ରୋଗୀ ସେବାରେ ସମ୍ପର୍କୀୟ

ସୁଧୀର କୁମାର ନାୟକ

 

ରାଜ୍ୟର ସରକାରୀ ଓ ବେସରକାରୀ ହସ୍ପିଟାଲକୁ ପ୍ରତିଦିନ ବିଭିନ୍ନ ଜିଲା ଏବଂ ବାହାର ରାଜ୍ୟର ହଜାର ହଜାର ରୋଗୀ ଆସିଥାନ୍ତି। ରୋଗୀ ସମ୍ପର୍କୀୟମାନେ ଦାୟିତ୍ୱ ନେଇ ଡାକ୍ତରଖାନା ଆଡମିସନଠାରୁ ସମସ୍ତ ଭଲମନ୍ଦ ବୁଝିଥାନ୍ତି। ଏହା ଭିତରେ ରୋଗୀର ଆତ୍ମୀୟ, ସହଯୋଗୀମାନଙ୍କୁ ନାନାଦି ସମସ୍ୟା, କଷ୍ଟର ସମ୍ମୁଖୀନ ହେବାକୁ ପଡ଼ିଥାଏ। ତାହା କିନ୍ତୁ ବିଭାଗୀୟ ମୁଖ୍ୟମାନେ ବା ସରକାର ହୃଦୟଙ୍ଗମ କରି ନ ଥାନ୍ତି।
ରୋଗୀ ସମ୍ପର୍କୀୟମାନେ ରୋଗୀ ସେବାର ଅନେକ ଦାୟିତ୍ୱ ବହନ କରିଥାନ୍ତି। କେଉଁ ବିଭାଗରେ କେଉଁ ପରୀକ୍ଷା କରାଯିବ, ରିପୋର୍ଟ କେଉଁଠୁ ମିଳିବ, ଫଟୋ କେଉଁଠୁ ଉଠାଯିବ, ରକ୍ତ ନମୁନା କେଉଁ ଲାବରୋଟୋରିକୁ ପଠାଯିବ ଇତ୍ୟାଦି କରାଯାଇଥାଏ। ଆବଶ୍ୟକସ୍ଥଳେ ରୋଗୀଙ୍କୁ ଷ୍ଟ୍ରେଚରରେ ସମ୍ପର୍କୀୟମାନେ ଗୋଟିଏ ବିଭାଗରୁ ଅନ୍ୟ ବିଭାଗକୁ ବୋହି ନେଇଥାନ୍ତି। ଜଣେ ରୋଗୀର ବଳ ଥାଏ ତା’ର ଆତ୍ମୀୟ ସହଯୋଗୀମାନଙ୍କର ସେବା। କେବଳ ଆମ ରାଜ୍ୟ ନୁହେଁ, ଦେଶର ବହୁ ବଡ଼ ବଡ଼ ଡାକ୍ତରଖାନାରେ ସମସ୍ତ ସୁବିଧା ଗୋଟାଏ କ୍ୟାମ୍ପସରେ ଉପଲବ୍ଧ ହୁଏନାହିଁ । ଗୋଟିଏ ବିଭାଗରୁ ଅନ୍ୟ ଗୋଟିଏ ବିଭାଗର ଦୂରତ୍ୱ ମଧ୍ୟ କମ୍‌ ନ ଥାଏ। ଗୁରୁତର ରୋଗୀମାନଙ୍କୁ ଶଯ୍ୟାରେ ଛାଡ଼ି ବାହାରକୁ ଯିବା ସମସ୍ୟା ହୋଇଥାଏ। ଯଦି କଟକ ବଡ଼ ଡାକ୍ତରଖାନାକୁ ବିଚାରକୁ ନେବା ଏଠି ବର୍ତ୍ତମାନ ଅଧିକାଂଶ ବିଭାଗର ମୁଖ୍ୟ ପ୍ରଫେସର, ସହକାରୀ ପ୍ରଫେସର ଏବଂ ଡାକ୍ତରମାନଙ୍କ ଆବଶ୍ୟକ ପଦବୀ ବର୍ଷ ବର୍ଷ ଧରି ଖାଲି ପଡ଼ୁଥିବାରୁ ଚିକିସତ୍ା ସେବା ବିଳମ୍ବ ହେଉଛି। ଗୁରୁତର ରୋଗୀମାନେ ଏବଂ ତାଙ୍କ ସମ୍ପର୍କୀୟମାନେ ମାସ ମାସ ଧରି ଡାକ୍ତରଖାନାରେ ରହୁଛନ୍ତି। ଏହାଦ୍ୱାରା ମଧ୍ୟ ରୋଗୀ ସମ୍ପର୍କୀୟଙ୍କୁ ଖର୍ଚ୍ଚାନ୍ତ ହେବାକୁ ପଡ଼ିଥାଏ। ନିଜ ପରିବାର ଛାଡ଼ି ସମ୍ପର୍କୀୟମାନେ ଜଣକ ସେବା ପାଇଁ କେତେ ସମୟ ଡାକ୍ତରଖାନାରେ କଟାଇବାକୁ ପଡ଼େ, ଆଉ କେଡ଼େ ଯନ୍ତ୍ରଣାଦାୟକ ତାହା କେବଳ ଅଙ୍ଗେ ନିଭେଇଥିବା ଲୋକେ ହିଁ ବୁଝିପାରିବେ।
ଡାକ୍ତରଖାନା ପରିସରରେ ସମ୍ପର୍କୀୟମାନଙ୍କ ବିଶ୍ରାମ, ରହଣି ପାଇଁ ସେପରି ସୁବିଧା ନାହିଁ। ଯଦି ଥାଏ, କେଉଁଠି ଭଙ୍ଗାଯାଇଥିବା କୋଠା, ବାରଣ୍ଡା କିମ୍ବା ପରିତ୍ୟକ୍ତ ସ୍ଥାନ। ଡାକ୍ତରଖାନାର ୮୦ ପ୍ରତିଶତ ରୋଗୀ ସହଯୋଗୀମାନେ ରାତିରେ କେଉଁ ଗଛମୂଳେ କିମ୍ବା ରାସ୍ତା ପାର୍ଶ୍ୱ ସିମେଣ୍ଟ ପିଣ୍ଡିରେ ବସି ବସି ରାତି ବିତେଇଥାନ୍ତି। ବର୍ଷା, ଶୀତଦିନେ ସମ୍ପର୍କୀମାନେ ବଡ଼ ଦୁର୍ଦ୍ଦଶା ଭୋଗିଥାନ୍ତି। ବର୍ଷାଦିନେ ବିଶ୍ରାମ ପାଇଁ ଶୁଖିଲା ସ୍ଥାନ ଅଭାବ ଥାଏ। ରୋଗୀଟିଏ ଆଡମିସନ ହେଲେ ତା’ର ସମ୍ପର୍କୀୟ ତା’ ପାଖରେ ରହିବା ସ୍ବାଭାବିକ କଥା। କିନ୍ତୁ ସେହି ସମ୍ପର୍କୀୟମାନଙ୍କ ଦୁଃଖ ଦୁର୍ଦ୍ଦଶା କ’ଣ ସରକାର ବୁଝିପାରନ୍ତି ନାହିଁ। ଯଦି ମହିଳା ସମ୍ପର୍କୀୟ ହୋଇଥିବେ ସେମାନଙ୍କର ସୁରକ୍ଷା ଏବଂ ସେମାନଙ୍କୁ ସହଯୋଗ କରିବା ପାଇଁ ରାତ୍ରକାଳରେ ଡାକ୍ତରଖାନାରେ କେହି ନ ଥାନ୍ତି। ଏହା ମଧ୍ୟରେ ସମ୍ପର୍କୀୟମାନଙ୍କ ମୋବାଇଲ, ବ୍ୟାଗ୍‌, ଜିନିଷପତ୍ର ଚୋରି ହେବାଟା ନିତିଦିନିଆ ଘଟଣା। ସରକାର ଡାକ୍ତରଖାନାରେ ଭିତ୍ତିଭୂମି ବିକାଶ ପାଇଁ ଟଙ୍କା ଅଟକଳ କରୁଥିଲାବେଳେ ରୋଗୀ ସମ୍ପର୍କୀୟ ସହଯୋଗୀମାନଙ୍କ ରାତ୍ରିକାଳୀନ ବିପଦମୁକ୍ତ ବିଶ୍ରାମାଗାର ସ୍ଥାପନ ପାଇଁ ସେପରି କିଛି ପଦକ୍ଷେପ ନିଆଯାଉନାହିଁ। ବଡ଼ ବଡ଼ ଡାକ୍ତରଖାନା ପରିସରରେ ଅସାମାଜିକ ବ୍ୟକ୍ତି, ଦଲାଲମାନଙ୍କ ଦାୈରାମତ୍‌ୟ ବଢ଼ି ଚାଲିଛି। ବାହାରୁ ଆସୁଥିବା ନିରୀହ ରୋଗୀ ସମ୍ପର୍କୀୟମାନଙ୍କୁ ଠକି ଲୁଟୁଛନ୍ତି। ଦଲାଲମାନେ ଅସାଧୁ ଡାକ୍ତରଖାନା କର୍ମଚାରମାନଙ୍କ ସହଯୋଗରେ ରୋଗୀମାନଙ୍କୁ ସେମାନଙ୍କର ପରିଚିତ ଘରୋଇ ହସ୍ପପିଟାଲକୁ ନେଇ ଶୋଷୁଛନ୍ତି। କେତେଦିନ ଏପରି ଚାଲିଥିବ। ବିଶ୍ୱ ମହାମାରୀ କରୋନାର ଯେତେବେଳେ ତୀବ୍ରତା ଅଧିକ ଥିଲା ଡାକ୍ତରଖାନାଗୁଡ଼ିକରେ ରୋଗୀମାନଙ୍କ ପାଇଁ ଯେମିତି ଶଯ୍ୟା ଅଭାବ ପଡ଼ିଲା ସମ୍ପର୍କୀୟମାନେ ଡାକ୍ତରଖାନା ପରିସରରେ ଛିଡ଼ାହେବା ପାଇଁ ଜାଗା ଅଭାବ ପଡ଼ିଲା।
ଶ୍ୟାମପୁର, ଧାମନଗର, ଭଦ୍ରକ
ମୋ- ୯୯୩୮୦୮୦୨୯୪


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ତ୍ରିପୁରା ସେପାହିଜାଲା ଜିଲାରେ ଅତ୍ୟଧିକ ବାଲ୍ୟବିବାହ ହୋଇଥାଏ। ଏବେ କିନ୍ତୁ ତାହା ବହୁ ପରିମାଣରେ କମିଯାଇଛି। ସେପାହିଜାଲା ଜିଲାପାଳ ସିଦ୍ଧାର୍ଥ ଜୟସ୍ବାଲଙ୍କ ଦ୍ୱାରା ଏହା ସମ୍ଭବ...

ସତରେ ଆମେ କ’ଣ ମଣିଷ

ତପଡ଼ାରୁ ପୁରୀ ଫେରିବା ବାଟରେ ଏକ ଅଜବ ତଥା ଭାରାକ୍ରାନ୍ତ ଅନୁଭୂତି ନେଇ ଘରକୁ ଫେରିଲି। ବିଶେଷକରି ସାତପଡ଼ାରୁ ବ୍ରହ୍ମଗିରି ମୁଖ୍ୟ ରାସ୍ତାରେ ପଲପଲ ଗାଈ,...

ଭାରତର ସାଗରକେନ୍ଦ୍ର

ସାମଗ୍ରିକ ଭାବେ ମହାକାଶ ଏବଂ ବିଶେଷକରି ଚନ୍ଦ୍ର ଓ ମଙ୍ଗଳ ଉପରେ ବିଗତ ବର୍ଷ ବର୍ଷ ଧରି ଚାଲିଛି ବିବିଧ ଗବେଷଣା। ଏବେ ସେଠାରେ ନିୟମିତ...

ଓଟ ଉପରେ ବରଫ

ଓଟକୁ ମରୁଭୂମିର ଜାହାଜ ବୋଲି କୁହାଯାଏ। ବିସ୍ତୀର୍ଣ୍ଣ ବାଲୁକା ଉପରେ ଏହି ପ୍ରାଣୀ ମାଇଲ ମାଇଲ ଯାଉଥିବାର ଦୃଶ୍ୟ ଆଖିରେ ଯେଉଁମାନେ ଦେଖି ନ ଥିବେ...

ଏଇ ଭାରତରେ

ସଶସ୍ତ୍ର ସୀମା ବଳ(ଏସ୍‌ଏସ୍‌ବି)ର ଜଣେ ପୂର୍ୱତନ ଅଧିକାରୀ ଉତ୍କୃଷ୍ଟ ପାଣ୍ଡେ। ଜୈବିକ ପଦ୍ଧତିରେ ସେ ହଳଦୀ ଏବଂ ଧାନଚାଷ କରି ବିହନ ସଂରକ୍ଷଣ କରୁଛନ୍ତି। ଉତ୍ତରପ୍ରଦେଶ...

ସର୍ୱୋତ୍ତମ ପ୍ରତିନିଧିତ୍ୱ ବ୍ୟବସ୍ଥା

କ୍ଷତା, ଯୋଗ୍ୟତା ଓ ଲୋକପ୍ରିୟତା ନିର୍ୱିଶେଷରେ ହାତୀ ସୁନାକଳସ ଢାଳିଲା ପରି ଆମ ଲୋକପ୍ରତିନିଧିମାନେ ସଦନକୁ ନିର୍ୱାଚିତ ହୋଇଯାଉଛନ୍ତି। ନିର୍ୱାଚନର ନୀତି ନିୟମ ଅନୁଯାୟୀ ଜଣେ...

ସଙ୍କଟରେ ପକ୍ଷୀକୁଳ

ବତ୍ତର୍ର୍ନର ସ୍ତରକୁ ଲକ୍ଷ୍ୟ କଲେ ଜଣାଯାଏ ମଣିଷ ଆଗମନର ଢେର ଆଗରୁ ସୃଷ୍ଟି ହୋଇଥିଲେ ଉଦ୍ଭିଦମାନେ ଆଉ କ୍ରମେ ଉଦ୍ଭବ ହୋଇଥିଲେ ବିବିଧ ପ୍ରାଣୀ। ମଣିଷ...

ଉଦ୍ଦେଶ୍ୟ ଓ ଉଦାସୀନତା

ଭାରତୀୟ ଜନତା ପାର୍ଟି (ଭାଜପା) ଏହାର ବିଚାରଧାରାକୁ କାର୍ଯ୍ୟକାରୀ କରିବା ପାଇଁ ଦୃଢ଼ ସଂକଳ୍ପ ନେଇଛି ଏବଂ ଏହା ତାହାର ମୂଳ ଉଦ୍ଦେଶ୍ୟ। ଦଳ କ୍ଷମତାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri