ଆଞ୍ଚଳିକ ଭାଷା ଓ ବୈଷୟିକ ଶିକ୍ଷା

ଲଳିତ କୁମାର ପାତ୍ର

ସର୍ବୋଚ୍ଚ କ୍ଷମତାର ପରିଚାଳକଭାବେ କେନ୍ଦ୍ର ସରକାରଙ୍କ ଦାୟିତ୍ୱ ହେଉଛି ରାଷ୍ଟ୍ର ମଧ୍ୟରେ ଥିବା ସମସ୍ତ ଆଞ୍ଚଳିକ ଭାଷାର ସୁରକ୍ଷା ଓ ସମୃଦ୍ଧି କରିବା। ଏଣୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଞ୍ଚଳିକ ଭାଷାରେ ବୈଷୟିକ ଶିକ୍ଷା ଦିଆଯିବା ପାଇଁ ଘୋଷଣା କରିଥିଲେ। ମାତ୍ର ଏ ଘୋଷଣା ବାସ୍ତବ ରୂପ ନେବାରେ ସନ୍ଦେହ ରହିଛି। କାରଣ ପ୍ରାକ୍ତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ମଧ୍ୟ ଘୋଷଣା କରିଥିଲେ ଯେ ଆଞ୍ଚଳିକ ଭାଷାରେ ସର୍ବଭାରତୀୟ ପ୍ରଶାସନିକ ସେବା ପରୀକ୍ଷା କରାଯିବ। କିନ୍ତୁ ସେ ଘୋଷଣା ୦କଥାରେ ସୀମିତ ରହିଯାଇଥିଲା। ଚିରାଚରିତଭାବେ ଇଂଲିଶ ଓ ହିନ୍ଦୀ ଭାଷାରେ ପରୀକ୍ଷା ପତ୍ର ଆସିଲା ଓ ରାଜୀବ ଗାନ୍ଧୀଙ୍କ ଫମ୍ପା କଥା ପଦାରେ ପଡ଼ିଲା। ଭାରତ ଏକ ବହୁଜାତିକ ରାଷ୍ଟ୍ର ହୋଇଥିବାରୁ ଅନେକଙ୍କୁ ବିଭିନ୍ନ ସମୟରେ ଏପରି କହିବାକୁ ପଡ଼ିଥାଏ କିନ୍ତୁ ଅନ୍ତରରେ ଏପରି ଭାବ ନ ଥାଏ । ତେଣୁ ଏଭଳି ଘୋଷଣାକୁ କାର୍ଯ୍ୟକାରୀ ମଧ୍ୟ କରନ୍ତି ନାହିଁ। ପ୍ରକୃତରେ ଯଦି ଆଞ୍ଚଳିକ ଭାଷାରେ ବୈଷୟିକ ଶିକ୍ଷା ପ୍ରଦାନ ପାଇଁ ସରକାର ଇଚ୍ଛୁକ ତେବେ ନିମ୍ନୋକ୍ତ ବିଷୟ ପ୍ରତି ଦୃଷ୍ଟି ଦେଲେ ତାହା ଠିକ୍‌ ଢଙ୍ଗରେ କାର୍ଯ୍ୟକାରୀ ହୋଇପାରିବ। ଭାରତର ସ୍ବାଧୀନତା ସଂଗ୍ରାମୀମାନେ ରାଷ୍ଟ୍ର ଓ ଜାତୀୟତା ମଧ୍ୟରେ ପାର୍ଥକ୍ୟ ରଖୁ ନ ଥିଲେ। ରାଷ୍ଟ୍ର ଓ ଜାତୀୟତା ସର୍ବଦା ଦୁଇଟି ଅଲଗା କଥା। ଅତୀତକୁ ଗଲେ ଦେଖିବା ନବଜାଗରଣ ପରେ ଭାଷାକୁ ନେଇ ଜାତୀୟତାଭାବ ସୃଷ୍ଟି ହୋଇଛି। ଜର୍ମାନୀ ଓ ଇଟାଲି ଭଳି ଜାତିଭିିତ୍ତିକ ରାଷ୍ଟ୍ର ସୃଷ୍ଟି ହୋଇଛି। ଇଉରୋପୀୟମାନେ କହିଲେ ଯେ, ଭାରତ ଏକ ରାଷ୍ଟ୍ର ହୋଇ ରହିପାରିବନାହିଁ; ଏହା ବହୁଜାତୀୟ ଅଞ୍ଚଳକୁ ନେଇ ଗଠିତ ହୋଇଥିବାରୁ ସମୟକ୍ରମେ ବିଭାଜିତ ହୋଇଯିବ। ଏଣୁ ସ୍ବାଧୀନତା ସଂଗ୍ରାମୀମାନେ ସେମାନଙ୍କ ଚିନ୍ତାଧାରାକୁ ଭୁଲ୍‌ ପ୍ରମାଣିତ କରିବା ପାଇଁ ଏକ ଆଞ୍ଚଳିକ ଭାଷା ‘ହିନ୍ଦୀ’କୁ ରାଷ୍ଟ୍ରଭାଷା ବୋଲି ଘୋଷଣା କଲେ।
ବହୁ ବ୍ୟକ୍ତି ଅଛନ୍ତି ଯେଉଁମାନେ ସ୍ବକୀୟତାର ମୂଲ୍ୟ ବା ବିକାଶ ଉପରେ ଗୁରୁତ୍ୱ ନ ଦେଇ ପ୍ରଶ୍ନ ଉଠାନ୍ତି ଯେ ଆଞ୍ଚଳିକ ଭାଷାରେ ବୈଷୟିକ ଶିକ୍ଷାଲାଭ କରିଥିବା ଛାତ୍ରୀଛାତ୍ର ବିଦେଶରେ ନିଯୁକ୍ତି ପାଇପାରିବେ କି? ଏବେ ବୈଷୟିକ କ୍ଷେତ୍ରରେ ନବେ ପ୍ରତିଶତରୁ ଅଧିକ କାମ ବିଦେଶରୁ ଆସୁଛି। ଏଣୁ ଆଞ୍ଚଳିକ ଭାଷାରେ ବୈଷୟିକ ଶିକ୍ଷାପ୍ରାପ୍ତ ଛାତ୍ରୀଛାତ୍ର ଏଭଳି ସ୍ଥିତିରେ ଅପ୍ରାସଙ୍ଗିକ ହୋଇଯିବେ। ପର ତିଅଣ ଭଲ ଲାଗୁଥିବା ପରି ଏହି ଲୋକମାନଙ୍କ କଥା ଶୁଣିଲେ ଆମ ଆଞ୍ଚଳିକ ମୂଳ ସଂସ୍କୃତି ସୁରକ୍ଷିତ ରହିବନାହିଁ ଓ ଏ ଘୋଷଣା କାର୍ଯ୍ୟକାରୀ ହୋଇପାରିବ ନାହିଁ।
ଅନ୍ତର୍ଜାତୀୟ ବ୍ୟାପାର ବା ବାଣିଜ୍ୟରେ ଇଂଲିଶ ଅନିବାର୍ଯ୍ୟ ନୁହେଁ। ପ୍ରାଚୀନ କାଳରେ ଇଂଲିଶ ବିନା ତ ବାଣିଜ୍ୟ ଚାଲୁଥିଲା। ଆଞ୍ଚଳିକ ଭାଷା ଏ କ୍ଷେତ୍ରରେ ପ୍ରତିବନ୍ଧକ ହେବ କାହିଁକି? ଏବେ କମ୍ପ୍ୟୁଟର ଯୁଗ; ଇଂଲିଶ ଭାଷାରେ କମ୍ପ୍ୟୁଟର ଚାଲୁଛି। କିନ୍ତୁ କମ୍ପ୍ୟୁଟର ହିନ୍ଦୀ କି ଇଂଲିଶ ବୁଝେନାହିଁ। ସଫ୍ଟଓ୍ବେର ପ୍ରୟୋଗ ଦ୍ୱାରା ହିଁ ତା’ର ଭାଷା ନିର୍ଣ୍ଣିତ ହୋଇଥାଏ। ଜାପାନ ଆଦି ଦେଶରେ ସେଠାକାର ଭାଷାରେ କମ୍ପ୍ୟୁଟର ଚାଲେ। କୁହାଯାଉଛି ବୈଷୟିକ ଶିକ୍ଷା