀ ଚାଲେ। ଏହା ବିବିଧତାର ଦେଶ । ଭାରତର ଧର୍ମୀୟ ସତ୍ତାର ଏକ ବିରାଟ ଐତିହାସିକ ଆଶୀର୍ବାଦ। ତଥାପି ଭାରତ ଦୋଛକିରେ ରହିଥିବା ଭଳି ମନେହେଉଛି। ଏହାର ଗଣତନ୍ତ୍ର ଏବେ ବି ଅପରିପକ୍ୱ ଅବସ୍ଥାରେ ଅଛି। ତେବେ ଭାରତର ଗଣତାନ୍ତ୍ରିକ ମୂଲ୍ୟବୋଧର ସୁରକ୍ଷା ପାଇଁ ଆଗକୁ ବଢ଼ିବା ଦରକାର। ଭାରତ ସଦାସର୍ବଦା ଧର୍ମୀୟ ଉତ୍ତେଜନା ଦ୍ୱାରା ସୃଷ୍ଟି ହେଉଥିବା ରାଜନୈତିକ ଓ ଆନ୍ତଃ ସାମ୍ପ୍ରଦାୟିକ ବିବାଦକୁ ପ୍ରତିରୋଧ କରିବା ଆବଶ୍ୟକ। ସାମଜିକ ସଦ୍‌ଭାବ ବଜାୟ ରଖିବା ଏବଂ ପ୍ରତ୍ୟେକଙ୍କ ଅଧିକାର ସୁରକ୍ଷା କରିବା ଦ୍ୱାରା ଭାରତ ସରକାର ଓ ଏହାର ନାଗରିକମାନେ ସବୁ କିଛି ହାସଲ କରିପାରିବେ ଏବଂ ହରାଇବାର କିଛି ବି ନାହିଁ। ଭାରତ ଏହା କରିପାରିବ ଏବଂ କରିବା ବି ଉଚିତ।
Email:aakar.patel@gmail.com


Enter your email to get our daily news in your inbox.

All Right Reserved By Dharitri.Com

ପୋଖରୀକୁ ଗାଧୋଇବାକୁ ଯାଇଥିଲେ ନିହାରିକା, ଖସିଗଲା ଗୋଡ଼: ଆଉ ତା’ପରେ…

ଲାଞ୍ଜିଗଡ,୨୧।୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜି ପଞ୍ଚାୟତ ବିଶ୍ୱନାଥପୁର ଥାନା ଅନ୍ତର୍ଗତ ସିନ୍ଧିପଦର ଗ୍ରାମର ଜଣେ ନାବାଳିକାର ପାଣିରେ ବୁଡି ମୃତ୍ୟୁ ଘଟିଛି…

ସମ୍ଭାବ୍ୟ ବାତ୍ୟାକୁ ନେଇ ବଡ଼ ଅପଡେଟ୍‌: ଏହି ବାଟ ଦେଇ ଅତିକ୍ରମ କରିବ ସ୍ଥଳଭାଗ!

ଭୁବନେଶ୍ୱର, ୨୧।୯: ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ଥିବା ଲଘୁଚାପ ଆହୁରି ଘନୀଭୂତ ହୋଇ ସୋମବାର ସକାଳ ୮ଟା ୩୦ରେ ପଶ୍ଚିମ-କେନ୍ଦ୍ରୀୟ ଓ ସଂଲଗ୍ନ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର…

ବହୁମୁଖୀ ଭବନ ଲୋକାର୍ପଣ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର: ବାଣ୍ଟିଲେ ଭତ୍ତା

ଦିଗପହଣ୍ଡି, ୨୧।୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ଅଞ୍ଚଳରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ ଅନୁଷ୍ଠିତ ହୋଇଛି। ସୋମବାର ଦିଗପହଣ୍ଡି…

ରାଜ୍ୟସ୍ତରୀୟ ବକ୍ତୃତା ପ୍ରତିଯୋଗିତା ପାଇଁ ମନୋନୀତ ହେଲେ ଆଦିତ୍ୟ: ଖେଳିଗଲା ଖୁସିର ଲହରୀ

ଗୁଡାରି, ୨୧/୯ (ପ୍ରମୋଦ କୁମାର ପତି): ସ୍ଥାନୀୟ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ସପ୍ତମ ଶ୍ରେଣୀ ଛାତ୍ର ଆଦିତ୍ୟ ନାରାୟଣ ଗୌଡ଼ ରାଜ୍ୟସ୍ତରୀୟ ବକ୍ତୃତା ପ୍ରତିଯୋଗିତା ପାଇଁ ମନୋନୀତ…

ରିଲିଜ ପୂର୍ବରୁ ‘ରାକା’ରଚିଲା ଇତିହାସ: ଗିନିଜ ୱାଲର୍‌ଡ ରେକର୍ଡରେ ଅଲ୍ଲୁ ଅର୍ଜୁନଙ୍କ ଫିଲ୍ମ

ମୁମ୍ବାଇ: ‘ପୁଷ୍ପା’ ଓ ‘ପୁଷ୍ପା ୨’ ଭଳି ଫିଲ୍ମ ଜରିଆରେ କେବଳ ଦେଶ ନୁହେଁ, ସାରା ବିଶ୍ୱରେ ନିଜର ପରିଚୟ ସୃଷ୍ଟି କରିଥିବା ତେଲୁଗୁ ସୁପରଷ୍ଟାର ଅଲ୍ଲୁ…

ବାପାଙ୍କୁ ପିଟିପିଟି ମାରିଲେ ପୁଅ: ଘରୋଇ ଝଗଡା ହେଲା କାଳ

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ଥାନା ଅଧିନ ବ୍ରାହ୍ମଣଗାଁ ଗ୍ରାମପଞ୍ଚାୟତ ତାଳବନ୍ଦ ବୁରୁଡି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଘରୋଇ କଳିକୁ ନେଇ…

ଶୋକାକୁଳ ପରିବେଶରେ ଅବକାରୀ ବିଭାଗର ଅଧିକାରୀଙ୍କୁ ଶେଷ ବିଦାୟ: ବଜ୍ରପାତରେ…

ଦାରିଙ୍ଗବାଡି, ୨୧।୯ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଶ୍ରାନିକେତା ଗାଁର ଯୁବ ସରକାରୀ ଅଧିକାରୀ ବୌଦ୍ଧ ଜିଲାରେ ରବିବାର ବଜ୍ରପାତରେ ମୃତ୍ୟୁବରଣ କରିଥିଲେ। ସୋମବାର ତାଙ୍କ…

ଦୀପାବଳି ପୂର୍ବରୁ ମାଲାମାଲ ହେବେ ଚାଷୀ! ଆସିବାକୁ ଯାଉଛି…

ନୂଆଦିଲ୍ଲୀ, ୨୧।୯: ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (PM-KISAN) ଯୋଜନାର ୨୪ତମ କିସ୍ତିକୁ ଦେଶର କୋଟି କୋଟି ଚାଷୀ ଅପେକ୍ଷା କରିଛନ୍ତି। ଏହି ଯୋଜନାର ୨୩ତମ କିସ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?