Posted inଫୁରସତ

୯୫ ଥର ରିଜେକ୍ଟ ହୋଇଥିଲେ ଯୁବକ: ଏଭଳି ଉପାୟ ଆପଣାଇଲେ ଯେ ୫ ଦିନରେ ମିଳିଲା ଚାକିରି 

ପାଠପଢ଼ା ସରିବା ପରେ ସମସ୍ତେ ଭଲ ଚାକିରିଟିଏ ମିଳୁ ବୋଲି ଚାହାନ୍ତି। ହେଲେ ଅନେକ ଥର ପ୍ରୟାସ କରିବା ସତ୍ତ୍ୱେ ଚାକିରିଟିଏ ମିଳି ନ ଥାଏ। ଲଣ୍ଡନରେ ଜଣେ ଯୁବକଙ୍କ ସହ ସେଭଳି କିଛି ହୋଇଥିଲା। ତାଙ୍କୁ ଗୋଟିଏ କିମ୍ବା ଦୁଇଟି ନୁହେଁ ୯୫ କମ୍ପାନୀ ଚାକିରି ଦେଇ ନ ଥିଲେ। ଏହା ପରେ ସେ ଏଭଳି ଏକ କୌଶଳ ଆପଣାଇଥିଲେ, ଯାହାଫଳରେ ସେ ମାତ୍ର ୫ ଦିନରେ ମନଲାଖି ଚାକିରି ପାଇଛନ୍ତି। ଏବେ ତାଙ୍କର କାହାଣୀ ସୋସିଆଲ ମିଡିଆରୁ ଆରମ୍ଭ କରି ଦେଶବିଦେଶର ଖବରକାଗଜ ଏବଂ ନ୍ୟୁଜ ଚ୍ୟାନେଲ୍‌ରେ ସ୍ଥାନ ପାଉଛି।
ଯୁବକଜଣଙ୍କ ହେଲେ ମହମ୍ମଦ ଅରହମ ଶେହଜାଦ୍‌। ସେ ଏମବିଏ କରିଛନ୍ତି। ଲଗାତାର ଚାକିରି ଲାଗି ସେ ସାକ୍ଷାତକାର ଦେଇଥିଲେ। ହେଲେ ତାଙ୍କୁ ଚାକିରି ମିଳି ନ ଥିଲା। ୯୫ କମ୍ପାନୀରୁ ତାଙ୍କୁ ନା ଶୁଣିବାକୁ ପଡ଼ିଥିଲା। ଏଥିରେ ସେ ହତୋତ୍ସାହିତ ହୋଇଯାଇଥିଲେ। ଶେଷରେ ସେ ଚାକିରି ଖଣ୍ଡେ ପାଇବା ଲାଗି ଅଜବ ଉପାୟ ଆପଣାଇଥିଲେ। ନିଜର ରିଜ୍ୟୁମ୍‌ ସହ ଲଣ୍ଡନ ରାସ୍ତାରେ ଛିଡ଼ା ହୋଇଥିଲେ।
ଗତ ବର୍ଷେ ହେଲା ସେ ଚାକିରି ଖୋଜି ନିରାଶ ହୋଇଥିଲେ। ହେଲେ ଜୁଲାଇ ୧୧ରେ ସେ ସକାଳେ ଉଠି ଏକ ବୋର୍ଡ କରିଥିଲେ। ଏଥିରେ ସେ ଲିଙ୍କଡିନ୍‌ର କ୍ୟୁଆର୍‌ କୋଡ୍‌  ଏବଂ କାନାରୀ ହ୍ବାର୍ଫ ତରଫରୁ ସୁଟକେସ୍‌ ଏବଂ ବୋର୍ଡ ସହ ସେ ହସି ହସି ରାସ୍ତାରେ ଛିଡ଼ା ହୋଇ ନିଜର ବିଜ୍ଞାପନ ଦେଇଥିଲେ। କାହାକୁ ବି ଚାକିରି ମାଗି ନ ଥିଲେ। ଏହାପରେ ବହୁତ ଲୋକ ତାଙ୍କ ପାଖରେ ଆସି ଅଟକିଥିଲେ। ଅନେକେ ତାଙ୍କ କ୍ୟୁଆର୍‌ କୋଡ୍‌କୁ ସ୍କାନ୍‌ କରି ସାନ୍ତ୍ୱନା ଦେଇଥିଲେ। ଏହାପରେ ଜେପିମୋର୍‌ଗାନ୍‌ କମ୍ପାନୀର ନିର୍ଦ୍ଦେଶକ ତାଙ୍କ ପାଖକୁ ଆସିଥିଲେ। ସେ ତାଙ୍କୁ ନିଜର ବିଜ୍‌ନେସ୍‌ କାର୍ଡ ଦେଇଥିଲେ। ପରେ ଯୁବକଙ୍କ ନିକଟକୁ ମେସେଜ୍‌ ଆସିଥିଲା। ପାଞ୍ଚଦିନ ପରେ ତାଙ୍କୁ ଡାଟା ଆନାଲିଷ୍ଟର ଚାକିରି ମିଳିଥିଲା।

Enter your email to get our daily news in your inbox.

All Right Reserved By Dharitri.Com

‘ଗଞ୍ଜାମ ବ୍ଲକରେ ବର୍ତ୍ତମାନ ସୁଦ୍ଧା ୮୯ ପ୍ରତିଶତ ଧାନ କିଣା ସରିଛି’

ଗଞ୍ଜାମ,୧୯ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକର ୧୫ଟି ପଞ୍ଚାୟତରେ ସରକାରଙ୍କ ପକ୍ଷରୁ ହୋଇଥିବା ଚାଷୀ ଧାନ ବିକ୍ରି ପାଇଁ ମଣ୍ଡିର କେତେକ ସ୍ଥାନରେ ଅବ୍ୟବସ୍ଥା ଦେଖାଦେଇଛି। ଏଥିପାଇଁ ଚାଷୀଙ୍କୁ…

ପଡ଼ିଆରେ ଅଘଟଣରେ: କ୍ରିକେଟ୍‌ ମ୍ୟାଚ୍‌ ଚାଲିଥିବାବେଳେ ମହୁମାଛି ଆକ୍ରମଣ, ଅମ୍ପାୟାର ମୃତ

ଲକ୍ଷ୍ନୌ,୧୯।୨: ଭାରତରେ ଏକ କ୍ରିକେଟ ମ୍ୟାଚ ଚାଲିଥିବା ସମୟରେ ଏକ ଅଘଟଣ ଘଟିଛି। ଏଠାରେ ଏକ ମ୍ୟାଚ୍‌ ଚାଲିଥିବାବେଳେ ମହୁମାଛି ଆକ୍ରମଣରେ ଜଣେ ଅମ୍ପାୟାରଙ୍କ ମୃତ୍ୟୁ ଘଟିଛି।…

ଭାରତୀୟ ବିମାନ କମ୍ପାନୀ ବିରୋଧରେ ବାଂଲାଦେଶ ନେଲା ବଡ଼ ନିଷ୍ପତ୍ତି: ଏୟାରସ୍ପେସ ବନ୍ଦ

ଢାକା,୧୯।୨: ବାଂଲାଦେଶର ତାରିକ ରହମାନ ସରକାର ବକେୟା ଦେୟ ପରିଶୋଧ ନ କରିବା କାରଣରୁ ଭାରତୀୟ ବଜେଟ ବିମାନ କମ୍ପାନୀ ସ୍ପାଇସଜେଟକୁ ଏହାର ଏୟାରସ୍ପେସ ବ୍ୟବହାର କରିବାରୁ…

ରାଜ୍ୟରେ ବଢ଼ିବ ସବ୍‌ଡିଭିଜନ, ଏହି ଜିଲାରୁ ଆସିଛି ସର୍ବାଧିକ ପ୍ରସ୍ତାବ

ଭୁବନେଶ୍ୱର,୧୯ା୨: ରାଜ୍ୟରେ ବଢ଼ିପାରେ ସବ୍‌ଡିଭିଜନ ସଂଖ୍ୟା, ଏନେଇ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ଗୁରୁବାର ଗୃହରେ ସୂଚନା ଦେଇଛନ୍ତି। ୬୬ ନୂଆ ସବ୍‌ଡିଭିଜନ ଗଠନ ପାଇଁ ସରକାରଙ୍କୁ…

ସେବାଶ୍ରମ ବିଦ୍ୟାଳୟ ଅଫିସ ରୁମ୍‌ରେ ପିଅନଙ୍କ ଝୁଲନ୍ତା ମୃତଦେହ

ନନ୍ଦପୁର,୧୯ା୨(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ବିଲାପୁଟ ପଞ୍ଚାୟତର ଜବାଗଡ଼ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଅଫିସ ରୁମ୍‌ରୁ ଗୁରୁବାର ସକାଳେ କାର୍ଯ୍ୟରତ ପିଅନ (ସିସିଏ)…

ଶିମିଳିପାଳରେ ହେବ ହେଲିପ୍ୟାଡ୍‌’

ଭୁବନେଶ୍ୱର,୧୯ା୨: ମୟୂରଭଞ୍ଜ ଜିଲା ଶିମିଳିପାଳରେ ହେଲିପ୍ୟାଡ୍‌ ହେବ। ଏନେଇ ବିଧାନସଭା ଗୃହରେ ପରିବହନ ମନ୍ତ୍ରୀ ବିଭୂତି ଜେନା ସୂଚନା ଦେଇଛନ୍ତି। ସେ କହିଛନ୍ତି, ଆବଶ୍ୟକୀୟ ଜମି ନିରୂପଣ…

ମେୟର ସୁବାସ ସିଂଙ୍କୁ ଟାର୍ଗେଟ୍‌ କଲେ ସୋଫିଆ, କହିଲେ ନିଜ ସ୍ବାର୍ଥ ପାଇଁ…

କଟକ,୧୯ା୨: କଟକରେ ଜଣ୍ଡିସ୍‌ କାୟା ବିସ୍ତାର କରିବା ପ୍ରସଙ୍ଗରେ ମେୟର ସୁବାସ ସିଂଙ୍କୁ ଟାର୍ଗେଟ୍‌ କରିଛନ୍ତି କଂଗ୍ରେସ ବିଧାୟିକା ସୋଫିଆ ଫିର୍ଦ୍ଦୋସ। ସେ କହିଛନ୍ତି, ନିଜ ସ୍ବାର୍ଥ…

AI ହେଉଛି ଭବିଷ୍ୟତ: MANAV ଭିଜନ୍‌ ଉପସ୍ଥାପନ କଲେ ମୋଦି

ନୂଆଦିଲ୍ଲୀ,୧୯।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତ ମଣ୍ଡପମରେ ଅନୁଷ୍ଠିତ ଇଣ୍ଡିଆ AI ଇମ୍ପାକ୍ଟ ସମିଟ ୨୦୨୬କୁ ସମ୍ବୋଧିତ କରିଛନ୍ତି। ସେ ଏହି ସମିଟକୁ ବିଶ୍ୱର ସର୍ବବୃହତ ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri