କଳାହାଣ୍ଡିରେ ଲଜ୍ଜା: ପ୍ରାର୍ଥନା ବାହାନାରେ ନେଇ ମହିଳାଙ୍କୁ ବଳାତ୍କାର କଲେ…

ଭବାନୀପାଟଣା,୧୨।୮(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସଦର ଥାନା ପାଷ୍ଟିକୁଡି ଅଞ୍ଚଳରୁ ଏକ ଲଜ୍ଜା ଘଟଣା ସାମ୍ନାକୁ ଆସିଛି। ପ୍ରାର୍ଥନା ବାହାନାରେ ଜଣେ ଗର୍ଭବତୀ ମହିଳାଙ୍କୁ ସ୍ଥାନୀୟ ପାଷ୍ଟର ବଳାତ୍କାର କରିଥିବା ଅଭିଯୋଗ ହୋଇଛି। ଗର୍ଭବତୀ  ମହିଳା ଜଣକ ଅସୁସ୍ଥ ଥିବାରୁ ତାଙ୍କୁ ଭଲ କରିବା ପରେ ପ୍ରାର୍ଥନା ବାହାନାରେ ତାଙ୍କୁ ପାଷ୍ଟର ଘରକୁ ଡାକିଥିଲେ । ଏହାପରେ ମହିଳାଙ୍କ ସ୍ବାମୀଙ୍କୁ ନିଶା ଦେବା ପରେ ତାଙ୍କ ପତ୍ନୀଙ୍କୁ ବଳାତ୍କାର କରିଥିବା ଅଭିଯୋଗ ହୋଇଛି । ଏ ନେଇ ସଦର ଥାନାରେ ମହିଳା ଜଣକ ଲିଖିତ ଅଭିଯୋଗ କରିବା ପରେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଏହା ଘଟଣାଟି କଳାହାଣ୍ଡି ଜିଲାରେ ଚର୍ଚ୍ଚାର ବିଷୟ ହୋଇଛି।

Dharitri – Odisha’s No.1 Odia Daily

Share