ଜେଭିରେ ୧୧,୫୦୦ କୋଟି ବିନିଯୋଗ କରିବ ରିଲାଏନ୍ସ

ନୂଆଦିଲ୍ଲୀ,୨୯।୨: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ୍‌, ଭାୟାକମ୧୮ ମଡିଆ ପ୍ରାଇଭେଟ ଲିମିଟେଡ୍‌ ଏବଂ ୱାଲ୍ଟ ଡିଜ୍‌ନି ପକ୍ଷରୁ ଭାୟାକମ୧୮ ଓ ଷ୍ଟାର ଇଣ୍ଡିଆ ପ୍ରାଇଭେଟ୍‌ ଲିମିଟେଡ୍‌ର ବ୍ୟବସାୟକୁ ଏକାଠି କରି ଏକ ମିଳିତ ଉଦ୍ୟୋଗ(ଜେଭି) ଗଠନ କରିବା ନେଇ ଚୁକ୍ତିନାମା ସ୍ବାକ୍ଷରିତ ହୋଇଥିବା ଉଭୟ କମ୍ପାନୀ ପକ୍ଷରୁ ଘୋଷଣା କରାଯାଇଛି। ଏହି କାରବାରର ଏକ ଅଂଶ ଭାବେ ଭାୟାକମ୧୮ର ମିଡିଆ ସଂସ୍ଥା ଷ୍ଟାର ଇଣ୍ଡିଆ ପ୍ରାଇଭେଟ୍‌ ଲିମିଟେଡ୍‌ କୋର୍ଟ ଅନୁମୋଦିତ ଯୋଜନା ଜରିଆରେ ମିଶ୍ରିତ ହେବ। ଏଥିସହ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ୍‌ ପକ୍ଷରୁ ଏହି ମିଳିତ ଉଦ୍ୟୋଗର ଅଭିବୃଦ୍ଧି ପାଇଁ ୧୧,୫୦୦ କୋଟି ଟଙ୍କା ନିବେଶ କରାଯିବାକୁ ନିଷ୍ପତ୍ତି କରାଯାଇଛି। ଏପରିକି ସମସ୍ତ ପ୍ରକ୍ରିୟା ଶେଷ ହେବା ପରେ ଏହି ମିଳିତ ଉଦ୍ୟୋଗ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ୍‌ର ନିୟନ୍ତ୍ରଣରେ ରହିବ, ଯେଉଁଥିରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ୍‌ର ୧୬.୩୪% ମାଲିକାନା, ଭାୟାକମ୧୮ର ୪୬.୮୨% ଏବଂ ଡିଜ୍‌ନିର ୩୬.୮୪% ମାଲିକାନା ରହିବ। ସେହିଭଳି ଆବଶ୍ୟକୀୟ ନିୟାମକ ଓ ତୃତୀୟ ପକ୍ଷ ଅନୁମୋଦନ ଅନୁଯାୟୀ ଡିଜ୍‌ନି ମଧ୍ୟ ଏହି ମିଳିତ ଉଦ୍ୟୋଗରେ ନିର୍ଦ୍ଦିଷ୍ଟ ଅତିରିକ୍ତ ମିଡିଆ ଆସେଟ ଯୋଗଦାନ କରିପାରେ ବୋଲି ଆଶା କରାଯାଉଛି। ଅପରପକ୍ଷରେ ନୀତା ଏମ୍‌. ଅମ୍ବାନୀ ଏହି ମିଳିତ ଉଦ୍ୟୋଗର ଅଧ୍ୟକ୍ଷା ଏବଂ ଉଦୟ ଶଙ୍କର ଉପାଧ୍ୟକ୍ଷ ଭାବେ ମିଳିତ ଉଦ୍ୟୋଗକୁ ରଣନୀତିକ ମାର୍ଗଦର୍ଶନ କରିବେ। ଏ ସମ୍ପର୍କରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ମୁକେଶ ଡି ଅମ୍ବାନୀ କହିଛନ୍ତି, ଏହା ଏକ ଯୁଗାନ୍ତକାରୀ ଚୁକ୍ତି ହୋଇଥିଲାବେଳେ ଭାରତୀୟ ମନୋରଞ୍ଜନ ଶିଳ୍ପରେ ଏକ ନୂତନ ଯୁଗର ପ୍ରାରମ୍ଭ କରିଛି। ଏପରିକି ଆମେ ସର୍ବଦା ଡିଜନିକୁ ବିଶ୍ୱସ୍ତରରେ ସର୍ବୋତ୍ତମ ମିଡିଆ ଗୋଷ୍ଠୀ ଭାବେ ସମ୍ମାନ ଦେଇଆସିଛୁ। ସେହିଭଳି ୱାଲ୍ଟ ଡିଜନିର ସିଇଓ ବବ ଆଇଗର କହିଛନ୍ତି, ଭାରତ ହେଉଛି ବିଶ୍ୱର ସବୁଠାରୁ ଜନ ବହୁଳ ବଜାର ଏବଂ ଏହି ମିଳିତ ଉଦ୍ୟୋଗ କମ୍ପାନୀ ପାଇଁ ଦୀର୍ଘମିଆଦୀ ମୂଲ୍ୟ ସୃଷ୍ଟି କରିବାର ସୁଯୋଗ ପାଇଁ ଆମେ ବେଶ ଉତ୍ସାହିତ ଅଛୁ। ଭାରତୀୟ ବଜାର ଏବଂ ଉପଭୋକ୍ତା ବିଷୟରେ ରିଲାଏନ୍ସର ଗଭୀର ଅଭିଜ୍ଞତା ରହିଛି ଏବଂ ମିଳିତ ଭାବେ ଆମେ ଦେଶର ଏକ ଅଗ୍ରଣୀ ମିଡିଆ କମ୍ପାନୀ ସୃଷ୍ଟି କରିବୁ, ଯାହା ଡିଜିଟାଲ ସେବା ଏବଂ ମନୋରଞ୍ଜନ ଓ କ୍ରୀଡା ବିଷୟବସ୍ତୁର ଏକ ବ୍ୟାପକ ସମ୍ଭାର ସହିତ ଗ୍ରାହକଙ୍କୁ ଉନ୍ନତ ସେବା ପ୍ରଦାନ କରିବାକୁ ସକ୍ଷମ କରିବ।


Enter your email to get our daily news in your inbox.

All Right Reserved By Dharitri.Com

ଏଣିକି ପେଟ୍ରୋଲ ଓ ବିଜୁଳି ବିଲ ପେମେଣ୍ଟ କଲେ ଲାଗିବ ୫ଟଙ୍କା ଏକ୍ସଟ୍ରା ଚାର୍ଜ; ସାଧାରଣ ଲୋକଙ୍କୁ ବଡ଼ ଝଟ୍‌କା

ନୂଆଦିଲ୍ଲୀ,୧୫।୯: ବଢ଼ୁଥିବା ମହଙ୍ଗା ମାଡ଼ ମଧ୍ୟରେ ଏବେ UPI ପେମେଣ୍ଟ ଉପରେ ଦେବାକୁ ପଡ଼ିବ ଚାର୍ଜ। ଅର୍ଥାତ ଆପଣଙ୍କର UPI ଆଉ ମାଗଣା ରହିଲା ନାହିଁ। ଏହି…

UPI ପେମେଣ୍ଟ ଉପରେ ନୂଆ ଚାର୍ଜ: ୫୦୦୦ରେ ୨୦ ଓ ୧୦,୦୦୦ରେ କଟିବ ୪୦ ଟଙ୍କା, ଜାଣନ୍ତୁ…

ନୂଆଦିଲ୍‌ଲୀ,୧୫।୯: ଡିଜିଟାଲ କାରବାର ଉପରେ ଶୁଳ୍କ ଲାଗୁ ନେଇ ବିରୋଧ ମଧ୍ୟରେ ସରକାର UPI ଉପରେ ମର୍ଚାଣ୍ଟ ଡିସକାଉଣ୍ଟ ରେଟ (MDR)କୁ ନେଇ ଏକ ନୂଆ ନିଷ୍ପତ୍ତି…

ଗାଡ଼ି ଲାଇଟ୍‌ ଉପରେ ସରକାର ଆଣୁଛନ୍ତିି ବଡ଼ ନିୟମ, ଜାଣନ୍ତୁ କ’ଣ ହେବ ପରିବର୍ତ୍ତନ

ନୂଆଦିଲ୍‌ଲୀ,୧୫।୯: ରାତି ସମୟରେ ରାସ୍ତାରେ ଗାଡ଼ିଗୁଡ଼ିକର ହାଇ ବିମ (High Beam) ହେଡଲାଇଟ ଆଖି ଝଲସାଇ ଦେବା ସଡ଼କ ଦୁର୍ଘଟଣାର ଏକ ବଡ଼ କାରଣ ପାଲଟିଛି। ଏହି…

କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ଖୁସି ଖବର, DA ବୃଦ୍ଧିକୁ ନେଇ ଆସିଲା ବଡ଼ ଅପଡେଟ୍‌! ଏହିଦିନ…

ନୂଆଦିଲ୍ଲୀ,୧୫।୯: ଦେଶର ୫୦ ଲକ୍ଷରୁ ଅଧିକ କେନ୍ଦ୍ରୀୟ କର୍ମଚାରୀ ଏବଂ ୬୫ ଲକ୍ଷରୁ ଊର୍ଦ୍ଧ୍ୱ ପେନସନଭୋଗୀଙ୍କ ପାଇଁ ଏକ ବଡ଼ ଖୁସି ଖବର ସାମ୍ନାକୁ ଆସୁଛି। ପାର୍ୱଣ…

ମହିଳାଙ୍କୁ ୨ କୋଟି ଦେବ ଏହି ବଡ଼ ବ୍ୟାଙ୍କ୍‌! ଜାଣନ୍ତୁ କେମିତି କରିବେ ଆପ୍ଲାଏ…

ନୂଆଦିଲ୍ଲୀ,୧୫।୯: ଯଦି ଆପଣ ଜଣେ ମହିଳା ଏବଂ ନିଜର ନୂଆ ବ୍ୟବସାୟ ଆରମ୍ଭ କରିବାର ସ୍ୱପ୍ନ ଦେଖୁଛନ୍ତି କିମ୍ୱା ନିଜର ଚାଲୁଥିବା ବ୍ୟବସାୟକୁ ଆଗକୁ ବଢ଼ାଇବାକୁ ଚାହୁଁଛନ୍ତି,…

UPIରେ ବନ୍ଧୁଙ୍କୁ ୫,୦୦୦ ଟଙ୍କା ପଠାଇଲେ ଲାଗିବ ଏକ୍ସଷ୍ଟ୍ରା ଚାର୍ଜ? ଜାଣନ୍ତୁ P2P-P2M ପେମେଣ୍ଟର ପାର୍ଥକ୍ୟ

ନୂଆଦିଲ୍ଲୀ,୧୫।୯ : ଆଜିକାଲି ମୋବାଇଲରେ କିଛି ସେକେଣ୍ଡ ମଧ୍ୟରେ ଟଙ୍କା ପଠାଇବା ପାଇଁ UPI ସବୁଠାରୁ ସହଜ ମାଧ୍ୟମ ପାଲଟିଛି। ବନ୍ଧୁଙ୍କୁ ଟଙ୍କା ପଠାଇବା ହେଉ କି…

ସୁନା କିଣୁଥିବା ଗ୍ରାହକଙ୍କ ପାଇଁ ବଡ଼ ଭବିଷ୍ୟବାଣୀ!

ନୂଆଦିଲ୍ଲୀ,୧୫।୯: ଗତ କିଛି ଦିନ ମଧ୍ୟରେ ସୁନା ଓ ରୂପା ଦରରେ ବଡ଼ ଧରଣର ହ୍ରାସ ଦେଖିବାକୁ ମିଳିଛି। ଦୀର୍ଘ ସମୟ ଧରି ଦର ବୃଦ୍ଧି ପରେ…

୮ ମାସର ସର୍ବୋଚ୍ଚ ସ୍ତରରେ ଖୁଚୁରା ମୁଦ୍ରାସ୍ଫୀତି, ଅସହ୍ୟ ହୋଇପାରେ ମହଙ୍ଗା ମାଡ଼

ନୂଆଦିଲ୍ଲୀ,୧୫।୯: ମଧ୍ୟପ୍ରାଚ୍ୟ ଯୁଦ୍ଧ ଆରମ୍ଭ ହେବା ପରେ ଦେଶରେ ସାଧାରଣ ଜନତାଙ୍କ ଉପରେ ପଡ଼ିଥିବା ମହଙ୍ଗା ମାଡ଼ ଆଗକୁ ଆହୁରି ଉତ୍କଟ ହେବା ଆଶଙ୍କା ବଢ଼ାଇଛି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?