ଦେବତାର ଆସନରେ ମଣିଷର ଅଭିଷେକ

ଡ. ହୃଷୀକେଶ ମଲ୍ଲିକ

କବି କାଳିନ୍ଦୀଚରଣ ପାଣିଗ୍ରାହୀ ନିଜ କବିତାରେ ବ୍ୟକ୍ତିମନ ଓ ବିଶ୍ୱମନର ପରିପ୍ରକାଶ କରିଛନ୍ତି। ତାଙ୍କ କବିତାକୁ ଦୁଇଟି ପର୍ଯ୍ୟାୟରେ ବିଭକ୍ତ କରାଯାଇପାରେ। ଗୋଟିଏ ପର୍ଯ୍ୟାୟ ସ୍ବପ୍ନର ବନ୍ଦନା କରେ ଓ ଅନ୍ୟ ପର୍ଯ୍ୟାୟଟି ଜଗତର ବାସ୍ତବତାକୁ ରୂପଦିଏ। ପ୍ରଥମ ପର୍ଯ୍ୟାୟର କବିତାରେ କବି ଇଂରେଜ ରୋମାଣ୍ଟିକ କବି ଓ ବଙ୍ଗଳାର ରବୀନ୍ଦ୍ରୀୟ କବିିତାକୁ ଅନୁସରଣ କରିଛନ୍ତି। ଏଥିରେ ସୌନ୍ଦର୍ଯ୍ୟ ଓ ପ୍ରକୃତି ପ୍ରମୁଖ ହୋଇଉଠିଛି। ୧୯୩୫ ବେଳକୁ କାଳିନ୍ଦୀଙ୍କ କାବ୍ୟ ଚେତନାରେ ବିପୁଳ ପରିବର୍ତ୍ତନ ଆସିଛି। ନିଜର ସାନ ଭାଇ ଭଗବତୀ ଚରଣ ପାଣିଗ୍ରାହୀ କମ୍ୟୁନିଷ୍ଟ ଚେତନାରେ ଦୀକ୍ଷିତ ହେବା ପରେ କାଳିନ୍ଦୀଙ୍କ କବିମନ ସ୍ବତଃସ୍ଫୂର୍ତ୍ତ ଭାବେ ସମକାଳୀନ ସମାଜ ଜୀବନ ପ୍ରତି ଢଳିଯାଇଛି ଓ ସେ ଦେବତାର ବନ୍ଦନା ନ କରି ମଣିଷର ବନ୍ଦନାରେ ନିଜ ଲେଖନୀକୁ ସମର୍ପିତ କରିଛନ୍ତି।
କାଳିନ୍ଦୀ ଚରଣଙ୍କ କବିତାର ସୁମାରି କରିବସିଲେ ସେ ଶତାଧିକ କବିତା ରଚନା କରିଥିବା ଦେଖିବାକୁ ମିିଳେ। ତାଙ୍କର କବିତାଗ୍ରନ୍ଥଗୁଡ଼ିକ ମଧ୍ୟରେ ‘ମନେନାହିଁ’, ‘ମହାଦୀପ’, ‘କ୍ଷଣିକ ସତ୍ୟ’, ‘ଛୁରୀଟିଏ ଲୋଡ଼ା’ ଓ ‘ମୋ କବିତା’ ଆଦି ପ୍ରମୁଖ। କବି ନିଜର କବିତାରେ ପ୍ରତି ପଦେପଦେ ଯୁଗଧର୍ମପ୍ରତି ବିଶ୍ୱସ୍ତ ହୋଇଚାଲିଛନ୍ତି। ପ୍ରଥମ ପର୍ଯ୍ୟାୟର କବିତାରେ ପୌଷ ସନ୍ଧ୍ୟା, ସନ୍ଧ୍ୟାପଥେ, ଶରତ ସନ୍ଧ୍ୟା, ଆଷାଢ଼ ସନ୍ଧ୍ୟା, ପ୍ରଭାତ ଓ ପ୍ରଭାତ ରାସ ଯେପରି ଗୁରୁତ୍ୱପୂର୍ଣ୍ଣ, ଦ୍ୱିତୀୟ ପର୍ଯ୍ୟାୟରେ ଲୋହିତ ବ୍ୟଥା ଓ ପରୀ ଆଦି କବିତା ସେହିିଭଳି ଗୁରୁତ୍ୱପୂର୍ଣ୍ଣ। କବିଙ୍କ ମତରେ ଈଶ୍ୱର ମଣିଷର ହାତଗଢ଼ା, ତେଣୁ ମଣିଷର ଭାଗ୍ୟକୁ ବିଦ୍ରୂପ କରିବାର ଅଧିକାର ଈଶ୍ୱରଙ୍କର ନାହିଁ। ସେ ତାଙ୍କର ଏକ କବିତାରେ ଲେଖିଛନ୍ତି ‘ରକତ ମାଂସର ଯେତେ ହସ୍ତ/ ନିର୍ମିଲା ଏ ପ୍ରସ୍ତର ସମସ୍ତ/ ତାହାରିି ସକାଶେ/ଏ ପାଷାଣ ପାଶେ/ ନମସ୍କାର/ ବାରମ୍ବାର।’ ସେ ଡାକିହାକି କହିଛନ୍ତି ‘ଯେ ବାଣୀ ଛୁଇଁନି ଗୋଟିଏ ଜାତିର କୋଟିଏ ବୁକେ/ ସେ ବାଣୀ ମୋହର ନ ହଉ ଗୋଚର ନ ଆସୁ ମୁଖେ (ବାଣୀ)।’
ପ୍ରତି ପଦପାତର କାଳିନ୍ଦୀଚରଣ ନୂଆ କବିତାର କବି। ସେ ଯେପରି ଆବେଗପୂର୍ଣ୍ଣ ଭାଷାରେ ଧରାର ବନ୍ଦନା କରିପାରନ୍ତି, ଧରାରୁ ଈଶ୍ୱରଙ୍କୁ ବିଦାୟ ଦେବାରେ ସେହିପରି ଉତ୍ସୁକ ମଧ୍ୟ ଥାଆନ୍ତି। ପ୍ରେମକୁ ସେ ଦେହର ବାସନା ବୋଲି ମନେକରନ୍ତି ଏବଂ କହନ୍ତି ଆତ୍ମାଫାତ୍ମା ବାଜେ କଥା। ତେଣୁ ତାଙ୍କ ଦୃଷ୍ଟିିରେ ଦେହ ହିଁ ସତ୍ୟ, ଦେବତାର ଧାରଣା ମିଥ୍ୟା। ମଣିିଷ ହିଁ ସବୁକିଛି। ସେ ଏପରି ସମାଜ ପ୍ରତିଷ୍ଠା କରିବାକୁ ଚାହାନ୍ତି, ଯହିଁରେ ସମସ୍ତଙ୍କ ପାଇଁ ବଖୁରାଏ ଘର ଥିବ, ଧନିକ ଦିନରେ ଡକାୟତି କରୁ ନ ଥିବ। ଗରିବ ଭୟରେ ଦିନ କାଟୁ ନ ଥିବ (ଆଗାମୀ)। କବିଙ୍କ ଭାଷାରେ ‘ଜନମ ଆମର ମଣିଷ କୁଳରେ ନାହିଁ ଇଜ୍ଜତ ମାନ/ ଆମ ଝିଅବୋହୂ ସବୁରି ଶାଳୀ ହେ ଆମେ ଶଳା ସଇତାନ’। କବି ବୁର୍ଜୁୟାଙ୍କୁ ଗାଳି ଦେଇଛନ୍ତି ନିଜକୁ ଧିକ୍କାର କରି। ଆତ୍ମଧିକ୍କାର ଯେ, ଶକ୍ତିଶାଳୀ ପ୍ରତିବାଦର ଭାଷା ହୋଇପାରେ, କାଳିନ୍ଦୀଙ୍କ କବିତା ନ ପଢ଼ିଲେ ଜାଣିହୁଏ ନାହିଁ। ସୁତରାଂ କାଳିନ୍ଦୀ ହେଉଛନ୍ତି ଓଡ଼ିଆ କବିତାରେ ଭାଷାର ତଥାକଥିତ ଆଭିଜାତ୍ୟକୁ ଭାଙ୍ଗି ଦେବାର ସବୁଠୁ ସ୍ପର୍ଦ୍ଧିତ କବି, ଯେଉଁ କବିଙ୍କୁ ଓଡ଼ିଆ ସାହିତ୍ୟ ଅନେକ ଦିନରୁ ଅପେକ୍ଷା କରି ରହିଥିଲା।
୧୯୬୬ରେ ପ୍ରକାଶିତ ବିଶିଷ୍ଟ ବଙ୍ଗୀୟ ସମାଲୋଚକ ସୁଧାକର ଚଟ୍ଟୋପାଧ୍ୟାୟ ତାଙ୍କର ‘ରବୀନ୍ଦ୍ରନାଥ ଓ ଭାରତୀୟ ସାହିତ୍ୟ’ରେ କାଳିନ୍ଦୀଚରଣଙ୍କ କବିତା ସମ୍ପର୍କରେ ମତ ଦେବାକୁ ଯାଇ କହିଛନ୍ତି: ”ଆଧୁନିକ ଓଡ଼ିଶାର ଲବ୍ଧପ୍ରତିଷ୍ଠ କଥା ସାହିତି୍ୟକ କାଳିନ୍ଦୀ ଚରଣ ପାଣିଗ୍ରାହୀ ଏକ କାଳେ କବିତା ରଚନା କରେଛିଲେନ୍‌ ଏବଂ କୋନଓ କୋନଓ ସମାଲୋଚକ ସେ-ସକଲ କବିତାର ବିଶେଷ କାବ୍ୟମୂଲ୍ୟ ସ୍ବୀକାର ନା କରଲେଓ ଆମାଦେର କାଛେ କୟେକଟି କବିତା ନାନା କାରଣେ ଉଲ୍ଲେଖଯୋଗ୍ୟ ବଲେ ମନେ ହଛେ।“ (ପୃ: ୬୮)। ଏହାର କାରଣ ସ୍ବରୂପ ସେ କହିଥିଲେ, ପ୍ରଥମତଃ କାଳିନ୍ଦୀଙ୍କ କବିତା ନିଚ୍ଛକ ପଦ୍ୟ ନୁହେଁ, କବିତା। ଦ୍ୱିତୀୟତଃ ସବୁଜ ସାହିତି୍ୟକଙ୍କ ପ୍ରସଙ୍ଗରେ ସବୁଜ କବିତାର ସମ୍ପାଦକ କାଳିନ୍ଦୀଚରଣଙ୍କ ଆଲୋଚନାକୁ କଦାପି ବାଦ୍‌ ଦେଇହେବ ନାହିଁ। ତୃତୀୟତଃ ରବୀନ୍ଦ୍ରନାଥଙ୍କ ଭାବ-ଭାଷା ଓ ଛନ୍ଦର ଧାରାନୁସରଣର ପ୍ରୋଜ୍ଜ୍ୱଳ ଉଦାହରଣ ଥିଲେ କାଳିନ୍ଦୀ। ଏଇ ମତ ସହ କେବଳ ଗୋଟିଏ ଧାଡ଼ି ଯୋଗ କରିବାକୁ ଏଇ ଲେଖକ ଅପରିହାର୍ଯ୍ୟ ମଣେ ଯେ, କାଳିନ୍ଦୀଚରଣ କେବଳ ରବୀନ୍ଦ୍ର କାବ୍ୟଧାରାର ଉଜ୍ଜ୍ୱଳତମ ଅନୁଗାମୀ ନ ଥିଲେ, ଥିଲେ ଅବିଶ୍ୱସନୀୟ ଭାବେ ଅତିକ୍ରମୀ ବି।
ରବୀନ୍ଦ୍ରନାଥ ଲେଖିଛନ୍ତି: ”ଥାକୋ, ସ୍ବର୍ଗ, ହାସ୍ୟମୁଖେ କରୋ ସୁଧାପାନ,/ଦେବଗଣ! ସ୍ବର୍ଗ ତୋମାଦେରି ସୁଖସ୍ଥାନ,/ମୋରା ପରବାସୀ। ମର୍ତ୍ତ୍ୟଭୂମି ସ୍ବର୍ଗ ନହେ,/ସେ ଯେ ମାତୃଭୂମି…“ ସ୍ବର୍ଗାଦପୀ ଗରୀୟସୀ।
କାଳିନ୍ଦୀଚରଣଙ୍କ କବିତାର ନିରପେକ୍ଷ ଅଧ୍ୟୟନରୁ ମନେହୁଏ ଯେ, କବିଙ୍କର କବିତା ବଙ୍ଗଳା କବିତାର ପ୍ରଭାବକୁ ଆତ୍ମସାତ୍‌ କରି ଓଡ଼ିଆ ଭାଷାର ଗରିମା ପ୍ରତିଷ୍ଠାରେ ନିଜକୁ ଯଥେଷ୍ଟ ସକ୍ଷମ ପ୍ରତିପାଦିତ କରିଛି। ଏପରି କି ପାଠ୍ୟପୁସ୍ତକ ରଚନାକାଳରେ କାଳିନ୍ଦୀ ଯେଉଁ କବିତା ସବୁ ଲେଖିଯାଇଛନ୍ତି, ଓଡ଼ିଆ ସାହିତ୍ୟର ଉଦୟରାଗ ସେଥିରେ ଏପରି ପ୍ରତିଭାତ ଯେ ବୟସ୍କମାନଙ୍କ ସ୍ମୃତିରୁ ବି ସେସବୁ ବିସ୍ମୃତ ହୋଇନାହିଁ। ଦୁଇଟି ଉଦାହରଣ ଏଠାରେ କଦାପି ଅପ୍ରାସଙ୍ଗିକ ମନେହେବ ନାହିଁ।
୧: ”ମନେଅଛି ମୋର ଗ୍ରାମ ଚାଟଶାଳୀ
ଚିହ୍ନିଥିଲି ଯହିଁ ଅକ୍ଷର ଆଗେ,
ସରୁଦାଣ୍ଡ କଡ଼େ ଚାଳଘର ଖଣ୍ଡି
ଯାଇଥିଲି ଦିନେ ବାପାଙ୍କ ସଙ୍ଗେ।“
୨: ”ଦୂର ଗାଅଁା କୋଳେ ବୁଡ଼ୁଥିଲା ମୋର ଗୋଧୂଳି-ବେଳ
ଶିଶୁସାଥୀ ମେଳେ ବସୁଥିଲା କେତେ ସୁଖର ହାଟ।
କେତେ ପ୍ରିୟ ସ୍ମୃତି ଅନୁଭୂତିମୟ ଅତୀତ କାଳ
ତୋତେ ଚାହିଁ ଆଜି ପାସୋରିଦେଲିରେ ଶିମୁଳିପାଳ।“
ଓଡ଼ିଆ କବିତାରେ ସରଳତା ଓ ସୌକୁମାର୍ଯ୍ୟର ପ୍ରତିଷ୍ଠା ଦିଗରେ କାଳିନ୍ଦୀଚରଣ କବିତା ରଚନାରେ ହାତ ଦେଲାଦିନୁଁ ଯେପରି ପ୍ରଚେଷ୍ଟା କରିଆସିଛନ୍ତି, ତାହା ସମକ୍ଷରେ ତାଙ୍କ ସାହିତ୍ୟର ସବୁଜକାଳକୁ ନେଇ ବଙ୍ଗୀୟ ପ୍ରଭାବର ଯେଉଁ ମୋହର ମରାଯାଏ, ତାହା ଗ୍ରହଣୀୟ ନୁହେଁ। ପଡ଼ୋଶୀ ଭାଷାକୁ ନୂ୍ୟନ ପ୍ରତିପାଦିତ କରିବା ବଙ୍ଗୀୟ ସମାଲୋଚକମାନଙ୍କର ଏକ ଯୋଜନାବଦ୍ଧ ଅଭ୍ୟାସ, ଯହିଁରୁ ସେମାନେ ସହଜରେ ମୁକୁଳିପାରନ୍ତି ନାହିଁ। କେବଳ ଓଡ଼ିଆ କବିତା ନୁହେଁ, ଅହମିୟା କବିତା ସମ୍ପର୍କରେ ବଙ୍ଗୀୟ ଧାରଣା ମଧ୍ୟ ନିଷ୍ପକ୍ଷ ନୁହେଁ।
ଆକାଶରେ କାନପାତି ରବୀନ୍ଦ୍ର ‘ତୋମାରି ଗାନ’ ଶୁଣିଥିବା ବେଳେ ସୂର୍ଯ୍ୟକୁମାର ଶୁଣିଛନ୍ତି ‘ଅଶୁଣା ଗାନ’। ପ୍ରଭାବରେ ଥାଇ ବି ଅନେକ ସ୍ଥଳେ ଓଡ଼ିଆ ଓ ଅହମିୟା କବିତା ପ୍ରଭାବକୁ ଅତିକ୍ରମି ଯାଇଛନ୍ତି, ଯାହା ଅବାଞ୍ଛିତ ଭାବେ ଉପରମୁହଁା କୌଣସି ଭାଷାର ସ୍ବୀକୃତିକୁ ଅପେକ୍ଷା ରଖେନାହିଁ। ‘ନିରୁଦ୍ଦେଶ’ ଓ ‘ସୁଦୂର’ ପ୍ରତି ଆକର୍ଷଣ ସବୁଜ କବିତାର ଅନ୍ୟତମ ବୈଶିଷ୍ଟ୍ୟ ହେଲେ ବି କାଳିନ୍ଦୀଚରଣଙ୍କ କବିତା ଅନ୍ୟ ଭାଷାର ଚାପରେ ପେଷିହୋଇ କଦାପି ସ୍ବଭାଷାର ଗରିମାକୁ ଭୂଲୁଣ୍ଠିତ କରିନାହିଁ। ତାଙ୍କ କବିତାରେ ଯେପରି ଆମେ ଦେଖୁ ପୁଷ୍ପରେଣୁ ଉଡ଼ିବାର କୁହୁକ, ସେହିପରି ଭେଟୁ ଦୀନନିପିଡ଼ିତର ସଙ୍କଟରେ ବିଦ୍ରୋହର ସ୍ଫୁଲିଙ୍ଗକୁ ଉଜାଗର କରି ରଖିବାର ପ୍ରତିବଦ୍ଧତା। ସେ କାରୁଣ୍ୟର କବି, ଯେଉଁ କରୁଣ୍ୟ ବିନା ବିବେଚନାରେ ଗଡ଼ି ଆସିଥିବା ତଥାକଥିତ ପରମ୍ପରାକୁ ସ୍ବୀକାର କରେ ନାହିଁ। କାଳିନ୍ଦୀଚରଣ ନିରୁଦ୍ଦେଶର କବି। ସମ୍ମୁଖରେ ତାଙ୍କର ଅସ୍ତଗାମୀ ସୂର୍ଯ୍ୟର ଅନ୍ଧାର:
”ଅସ୍ତଗାମୀ ରବିସମ ନିବିଡ଼ ଏ ଅନ୍ଧାର ମୁଖରେ,
ଚାଲିଛି ମୁଁ ଗୋଧୂଳିର ଶୀର୍ଣ୍ଣକ୍ଳାନ୍ତ କ୍ଷୀଣ ମୟୂଖରେ।
ଶୀକର ପବନ ମୋର ଲାଗେ ଗଣ୍ଡେ ଲାଗେ ଭାଲ ଦେଶେ
ଚାଲିଛି ମୁଁ ଆଜି ନିରୁଦ୍ଦେଶେ।“ (ସନ୍ଧ୍ୟାଲୋକେ)
କାଳିନ୍ଦୀ ମାଟିର କବି, ମାତୃଭାଷାର କବି। ପ୍ରୟେଜନବୋଧକୁ ଚାହଁି ଓଡ଼ିଆ କବିତାରେ ଭାଷାର ଯେଉଁ ଅଭିନବ ବ୍ୟବହାର ସେ କରିଛନ୍ତି ତାହାର ପଟାନ୍ତର ଭାରତୀୟ ସାହିତ୍ୟରେ ବିରଳ।
ମୋ:୯୮୫୩୨୮୭୭୫୫


Enter your email to get our daily news in your inbox.

All Right Reserved By Dharitri.Com

ସବୁ ଜଣାଇବ ‘ଫାଇବ୍ରୋ ସ୍କାନ୍‌’

ବର୍ଷାଋତୁରେ ଲିଭର ସମ୍ବନ୍ଧୀୟ ବଡ଼ ସମସ୍ୟା କାରକ ରୋଗଗୁଡ଼ିକ ହେଉଛି ‘ଜଣ୍ଡିସ୍‌’, ‘ଡେଙ୍ଗୁ’, ‘ଝାଡ଼ାବାନ୍ତି’ ଇତ୍ୟାଦି। ତେବେ ଏସବୁଠାରୁ ବଡ଼ ଗୁରୁତ୍ୱପୂର୍ଣ୍ଣ ହେଉଛି ଅନେକଙ୍କ କ୍ଷେତ୍ରରେ ପେଟ…

ଯେଉଁ ଅନ୍ଧକାରର ଅବସାନ ନାହିଁ

ଆମ ଦେଶରେ କେତେକ ଘଟଣା ବର୍ତ୍ତମାନର ପ୍ରବାହରେ ଘଟିଚାଲିଛି ଯାହାର ଅନ୍ତ ଘଟୁନାହିଁ। ଆମେ କାଳର ହିସାବ ରଖନ୍ତି ନାହିଁ। ଯେପରି ଆଜି ପରେ କାଲି, ବିଂଶଶତାବ୍ଦୀ…

ରୋଷେଇ ଘରେ ଇଥାନଲ

ମଣିଷ ଆଦିମ ଯୁଗରେ ପଥରକୁ ପଥରରେ ଘସି ନିଅଁା ବାହାର କରିଥିଲା। ସେବେଠାରୁ ତାହାର ଅନୁସନ୍ଧିତ୍ସୁ ମନ ବିକଳ୍ପ ବାହାର କରିବାରେ ଲାଗିରହିଛି। ବର୍ତ୍ତମାନର ସ୍ଥିତିକୁ ଦେଖିଲେ…

ଏଇ ଭାରତରେ

ଜଣେ ବ୍ୟକ୍ତିଙ୍କ ଦୃଢ଼ ଇଚ୍ଛାଶକ୍ତି ତାଙ୍କୁ ନୂତନତ୍ୱ ସନ୍ଧାନର ପଥ ଦେଖାଏ ଏବଂ ଲକ୍ଷ୍ୟ ହାସଲ କରିବାରେ ସହାୟକ ହୋଇଥାଏ। ଏମିତି ଜଣେ ବ୍ୟକ୍ତି ହେଉଛନ୍ତି ଗୁଜରାଟର…

ମଶାରି ମଶା

ମଣିଷ କୁଆଡେ ସମୟର ଦାସ। ଏ କଥା କହନ୍ତି ସଭିଏଁ। ବୋଧହୁଏ ସମୟ ସୁଅରେ ସେଇ ଉକ୍ତିରେ ସାମାନ୍ୟ ବ୍ୟତିକ୍ରମ ହେଲା ଭଳିଆ ଛୋଟିଆ ଅନୁଭବଟେ କାହିଁକି…

ଜୁଆଙ୍ଗ ଯୁବତୀଙ୍କ ଜଳନ୍ତା ଜୁଇ

କିଛିଦିନ ହେଲାଣି ଅରୁଚିକର ଖବରମାନଙ୍କର ଶୋଭାଯାତ୍ରାରେ ଓଡ଼ିଶାବାସୀ ବ୍ୟଥିତ-ଭାବପ୍ରବଣ ଓଡ଼ିଆଙ୍କ ପାଇଁ ଅନେକ ଚିନ୍ତାର କାରଣ ପାଲଟିଛି। ଜୁନ୍‌ ଏକୋଇଶରେ ତାମିଲନାଡୁର ଚିଙ୍ଗୁଡ଼ି ପ୍ରସ୍ତୁତୀକରଣ କାରଖାନାରେ ହୋଇଥିବା…

ଇସ୍ରୋ ସଙ୍କଟ

ଘରୋଇ ମହାକାଶ ଗବେଷଣା କ୍ଷେତ୍ରରେ ଭାରତକୁ ୧୮ ଜୁଲାଇରେ ବଡ଼ ସଫଳତା ମିଳିଛି । ହାଇଦ୍ରାବାଦର ବେସରକାରୀ ମହାକାଶ ସଂସ୍ଥା ସ୍କାଏରୁଟ୍‌ ଏରୋସ୍ପେସ୍‌ ଶ୍ରୀହରିକୋଟାସ୍ଥିତ ସତୀଶ ଧାବନ…

ଏଇ ଭାରତରେ

ଏମ୍‌. ନାଗରାଜୈହ ବେଙ୍ଗାଲୁରୁର ବସ୍ତିରେ ରହୁଥିବା ପିଲାଙ୍କ ଭବିଷ୍ୟତ ଗଢ଼ିବା ଲାଗି ଚେଷ୍ଟା ଜାରି ରଖିଛନ୍ତି। ସେ ଅଧାରୁ ପାଠ ଛାଡ଼ିଦେଇଥିବା ଏବଂ ଶିଶୁ ଶ୍ରମିକ ଭାବରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri