ଏଆଇ: ନିୟନ୍ତ୍ରଣ ଲୋଡ଼ା

ଅତ୍ୟାଧୁନିକ ଯୁଗରେ ବିଜ୍ଞାନର ବଡ଼ ସଫଳତା ହେଉଛି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବା କୃତ୍ରିମ ବୁଦ୍ଧିମତ୍ତା(ଏଆଇ)। ଏହି କ୍ରମରେ ନିକଟରେ ଗବେଷକମାନେ ଏକ ନୂଆ ଏଆଇ ବିକାଶ କରିଛନ୍ତି, ଯାହା ବ୍ୟକ୍ତିର ଜୀବନକାଳ ଉପରେ ଆକଳନ କରିପାରିବ। ଅର୍ଥାତ୍‌ ବୁଝିବାକୁ ହେବ ଯେ, ପରୋକ୍ଷରେ ଏହା ଜୀବନକୁ ନିୟନ୍ତ୍ରଣ କରିବାର ବାଟ ଦେଖାଇବ। ଚାଟ୍‌ଜିପିଟି ଭଳି ବୃହତ୍‌ ଭାଷା ମଡେଲ(ଏଲ୍‌ଏଲ୍‌ଏମ୍‌)କୁ ଚଳାଉଥିବା ଟ୍ରାନ୍ସଫର୍ମର ମଡେଲକୁ ବ୍ୟବହାର କରି ଏହି ଏଆଇ ପ୍ରସ୍ତୁତ କରାଯାଇଛି। ଏହି ମଡେଲର ନାମ ରଖାଯାଇଛି ଲାଇଫ୍‌୨ ଭିଇସି। ତେବେ ଦେଖାଯାଉଛି, ନିୟମିତ ଭାବେ ମଣିଷ ଜୀବନକୁ ପ୍ରଭାବିତ କରିବା ଭଳି ଏକାଧିକ ଏଆଇ ସାମ୍ନାକୁ ଆସିବାରେ ଲାଗିଛି। ଏହାର ବ୍ୟବହାର ମଧ୍ୟ ବ୍ୟାପକ ହେବାକୁ ଲାଗିଲାଣି। କିନ୍ତୁ ଏଆଇର ଅନେକ ଭଲ ଦିଗ ଉପରେ ଯୁକ୍ତି କରାଯାଉଥିବାବେଳେ ଏହାର ନକାରାମତ୍କ ପ୍ରଭାବକୁ ଅଣଦେଖା କରାଯିବା ମନେହେଉଛି। ବିଶ୍ୱରେ ଏଆଇର ପ୍ରଭାବକୁ ନେଇ ବିଶେଷଜ୍ଞମାନେ କହିଛନ୍ତି ଯେ, ଏହି ନୂଆ ବୈଷୟିକ ନୂତନତ୍ୱ ମାନବତା ପ୍ରତି ବିପଦ ଆଣିବାର ସମ୍ଭାବନା ଅଧିକ। ଏପରି କି ଚାଟ୍‌ଜିପିଟି ସୃଷ୍ଟି କରିଥିବା ଓପନ୍‌ ଏଆଇର ବସ୍‌ ସାମ୍‌ ଅଲ୍ଟମ୍ୟାନ ଏଆଇକୁ ଏକ ବିପଦ ଭାବେ ଦେଖାଗଲାଣି। ଏହାର ଗମ୍ଭୀରତାକୁ ଦେଖି ଗତ ମେ ମାସରେ ସ୍ପେସ୍‌ଏକ୍ସର ମୁଖ୍ୟ ଏଲନ୍‌ ମସ୍କଙ୍କ ସମେତ ଅନ୍ୟ କେତେଜଣ ବିଶେଷଜ୍ଞ ଅତ୍ୟାଧୁନିକ ଏଆଇ ବିକାଶ ଉପରେ ସାମୟିକ କଟକଣା ଲଗାଇବା ସକାଶେ ଦାବି କରିଥିଲେ; ଯାହା ଫଳରେ ଏହାର ସୁରକ୍ଷିତ ଅଗ୍ରଗତି ଉପରେ ନେତୃବର୍ଗ ବିଚାର କରିପାରିବେ। କିନ୍ତୁ ଏ ସମ୍ପର୍କିତ ଗବେଷଣାର କାର୍ଯ୍ୟକାରିତାକୁ ବନ୍ଦ କରାଯାଇ ପାରୁନାହିଁ। ତେବେ ‘ଚ୍ୟାଲେଞ୍ଜର ଗ୍ରେ ଆଣ୍ଡ୍‌ ଖ୍ରୀଷ୍ଟମାସ’ର ମାସିକ ରିପୋର୍ଟ ଦର୍ଶାଇଛି ଯେ, ସୃଜନାତ୍ମକ କାର୍ଯ୍ୟ, ପ୍ରଶାସନିକ ଓ କିରାଣି କାର୍ଯ୍ୟ କରିବା ଲାଗି ଅତ୍ୟାଧୁନିକ ଏଆଇ ଚାଟ୍‌ଜିପିଟିର ବହୁଳ ବ୍ୟବହାର ଶ୍ରମ ବଜାରକୁ କ୍ରମଶଃ ଅଧିକ ପ୍ରଭାବିତ କରିବାର ଆଶଙ୍କା ରହିଛି । ଚଳିତବର୍ଷ ଜୁନ ସୁଦ୍ଧା ଆମେରିକାରେ ପାଖାପାଖି ୪ ହଜାର ଲୋକ ଛଟେଇ ହେବା ଏଆଇର ନକାରାତ୍ମକ ପ୍ରଭାବକୁ ପ୍ରତିପାଦିତ କରିଛି । ଏହା ବ୍ୟତୀତ ଗୋଲ୍ଡମ୍ୟାନ ସାକ୍ସ ପୂର୍ବାନୁମାନ କରିଛି ଯେ, ଏଆଇର ବ୍ୟାପକ ବ୍ୟବହାର ଯୋଗୁ ସାରା ବିଶ୍ୱରେ ପ୍ରାୟ ୩୦ କୋଟି ପୂର୍ଣ୍ଣକାଳୀନ କର୍ମଚାରୀ ଛଟେଇ ହୋଇପାରନ୍ତି । ଲୋକମାନେ କାମ ହରାଇଲେ ଅସ୍ଥିରତା ବୃଦ୍ଧି ପାଇବାର ସମ୍ଭାବନା ଦେଖାଦେଇପାରେ।
ବିଶ୍ୱରେ ଆମେରିକା, କାନାଡା, ସ୍ବିଡେନ, ଜାପାନ, ଜର୍ମାନୀ, ଫ୍ରାନ୍ସ, ଇଂଲଣ୍ଡ, ଚାଇନା, ନରଓ୍ବେ, ରୁଷିଆ, ଭାରତ, ସିଙ୍ଗାପୁର ଓ ଦକ୍ଷିଣ କୋରିଆ ପ୍ରମୁଖ ଦେଶଗୁଡ଼ିକ ଏଆଇ ବିକାଶକୁ ଗୁରୁତ୍ୱ ଦେଉଛନ୍ତି। ଏଥିଯୋଗୁ ବିଶ୍ୱରେ ଏଆଇ ବଜାର ୨୦୨୨ରେ ୧୩୬.୫୫ ବିଲିୟନ ଡଲାରରେ ପହଞ୍ଚିଛି। ଏହା ୨୦୩୦ ସୁଦ୍ଧା ୧୮୧୧.୮ ବିଲିୟନ ଡଲାର ହେବ ବୋଲି ଆକଳନ କରାଯାଇଛି। ଏହି ଆଧୁନିକ ଟେକ୍ନୋଲୋଜିର ବିକାଶ ଦ୍ୱାରା ସ୍ବାସ୍ଥ୍ୟ, ଅର୍ଥ, ପରିବହନ ଏବଂ ଖୁଚୁରା ବ୍ୟବସାୟ ଭଳି ଶ୍ରମ ଓ ସେବା କ୍ଷେତ୍ର ଏପର୍ଯ୍ୟନ୍ତ ପ୍ରଭାବିତ ହୋଇଥିବା ଲକ୍ଷ୍ୟ କରାଯାଇଛି। ଏହାପରେ ଅନ୍ୟସବୁ କ୍ଷେତ୍ର ପ୍ରଭାବିତ ହେବାର ସମ୍ଭାବନା ରହିଛି। ଭାରତର ଅର୍ଥନୀତି ମୁଖ୍ୟତଃ ସେବା କ୍ଷେତ୍ର ଉପରେ ଅଧିକ ନିର୍ଭରଶୀଳ ହୋଇଥିବାରୁ ଏଆଇ ବ୍ୟବହାର ଯେତିକି ବୃଦ୍ଧି ପାଇବ କର୍ମଚାରୀଙ୍କ ଚାହିଦା ସେତିକି କମିବ ଅର୍ଥାତ୍‌ ଅଧିକରୁ ଅଧିକ ଲୋକ ନିଯୁକ୍ତି ସୁଯୋଗରୁ ବଞ୍ଚତ୍ତ ହେବେ। ଭାରତରେ ଏଆଇ ବଜାରର ଅଭିବୃଦ୍ଧିକୁ ଲକ୍ଷ୍ୟ କଲେ ଏଭଳି ସ୍ଥିତି ଶୀଘ୍ର ଆସିବ ବୋଲି କୁହାଯାଇପାରେ। କାରଣ ଭାରତର ଏଆଇ ବଜାର ୨୦୨୨ରେ ୬୮୦ ମିଲିୟନ ଡଲାର ଥିବାବେଳେ ୨୦୨୫ ସୁଦ୍ଧା ୧୧,୭୮୧ ମିଲିୟନ ଡଲାର ହେବ ବୋଲି ଆକଳନ କରାଯାଇଛି।
ସବୁଠୁ ଚିନ୍ତାଜନକ ହେଉଛି, ଏଆଇର ବ୍ୟବହାର ସେନା କ୍ଷେତ୍ରରେ ବୃଦ୍ଧିପାଇଲେ ପ୍ରତିରକ୍ଷା କାର୍ଯ୍ୟକଳାପ ନିୟନ୍ତ୍ରଣ ଉପରେ ଅଧିକ ପ୍ରଭାବ ପକାଇବାର ସମ୍ଭାବନା ସୃଷ୍ଟି ହୋଇଛି। ଜି୭ ଏକ ସୁରକ୍ଷିତ ଓ ଭରସାଯୋଗ୍ୟ ଏଆଇ ପାଇର୍ଁ ଏହାକୁ ବିକାଶ କରୁଥିବା ଦେଶ କିମ୍ବା ସଂସ୍ଥାଗୁଡ଼ିକ ଲାଗି ‘କୋଡ୍‌ ଅଫ କଣ୍ଡକ୍ଟ’ ଆଣିବାକୁ ଏକମତ ହୋଇଛି। ଏହାକୁ ଲକ୍ଷ୍ୟ କରି ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍‌ ମଧ୍ୟ ଏଆଇ ପାଇଁ ‘ସେଫ୍ଟି ଆଣ୍ଡ ସିକ୍ୟୁରିଟି’ ମାନକ ସ୍ଥିର କରିଛନ୍ତି। ଏଆଇକୁ କିଭଳି ସୁରକ୍ଷିତ ଓ ଦାୟିତ୍ୱପୂର୍ଣ୍ଣ ଭାବେ ବ୍ୟବହାର କରାଯିବ, ତାହା ନିଶ୍ଚିତ କରିବା ଲାଗି ଇଂଲଣ୍ଡ ବୈଶ୍ୱିକ ଏଆଇ ସୁରକ୍ଷା ସମ୍ମିଳନୀ ଆୟୋଜନ କରିସାରିଛି। କିନ୍ତୁ ଏଆଇର କ୍ରମବିକାଶ ଓ ପ୍ରତିଯୋଗିତାକୁ ଲକ୍ଷ୍ୟ କଲେ ଏହାକୁ ନିୟନ୍ତ୍ରଣ କରାଯିବା କଷ୍ଟକର ହୋଇପଡ଼ିଲାଣି। ଆଣବିକ ଅସ୍ତ୍ର କ୍ଷେତ୍ରରେ ଯଦି ଏଆଇ ବ୍ୟବହାର କରାଯାଏ ତେବେ ଭବିଷ୍ୟତରେ ଏହାର ପ୍ରୟୋଗକୁ କେହି ଆଉ ରୋକିପାରିବେ ନାହିଁ। ଅର୍ଥାତ୍‌ ଏକ ବଡ଼ ବିନାଶକୁ ଆମନ୍ତ୍ରଣ କରିବା ସାର ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?