ଧର୍ମ ଆଚରଣ ନାମ ସ୍ୱାର୍ଥ ସିଦ୍ଧି

ହରିଶଙ୍କର ମିଶ୍ର

 

ଶ୍ରୀଜଗନ୍ନାଥ କେବଳ ଓଡ଼ିଶା ବା ଓଡ଼ିଆ ଜାତିର ଅସ୍ମିତା ନୁହନ୍ତି ବରଂ କୋଟି କୋଟି ହିନ୍ଦୁଙ୍କ ଧାର୍ମିକ ବିଶ୍ବାସର ଆରାଧ୍ୟ ଦେବତା। ସ୍ଥୂଳ ଚକ୍ଷୁରେ ସେ ହସ୍ତ, ପଦ, କର୍ଣ୍ଣ, ନାସା ହୀନ ଅପଲକ ଗୋଲାକାର ଚକ୍ଷୁ ଚିତ୍ରିତ ଦାରୁବିଗ୍ରହ। କିନ୍ତୁ ସମର୍ପିତ ଏବଂ ତଲ୍ଲୀନ ଭକ୍ତି ଭାବର ଉପଲବ୍ଧିରେ ତାଙ୍କ ସ୍ବରୂପ ଅନିର୍ବଚନୀୟ। ଯାହା ଭକ୍ତ ବା ସାଧକଙ୍କୁ ଆନନ୍ଦରୁ ବ୍ରହ୍ମାନନ୍ଦ ପ୍ରାପ୍ତି କରାଏ ବୋଲି ଶାସ୍ତ୍ରୋକ୍ତ ମତ ରହିଛି। ଆମେ ବାୟୁ ଚଳାଚଳର ତୀବ୍ରତା, ମଧୁରତା ଏବଂ ବିବିଧ ଗନ୍ଧ କେବଳ ଅନୁଭବ କରିପାରୁ। କିନ୍ତୁ ତା’ର ସ୍ବରୂପ ଦେଖିବା ବା ବର୍ଣ୍ଣନା କରିବା ଯେପରି ଅସମ୍ଭବ ସେପରି ଐଶ୍ୱରୀୟ ସତ୍ତା ଅନୁଭବର ବର୍ଣ୍ଣନା ବି ଅସମ୍ଭବ। ଧର୍ମ ଭାବନା ଓ ଐଶ୍ୱରୀୟ ଶକ୍ତିର ଅନୁଭବ ସର୍ବଦା ନିଜସ୍ବ। ଭକ୍ତି ଓ ସାଧନା ମାର୍ଗରେ ଆଦି ଶଙ୍କରାଚାର୍ଯ୍ୟଙ୍କ ସହ ଅନେକ ସିଦ୍ଧ ସାଧକ ନିଶ୍ଚିତ ଶ୍ରୀଜୀଉମାନଙ୍କ ଦର୍ଶନରେ ବିମୋହିତ ହୋଇ ଶ୍ରୀକ୍ଷେତ୍ରକୁ ନିଜର ସାଧନା ସ୍ଥଳୀ କରିଥିଲେ। ଶ୍ରୀମଦ୍‌ ଭଗବଦ୍‌ ଗୀତାରେ ଶ୍ରୀକୃଷ୍ଣ ଅଧମ, ମଧ୍ୟମ ଓ ଉତ୍ତମ ଭକ୍ତିର ସୂଚନା ଦେଇଛନ୍ତି। ଦାଢ଼ତ୍ୟ ଭକ୍ତି ମାଧ୍ୟମରେ ଶ୍ରୀଜୀଉମାନଙ୍କ ବିଭୂତି ବର୍ଣ୍ଣନା ରହିଥିଲେ ବି ସେଥିରେ ସୂଚିତ ଚରିତ୍ରମାନେ ନିଜସ୍ବ ଅନୁଭବ କେଉଁଠି ପ୍ରକାଶ କରିନାହାନ୍ତି। ସେମାନେ ସର୍ବାନ୍ତରୀକରଣରେ ଭାବପୂର୍ଣ୍ଣ ଓ ନିଷ୍କାମ ମନ ଏବଂ ଉତ୍ସର୍ଗୀକୃତ ଚିତ୍ତରେ ଭକ୍ତି ଭାବ ଯୋଗୁ ଐଶ୍ୱରୀୟ ସତ୍ତା ଉପଲବ୍ଧି କରିଥିଲେ। ଯାହାକି ଦାଢ଼୍ୟତା ଭକ୍ତିର ନିର୍ଯାସ। ବର୍ଗୀକରଣରେ ସେମାନେ ନିଶ୍ଚିତ ଉତ୍ତମ ଧର୍ମାଚାରୀ ଥିଲେ। କିନ୍ତୁ ବସ୍ତୁବାଦୀ ସମାଜରେ ଧର୍ମର ଦ୍ୱାହି ଦେଇ ନିଜର ବ୍ୟକ୍ତିଗତ ସମସ୍ୟାର କାକତାଳିକ ସମାଧାନ ବା କଳ୍ପିତ ଇଚ୍ଛା ପୂରଣକୁ ଯେଉଁମାନେ ଶ୍ରୀଜୀଉମାନଙ୍କ ପ୍ରତି ସେମାନଙ୍କର ସମର୍ପଣ ଭାବର ଫଳ ବୋଲି ସାର୍ବଜନୀନ କରୁଛନ୍ତି ତାହା ନିଶ୍ଚିତ ଅଧମ ଭକ୍ତି ପଦବାଚ୍ୟ। ଏହା ପ୍ରକାରାନ୍ତରେ ଅହଂକାର ଏବଂ ଦେବୋପରାଧକୁ ହିଁ ସାବ୍ୟସ୍ତ କରିଥାଏ।
କେତେଜଣ ବ୍ୟକ୍ତି ନିଜେ ବା ଗୋଷ୍ଠୀଗତ ଭାବେ ଆତ୍ମପ୍ରତିଷ୍ଠା ଏବଂ ବ୍ୟବସାୟିକ ମନୋଭାବରେ ଆମର ଶ୍ରୀଜୀଉମାନଙ୍କ ପ୍ରତି ଥିବା ବିଶ୍ବାସକୁ ପାଥେୟ ଏବଂ ଉପଯୋଗ କରିଚାଲିଛନ୍ତି। ଯାହାର ଦୃଷ୍ଟାନ୍ତ କ୍ରମଶଃ ବଢ଼ିଚାଲିଛି। ଏହା ସର୍ବଜନ ବିଦିତ ଯେ ଶ୍ରୀଜୀଉମାନଙ୍କର ପ୍ରତ୍ୟେକ ଯାତ୍ରା ଓ ବେଶ ପାଇଁ ନିର୍ଦ୍ଦିଷ୍ଟ ଦିନ ନିର୍ଦ୍ଧାରିତ ହୋଇଥାଏ। ସେଥିପାଇଁ ଇସ୍କନ ପ୍ରଯୋଜିତ ଶ୍ରୀଜୀଉମାନଙ୍କ ଅଦିନିଆ ରଥଯାତ୍ରାକୁ ତୀବ୍ର ବିରୋଧ କରିବା ସ୍ବାଗତ ଯୋଗ୍ୟ। କିନ୍ତୁ ସେଇ ବିରୋଧର କେତେଜଣ ମୁଖ୍ୟ ପ୍ରବକ୍ତା ଓ ବ୍ୟକ୍ତିବିଶେଷ ରାଜ୍ୟର ବିଭିନ୍ନ ସ୍ଥାନରେ ଶ୍ରୀଜୀଉମାନଙ୍କର ଅଦିନରେ ବିବିଧ ବେଶର ପ୍ରଦର୍ଶନୀ କରାନ୍ତି। କୁଡୁଆରେ ଅନ୍ନ ବ୍ୟଞ୍ଜନ ପ୍ରସ୍ତୁତ ସହ ଛପନ ଭୋଗର ପସରା ମେଲାଇ ଅର୍ଥାଗମ ବାଟ ସୁଗମ କରିଥାନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହେଉଛି, ଯେଉଁ ପ୍ରବକ୍ତାମାନେ ବ୍ରହ୍ମା ଅଚ୍ୟୁତ ଶଙ୍କରଙ୍କୁ ଶ୍ରୀଜୀଉମାନଙ୍କ ଆଦି ଅନ୍ତ ଅଗୋଚର ବୋଲି ଭାବପୂର୍ଣ୍ଣ ଭାଷଣ ଦିଅନ୍ତି ସେମାନେ ଶ୍ରୀଜଗନ୍ନାଥ ତତ୍ତ୍ୱର ଗବେଷକ ସଂଗୋଷ୍ଠୀ ଗଠନ କରନ୍ତି। ଯେଉଁମାନେ ଶ୍ରୀଜଗନ୍ନାଥଙ୍କର ସମସ୍ତ ଲୀଳା ଦିବ୍ୟାଦିଦିବ୍ୟ ଏବଂ ଅଲୌକିକ ବୋଲି କହିଥାନ୍ତି ସେମାନେ ଲୌକିକ ମତରେ ଶ୍ରୀଜୀଉମାନଙ୍କ ଆତ୍ମୀୟ ବୋଲି ନିଜକୁ ପରିଚିତ କରାନ୍ତି। ପରିତାପର କଥା ହେଉଛି, ରଥ ଉପରେ ସୁନାବେଶ ପରଦିନ ଅଧରପଣା ଶ୍ରୀଜୀଉମାନଙ୍କୁ ଅର୍ପଣ ପରେ ପଣାହାଣ୍ଡି ଭାଙ୍ଗି ଦିଆଯାଏ। ଅର୍ପିତ ପଣା ଭୂତ, ପ୍ରେତ, ପିଶାଚଙ୍କ ପାଇଁ ଉଦ୍ଦିଷ୍ଟ ବୋଲି ଡାକବାଜି ଯନ୍ତ୍ର ଓ ଦୂରଦର୍ଶନ ଦ୍ବାରା ପ୍ରଚାରିତ ହେଉଥିବା ବେଳେ କେତେଜଣ ସେବକ ହାଣ୍ଡି ଭଙ୍ଗା ବା ଭୂମିପାତ ପୂର୍ବରୁ ସେହି ପଣାକୁ ସଂଗ୍ରହ କରି ବ୍ୟବସାୟିକ ଉପଯୋଗ କରିଥାନ୍ତି।
ଏହା ସତ୍ୟ ଯେ ଧର୍ମ ଓ ସଂସ୍କୃତି ମଧ୍ୟରେ ଅନେକ ଫରକ ରହିଛି। ଶ୍ରୀକ୍ଷେତ୍ରକୁ ଆସିଥିବା ସିଦ୍ଧ ସାଧକମାନେ ଏହି ପବିତ୍ର ଧାମକୁ ଧାର୍ମିକ କ୍ଷେତ୍ର ଭାବେ ବିବେଚନା କରୁଥିଲେ। ପରେ ଶ୍ରୀମନ୍ଦିରର ସୁରକ୍ଷା ଓ ଶ୍ରୀଜୀଉମାନଙ୍କ ସେବା ପାଇଁ ବ୍ୟବସ୍ଥାରେ ଅନେକ ମଠ ଓ ଆଖଡ଼ା ସୃଷ୍ଟି ହୋଇଥିଲା। ବିବିଧ ସମ୍ପ୍ରଦାୟ ଦ୍ୱାରା ପ୍ରତିଷ୍ଠିତ ସେଇ ମଠ ଆଖଡ଼ାର ନିଜସ୍ବ ଚିନ୍ତନ ଓ ପରିଚାଳନା ବ୍ୟବସ୍ଥାବଳୀରେ ସ୍ବତନ୍ତ୍ରତା ମଧ୍ୟ ଥିଲା। ଯାହାକି ପୁରୀ ସଂସ୍କୃତିର ମୁଖ୍ୟ ଅଂଶ ହୋଇଥିଲା। ଐତିହ୍ୟ ସୁରକ୍ଷା ନାମରେ ଅନେକ କିମ୍ବଦନ୍ତୀଯୁକ୍ତ ଏବଂ ସ୍ବତନ୍ତ୍ର ଗଠନ ଶୈଳୀରେ ନିର୍ମିତ ସେଇ ମଠଗୁଡ଼ିକରୁ ଅନେକଙ୍କୁ ମାଟିରେ ମିଶାଇ ଦିଆଗଲା। କିନ୍ତୁ ଆଶ୍ଚର୍ଯ୍ୟର କଥା ହେଉଛି ସେଇ କାର୍ଯ୍ୟର ସମର୍ଥକ ଏବଂ ନୀରବ ଦର୍ଶକ ହୋଇଥିବା କିଛି ବ୍ୟକ୍ତି ବିଶେଷ ଶ୍ରୀକ୍ଷେତ୍ର ଓ ଶ୍ରୀଜଗନ୍ନାଥଙ୍କ ସଂସ୍କୃତି ପ୍ରଚାର ପ୍ରସାର ନାମରେ ବିଭିନ୍ନ ଭାଷାରେ ପୁସ୍ତକ ରଚନା ପାଇଁ ଖସଡ଼ା ପ୍ରସ୍ତୁତ କରୁଛନ୍ତି। ଏହି ପ୍ରୟାସ ଏପରି ସୁଚିନ୍ତିତ ଭାବେ କରାଯାଉଛି ଯେ ଏହା ଫଳରେ ଶ୍ରୀମନ୍ଦିର ପ୍ରଶାସନ ଦ୍ବାରା ଭକ୍ତଙ୍କ ଦାନ ଅର୍ଥ ବ୍ୟୟରେ କିଛି ବ୍ୟକ୍ତିଙ୍କ ଆତ୍ମପ୍ରଚାର ମାର୍ଗ ସୁଗମ ହୋଇପାରିବ। ଏହା ସତ୍ୟ ଯେ ଶ୍ରୀକ୍ଷେତ୍ରକୁ ଆସିଥିବା କୌଣସି ସାଧକ ଶ୍ରୀଜୀଉ ବା ତତ୍‌ ସମ୍ପର୍କିିତ କୌଣସି ପ୍ରଚାର ପ୍ରସାର ସପକ୍ଷରେ ନ ଥିଲେ।
ବ୍ୟାସଦେବଙ୍କ ରଚିତ ସ୍କନ୍ଦ ପୁରାଣ ବହୁ ପ୍ରାଚୀନ। ସେଥିରେ ଥିବା ଉତ୍କଳ ଖଣ୍ଡରେ ଶ୍ରୀଜଗନ୍ନାଥଙ୍କ ସମ୍ପର୍କରେ ଅନେକ ତଥ୍ୟ ରହିଛି। କିନ୍ତୁ ସେହି ପୁରାଣରେ କୌଣସି ସୂଚନା ନ ଥିଲେ ମଧ୍ୟ ତାହାକୁ ପାଞ୍ଚ ଭାଗ କରାଯାଇ ଶ୍ରୀଜଗନ୍ନାଥ ପଞ୍ଚରାତ୍ର ନାମରେ ନାମିତ କରାଯାଇଛି। ଏବଂ ଏହାର ପାଳନ ପାଇଁ ବିଧି ନିର୍ଘଣ୍ଟ ବି କରାଯାଇଛି। ଶ୍ରୀଜଗନ୍ନାଥ ଓ ଶ୍ରୀମନ୍ଦିରର ସୃଷ୍ଟି ବହୁ ପ୍ରାଚୀନ ହୋଇଥିବା ବେଳେ ଏହି ପଞ୍ଚରାତ୍ରର ସୃଷ୍ଟି ମାତ୍ର ୧୫ ବର୍ଷ ପୂର୍ବରୁ ହୋଇଛି। ଏଠାରେ ସ୍ବତଃ ପ୍ରଶ୍ନ ଆସେ ଯେ ବହୁ ଶତାବ୍ଦୀରୁ ଥିବା ମନ୍ଦିର ବା ଆରାଧ୍ୟ ଦେବତାଙ୍କ ସମ୍ପର୍କରେ କୌଣସି ପ୍ରଚାର କରି ନ ଥିବା ଗୁଣୀ ଜ୍ଞାନୀମାନଙ୍କୁ ଏହି ପଞ୍ଚରାତ୍ର ବିଧି କ’ଣ ଏହା ଅଜ୍ଞାତ ଥିଲା? କିନ୍ତୁ ଶ୍ରୀଜଗନ୍ନାଥଙ୍କୁ ପଣ୍ୟ କରି ଯେଉଁମାନେ ଆତ୍ମପ୍ରତିଷ୍ଠା ଏବଂ ଅର୍ଥ ଲାଭ ପାଇଁ ଏଭଳି କାର୍ଯ୍ୟରେ ନିଜକୁ ସମ୍ପୃକ୍ତ କରାଉଛନ୍ତି ସେମାନେ ପ୍ରକାରାନ୍ତରରେ ନିଜକୁ ଅଧମ ସାବ୍ୟସ୍ତ କରୁଛନ୍ତି।
କିଛିବ୍ୟକ୍ତି କାଳ୍ପନିକ ଭକ୍ତ ଚରିତ୍ର ସୃଷ୍ଟି କରି ଏବଂ କିଛି ଦିବଂଗତଙ୍କ ନାମ ନେଇ ଶ୍ରୀଜଗନ୍ନାଥଙ୍କ କରୁଣା ପ୍ରାପ୍ତ ଭକ୍ତଙ୍କ ଅନୁଭୂତି ନାମରେ କପୋଳକଳ୍ପିତ ଗଳ୍ପର ଅବତାରଣା କରି ସାମାଜିକ ପ୍ରତିଷ୍ଠା ଓ ଆୟ ବୃଦ୍ଧି ନିମିତ୍ତ ପୁସ୍ତକ ପ୍ରସ୍ତୁତି କରୁଛନ୍ତି। ଏହି ଘଟଣା ଯୋଗୁ ଧର୍ମାଚରଣରେ ପ୍ରବଞ୍ଚନା ସାବ୍ୟସ୍ତ ହେଉଥିବାରୁ ଏ ସମସ୍ତ କାର୍ଯ୍ୟରେ ଅଙ୍କୁଶ ଲାଗିବା ଜରୁରୀ ନୁହେଁ କି?
ଗୁଣ୍ଡିଚା ବିହାର ପୁରୀ
ମୋ: ୭୯୭୮୭୮୫୪୭୮


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ମୁଣ୍ଡ ନୁଆଁଇବେ

ଗାନ୍ଧୀ ଜୟନ୍ତୀର ସ୍ମୃତି ମନରେ ସତେଜ ଥିବାବେଳେ ଏବଂ ଶାନ୍ତିପୂର୍ଣ୍ଣ ସମାବେଶର ଅଧିକାର ପୁନର୍ୱାର ଚର୍ଚ୍ଚାକୁ ଆସିଛି। ଏହି ସମୟରେ ଆସନ୍ତୁ କିଛି ପ୍ରସଙ୍ଗ ଉପରେ ଦୃଷ୍ଟି…

ରାସ୍ତାକଡ଼ ଖାଦ୍ୟ କେତେ ସୁରକ୍ଷିତ

ଦହିବରା-ଆଳୁଦମ୍‌, ଘୁଗୁନି, ଚାଟ୍‌, ଗୁପ୍‌ଚୁପ୍‌, ମୁଢ଼ିମିକ୍ସ, ବରା-ପକୋଡ଼ିଠାରୁ ଆରମ୍ଭ କରି ବିଭିନ୍ନ ପାରମ୍ପରିକ ଖାଦ୍ୟ ସର୍ବଦା ରାସ୍ତାକଡ଼ରେ ସହଜରେ ମିଳେ। ଏପରି ଖାଦ୍ୟ ବହୁ କ୍ଷେତ୍ରରେ ଅପରିଷ୍କାର…

ବନ୍ୟପ୍ରାଣୀ ଚଲାପଥ ସଂଯୋଗୀକରଣ

ଦୁଇଟି ପ୍ରାକୃତିକ ଜଙ୍ଗଲ ପରିସଂସ୍ଥାକୁ ସଂଯୋଗ କରୁଥିବା ସଂକୀର୍ଣ୍ଣ ଅଣଓସାରିଆ ଜଙ୍ଗଲୀ ରାସ୍ତାକୁ କୁହାଯାଏ କରିଡର; ଚଲାପଥ ବା ବନ୍ୟପ୍ରାଣୀ ସଂଯୋଗୀ ପଥ। ଚଳିତବର୍ଷ ଅକ୍ଟୋବର ୨ରୁ…

ବଦଳିର ବାର୍ତ୍ତା

ଅତିରିକ୍ତ ସଚିବ ସ୍ତରରେ ୧୦ ଜଣ ଅଧିକାରୀଙ୍କ ଅଦଳବଦଳ ଏକ ସାଧାରଣ ପ୍ରଶାସନିକ କାର୍ଯ୍ୟ ହୋଇପାରେ। କିନ୍ତୁ ନିକଟରୁ ଦେଖିଲେ ଏହା କେନ୍ଦ୍ର ସରକାର କେଉଁ କ୍ଷେତ୍ରରେ…

ଏଇ ଭାରତରେ

ନିରବଚ୍ଛିନ୍ନ ପ୍ରୟାସ ଓ ଦୃଢ଼ ଇଚ୍ଛାଶକ୍ତି ଦ୍ୱାରା ସଫଳତା ମିଳେ, ଯାହା ପ୍ରମାଣ କରିଛନ୍ତି ରାଜସ୍ଥାନ ଏକାଲଖୋରି ଗାଁର ରାଣାରାମ ବିଷ୍ଣୋଇ । ଗଛ ପରିବେଶ ଓ…

ଗାନ୍ଧୀ ବିଚାରରେ ପରିବେଶ ସୁରକ୍ଷା

ମହାକାଳର ଅସୀମ ଗର୍ଭରେ ଇତିହାସର ଅନେକ ପୃଷ୍ଠା ରକ୍ତର କାଳିରେ ଲେଖାଯାଇଛି, ଅନେକ ବିପ୍ଳବ କେବଳ କ୍ଷମତା ଆଉ ସାମ୍ରାଜ୍ୟବାଦର ମୋହରେ ଧୂଳିସାତ ହୋଇଯାଇଛି। କିନ୍ତୁ ବିଂଶ…

ନିର୍ମୂଳୀ ଚେର

ଅନେକ ଦଶନ୍ଧି ଧରି ଦେଶରୁ ଗରିବ ହଟାଇବା ଲକ୍ଷ୍ୟରେ ଅନେକ ଦୃଷ୍ଟାନ୍ତମୂଳକ ଯୋଜନା ପ୍ରଣୟନ କରାଯାଇଛି। ଅର୍ଥଶାସ୍ତ୍ରବିତ୍‌ଙ୍କ ସୁକଳ୍ପିତ ପରାମର୍ଶ, ସଂଗଠନ ସଦସ୍ୟଙ୍କ ମତାମତ ଏବଂ ରାଜନୀତିଜ୍ଞଙ୍କ…

ମାନବାଧିକାର ଓ ନେତୃତ୍ୱରେ ତ୍ରୁଟି

ଦ୍ବିତୀୟ ବିଶ୍ୱଯୁଦ୍ଧ ପରବର୍ତ୍ତୀ ସମୟରେ ଗଠିତ ଅନ୍ତର୍ଜାତୀୟ ବ୍ୟବସ୍ଥା ଏବେ ବୈଧତା ସଙ୍କଟର ସମ୍ମୁଖୀନ ହେଉଛି। ମାନବାଧିକାର ରକ୍ଷା କରୁଥିବା ବ୍ୟବସ୍ଥା ମଧ୍ୟ ଏଥିରୁ ବାଦ୍‌ ପଡ଼ୁନାହିଁ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?