ପାଇଁ ଆଞ୍ଚଳିକ ଭାଷାରେ ଉପଯୁକ୍ତ ଶବ୍ଦ ସମ୍ଭାର ନାହିଁ। ଇଂଲିଶ ଭାଷାରେ ବହୁ ଶବ୍ଦ ଆହରଣ କରାଯାଇଛି। ସେହିପରି ଆଞ୍ଚଳିକ ଭାଷାରେ ନୂଆ ଶବ୍ଦ ସୃଷ୍ଟି କରାଯିବା କିମ୍ବା ଆହରଣ କରାଯିବା ଦରକାର। ଆଞ୍ଚଳିକ ଭାଷାରେ ପର୍ଯ୍ୟାପ୍ତ ପାଠ୍ୟ ପୁସ୍ତକ ନାହିଁ ବୋଲି କେତେକ କହନ୍ତି; କିନ୍ତୁ ଇଂଲିଶ ଭାଷାରେ ମଧ୍ୟ ପାଠ୍ୟ ପୁସ୍ତକ ନ ଥିଲା, ପରବର୍ତ୍ତୀ କାଳରେ ଲେଖାଗଲା। ଆଞ୍ଚଳିକ ଭାଷାରେ ଶିକ୍ଷାଦାନ ହେଲେ ବ୍ୟବସାୟୀମାନେ ପାଠ୍ୟ ପୁସ୍ତକ ସୃଷ୍ଟି କରିବେ। ଆପେ ଆପେ ପୁସ୍ତକ ମିଳିବ। ଆଞ୍ଚଳିକ ଭାଷାରେ ଲୋକେ ପଢ଼ିବାକୁ ଆଗ୍ରହୀ ନୁହନ୍ତି; ତେଣୁ ପରୀକ୍ଷାରେ କମ୍‌ ସଂଖ୍ୟା ରଖୁଛନ୍ତି। ଆମ ଦେଶର ଲୋକେ ପ୍ରଥମେ ସାତ ଦରିଆ ପାରି ଇଂଲିଶ ଭାଷାକୁ ମୋଟେ ଜାଣି ନ ଥିଲେ, କିନ୍ତୁ ପରେ ଏହାକୁ ଜାଣିବାକୁ ଆଗ୍ରହୀ ହେଲେ। ଏଣୁ ସରକାରୀ ଓ ବେସରକାରୀ ସଂସ୍ଥାର କାଗଜ ପତ୍ର କାମ ଆଞ୍ଚଳିକ ଭାଷାରେ କରାଯିବା ସହିତ ଏହାକୁ ସରକାରୀ ଭାଷାର ମାନ୍ୟତା ମିଳିଲେ ଏଥିପ୍ରତି ଲୋକଙ୍କ ଆଗ୍ରହ ବଢ଼ିବ।
ଜଣେ ଇଂଲିଶ ପଢ଼ୁଆ ଚିକିତ୍ସକ ପାଖରେ ଅନ୍ୟ ଭାଷାଭାଷୀ ରୋଗୀ ପହଞ୍ଚତ୍ଲେ ରୋଗୀର କଥା ବୁଝିବା ପାଇଁ ଇଂଲିଶ ଭାଷା ନୁହେଁ ଅନ୍ୟ ମାଧ୍ୟମର ଉପଯୋଗ କରାଯାଏ। ଆମେ ଜଣେ ଚିକିତ୍ସକ ପାଖକୁ ଗଲେ ତା’ର ଇଂଲିଶ ଜ୍ଞାନ ଭଲ ଅଛି କି ନାହିଁ ଦେଖୁନାହୁଁ। ଆମେ ଦେଖୁ ସେ ଭଲ ଚିକିତ୍ସା କରିପାରୁଛି କି ନାହିଁ। ଦକ୍ଷ ବୈଷୟିକ ଜ୍ଞାନସମ୍ପନ୍ନ କର୍ମୀ ଉତ୍ତାରିବାକୁ ହେଲେ ଇଂଲିଶ ଭାଷା ନୁହେଁ ଆଞ୍ଚଳିକ ଭାଷାର ଉପଯୋଗ ଦରକାର। କାର୍ଯ୍ୟ କରିବା ପାଇଁ ଦକ୍ଷତାର ଆବଶ୍ୟକତା ରହିଛି ଓ ଦକ୍ଷତା ପାଇଁ ଶିକ୍ଷାର ଆବଶ୍ୟକତା ରହିଛି। ମାତୃଭାଷାରେ ଛାତ୍ର ଶିକ୍ଷା ବିଷୟକୁ ସହଜରେ ବୁଝିପାରିଥାଏ ଓ ଗ୍ରହଣ କରିଥାଏ। ମାତୃଭାଷା କୈନ୍ଦ୍ରିକ ଗୋଟିଏ ଗାଁକୁ ନେଇ ଗୋଟିଏ ରାଷ୍ଟ୍ର ତ ହୋଇପାରିବ ନାହିଁ, ଏଣୁ ଆଞ୍ଚଳିକ ଭାଷାକୁ ଅଞ୍ଚଳବାସୀ ସହଜରେ ବୁଝିପାରୁଥିବାରୁ ଆଞ୍ଚଳିକ ଭାଷା ଶିକ୍ଷାର ମାଧ୍ୟମ ହେଲେ ଶିକ୍ଷା ଗ୍ରହଣ ସହଜ ହେବ। ଛାତ୍ରମାନେ ଇଂଲିଶ ଶବ୍ଦ ଜାଣିବା ପାଇଁ ଅଭିଧାନ ଓ ଇଂଲିଶ ଭାଷା ପ୍ରତି ଅଧିକ ସମୟ ଦିଅନ୍ତି; ସମସ୍ତଙ୍କ ପାଖରେ ଇଂଲିଶ ଅଭିଧାନ ରହିଛି। ଅଥଚ ଆଞ୍ଚଳିକ ଭାଷାର ଅଭିଧାନ ପ୍ରାୟତଃ ଦରକାର ପଡ଼େ ନାହିଁ। ଆଞ୍ଚଳିକ ଭାଷାରେ ଯଦି ବୈଷୟିକ ଶିକ୍ଷା ଦିଆଯା’ନ୍ତା ତେବେ ଛାତ୍ରମାନେ ଭାଷା ଶିକ୍ଷା ଓ ଅଭିଧାନ ଖୋଜାରେ ଅଧିକ ସମୟ ନଷ୍ଟ ନ କରି ବୈଷୟିକ ଶିକ୍ଷା ପ୍ରତି ଅଧିକ ସମୟ ଦିଅନ୍ତେ। ସର୍ବୋପରି ଦେଖିବାର କଥା ଯେ ପ୍ରାକ୍ତନ ପ୍ରଧାନମନ୍ତ୍ରୀ ଅଟଳବିହାରୀ ବାଜପେୟୀ ତାଙ୍କ ଆଣ୍ଠୁର ଶୈଲ୍ୟ ଚିକିତ୍ସା ପାଇଁ ଆମେରିକାରୁ ଡା. ଶ୍ରୀରାମ ନେନେଙ୍କୁ ଆଣିଥିଲେ, ତାଙ୍କର ଦକ୍ଷତା ପାଇଁ। ସେହିପରି ଇଂରେଜମାନେ ବିଖ୍ୟାତ ଯନ୍ତ୍ରୀ ସାର୍‌ ବିଶ୍ୱେଶ୍ୱରାୟାଙ୍କଠାରୁ ଆଫ୍ରିକାର ନୀଳନଦୀ ଓ ଭାରତର ସିନ୍ଧୁ ନଦୀରେ ବନ୍ଧ ନିର୍ମାଣ ପାଇଁ ଯୋଜନା ନକ୍ସା ନେଇଥିଲେ। କେବଳ ତାଙ୍କର ଦକ୍ଷତା ପାଇଁ, ଇଂଲିଶ ଭାଷା ପାଇଁ ନୁହେଁ। ଏକ ପ୍ରାକୃତିକ ସତ୍ୟ ହେଉଛି ଅନେକ ସମୟରେ ଛାତ୍ର ଶିକ୍ଷକଙ୍କୁ ଟପିଯାଏ ଓ ଦକ୍ଷତା ଭାଷାକୁ ମଧ୍ୟ। ଏଣୁ ଦକ୍ଷତାର ବିକାଶ ପାଇଁ ଆଞ୍ଚଳିକ ଭାଷାରେ ବୈଷୟିକ ଶିକ୍ଷା ବ୍ୟବସ୍ଥା କରାଗଲେ ଓଡ଼ିଆ ଭାଷାର ସୁରକ୍ଷା ଓ ଉନ୍ନତି ହୋଇପାରିବ।
ଗଙ୍ଗେଶ୍ୱରଗଡ଼, କଟକ
ମୋ: ୯୯୩୭୪୪୮୫୩୧


