Posted inଜାତୀୟ

ସୁଧୁରୁଛି ସମ୍ପର୍କ

ନୂଆଦିଲ୍ଲୀ/ଇସ୍‌ଲାମବାଦ,୧ା୪: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରତିପକ୍ଷ ଇମ୍ରାନ ଖାନଙ୍କୁ ମାର୍ଚ୍ଚ ୨୨ରେ ଚିଠି ଲେଖି ପାକିସ୍ତାନ ଦିବସର ଶୁଭକାମନା ଜଣାଇବା ସହ କରୋନାରୁ ଶୀଘ୍ର ଆରୋଗ୍ୟ ହେବାକୁ କାମନା କରି ଟୁଇଟ୍‌ କରିଥିଲେ। ମୋଦିଙ୍କ ଶୁଭେଚ୍ଛାର ଉତ୍ତର ରଖିଛନ୍ତି ଇମ୍ରାନ। ଚିଠି ଲେଖି ସେ ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଭାରତ ସମେତ ଅନ୍ୟ ପଡ଼ୋଶୀ ଦେଶ ସହ ଶାନ୍ତିପୂର୍ଣ୍ଣ ଉପାୟରେ ସବୁ ସମସ୍ୟାର ସମାଧାନ ଚାହାନ୍ତି ବୋଲି ଇମ୍ରାନ କହିଛନ୍ତି। ଉଭୟ ଦେଶ ମଧ୍ୟରେ ଥିବା ସମସ୍ତ ବିବାଦ ତଥା ଜମ୍ମୁ କଶ୍ମୀର ସହ ଜଡ଼ିତ ସମସ୍ୟାର ସମାଧାନ ଉପରେ ଦକ୍ଷିଣ ଏସିଆର ଶାନ୍ତି ଓ ସ୍ଥିରତା ନିର୍ଭର କରେ ବୋଲି ଇମ୍ରାନ କହିଛନ୍ତି। ଏକ ସକାରାତ୍ମକ ଓ ଫଳପ୍ରଦ ଆଲୋଚନା ପାଇଁ ଅନୁକୂଳ ପରିସ୍ଥିତି ସୃଷ୍ଟି କରିବା ଜରୁରୀ। ଏହି ଅବସରରେ କୋଭିଡ୍‌-୧୯ର ମୁକାବିଲା କରୁଥିବା ଭାରତବାସୀଙ୍କୁ ଇମ୍ରାନ ଶୁଭକାମନା ଜଣାଇଛନ୍ତି।
ଦିବସର ଶୁଭେଚ୍ଛା ଜଣାଇ ମୋଦି ଚିଠିରେ ଉଲ୍ଲେଖ କରିଥିଲେ, ପଡ଼ୋଶୀ ଦେଶ ହିସାବରେ ଭାରତ ପାକିସ୍ତାନ ସହ ଏକ ଭଲ ସମ୍ପର୍କ ଚାହେଁ। ଏଥିପାଇଁ ଆତଙ୍କବାଦ ଓ ଶତ୍ରୁତା ଆଚରଣକୁ ବାଦ୍‌ ଦେଇ ଭରସା ଏବଂ ବିଶ୍ୱାସ ଭରା ପରିସ୍ଥିତି ସୃଷ୍ଟି ହେବା ଆବଶ୍ୟକ। ଭାରତର ରାଷ୍ଟ୍ରପତି ରାମନାଥ କୋବିନ୍ଦ ମଧ୍ୟ ପାକିସ୍ତାନ ଦିବସ ଉପଲକ୍ଷେ ପ୍ରତିପକ୍ଷ ଆରିଫ୍‌ ଅଲ୍‌ବିଙ୍କୁ ଶୁଭେଚ୍ଛା ଜଣାଇଥିଲେ।

ଭାରତରୁ କପା, ଚିନି ନେବ ପାକ୍‌
ଭାରତରୁ କପା, ଚିନି ଆମଦାନୀ କରିବ ପାକିସ୍ତାନ। ୧୯ ମାସ ହେଲା ଭାରତ ସାମଗ୍ରୀ ଆମଦାନୀ ଉପରେ କଟକଣା ଲଗାଇଥିବା ଇସ୍‌ଲାମାବାଦ ଏବେ ଏହାକୁ ହଟାଇବାକୁ ନିଷ୍ପତ୍ତି ନେଇଛି। ଏ ନେଇ ନୂତନ ଭାବେ ଦାୟିତ୍ୱ ନେଇଥିବା ପାକିସ୍ତାନ ଅର୍ଥମନ୍ତ୍ରୀ ହମ୍ମାଦ୍‌ ଅଜହର୍‌ ବୁଧବାର ଘୋଷଣା କରିଛନ୍ତି। ପାକିସ୍ତାନର ଅର୍ଥନୈତିକ ସମନ୍ବୟ କମିଟି (ଇସିସି) ଏ ନେଇ ସବୁଜ ସଙ୍କେତ ଦେବା ପରେ ଦୁଇଦେଶ ମଧ୍ୟରେ ଦ୍ୱିପାକ୍ଷିକ ବାଣିଜ୍ୟ ଆରମ୍ଭ ହେବାକୁ ଯାଉଛି। ଜୁନ୍‌ ୩୦ରୁ ପାକିସ୍ତାନ କପା ଓ ଚିନି ଆମଦାନୀ କରିବ। ଭାରତରୁ ୫ ଲକ୍ଷ ଟନ୍‌ ଚିନି ଆଣିବାକୁ ଇସିସି ଘରୋଇ ସଂସ୍ଥାଗୁଡ଼ିକୁ ଅନୁମତି ଦେଇଥିବା ଅଜହର୍‌ କହିଛନ୍ତି।

ଏଲ୍‌ଓସିରେ ଅସ୍ତ୍ରବିରତି
ଭାରତ ଓ ପାକିସ୍ତାନ ମଧ୍ୟରେ ଅସ୍ତ୍ର ବିରତି ଘୋଷଣା ସମୟରେ ମୋଦି ଇମ୍ରାନଙ୍କୁ ଚିଠି ଲେଖିଥିଲେ। କିଛି ଦିନ ପୂର୍ବେ ଉଭୟ ଦେଶର ମିଲିଟାରି ଅପରେଶନର ମହାନିର୍ଦ୍ଦେଶକ ନିୟନ୍ତ୍ରଣ ରେଖାଠାରେ ଅସ୍ତ୍ର ବିରତି ଘୋଷଣା କରିଥିଲେ। ସେବେଠାରୁ ସୀମାରେ ସ୍ଥିତି ଶାନ୍ତିପୂର୍ଣ୍ଣ ରହିଛି। ୨ ବର୍ଷ ପରେ ସିନ୍ଧୁ ନଦୀ ଜଳ ପ୍ରସଙ୍ଗରେ ପାକିସ୍ତାନର ୮ ସଦସ୍ୟ ବିଶିଷ୍ଟ ଏକ ପ୍ରତିନିଧି ଦଳ ଇଣ୍ଡସ୍‌ ଓ୍ବାଟର କମିଶନର ସୟେଦ ମେହେର-ଏ-ଆଲମ୍‌ଙ୍କ ନେତୃତ୍ୱରେ ଭାରତୀୟ ପ୍ରତିପକ୍ଷଙ୍କ ସହ ନୂଆଦିଲ୍ଲୀରେ ଆଲୋଚନା କରୁଛି। ପୁରୁଣା କଥା ଛାଡ଼ି ଆଗକୁ ବଢ଼ିବା ପାଇଁ ପାକିସ୍ତାନ ସେନା ମୁଖ୍ୟ ଜେନେରାଲ କମର ଜାଭେଦ କହିଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

ମୁଜାଫର୍‌ପୁର ଶେଲ୍ଟର ହୋମ୍‌ ମାମଲା: ୩ ମାସରେ ତଦନ୍ତ ଶେଷ କରିବା ଲାଗି ନିର୍ଦ୍ଦେଶ

ନୂଆଦିଲ୍ଲୀ,୪।୬: ମୁଜାଫର୍‌ପୁର ସେଲ୍ଟର ହୋମ୍‌ ମାମଲାରେ ତଦନ୍ତ ଶେଷ କରିବା ଲାଗି ସୁପ୍ରିମକୋର୍ଟ ସୋମବାର ସିବିଆଇକୁ ୩ ମାସର ମହଲତ ଦେଇଛନ୍ତି। ସର୍ବୋଚ୍ଚ ଅଦାଲତର ଅବକାଶକାଳୀନ...

ଅନ୍ତରୀକ୍ଷ ଯୁଦ୍ଧ ପାଇଁ ଅଣ୍ଟା ଭିଡ଼ିଲା ଭାରତ: ଡିଏସ୍‌ଆର୍‌ଓ ଗଠନକୁ ମଞ୍ଜୁରୀ

ନୂଆଦିଲ୍ଲୀ,୧୨।୬: ଭାରତ ଅନ୍ତରୀକ୍ଷ ଯୁଦ୍ଧ ପାଇଁ ଅଣ୍ଟା ଭିଡ଼ିଛି। ଏହି ମର୍ମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଗଠିତ କ୍ୟାବିନେଟ୍‌ କମିଟି ରକ୍ଷା ଅନ୍ତରୀକ୍ଷ ଅନୁସନ୍ଧାନ...

‘କଂଗ୍ରେସରେ ବିବାଦ ପାଇଁ ରାଜସ୍ଥାନବାସୀଙ୍କୁ ମୂଲ୍ୟ ଦେବାକୁ ପଡ଼ୁଛି’

ଜୟପୁର,୧୯ା୭: କଂଗ୍ରେସ ଦଳରେ କଳହ ଯୋଗୁ ରାଜସ୍ଥାନର ଜନସାଧାରଣଙ୍କୁ ମୂଲ୍ୟ ଦେବାକୁ ପଡୁଛି। ରାଜ୍ୟ କଂଗ୍ରେସରେ କିଛିଦିନ ହେଲା ସଙ୍କଟ ଲାଗି ରହିଥିବାବେଳେ ବରିଷ୍ଠ ଭାଜପା...

ସଭାରେ ପୁଅଙ୍କ ନାଁ ଭୁଲିଗଲେ

କରହଲ,୧୮।୨: ଏବେ ସମସ୍ତ ନଜର ଉତ୍ତରପ୍ରଦେଶର କରହଲ ବିଧାନସଭା ଆସନ ଉପରେ। ଏହି ଆସନରୁ ସମାଜବାଦୀ ପାର୍ଟି (ସପା) ନେତା ଅଖିଳେଶ ଯାଦବ ନିର୍ବାଚନ ଲଢୁଛନ୍ତି।...

ଫ୍ରାନ୍ସରେ ରାଫାଲ ଉଡ଼ାଇବେ ରାଜନାଥ

ନୂଆଦିଲ୍ଲୀ,୪-୧୦(ଆଇଏଏନ୍‌ଏସ୍‌):ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ୮ ତାରିଖରେ ଫ୍ରାନ୍ସ ଯାଇ ପ୍ରଥମ ରାଫାଲ ଯୁଦ୍ଧବିମାନକୁ ଆନୁଷ୍ଠାନିକ ଭାବେ ଗ୍ରହଣ କରିବେ। ଏହି ଅବସରରେ ସେ ରାଫାଲ...

ସୋସିଆଲ ମିଡିଆରେ ଲାଗିପାରିବନି କଟକଣା

ନୂଆଦିଲ୍ଲୀ, ୧।୫: ଯଦି ନାଗରିକମାନେ ସେମାନଙ୍କ ଆପତ୍ତି ଅଭିଯୋଗକୁ ସୋସିଆଲ ମିଡିଆ ଜରିଆରେ ପରସ୍ପର ମଧ୍ୟରେ ଶେୟାର କରନ୍ତି, ତେବେ ଉକ୍ତ ସୂଚନା ଉପରେ କୌଣସି...

‘ଚୁମ୍ବନ ଦେବା ଯୌନ ଅପରାଧ ନୁହେଁ’

ପୁଣେ,୧୫।୫: ଏକ ଯୌନ ଉତ୍ପୀଡ଼ନ ମାମଲାର ଶୁଣାଣି କରି ବମ୍ବେ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି। ଜଣେ ୧୪ ବର୍ଷର ବାଳକଙ୍କୁ ଯୌନ ନିର୍ଯାତନା...

ଶାହଙ୍କ କଶ୍ମୀର ମିଶନ: ଶହୀଦ୍‌ ଇନସ୍ପେକ୍ଟର ପରିବାରଙ୍କୁ ଭେଟିଲେ

ଶ୍ରୀନଗର,୨୭।୬: ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଜମ୍ମୁ-କଶ୍ମୀର ଗସ୍ତରେ ଆସିଛନ୍ତି। ଗସ୍ତକାଳରେ ସେ ଗୁରୁବାର ଶହୀଦ୍‌ ଇନସ୍ପେକ୍ଟର ଅରଶଦ୍‌ ଖାଁଙ୍କ ପରିବାର ସଦସ୍ୟଙ୍କୁ ଭେଟି ସ୍ବାନ୍ତନା...

Advertisement
Archives

Model This Week