ଜେଲରୁ ବାହାରିଲେ, ଗିରଫ ହେଲେ

ବାଲେଶ୍ୱର ଅଫିସ,୨୮ା୫: ଏକକାଳୀନ ସର୍ବାଧିକ ପରିମାଣର ବ୍ରାଉନ୍‌ସୁଗାର ଜବତ କରି ସହଦେବଖୁଣ୍ଟା ମଡ଼େଲ ଥାନା ପୋଲିସ ଜଣେ ଆନ୍ତଃରାଜ୍ୟ ବ୍ରାଉନ୍‌ସୁଗାର ବେପାରୀଙ୍କ ସହ ଅରଡ଼ବଜାର ଅଞ୍ଚଳର ୫ ଅଭିଯୁକ୍ତଙ୍କୁ ଗିରଫ କରି ୨୦୨୨ ମେ’ ୨୮ରେ କୋର୍ଟଚାଲାଣ କରିଥିଲା। ଶନିବାର ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଅରଡ଼ବଜାର ଅଞ୍ଚଳର ୫ଜଣ ଜାମିନରେ ଜେଲ୍‌ରୁ ବାହାରୁଥିବା ବେଳେ ପୁଣି ସହଦେବଖୁଣ୍ଟା ପୋଲିସ ସେମାନଙ୍କୁ ପୁଣି ଗିରଫ କରିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି।
ସହର ଫୁଲାଡ଼ିସ୍ଥିତ କାସିମପୁର ନିକଟସ୍ଥ ପଡ଼ିଆରେ ବ୍ରାଉନ୍‌ସୁଗାର ନେଣଦେଣ ହେଉଥିବା ବେଳେ ଖବରପାଇ ସହଦେବଖୁଣ୍ଟା ମଡ଼େଲ ଥାନା ପୋଲିସ ପକ୍ଷରୁ ଚଢ଼ାଉ କରିଥିଲା। ଏଥିରେ ୧୦କେଜି ଓଜନର ବ୍ରାଉନ୍‌ସୁଗାର (ଯାହାର ମୂଲ୍ୟ ୧୧କୋଟି ଟଙ୍କା)ଜବତ କରିବା ସହ ଜଣେ ଆନ୍ତଃରାଜ୍ୟ ବ୍ରାଉନ୍‌ସୁଗାର ବେପାରୀ ଏବଂ ୫ଜଣ ଅରଡ଼ବଜାର ଅଞ୍ଚଳର ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା। ମୁଖ୍ୟ ଅଭିଯୁକ୍ତ ମଧ୍ୟପ୍ରଦେଶ ରାଜ୍ୟର ଆୟୁବ (୫୨)ଙ୍କୁ ଜାମିନ ମିଳି ନ ଥିବା ବେଳେ ଅରଡ଼ବଜାର ଅଞ୍ଚଳର ସେକ ହୁସେନ, ସେକ ସଫିକ, ସେକ ରାଜୁ, ସେକ ସମୀର, ରିଣ୍ଟୁ ତରେଇଙ୍କୁ ଜାମିନ ମିଳିଥିଲା। ମାତ୍ର ପ୍ରତ୍ୟେକଙ୍କ ନାମରେ ପୂର୍ବରୁ ଏସ୍‌ଟିଏଫ୍‌ ଏବଂ ବିଭିନ୍ନ ଥାନାରେ ୫ରୁ ଊର୍ଦ୍ଧ୍ୱ ବ୍ରାଉନ୍‌ସୁଗାର କାରବାର ଭଳି ଅପରାଧିକ ମାମଲା ଥିବାରୁ ପୋଲିସ ସେମାନଙ୍କୁ ଜେଲ୍‌ ଆଗରୁ ଗିରଫ କରିଛି। ଏନେଇ ଅଭିଯୁକ୍ତ ପକ୍ଷଙ୍କ ଆଇନଜୀବୀ ଗୁରୁପ୍ରସାଦ ବେହେରା କହନ୍ତି, ପୋଲିସ ଯେତେବେଳେ ବ୍ରାଉନ୍‌ସୁଗାର ଜବତ କରିଥିଲା ସେତେବେଳେ ଗିରଫକାରୀଙ୍କ ମଧ୍ୟରୁ କେତେଜଣ ଘଟଣାସ୍ଥଳରେ ନ ଥିବା ବେଳେ ପୋଲିସ ଆକ୍ରୋଶମୂଳକ ଭାବେ ସେମାନଙ୍କୁ ମାମଲାରେ ଭର୍ତ୍ତି କରି କୋର୍ଟଚାଲାଣ କରିଥିଲା। ଏଥିସହିତ ଗିରଫ କରାଯାଇଥିବା ଯୁବକମାନଙ୍କୁ ବିଭିନ୍ନ ଆଳ ଦେଖାଇ ମାମଲାର ୨୪ଘଣ୍ଟା ପରେ କୋର୍ଟଚାଲାଣ କରାଯାଇଥିଲା। ବିଭିନ୍ନ ପ୍ରକାର ପୋଲିସର ତ୍ରୁଟିକୁ ପ୍ରମାଣ କରିବା ପରେ ହାଇକୋର୍ଟ ଗିରଫ ୫ ଯୁବକଙ୍କ ଜାମିନ ମଞ୍ଜୁର କରିଥିଲେ। ଏଥିସହିତ ଥାନାର ଉପରିସ୍ଥ ଅଧିକାରୀମାନଙ୍କ କାର୍ଯ୍ୟକଳାପକୁ ନିନ୍ଦା କରିବା ସହ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏନେଇ ସହଦେବଖୁଣ୍ଟା ଥାନା ଅଧିକାରୀଙ୍କଠାରୁ ମିଳିଥିବା ସୂଚନା ଅନୁସାରେ, ବ୍ରାଉନ୍‌ସୁଗାର ମାମଲାରେ ଗିରଫ ହୋଇ ଶନିବାର ଜେଲ୍‌ରୁ ବାହାରୁଥିବା ଅରଡ଼ବଜାର ଅଞ୍ଚଳର ୫ଯୁବକଙ୍କ ନାମରେ ଏସ୍‌ଟିଏଫ୍‌ ସମେତ ବିଭିନ୍ନ ଥାନାରେ ବହୁ ମାମଲା ଥିବାରୁ ସେମାନଙ୍କୁ ଗିରଫ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?