ବିବାହ ପ୍ରତିଶ୍ରୁତି ଦେଇ ରଖୁଥିଲେ ଶାରୀରିକ ସମ୍ପର୍କ: ଏହି କ୍ରିକେଟର୍‌ଙ୍କୁ ବାନ୍ଧିଲା ପୋଲିସ

ନୂଆଦିଲ୍ଲୀ,୧୧।୮: ଇଣ୍ଡିଆନ ପ୍ରିମିୟର ଲିଗ (IPL)ରେ ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ଖେଳୁଥିବା ବଙ୍ଗଳା କ୍ରିକେଟର ଅଭିଷେକ ପୋରେଲଙ୍କୁ ଜଣେ ଡାକ୍ତରୀ ଛାତ୍ରୀଙ୍କ ଦ୍ୱାରା ଦାୟର କରାଯାଇଥିବା ଆପରାଧିକ ଅଭିଯୋଗ ପରେ ଗିରଫ କରାଯାଇଛି। ଛାତ୍ରୀ ଜଣକ ବଳାତ୍କାର, ଧମକ ଏବଂ ଅନ୍ୟାନ୍ୟ ଗୁରୁତର ଅପରାଧ ଅଭିଯୋଗ କରିଛନ୍ତି। ହୁଗୁଳି ଗ୍ରାମାଞ୍ଚଳ ଏସପି କୁୱର ଭୂଷଣ ସିଂହଙ୍କ ଅନୁଯାୟୀ, ପୋଲିସ ଦମ ଦମ ପୋଲିସ ଷ୍ଟେଶନ ଅଧୀନସ୍ଥ ଇମାମି ସିଟିରୁ କ୍ରିକେଟରଙ୍କୁ ଗିରଫ କରିଛି। ପୀଡିତା ପୂର୍ବରୁ ଜୁନ ମାସରେ ପୋଲିସରେ ଅଭିଯୋଗ କରିଥିଲେ ଯେ, ଅଭିଷେକ ବିବାହର ମିଥ୍ୟା ପ୍ରତିଶ୍ରୁତି ଦେଇ ତାଙ୍କ ସହ ଶାରୀରିକ ସମ୍ପର୍କ ସ୍ଥାପନ କରିଥିଲେ ଏବଂ ତାଙ୍କୁ ଆକ୍ରମଣ ଧମକ ମଧ୍ୟ ଦେଇଥିଲେ।

ପରବର୍ତ୍ତୀ ସମୟରେ, କଲିକତା ହାଇକୋର୍ଟ ଏହି ମାମଲାରେ କ୍ରିକେଟରଙ୍କୁ ଗିରଫ କରିବାକୁ ପୋଲିସକୁ ନିର୍ଦ୍ଦେଶ ଦେଇଥିଲେ। ପୂର୍ବରୁ ଭାରତ ଏ ଦଳ ସହିତ ୟୁକେ ଏବଂ ଅଷ୍ଟ୍ରେଲିଆ ଗସ୍ତ କରିଥିବା ପୋରେଲ ପୂର୍ବରୁ ସମସ୍ତ ଅଭିଯୋଗକୁ ଖଣ୍ଡନ କରିଥିଲେ। ମହିଳା ଅଭିଯୋଗ କରିଛନ୍ତି ଯେ, ପୋରେଲ ଗତ ତିନି ବର୍ଷ ଧରି ସମ୍ପର୍କରେ ଥିଲେ। କିନ୍ତୁ, ଗତ ବର୍ଷ ସେମାନଙ୍କ ମଧ୍ୟରେ ମତଭେଦ ସୃଷ୍ଟି ହୋଇଥିଲା। ଏହା ପରେ କ୍ରିକେଟର ତାଙ୍କଠାରୁ ଦୂରେଇ ରହିବା ଆରମ୍ଭ କରିଥିଲେ।
ବାମହାତୀ ଟପ ଅର୍ଡର ବ୍ୟାଟ୍ସମ୍ୟାନ ପୋରେଲ ୨୦୨୩ରୁ ଆଇପିଏଲରେ ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ପ୍ରତିନିଧିତ୍ୱ କରୁଛନ୍ତି। ଗତ ସିଜନରେ, ସେ ଦଳ ପାଇଁ ଚାରୋଟି ଇନିଂସରେ ୧୦୮ ରନ କରିଥିଲେ। ସେ ୨୦୨୧-୨୨ ସିଜନରେ ବଙ୍ଗଳା ପାଇଁ ପ୍ରଥମ ଶ୍ରେଣୀ ଡେବ୍ୟୁ କରିଥିଲେ ଏବଂ ୩୨ ପ୍ରଥମ ଶ୍ରେଣୀ ଏବଂ ୨୩ ଲିଷ୍ଟ ଏ ମ୍ୟାଚ ଖେଳିଛନ୍ତି।

 

Dharitri – Odisha’s No.1 Odia Daily