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

ଏକଲବ୍ୟ ଓ ଅଙ୍ଗୁଳିମାଳ

କଲବ୍ୟଙ୍କ କାହାଣୀ ହେଉଛି ଜଣେ ନିମ୍ନଜାତିର ବନବାସୀ ବାଳକଙ୍କ କଥା। ବ୍ରାହ୍ମଣ ଗୁରୁ ଦ୍ରୋଣ ତାଙ୍କୁ ଶିଷ୍ୟ ଭାବେ ଗ୍ରହଣ କରିବାକୁ ମନା କରିଥିଲେ। ଏହା ପରେ…

ଏଇ ଭାରତରେ

ଗଙ୍ଗାନଦୀରେ ଡଲ୍‌ଫିନ ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ର ପାଲଟିଥାଏ। ହେଲେ ଏମାନଙ୍କ ଜୀବନ ପ୍ରତି ବିପଦ ଏବେ ସୃଷ୍ଟି ହୋଇଛି। ଗଙ୍ଗା ଓ ଏହାର ଉପନଦୀଗୁଡ଼ିକରେ ପାଖାପାଖି ୬,୩୨୪…

ଭୁଲ୍‌ ପ୍ରସଙ୍ଗ

ନିଜର ଭୁଲ୍‌ ପ୍ରାୟ ସବୁବେଳେ ମଲ୍ଲୀ, ହେନା, କିଆ, କେତକୀ, ଶେଫାଳୀ, ରଜନୀଗନ୍ଧା ଫୁଲର ବାସ ପରି ମହମହ ବାସେ ! ସାଧାରଣତଃ ଆମେ ନିଜ ଭୁଲ୍‌କୁ…

ଭିଡ଼ହିଂସା କାରଣ ଓ ନିରାକରଣ

ଭିଡ଼ହିଂସା ଏଇ କିଛିମାସ ହେଲା ଓଡ଼ିଶାର ବିଭିନ୍ନ ଜାଗାରେ ଯେପରି କ୍ରମାଗତ ଭାବରେ ସୃଷ୍ଟିହୋଇଛି, ହୁଏତ ତାହାର ଉଦାହରଣ ଆଗରୁ ଏତେ ନ ଥିଲା। ଏକ ଅନିୟନ୍ତ୍ରିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri