ଜେଭିରେ ୧୧,୫୦୦ କୋଟି ବିନିଯୋଗ କରିବ ରିଲାଏନ୍ସ

ନୂଆଦିଲ୍ଲୀ,୨୯।୨: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ୍‌, ଭାୟାକମ୧୮ ମଡିଆ ପ୍ରାଇଭେଟ ଲିମିଟେଡ୍‌ ଏବଂ ୱାଲ୍ଟ ଡିଜ୍‌ନି ପକ୍ଷରୁ ଭାୟାକମ୧୮ ଓ ଷ୍ଟାର ଇଣ୍ଡିଆ ପ୍ରାଇଭେଟ୍‌ ଲିମିଟେଡ୍‌ର ବ୍ୟବସାୟକୁ ଏକାଠି କରି ଏକ ମିଳିତ ଉଦ୍ୟୋଗ(ଜେଭି) ଗଠନ କରିବା ନେଇ ଚୁକ୍ତିନାମା ସ୍ବାକ୍ଷରିତ ହୋଇଥିବା ଉଭୟ କମ୍ପାନୀ ପକ୍ଷରୁ ଘୋଷଣା କରାଯାଇଛି। ଏହି କାରବାରର ଏକ ଅଂଶ ଭାବେ ଭାୟାକମ୧୮ର ମିଡିଆ ସଂସ୍ଥା ଷ୍ଟାର ଇଣ୍ଡିଆ ପ୍ରାଇଭେଟ୍‌ ଲିମିଟେଡ୍‌ କୋର୍ଟ ଅନୁମୋଦିତ ଯୋଜନା ଜରିଆରେ ମିଶ୍ରିତ ହେବ। ଏଥିସହ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ୍‌ ପକ୍ଷରୁ ଏହି ମିଳିତ ଉଦ୍ୟୋଗର ଅଭିବୃଦ୍ଧି ପାଇଁ ୧୧,୫୦୦ କୋଟି ଟଙ୍କା ନିବେଶ କରାଯିବାକୁ ନିଷ୍ପତ୍ତି କରାଯାଇଛି। ଏପରିକି ସମସ୍ତ ପ୍ରକ୍ରିୟା ଶେଷ ହେବା ପରେ ଏହି ମିଳିତ ଉଦ୍ୟୋଗ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ୍‌ର ନିୟନ୍ତ୍ରଣରେ ରହିବ, ଯେଉଁଥିରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ୍‌ର ୧୬.୩୪% ମାଲିକାନା, ଭାୟାକମ୧୮ର ୪୬.୮୨% ଏବଂ ଡିଜ୍‌ନିର ୩୬.୮୪% ମାଲିକାନା ରହିବ। ସେହିଭଳି ଆବଶ୍ୟକୀୟ ନିୟାମକ ଓ ତୃତୀୟ ପକ୍ଷ ଅନୁମୋଦନ ଅନୁଯାୟୀ ଡିଜ୍‌ନି ମଧ୍ୟ ଏହି ମିଳିତ ଉଦ୍ୟୋଗରେ ନିର୍ଦ୍ଦିଷ୍ଟ ଅତିରିକ୍ତ ମିଡିଆ ଆସେଟ ଯୋଗଦାନ କରିପାରେ ବୋଲି ଆଶା କରାଯାଉଛି। ଅପରପକ୍ଷରେ ନୀତା ଏମ୍‌. ଅମ୍ବାନୀ ଏହି ମିଳିତ ଉଦ୍ୟୋଗର ଅଧ୍ୟକ୍ଷା ଏବଂ ଉଦୟ ଶଙ୍କର ଉପାଧ୍ୟକ୍ଷ ଭାବେ ମିଳିତ ଉଦ୍ୟୋଗକୁ ରଣନୀତିକ ମାର୍ଗଦର୍ଶନ କରିବେ। ଏ ସମ୍ପର୍କରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ମୁକେଶ ଡି ଅମ୍ବାନୀ କହିଛନ୍ତି, ଏହା ଏକ ଯୁଗାନ୍ତକାରୀ ଚୁକ୍ତି ହୋଇଥିଲାବେଳେ ଭାରତୀୟ ମନୋରଞ୍ଜନ ଶିଳ୍ପରେ ଏକ ନୂତନ ଯୁଗର ପ୍ରାରମ୍ଭ କରିଛି। ଏପରିକି ଆମେ ସର୍ବଦା ଡିଜନିକୁ ବିଶ୍ୱସ୍ତରରେ ସର୍ବୋତ୍ତମ ମିଡିଆ ଗୋଷ୍ଠୀ ଭାବେ ସମ୍ମାନ ଦେଇଆସିଛୁ। ସେହିଭଳି ୱାଲ୍ଟ ଡିଜନିର ସିଇଓ ବବ ଆଇଗର କହିଛନ୍ତି, ଭାରତ ହେଉଛି ବିଶ୍ୱର ସବୁଠାରୁ ଜନ ବହୁଳ ବଜାର ଏବଂ ଏହି ମିଳିତ ଉଦ୍ୟୋଗ କମ୍ପାନୀ ପାଇଁ ଦୀର୍ଘମିଆଦୀ ମୂଲ୍ୟ ସୃଷ୍ଟି କରିବାର ସୁଯୋଗ ପାଇଁ ଆମେ ବେଶ ଉତ୍ସାହିତ ଅଛୁ। ଭାରତୀୟ ବଜାର ଏବଂ ଉପଭୋକ୍ତା ବିଷୟରେ ରିଲାଏନ୍ସର ଗଭୀର ଅଭିଜ୍ଞତା ରହିଛି ଏବଂ ମିଳିତ ଭାବେ ଆମେ ଦେଶର ଏକ ଅଗ୍ରଣୀ ମିଡିଆ କମ୍ପାନୀ ସୃଷ୍ଟି କରିବୁ, ଯାହା ଡିଜିଟାଲ ସେବା ଏବଂ ମନୋରଞ୍ଜନ ଓ କ୍ରୀଡା ବିଷୟବସ୍ତୁର ଏକ ବ୍ୟାପକ ସମ୍ଭାର ସହିତ ଗ୍ରାହକଙ୍କୁ ଉନ୍ନତ ସେବା ପ୍ରଦାନ କରିବାକୁ ସକ୍ଷମ କରିବ।


Enter your email to get our daily news in your inbox.

All Right Reserved By Dharitri.Com

YouTube ଏବଂ Instagramରୁ କେମିତି କରିବେ ମୋଟା ଅଙ୍କର ରୋଜଗାର? ସରଳ ଭାଷାରେ ବୁଝନ୍ତୁ…

ନୂଆଦିଲ୍ଲୀ,୩୦।୧:  ଆଜିର ଡିଜିଟାଲ୍ ଯୁଗରେ ଯୁଟ୍ୟୁବ୍ ଓ ଇନ୍‌ଷ୍ଟାଗ୍ରାମ୍ ଅନେକ ଲୋକଙ୍କ ପାଇଁ ମୋଟା ଅଙ୍କର ରୋଜଗାରର ଏକ ମାଧ୍ୟମ ହୋଇଛି। ଏହି ଦୁଇଟି ପ୍ଲାଟଫର୍ମରେ ଆଡ୍ସ…

୧, ୨ କି ୩ ନୁହେଁ, ୯ଟି ଶୁଭ ସଂଯୋଗରେ ଆସିବ ଏଥର ବଜେଟ୍‌

ନୂଆଦିଲ୍ଲୀ,୩୦।୧: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଫେବୃଆରୀ ୧ରେ ସାଧାରଣ ବଜେଟ ଉପସ୍ଥାପନ କରିବେ। ବଜେଟ ଦିବସ ସମସ୍ତ ବର୍ଗର ଲୋକଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଦିନ। ଗୁରୁତ୍ୱପୂର୍ଣ୍ଣ…

ନିମ୍ନ ୧୦% ଲୋକଙ୍କ ବଢ଼ୁଛି ଖର୍ଚ୍ଚ କରିବା ଶକ୍ତି: ଭାରତରେ ହ୍ରାସ ପାଉଛି ଧନୀ-ଦାରିଦ୍ର୍ୟ ଅସମାନତା

ନୂଆଦିଲ୍ଲୀ,୩୦।୧: ଭାରତରେ ଗରିବ ଓ ଧନୀଙ୍କ ମଧ୍ୟରେ ଥିବା ବ୍ୟବଧାନ ଧୀରେ ଧୀରେ ହ୍ରାସ ପାଉଛି। ସଂସଦରେ ଆଗତ ୨୦୨୫-୨୬ ଆର୍ଥିକ ସର୍ଭେ ରିପୋର୍ଟରେ ଏହି ଖୁଲାସା…

ସୁନା ବଜାରରେ ଐତିହାସିକ ହଲଚଲ: ଗୋଟିଏ ଦିନରେ ଭାରତ ଅର୍ଥନୀତିଠାରୁ ଅଧିକ ଟଙ୍କାର କାରବାର

ନୂଆଦିଲ୍ଲୀ,୩୦।୧: ବିଶ୍ୱ ବଜାରରେ ସୁନା ମୂଲ୍ୟ ଚଳିତ ସପ୍ତାହରେ ଅଭୂତପୂର୍ବ ସ୍ଥିତିର ସାମ୍ନା କରିଛି। କ୍ୟାପିଟାଲ ମାର୍କେଟ ପ୍ଲାଟଫର୍ମ ‘ଦି କୋବେସି ଲେଟର’ ବିଶ୍ଳେଷଣ ଅନୁଯାୟୀ, ସୁନାର…

ରେଲଓ୍ବେ ଦେଲା ବଡ଼ ଖୁସି ଖବର: ତତ୍କାଳ ଟିକେଟ ବୁକିଂ ହେଲା ସହଜ , ଏଣିକି…

ନୂଆଦିଲ୍ଲୀ,୩୦।୧: ଭାରତୀୟ ରେଳବାଇ ତତ୍କାଳ ଟିକେଟ ବୁକିଂ ପାଇଁ ନିୟମ ପରିବର୍ତ୍ତନ କରିଛି। ଏବେ ଯାତ୍ରୀମାନେ ଶୀଘ୍ର ଏବଂ ସହଜରେ ଟିକେଟ ପାଇପାରିବେ। ନୂତନ ନିୟମ ଅନୁଯାୟୀ,…

ହଠାତ୍‌ ହଜାର ହଜାର ଟଙ୍କା କମିଗଲା ସୁନା ଦର: ରୁପା ଦର୍‌ରେ ବି ଲାଗିଲା ବ୍ରେକ୍‌

ନୂଆଦିଲ୍ଲୀ,୩୦।୧: କ୍ରମାଗତ ଭାବରେ ବୃଦ୍ଧି ପାଉଥିବା ସୁନା ଏବଂ ରୁପା ମୂଲ୍ୟରେ ବ୍ରେକ୍‌ ଲାଗିଛି। ୧୦ ଗ୍ରାମ ୨୪ କ୍ୟାରେଟ ସୁନାର ମୂଲ୍ୟ ପ୍ରାୟ ୮,୦୦୦ ହ୍ରାସ…

Budget 2026: କରଦାତାଙ୍କୁ ମିଳିବ ବଡ଼ ଆଶ୍ବସ୍ତି! ଏହି ନିୟମରେ ପରିବର୍ତ୍ତନ କରିପାରନ୍ତି ନିର୍ମଳା ସୀତାରମଣ

ନୂଆଦିଲ୍ଲୀ,୩୦।୧: ବଜେଟ୍ ୨୦୨୬ ପାଇଁ କାଉଣ୍ଟଡାଉନ୍ ଆରମ୍ଭ ହୋଇଯାଇଛି ଏବଂ ପ୍ରତି ବର୍ଷ ପରି, ଦେଶବ୍ୟାପୀ ଲକ୍ଷ ଲକ୍ଷ କରଦାତା ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଉପରେ ନଜର…

ମେଦବହୁଳତା ଭାରତ ପାଇଁ ଏକ ବଡ଼ ଆର୍ଥିକ ବିପତ୍ତି: ଅର୍ଥନୈତିକ ସର୍ଭେରେ ଚେତାବନୀ

ନୂଆଦିଲ୍ଲୀ,୩୦।୧: ଦେଶରେ ବଢ଼ୁଥିବା ମେଦବହୁଳତା ସ୍ୱାସ୍ଥ୍ୟ ସହିତ ଭାରତ ପାଇଁ ଏକ ବଡ଼ ‘ଅର୍ଥନୈତିକ ବିପତ୍ତି’ ଭାବେ ଉଭା ହୋଇଛି। ସଂସଦରେ ଆଗତ ୨୦୨୫-୨୬ ଆର୍ଥିକ ସର୍ଭେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri