ଅନୁଶୋଚନାର ସମୟ ଆସିଛି

”ଦିନ ଥିଲା, ଓଡ଼ିଆ ଉପନ୍ୟାସ ହେଉ କି ନିଚ୍ଛକ ଓଡ଼ିଆ ବାସ୍ନା ଥିବା କାହାଣୀକୁ ଆଧାର କରି ଚଳଚ୍ଚିତ୍ରଟିଏ ନିର୍ମାଣ କରାଯାଉଥିଲା; ଆଉ ତାହାକୁ ଦର୍ଶକ ପସନ୍ଦ କରୁଥିଲେ। ଗୋଟିଏ ସିନେମାରୁ ମନଲାଖି ରିଟର୍ନ ପାଇବା ପରେ ଜଣେ ପ୍ରଯୋଜକ ଆଉ ଗୋଟିଏ ସିନେମା ପାଇଁ ମନ ବଳାଉଥିଲା। ହେଲେ ଏବେ କପି
ଭାଇରସ୍‌ ଓଡ଼ିଆ କାହାଣୀକୁ ଗ୍ରାସ କରିଛି।“

ଓଡ଼ିଆ ସିନେମାକୁ ନେଇ ଗତ କିଛିବର୍ଷ ହେଲା ବେଶ୍‌ ଆଲୋଚନା ହେଉଛି। ନିଚ୍ଛକ ଓଡ଼ିଆ କାହାଣୀଠାରୁ ଆମ ସିନେମା ଦୂରେଇ ଯାଇଛି। ଅଧିକାଂଶ ଓଡ଼ିଆ ସିନେମାକୁ ଅନ୍ୟ ଭାଷାରେ ନିର୍ମିତ ଫିଲ୍ମରୁ ଉତରାଯାଉଛି। ପୁଣି କେତେଜଣ ବାହାବା ନେବାକୁ ଓଡ଼ିଆ ସିନେମା ନିର୍ମାଣ କରୁଛନ୍ତି। ଏ ବିଷୟରେ ଆଦୌ ଜ୍ଞାନ ନ ଥାଇ ଓଡ଼ିଆ ଚଳଚ୍ଚିତ୍ରକୁ ନେଇ ଲମ୍ବା ଚଉଡ଼ା ଭାଷଣ ଦେବାକୁ କେତେକ ପ୍ରଯୋଜକ ପଛାଉ ନାହାନ୍ତି। ଆଉ ଯେତେବେଳେ ସିନେମା ପରଦା ଉପରକୁ ଆସୁଛି, ସେତେବେଳେ ଅବସ୍ଥା କ’ଣ ହେଉଛି ତାହା କହିବା ବାହୁଲ୍ୟ। ଗୋଟିଏ ପଟେ ଓଡ଼ିଆ ସିନେମା ଦେଖିବାକୁ ଦର୍ଶକଙ୍କ ଆଗ୍ରହ ଦିନକୁଦିନ କମିଯାଉଛି। ଏପରି କି ପ୍ରିମିୟର ଶୋ’ରେ ହାଉସ୍‌ଫୁଲ ନ ହେବା ନଜିର କିଛି କମ୍‌ ନୁହେଁ। ତେବେ କ’ଣ ପାଇଁ ଆମ ସିନେମାର ଅବସ୍ଥା ଏପରି ହେଉଛି- ଏହା ଚିନ୍ତା କରିବାର ସମୟ ଆସିଛି।
କଥା ହେଲା, ଓଡ଼ିଆ ସିନେମା ନିର୍ମାଣ କରିବା ମାନସିକତା। ଚଳଚ୍ଚିତ୍ରଟିଏ ନିର୍ମାଣ କରିବା ପୂର୍ବରୁ ଏ ସମ୍ପର୍କିତ ଯଥେଷ୍ଟ ଜ୍ଞାନ ରହିବା ଆବଶ୍ୟକ। କିନ୍ତୁ ଏବେ ପ୍ରଯୋଜକ ସାଜିବାକୁ ମଇଦାନକୁ ଓହ୍ଲାଉଥିବା ଅଧିକାଂଶ ବ୍ୟକ୍ତିବିଶେଷଙ୍କର ଏ ସମ୍ପର୍କରେ ଟିକିଏ ହେଲେ ଜ୍ଞାନ ନାହିଁ। କେମିତି ନିଜ ନାମ ପଛରେ ପ୍ରଯୋଜକ ଯୋଡ଼ି ଦେଲେ ଆମେ ଚର୍ଚ୍ଚାର ପରିସରକୁ ଆସିବୁ। ତେଣିକି ସିନେମା ନିର୍ମାଣ ଚୁଲିକୁ ଯାଉ। ଏଭଳି ଧାରା ଯଦି ଏମିତି ଜାରି ରହେ, ତେବେ ଓଡ଼ିଆ ସିନେମା କେଉଁ ସ୍ତରକୁ ଖସିଯିବ ତାହା ସହଜେ ଅନୁମେୟ। ଦ୍ୱିତୀୟ କଥା ହେଲା- କାହାଣୀ ଚୟନ। ଦିନ ଥିଲା, ଓଡ଼ିଆ ଉପନ୍ୟାସ ହେଉ କି ନିଚ୍ଛକ ଓଡ଼ିଆ ବାସ୍ନା ଥିବା କାହାଣୀକୁ ଆଧାର କରି ଚଳଚ୍ଚିତ୍ରଟିଏ ନିର୍ମାଣ କରାଯାଉଥିଲା, ଆଉ ତାହାକୁ ଦର୍ଶକ ମଧ୍ୟ ପସନ୍ଦ କରୁଥିଲେ। ଗୋଟିଏ ସିନେମାରୁ ମନଲାଖି ରିଟର୍ନ ପାଇବା ପରେ ଜଣେ ପ୍ରଯୋଜକ ଆଉ ଗୋଟିଏ ସିନେମା ପାଇଁ ମନ ବଳାଉଥିଲା। ହେଲେ ଏବେ କପି ଭାଇରସ୍‌ ଓଡ଼ିଆ କାହାଣୀକୁ ଗ୍ରାସ କରିଛି। ଏମିତି ଅନେକ ଓଡ଼ିଆ ସିନେମା ଅଛି, ଯାହାର କିଛି ଅଂଶ ଦେଖିବା ପରେ ଜଣେ ସଚେତନ ଦର୍ଶକ ‘ଏହା ଅମୁକ ତାମିଲ, ତେଲୁଗୁ କିମ୍ବା ହିନ୍ଦୀ ସିନେମାରୁ କପି ହୋଇଛି’ ବୋଲି ନିର୍ଭୀକତାର ସହ ମତ ଦେଇପାରୁଛି। ତେଣୁ କୌଣସି ଅନ୍ୟ ଭାଷାରେ ନିର୍ମିତ ଫିଲ୍ମର ଓଡ଼ିଆ ଅନୁବାଦ ଦେଖିବାକୁ ବହୁ ଦର୍ଶକ ପଶ୍ଚାଦ୍‌ପଦ ହେଉଛନ୍ତି। ଆଉ ଏକ କଥା ହେଲା- କଳାକାର ଚୟନ। କେତେକ ସିନେମାର କଳାକାର ଚୟନ ଏପରି ହେଉଛି, ଯାହା ଚଳଚ୍ଚିତ୍ରକୁ ବ୍ୟାକ୍‌ଫୁଟ୍‌କୁ ଠେଲି ଦେଉଛି।
କିଛିବର୍ଷ ହେବ ପ୍ରତିବର୍ଷ ପାଖାପାଖି ୩୦ କିମ୍ବା ତା’ଠାରୁ ଅଧିକ ଚଳଚ୍ଚିତ୍ର ମୁକ୍ତିଲାଭ କରୁଛି। ହେଲେ ହାତଗଣତି କେତୋଟି ସିନେମାକୁ ବ୍ୟବସାୟିକ ସଫଳତା ମିଳୁଛି। ପାଖାପାଖି ୯୦-୯୫% ଚଳଚ୍ଚିତ୍ର ଫ୍ଲପ୍‌ ହେଉଛି। ଚଳଚ୍ଚିତ୍ର ନିର୍ମାଣ ସଂଖ୍ୟା ବଢ଼ୁଛି- ଏହା ନିଶ୍ଚୟ ଭଲ କଥା। ପରିସଂଖ୍ୟାନ ଦୃଷ୍ଟିକୋଣରୁ ଆମେ ଉଲ୍ଲସିତ ହେଉଛେ, ହେଲେ ଦର୍ଶକଙ୍କୁ ପୂରାଦମ୍‌ରେ ପ୍ରଭାବିତ କରିବା ଭଳି ସିନେମାଟିଏ ଦେଖିବା ସାତସପନ ହୋଇଗଲାଣି। ଯେଉଁ ସିନେମାରୁ କପି କରୁଛନ୍ତି ତାହାର ନିର୍ମାଣ ଶୈଳୀ, ବଜେଟ ବିଷୟରେ ଭଲ ଭାବରେ ଅବଗତ ହେବା ଦରକାର। ଆମର ଏଠି ବଜେଟ ସୀମିତ। ତେଣୁ ବିଗ୍‌ ବଜେଟ ଫିଲ୍ମକୁ କପି କରି ଏଠାରେ ଲୋକହସା ହେବା ସାର। ତେଣୁ ଏବେ ଓଡ଼ିଆ ସିନେମାର ଭବିଷ୍ୟତକୁ ନେଇ ଚିନ୍ତା କରିବାର ଉପଯୁକ୍ତ ସମୟ ଆସିଛି। ଏକ ନିର୍ଦ୍ଦିଷ୍ଟ ଯୋଜନା ସହ ସିନେମାଟିଏ ନିର୍ମାଣ କଲେ, ତାହା ଦର୍ଶକଙ୍କୁ ଆକୃଷ୍ଟ କରିବାରେ ସହାୟକ ହେବ। ନ ହେଲେ ସିନେମା ସଂଖ୍ୟା ସିନା ବଢ଼ି ଚାଲିବ, ହେଲେ ଚଳଚ୍ଚିତ୍ରଗୁଡିକର ଗୁଣାତ୍ମକ ମାନ କମିଯିବାର ଯଥେଷ୍ଟ ଆଶଙ୍କା ରହିଛି।
– ଶୁଭ୍ର ମହାପାତ୍ର


Enter your email to get our daily news in your inbox.

All Right Reserved By Dharitri.Com

ଧାନଶିକ୍ଷକଙ୍କ ବାଇକରେ ଥିବା ମଦ ବୋତଲ ଭାଇରାଲ ପ୍ରଧନଶିକ୍ଷକ ନିଲମ୍ବିତ

ପାତ୍ରପୁର,୨୧ା୮(ଉମା ଚରଣ ନେପାକ): ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ ତୁରୁବୁଡି ପଞ୍ଚାୟତ ନୂଆଗଡ଼ ପ୍ରାଥମିକ ବିଦ୍ୟାଳୟ ଛାତ୍ରୀଛାତ୍ରଙ୍କୁ ଗତ ଦୁଇ ଦିନ ହେଲା ମଧ୍ୟାହ୍ନ ଭୋଜନ ମିଳୁ…

ଦୁଇଟି ସନ୍ତାନର ବାପା ହେବା ପରେ ଶେଷରେ ପ୍ରେମିକାଙ୍କ ହାତ ଧରିଲେ ଅର୍ଜୁନ ରାମପାଲ, ଛୁଟୁଛି ଶୁଭେଚ୍ଛାର ସୁଅ

ମୁମ୍ବାଇ: ବିବାହ କରି ଚର୍ଚ୍ଚାକୁ ଆସିଛନ୍ତି ଆଉଜଣେ ଅଭିନେତା । ସେ ହେଲେ ବଲିଉଡ ଅଭିନେତା ଅର୍ଜୁନ ରାମପାଲ। ପ୍ରେମିକା ତଥା ସାଉଥ ଆଫ୍ରିକାନ ମଡେଲ ଫ୍ୟାଶନ…

ଅସ୍ତିତ୍ୱ ହରାଉଛି ପ୍ରାକୃତିକ ଜଳ ଉତ୍ସ ସୁନ୍ଦରନାଳ

କୁଆଁରମୁଣ୍ଡା,୨୧ା୮(ମହେନ୍ଦ୍ର କୁମାର ସାହୁ): ସୁନ୍ଦରନାଳ ହେଉଛି କୁଆଁରମୁଣ୍ଡା ବ୍ଲକ ଅଞ୍ଚଳରେ ପ୍ରବାହିତ ଏକ ପ୍ରାକୃତିକ ଜଳ ଉତ୍ସ। ଏହି ଜଳ ଉତ୍ସ କୁମଝରିଆ ପଞ୍ଚାୟତର ପଟୁଆ ବାହାଲ-ତାଲସେରା…

ଭଡା ଘରୁ ମିଳିଲା ପୋଲିସ କର୍ମଚାରୀଙ୍କ ମୃତଦେହ: ୩ ବର୍ଷ ହେଲା…

ଭବାନୀପାଟଣା,୨୧।୮(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସହର ପୁରୁଣାପଡାର ଏକ ଭଡା ଘରୁ ଶୁକ୍ରବାର ଜଣେ ଡିଭିଏଫ(ଜିଲା ସ୍ୱେଚ୍ଛାସେବୀ ବାହିନୀ)ପୋଲିସ କର୍ମଚାରୀଙ୍କ ଝୁଲନ୍ତା ମୃତ ଦେହ…

ହୀରାକୁଦରେ ବନ୍ଦ ହେଲା ୮ ଗେଟ୍‌, ୭ ଗେଟ୍‌ରେ ହେଉଛି ବନ୍ୟାଜଳ ନିଷ୍କାସନ

ସମ୍ବଲପୁର,୨୧ା୮(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରକୁ କ୍ରମଶଃ ବନ୍ୟାଜଳ ପ୍ରବେଶ ପରିମାଣ ହ୍ରାସ ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଶୁକ୍ରବାର ଜଳଭଣ୍ଡାରର ୨ ପର୍ଯ୍ୟାୟରେ ୮ ସ୍ଲୁଇସ୍‌…

ଚାଷ କାମ ଚାଲିଥିବା ବେଳେ ବଜ୍ରପାତ: ଜଣେ ମୃତ ଜଣେ ଗୁରୁତର

ମହାକାଳପଡ଼ା, ୨୧।୮ (ପ୍ରତାପ ଚନ୍ଦ୍ର ସ୍ୱାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ଯଦୁପୁର ପଞ୍ଚାୟତର ଯଦୁପୁର ଖସାଡ଼ି ଗ୍ରାମ ନିକଟରେ ଚାଷ ଜମିରେ ବେଉଷଣ କାମ…

ଗ୍ରାମ୍ୟ ରାସ୍ତା ମରାମତି ପାଇଁ ସରପଞ୍ଚଙ୍କ ଦାବି: ଜିଲାପାଳଙ୍କୁ ସ୍ମାରକପତ୍ର 

ଦିଗପହଣ୍ଡି,୨୧|୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ କଇଠଖଣ୍ଡି ପଞ୍ଚାୟତ ସରପଞ୍ଚ ମନୋରଞ୍ଜନ ଗୌଡ଼ କଇଠଖଣ୍ଡି ଏବଂ ବୋରିପଦର ଗ୍ରାମ ଖାଲଖମା ରାସ୍ତା ଗୁଡ଼ିକୁ ତୁରନ୍ତ…

ଜନ୍ମଦିନରେ ଭାସିଯାଇ ଥିଲେ ଯୁବକ, ଦିନକ ପରେ ମିଳିଲା…

ସମ୍ବଲପୁର,୨୧ା୮(ପ୍ରମୋଦ ବହିଦାର): ସମ୍ବଲପୁର ଧନୁପାଲି ଥାନା ଅନ୍ତର୍ଗତ ମାନେଶ୍ୱରସ୍ଥିତ ମାଳତୀଯୋରରେ ଭାସିଯାଇ ନିଖୋଜ ପ୍ରବାସୀ ଶ୍ରମିକ ପ୍ରକାଶ ସରଣ(୨୧)ଙ୍କ ମୃତଦେହକୁ ମାନେଶ୍ୱରର ଅଗ୍ନିଶମ ବାହିନୀ ଶୁକ୍ରବାର ଉଦ୍ଧାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri