ମାର୍କେଟ ବିଲ୍ଡିଂ ମନା, ଦୁର୍ଦ୍ଦିନରେ ୨୦ରୁ ଊର୍ଦ୍ଧ୍ୱ ଦୃଷ୍ଟିହୀନ ବ୍ୟବସାୟୀ ପରିବାର

ଭୁବନେଶ୍ୱର,୯।୮(ବ୍ୟୁରୋ):ଦୀର୍ଘ ୧୫ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ମାର୍କେଟ ବିଲ୍ଡିଂରେ ଉଠା ଦୋକାନ କରି ବ୍ୟବସାୟ କରୁଥିଲୁ। ଖେଳନା ଏବଂ ଅନ୍ୟାନ୍ୟ ଛୋଟମୋଟ ସାମଗ୍ରୀ ବିକ୍ରି କରି ସେଥିରେ ପରିବାର ଚଳୁଥିଲା। ମାତ୍ର ସେଣ୍ଟ୍ରାଲ ମାର୍କେଟ ଆସୋସିଏଶନ୍‌ର ଦାବି ଏବଂ ଦାଦାଗିରି ଆଗରେ ଆମକୁ ହାର୍‌ ମାନିବାକୁ ପଡିଲା। ୪ ତାରିଖରୁ ମାର୍କେଟ ଖୋଲିବା ପରେ ସେଠାରେ ବ୍ୟବସାୟ ତ ଦୂରର କଥା ଭିତରକୁ ପଶିବାକୁ ମଧ୍ୟ ଦିଆଯାଉ ନାହିଁ। ଭୋକ ଉପାସରେ ଆମ ଛୁଆପିଲା ଆଉଟୁପାଉଟୁ ହେଉଛନ୍ତି। ତେଣୁ ବାଧ୍ୟହୋଇ ମୁଖ୍ୟମନ୍ତ୍ରୀଙ୍କୁ ଅଭିଯୋଗ କରିବା ପାଇଁ ଅଭିଯୋଗ ପ୍ରକୋଷ୍ଠକୁ ଆସିଛୁ ବୋଲି କହିଛନ୍ତି ଦୃଷ୍ଟିହୀନ ବ୍ୟବସାୟୀ ବଂଶୀଧର ପ୍ରଧାନ, ଅମର ପ୍ରଧାନ, ଜୟନ୍ତୀ ମଲ୍ଲିକ। ସୋମବାର ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ଆଗରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା। ମାର୍କେଟ ବିଲ୍ଡିଂରେ ଉଠା ଦୋକାନୀଙ୍କୁ ବ୍ୟବସାୟ କରିବାକୁ ଅନୁମତି ଦିଆଯାଉ ନ ଥିବାରୁ ଦୁର୍ଦ୍ଦିନରେ ଦିନ କାଟୁଛନ୍ତି ୨୦ରୁ ଊର୍ଦ୍ଧ୍ୱ ଦୃଷ୍ଟିହୀନ ପରିବାର। ଅନ୍ୟ ଉଠାଦୋକାନୀମାନେ ଚାହିଁଲେ ଅନ୍ୟ କେଉଁଠାରେ ବ୍ୟବସାୟ କରିପାରିବେ। ମାତ୍ର ଆମଭଳି ଭିନ୍ନକ୍ଷମମାନେ କୁଆଡେ ଯିବେ ବୋଲି ସେମାନେ ପ୍ରଶ୍ନ୍ନ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ସମେତ ମୁଖ୍ୟ ଶାସନ ସଚିବ, ଅତିରିକ୍ତ ଶାସନ ସଚିବ ଏବଂ ନଗର ଉନ୍ନୟନ ବିଭାଗ ସଚିବଙ୍କୁ ମଧ୍ୟ ଦାବିପତ୍ର ପ୍ରଦାନ କରାଯାଇଥିଲା। ତେବେ ଏହାର ଉତ୍ତରରେ ସେମାନେ ବିଏମ୍‌ସିକୁ ଅବଗତ କରାଇବେ ବୋଲି ପ୍ରତିଶ୍ରୁତି ଦେଇ ହାତ ଝାଡି ଦେଇଛନ୍ତି। ସେହିପରି ବିଏମ୍‌ସି କମିଶନରଙ୍କୁ ସାକ୍ଷାତ୍‌ କରିବାକୁ ଚେଷ୍ଟା କରାଯାଇଥିଲେ ସୁଦ୍ଧା ସେ ନ ଥିବାରୁ ଅତିରିକ୍ତ କମିଶନରଙ୍କୁ ଅଭିଯୋଗ ପତ୍ର ପ୍ରଦାନ କରାଯାଇଥିଲା ବୋଲି ବଂଶୀଧର କହିଛନ୍ତି।
ସୂଚନାଯୋଗ୍ୟ, ବିଏମ୍‌ସି ପକ୍ଷରୁ ମାର୍କେଟ ବିଲ୍ଡିଂରୁ ଉଠା ଦୋକାନୀଙ୍କୁ ଉଚ୍ଛେଦ କରିବାକୁ ନିର୍ଦ୍ଦେଶ ଦିଆଯିବା ପରେ ଦୃଷ୍ଟିହୀନ ବ୍ୟବସାୟୀମାନେ କମିଶନରଙ୍କୁ ସାକ୍ଷାତ୍‌ କରିଥିଲେ। ଏହାର ପରଦିନ କମିଶନର ନିଜେ ମାର୍କେଟ ବିଲ୍ଡିଂ ଆସି ଏହି ବ୍ୟବସାୟୀମାନଙ୍କୁ ସେଠାରେ ଦୋକାନ ଖୋଲିବାକୁ ଅନୁମତି ଦେଇଥିଲେ। ମାତ୍ର ଗତ ୩୧ ତାରିଖରେ ଉଠାଦୋକାନୀ ଏବଂ ସ୍ଥାୟୀ ଦୋକାନୀଙ୍କ ମଧ୍ୟରେ ବିବାଦ ହେବା ପରେ ମାର୍କେଟକୁ ୪ଦିନ ବନ୍ଦ ରଖାଯାଇଥିଲା। ମାର୍କେଟ ଖୋଲିବା ପରେ ଆଉ କୌଣସି ଉଠା ଦୋକାନୀଙ୍କୁ ସେଠାରେ ପୂରାଇ ଦିଆଯାଉ ନାହିଁ। ତେବେ ମାନବିକତା ଦୃଷ୍ଟିରୁ ଭିନ୍ନକ୍ଷମ ଉଠା ଦୋକାନୀଙ୍କୁ କମିଶନର ବ୍ୟବସାୟ ପାଇଁ ଅନୁମତି ଦେଇଥିଲେ ବି ତାହାକୁ କାର୍ଯ୍ୟକାରୀ କରାଇ ଦିଆଯାଉ ନ ଥିବା ଅଭିଯୋଗ ହେଉଛି। ଯଥାଶୀଘ୍ର ଏ ସମ୍ପର୍କରେ ବିଏମ୍‌ସି ପଦକ୍ଷେପ ନ ନେଲେ ୨୦ରୁ ଊର୍ଦ୍ଧ୍ୱ ପରିବାର ଅନାହାରରେ ମୃତ୍ୟୁବରଣ କରିବେ ବୋଲି ବ୍ୟବସାୟୀମାନେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଧାନକିଣା: ଟୋକନ ଅପେକ୍ଷାରେ ଚାଷୀ

ପଦ୍ମପୁର,୨୨।୧୨(ପ୍ରଦୀପ୍ତ ଦାଶ):ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡରେ ମଣ୍ଡି ଖୋଲିବାର ୨୫ ଦିନ ବିତିଯାଇଛି। ମାତ୍ର ଅଧିକାଂଶ ଚାଷୀଙ୍କ ପାଖରେ ଏଯାଏ ଟୋକନ ପହଞ୍ଚି ପାରିନାହିଁ। ଯେଉଁ...

ମୋବାଇଲ ସ୍କ୍ରିନ୍‌ ଆସକ୍ତି

କାଳେ ନିଦରୁ ଉଠିବାରୁ ଆରମ୍ଭ କରି ରାତିରେ ଶୋଇବା ପର୍ଯ୍ୟନ୍ତ, ଆଖି ସବୁଠାରୁ ଅଧିକ ଯେଉଁ ବସ୍ତୁଟିକୁ ଦେଖୁଛି, ତାହା ହେଉଛି ଆମ ମୋବାଇଲ୍‌ ସ୍କ୍ରିନ୍‌।...

ବରଗଡ଼ ଧନୁଯାତ୍ରା ମହୋତ୍ସବ: ସାଜସଜ୍ଜାରେ ଆଗୁଆ, ପ୍ରଚାରରେ ପଛୁଆ

ବରଗଡ଼,୨୨।୧୨(ପ୍ରେମାନନ୍ଦ ଖମାରୀ):ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ। ଏହି ମହୋତ୍ସବର ଭିନ୍ନ ଏକ ପରିଚୟ ରହିଛି। ଅନେକ ସ୍ଥାନରେ ଏବେ ଧନୁଯାତ୍ରା ଚାଲିଛି। ହେଲେ...

୧.୩ ଲକ୍ଷ ଘର ଅନ୍ଧାରରେ: ଚିନ୍ତାରେ ସରକାର

ସାନ୍‌ ଫ୍ରାନ୍ସିସ୍କୋ,୨୨ା୧୨:ସାନ୍‌ ଫ୍ରାନ୍ସିସ୍କୋରେ ବିଜୁଳି ବିଭ୍ରାଟରୁ ୧ ଲକ୍ଷ ୩୦ ହଜାର ଘର ଏବଂ ବ୍ୟବସାୟ ପ୍ରତିଷ୍ଠାନ ଅନ୍ଧାରରେ ରହିଥିବା ପାସିଫିକ୍‌ ଗ୍ୟାସ୍‌ ଆଣ୍ଡ ଇଲେକ୍ଟ୍ରିକ୍‌...

ଗଣତନ୍ତ୍ର କାହିଁକି ଦୋଷୀ ହେବ

ସନ ପଦ୍ଧତି ମଧ୍ୟରୁ ଗଣତନ୍ତ୍ର ହିଁ ସର୍ବୋତ୍କୃଷ୍ଟ। ଗଣତନ୍ତ୍ର ଶାସନର ଅର୍ଥ ଗଣଙ୍କର ଶାସନ, ନିଜକୁ ଶାସନ କରିବା। ହେଲେ ଏଥିରେ ଜନତାର ଶାସନ ପ୍ରତ୍ୟକ୍ଷ...

ଘରୁ ଖାଦ୍ୟ ନେଇଗଲେ ଆତଙ୍କବାଦୀ: ଜଙ୍ଗଲକୁ ଘେରାବନ୍ଦୀ

ଜମ୍ମୁ,୨୨ା୧୨:ଜମ୍ମୁ-କଶ୍ମୀରର ଉଧାମପୁର ଜିଲା ଅନ୍ତର୍ଗତ ଏକ ଗ୍ରାମରେ ଆତଙ୍କବାଦୀମାନେ ଜଣକ ଘରେ ପଶି ଖାଦ୍ୟ ନେଇ ଜଙ୍ଗଲ ମଧ୍ୟକୁ ଖସି ପଳାଇଥିବା ସୂଚନା ମିଳିଛି। ସେମାନଙ୍କୁ...

ଭିତ୍ତିଭୂମି ଅଛି, ଚାଷୀଙ୍କ ଆଗ୍ରହ ନାହିଁ

ଭଣ୍ଡାରିପୋଖରୀ,୨୨।୧୨ (ରାଜେନ୍ଦ୍ର ଶତପଥୀ): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକରେ ଆଳୁଚାଷ ପାଇଁ ଉପଯୋଗୀ ୮ଶହ ହେକ୍ଟର ଉର୍ବର ପଟୁ ମାଟି ମିଶା ଦୋରସା ଚାଷଜମି ରହିଛି।...

ଭାଜପାକୁ ନେଇ ଗୁମର ଖୋଲିଦେଲେ RSS ନେତା ମୋହନ ଭାଗବତ: ଦେଶରେ ହଲଚଲ

ନୂଆଦିଲ୍ଲୀ,୨୨ା୧୨:ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆର୍‌ଏସ୍‌ଏସ୍‌)ର କୌଣସି ରାଜନୈତିକ କାର୍ଯ୍ୟସୂଚୀ ନାହିଁ। ଭାଜପା ଚଷମାରେ ଏହି ସଂଗଠନକୁ ଦେଖିବା ବଡ଼ ଭୁଲ୍‌ ବୋଲି ଆର୍‌ଏସ୍‌ଏସ୍‌ ମୁଖ୍ୟ ମୋହନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri