ରିଷିଡ଼ା,୧୬ା୧୧(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରିଷିଡ଼ାସ୍ଥିତ ଜଗନ୍ନାଥ କୌଶଲ୍ୟା ଉଚ୍ଚମାଧ୍ୟମିକ ବିଦ୍ୟାଳୟଠାରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଓଡ଼ିଶା ତରଫରୁ ତ୍ରିଦିବସୀୟ ଆଞ୍ଚଳିକ ସ୍ତରୀୟ କବାଡ଼ି ପ୍ରତିଯୋଗିତା ଉଦ୍ଯାପିତ ହୋଇଛି। ଅଧ୍ୟକ୍ଷ ହେମନ୍ତ ଚୌଧୁରୀଙ୍କ ସଭାପତିତ୍ୱରେ ମୁଖ୍ୟଅତିଥି ଭାବେ ପୂର୍ବତନ ମନ୍ତ୍ରୀ ଭୂପିନ୍ଦର ସିଂ ଓ ସମ୍ମାନିତ ଅତିଥି ଭାବେ ପ୍ରାକ୍ତନ ଅଧ୍ୟକ୍ଷ ପ୍ରଣୟ ଆନନ୍ଦ ତ୍ରିପାଠୀ ଯୋଗ ଦେଇଥିଲେ। ଏଥିରେ ଭବାନୀପାଟଣା ବିକାଶ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଚାମ୍ପିଅନ ଓ ରାୟଗଡ଼ ଏମ୍ଏମ ଉଚ୍ଚ ବିଦ୍ୟାଳୟ ରନରର୍ସଅପ୍ ହୋଇଥିଲେ।
ଦ୍ୱିତୀୟ ଦିବସରେ ଜିଲାପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂହଦେଓ ମୁଖ୍ୟ ଅତିଥି ଜିଲାପରିଷଦ ସଭ୍ୟ ମହେନ୍ଦ୍ର ରଣା, ଜେ.ଡି କଲେଜ ଅଧ୍ୟକ୍ଷ ଗଦାଧର ପ୍ରଧାନ, ଅବସରପ୍ରାପ୍ତ ଶିକ୍ଷକ ଅଶୋକ ତ୍ରିପାଠୀ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଅଧ୍ୟାପକ ଗିରିରାଜ ଗହୀର ମଞ୍ଚ ପରିଚାଳନା ଓ ଖେଳ ଶିକ୍ଷକ ଲଳିତ ଗୌଡ଼, ଲଳିତ ସାହୁ, ରାଜକିଶୋର ରଣା, ଦେବେନ୍ଦ୍ର ଭୋଇ, ଭେରିକାନ୍ତ ପଧାନ, ପ୍ରଶାନ୍ତ ସାହୁ ଖେଳ ପରିଚାଳନା କରିଥିଲେ। ଅଧ୍ୟାପକ ନୀଳାମ୍ବର ପାତ୍ର, ଦୁଷ୍ମନ୍ତ ମିର୍ଦ୍ଧା, ଗୁଲସନ ନାଗ, ସୋମନାଥ ନାଗ, ଫାଲଗୁନୀ ସାହୁ, ପ୍ରିୟଙ୍କା ମୁହାକୁଡ଼, ଜ୍ୟୋସ୍ନାମୟୀ ସାହୁ, ଲକ୍ଷ୍ମୀ ବାଗ, ଦୀପ୍ତି ଭୋଇ, ଗ୍ରନ୍ଥପାଳ ଚିନ୍ମୟ ରଣା, ସୌମ୍ୟରଞ୍ଜନ ତ୍ରିପାଠୀ, ଜଗଦୀଗ ଭୋଇ, ନାରାୟଣ ଗହୀର, ଯୋଗୀନ୍ଦ୍ର ବେହେରା ପାଣ୍ଡବ ହରିଜନ, କଳ୍ପନା ରଣା ପ୍ରମୁଖ ସହଯୋଗ କରିଥିଲେ।