ଜେଲରୁ ବାହାରିଲେ, ଗିରଫ ହେଲେ

ବାଲେଶ୍ୱର ଅଫିସ,୨୮ା୫: ଏକକାଳୀନ ସର୍ବାଧିକ ପରିମାଣର ବ୍ରାଉନ୍‌ସୁଗାର ଜବତ କରି ସହଦେବଖୁଣ୍ଟା ମଡ଼େଲ ଥାନା ପୋଲିସ ଜଣେ ଆନ୍ତଃରାଜ୍ୟ ବ୍ରାଉନ୍‌ସୁଗାର ବେପାରୀଙ୍କ ସହ ଅରଡ଼ବଜାର ଅଞ୍ଚଳର ୫ ଅଭିଯୁକ୍ତଙ୍କୁ ଗିରଫ କରି ୨୦୨୨ ମେ’ ୨୮ରେ କୋର୍ଟଚାଲାଣ କରିଥିଲା। ଶନିବାର ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଅରଡ଼ବଜାର ଅଞ୍ଚଳର ୫ଜଣ ଜାମିନରେ ଜେଲ୍‌ରୁ ବାହାରୁଥିବା ବେଳେ ପୁଣି ସହଦେବଖୁଣ୍ଟା ପୋଲିସ ସେମାନଙ୍କୁ ପୁଣି ଗିରଫ କରିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି।
ସହର ଫୁଲାଡ଼ିସ୍ଥିତ କାସିମପୁର ନିକଟସ୍ଥ ପଡ଼ିଆରେ ବ୍ରାଉନ୍‌ସୁଗାର ନେଣଦେଣ ହେଉଥିବା ବେଳେ ଖବରପାଇ ସହଦେବଖୁଣ୍ଟା ମଡ଼େଲ ଥାନା ପୋଲିସ ପକ୍ଷରୁ ଚଢ଼ାଉ କରିଥିଲା। ଏଥିରେ ୧୦କେଜି ଓଜନର ବ୍ରାଉନ୍‌ସୁଗାର (ଯାହାର ମୂଲ୍ୟ ୧୧କୋଟି ଟଙ୍କା)ଜବତ କରିବା ସହ ଜଣେ ଆନ୍ତଃରାଜ୍ୟ ବ୍ରାଉନ୍‌ସୁଗାର ବେପାରୀ ଏବଂ ୫ଜଣ ଅରଡ଼ବଜାର ଅଞ୍ଚଳର ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା। ମୁଖ୍ୟ ଅଭିଯୁକ୍ତ ମଧ୍ୟପ୍ରଦେଶ ରାଜ୍ୟର ଆୟୁବ (୫୨)ଙ୍କୁ ଜାମିନ ମିଳି ନ ଥିବା ବେଳେ ଅରଡ଼ବଜାର ଅଞ୍ଚଳର ସେକ ହୁସେନ, ସେକ ସଫିକ, ସେକ ରାଜୁ, ସେକ ସମୀର, ରିଣ୍ଟୁ ତରେଇଙ୍କୁ ଜାମିନ ମିଳିଥିଲା। ମାତ୍ର ପ୍ରତ୍ୟେକଙ୍କ ନାମରେ ପୂର୍ବରୁ ଏସ୍‌ଟିଏଫ୍‌ ଏବଂ ବିଭିନ୍ନ ଥାନାରେ ୫ରୁ ଊର୍ଦ୍ଧ୍ୱ ବ୍ରାଉନ୍‌ସୁଗାର କାରବାର ଭଳି ଅପରାଧିକ ମାମଲା ଥିବାରୁ ପୋଲିସ ସେମାନଙ୍କୁ ଜେଲ୍‌ ଆଗରୁ ଗିରଫ କରିଛି। ଏନେଇ ଅଭିଯୁକ୍ତ ପକ୍ଷଙ୍କ ଆଇନଜୀବୀ ଗୁରୁପ୍ରସାଦ ବେହେରା କହନ୍ତି, ପୋଲିସ ଯେତେବେଳେ ବ୍ରାଉନ୍‌ସୁଗାର ଜବତ କରିଥିଲା ସେତେବେଳେ ଗିରଫକାରୀଙ୍କ ମଧ୍ୟରୁ କେତେଜଣ ଘଟଣାସ୍ଥଳରେ ନ ଥିବା ବେଳେ ପୋଲିସ ଆକ୍ରୋଶମୂଳକ ଭାବେ ସେମାନଙ୍କୁ ମାମଲାରେ ଭର୍ତ୍ତି କରି କୋର୍ଟଚାଲାଣ କରିଥିଲା। ଏଥିସହିତ ଗିରଫ କରାଯାଇଥିବା ଯୁବକମାନଙ୍କୁ ବିଭିନ୍ନ ଆଳ ଦେଖାଇ ମାମଲାର ୨୪ଘଣ୍ଟା ପରେ କୋର୍ଟଚାଲାଣ କରାଯାଇଥିଲା। ବିଭିନ୍ନ ପ୍ରକାର ପୋଲିସର ତ୍ରୁଟିକୁ ପ୍ରମାଣ କରିବା ପରେ ହାଇକୋର୍ଟ ଗିରଫ ୫ ଯୁବକଙ୍କ ଜାମିନ ମଞ୍ଜୁର କରିଥିଲେ। ଏଥିସହିତ ଥାନାର ଉପରିସ୍ଥ ଅଧିକାରୀମାନଙ୍କ କାର୍ଯ୍ୟକଳାପକୁ ନିନ୍ଦା କରିବା ସହ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏନେଇ ସହଦେବଖୁଣ୍ଟା ଥାନା ଅଧିକାରୀଙ୍କଠାରୁ ମିଳିଥିବା ସୂଚନା ଅନୁସାରେ, ବ୍ରାଉନ୍‌ସୁଗାର ମାମଲାରେ ଗିରଫ ହୋଇ ଶନିବାର ଜେଲ୍‌ରୁ ବାହାରୁଥିବା ଅରଡ଼ବଜାର ଅଞ୍ଚଳର ୫ଯୁବକଙ୍କ ନାମରେ ଏସ୍‌ଟିଏଫ୍‌ ସମେତ ବିଭିନ୍ନ ଥାନାରେ ବହୁ ମାମଲା ଥିବାରୁ ସେମାନଙ୍କୁ ଗିରଫ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଅବସର ନେବେ ଗଡ଼କରୀ! ଦେଲେ ଏମିତି ବୟାନହେଲାଣି ରାଜନୈତିକ ଚର୍ଚ୍ଚା

ନୂଆଦିଲ୍ଲୀ,୨୫।୮: ନାଗପୁର ଜିଲାର କାଟୋଲ ଅଞ୍ଚଳର ପାରାଡସିଙ୍ଗାରେ ଆୟୋଜିତ ଏକଲବ୍ୟ ଏକଲ ବିଦ୍ୟାଳୟର ଶିକ୍ଷକ ଏବଂ ପର୍ଯ୍ୟବେକ୍ଷକଙ୍କ ପାଇଁ ଏକ ତାଲିମ ଅଧିବେଶନରେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ…

ଗୁଣିଆଙ୍କ ଔଷଧ ଖାଇ ଚାଲିଗଲା ନିଃସନ୍ତାନ ଦମ୍ପତିଙ୍କ ଜୀବନ

ଫୁଲବାଣୀ,୨୫।୮: କନ୍ଧମାଳ ଜିଲା ଗୋଚ୍ଛାପଡ଼ା ଥାନା ନେଡ଼ିପଙ୍ଗାରେ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ଗୁଣିଆଙ୍କ ନିକଟରୁ ଔଷଧ ଖାଇ ନିଃସନ୍ତାନ ଦମ୍ପତିଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି।…

ବୈଭବ ସୂର୍ଯ୍ୟବଂଶୀ ତାଙ୍କ ଜର୍ସିର ପ୍ରକୃତ ନମ୍ବର କାହିଁକି ଲୁଚାଇ ଦେଇଥିଲେ? ଯାହା ପାଲଟିଲାଣି ଆଲୋଚନାର ବିଷୟ

ନୂଆଦିଲ୍ଲୀ,୨୫।୮: ସମସ୍ତଙ୍କ ନଜର ଏବେ ଭାରତର ଯୁବ ତାରକା, 15 ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀଙ୍କ ଉପରେ। ଏହି ଯୁବ ବ୍ୟାଟସମ୍ୟାନ ତାଙ୍କର ବିସ୍ଫୋରକ ବ୍ୟାଟିଂ ଶୈଳୀ ମାଧ୍ୟମରେ…

ଏନସିସି ଆର୍ମି ୱିଙ୍ଗର କ୍ୟାଡେଟ ଚୟନ ଶିବିର: ଛାତ୍ରୀଛାତ୍ରଙ୍କ ମଧ୍ୟରେ ବୃଦ୍ଧି ପାଉଛି ଆଗ୍ରହ

ଭଞ୍ଜନଗର, ୨୫।୮ (ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ମଙ୍ଗଳବାର ଏନସିସି ଆର୍ମି ୱିଙ୍ଗର କ୍ୟାଡେଟ ଚୟନ ଶିବିର ଅନୁଷ୍ଠିତ…

ବ୍ୟବସାୟୀଙ୍କ ଘରୁ ଚୋରି ଘଟଣାରେ ୬ ଗିରଫ: ସୁନା-ରୁପା ଜବତ

କେସିଙ୍ଗା,୨୫।୮(ତୁମେଶ୍ୱର ସାହୁ) : କେସିଙ୍ଗା ସହର ୱାର୍ଡ ନଂ-୩ର ବ୍ୟବସାୟୀ ପୁନମ ଜୈନଙ୍କ ଘରୁ ଗତ ଜୁଲାଇ ୨୧ ତାରିଖରେ ତାଲା ଭାଙ୍ଗି ସୁନା, ରୁପା ଓ…

ପନିର ଅପମିଶ୍ରଣ ନେଇ କଟକରେ ରେଡ୍‌ ପରେ ଏବେ ପାହାଳ ପାଳି: ମିଠା କିଣୁଥିଲେ ଜାଣି ରଖନ୍ତୁ….

ଭୁବନେଶ୍ୱର,୨୫।୮: ପାର୍ବଣ ପୂର୍ବରୁ ରାଜଧାନୀ ଭୁବନେଶ୍ୱରରେ ଛେନା ଓ ପନିରର ଗୁଣବତ୍ତାକୁ ନେଇ ଚିନ୍ତା ବଢ଼ିଛି। ନକଲି ଓ ଅପମିଶ୍ରିତ ଛେନା-ପନିର ବିକ୍ରି ଅଭିଯୋଗକୁ ନେଇ BMC…

ସ୍ବାମୀଙ୍କ ଆଗରେ ଚାଲିଗଲା ସାବିତ୍ରୀଙ୍କ ଜୀବନ: ନାତୁଣୀ ଜନ୍ମଦିନ ସାରି ଫେରୁଥିବାବେଳେ ଘଟିଲା…

ତାଳଚେର,୨୫।୮(ମନୋଜ ନନ୍ଦ): ଅନୁଗୋଳ ଜିଲା ତାଳଚେର ଚାଇଁପାଳ ଓଭର ବ୍ରିଜ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଠାରେ ଏକ ସ୍କୁଟିକୁ ଧକ୍କା ଦେଇଛି ଟ୍ରକ।…

ଚମକିଲେ ବୈଭବ ସୂର୍ଯ୍ୟବଂଶୀ; ଗୋଟିଏ ଓଭରରେ କଲେ ଏମିତି କାମ, ଚାହିଁକି ରହିଗଲେ…

ନୂଆଦିଲ୍ଲୀ,୨୫।୮: ବେଙ୍ଗାଲୁରୁସ୍ଥିତ BCCI ସେଣ୍ଟର ଅଫ୍ ଏକ୍ସିଲେନ୍ସରେ ଚାଲିଥିବା ଦୁଲୀପ ଟ୍ରଫିର କ୍ୱାର୍ଟରଫାଇନାଲ୍ ମ୍ୟାଚ୍‌ରେ ଇଷ୍ଟ ଜୋନ୍ ପକ୍ଷରୁ ଦମଦାର ବୋଲିଂ କରିଛନ୍ତି ୧୫ ବର୍ଷୀୟ ବୈଭବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri