ଶରଣାର୍ଥୀ ବୃଦ୍ଧି

ଆଜିର ବିଶ୍ୱ ପରିସ୍ଥିତି ଜଟିଳ। ସମ୍ଭବତଃ ଇତିହାସରେ ଏତେ ପରିମାଣର ଶରଣାର୍ଥୀ ପୂର୍ବରୁ କେବେ ସୃଷ୍ଟି ହୋଇ ନ ଥିଲେ। ନିଜ ଘର ଓ ମାତୃଭୂମି ଛାଡ଼ି ଅନ୍ୟ ଦେଶ ବା ସ୍ଥାନକୁ ଜୀବନ ବଞ୍ଚାଇବାକୁ ପଳାଇଯାଇଥିବା ଲୋକଙ୍କ ସଂଖ୍ୟା ଏବେ ୧୧ କୋଟି ବା ୧୧୦ ମିଲିୟନରେ ପହଞ୍ଚିଛି। ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରୁ ଏହି ଶରଣାର୍ଥୀ ସମସ୍ୟା ଆରମ୍ଭ ହୋଇଥିଲା। ସେତେବେଳେ ମନେକରାଯାଉଥିଲା ଏହାର ଏକ ସ୍ଥାୟୀ ସମାଧାନ ହୋଇପାରିବ। ହେଲେ ତା’ପରେ ବିଶ୍ୱରେ ଘଟୁଥିବା ଯୁଦ୍ଧ, ଜାତିଗତ ହିଂସା ଏବଂ ଗତ ୨ ଦଶନ୍ଧିରେ ଜଳବାୟୁ ପରିବର୍ତ୍ତନ ଯୋଗୁ ଶରଣାର୍ଥୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏହା ଯେଉଁଭଳି ବୃଦ୍ଧି ପାଉଛି ତାହା ୨୦୫୦ ସୁଦ୍ଧା ଅଣାୟତ୍ତ ହେବ ବୋଲି ୟୁନାଇଟେଡ୍‌ ନେଶନ୍ସ ହାଇ କମିଶନର ଫର୍‌ ରିଫ୍ୟୁଜି ବା ଜାତିସଂଘ ଶରଣାର୍ଥୀ ଉଚ୍ଚାୟୁକ୍ତ (ୟୁଏନ୍‌ଏଚ୍‌ସିଆର୍‌ ) ପ୍ରକାଶ କରିଛି। ବର୍ତ୍ତମାନ ବିଭିନ୍ନ ଦେଶରେ ଥିବା ଶରଣାର୍ଥୀଙ୍କ ପାଇଁ ସ୍ଥାୟୀ ଥଇଥାନ ସହ ଉତ୍ତମ ସ୍ବାସ୍ଥ୍ୟ ବ୍ୟବସ୍ଥା, ଖାଦ୍ୟ ଓ ଶିକ୍ଷା ଯୋଗାଇବା କଷ୍ଟକର ହୋଇପଡ଼ିଛି। ଉଲ୍ଲେଖନୀୟ ଯେ, ବିଶ୍ୱର ୨୪ଟି ଦେଶରେ ଶରଣାର୍ଥୀମାନେ ରହିଥିବାବେଳେ ସେମାନଙ୍କ ମଧ୍ୟରୁ ସର୍ବାଧିକ ତୁର୍କୀ, ଜର୍ମାନୀ, ପାକିସ୍ତାନ, ଉଗାଣ୍ଡା, ରୁଷିଆ ଏବଂ ପୋଲାଣ୍ଡରେ ଅଛନ୍ତି। ଏମାନଙ୍କୁ ବୈଧ ଭାବେ ଥଇଥାନ କରିବାକୁ ଏଯାବତ ୟୁଏନ୍‌ଏଚ୍‌ସିଆର୍‌ କିମ୍ବା ଶରଣାର୍ଥୀଙ୍କୁ ସ୍ଥାନ ଦେଇଥିବା ଦେଶଗୁଡ଼ିକ ପର୍ଯ୍ୟାପ୍ତ ପଦକ୍ଷେପ ନେଇପାରିନାହାନ୍ତି। ଜର୍ମାନୀ, ରୁଷିଆ , ଆମେରିକା ଓ ଫ୍ରାନ୍ସକୁ ବାଦ୍‌ଦେଲେ ଇରାକ, ଇରାନ, ପାକିସ୍ତାନ, ଗ୍ରୀସ୍‌ ଆଦି ଅନ୍ୟ ନିମ୍ନ ଆୟବର୍ଗ କିମ୍ବା ବିକାଶଶୀଳ ଦେଶରେ ଅସ୍ଥିର ଅର୍ଥନୀତି ଏବଂ ଖାଦ୍ୟାଭାବ ଯୋଗୁ ସେମାନେ ଶରଣାର୍ଥୀଙ୍କୁ ମାନବୀୟ ସହଯୋଗ ଯୋଗାଇଦେବା ପାଇଁ ସକ୍ଷମ ହୋଇପାରୁନାହାନ୍ତି। ଏହାର ଏକ ସଦ୍ୟତମ ଉଦାହରଣ ହେଉଛି ପାକିସ୍ତାନ। ସୋଭିଏଟ୍‌ ରୁଷ ଓ ଆଫଗାନିସ୍ତାନ ମଧ୍ୟରେ ଯୁଦ୍ଧ ସମୟରୁ ପାକିସ୍ତାନକୁ ଆଫଗାନିସ୍ତାନରୁ ଶରଣାର୍ଥୀମାନେ ଆସିବା ଆରମ୍ଭ ହୋଇଥିଲା। ୨୦୨୧ରେ ତାଲିବାନ୍‌ ଶାସନ ପ୍ରତିଷ୍ଠା ହେବା ପରେ ଏହି ସଂଖ୍ୟା ବୃଦ୍ଧି ପାଇଥିଲା। ତେବେ ଏବକାର ପାକିସ୍ତାନର ମଧ୍ୟବର୍ତ୍ତିକାଳୀନ ସରକାର ଦେଶରେ ବିନା ଡକ୍ୟୁମେଣ୍ଟରେ ଥିବା ପାଖାପାଖି ୧୭ ଲକ୍ଷ ଆଫଗାନ ଶରଣାର୍ଥୀଙ୍କୁ ଦେଶ ଛାଡ଼ି ଆଫଗାନିସ୍ତାନ ଚାଲିଯିବାକୁ ନିର୍ଦ୍ଦେଶ ଦେଇଛି। ଇତିମଧ୍ୟରେ ପ୍ରାୟ ୪ ଲକ୍ଷରୁ ଊର୍ଦ୍ଧ୍ୱ ଶରଣାର୍ଥୀ ପାକିସ୍ତାନ ଛାଡ଼ି ଆଫଗାନିସ୍ତାନ ଚାଲିଗଲେଣି। ପାକିସ୍ତାନର ଯୁକ୍ତି ହେଉଛି ଆଫଗାନ ଶରଣାର୍ଥୀମାନେ ବିଭିନ୍ନ ଉଗ୍ରବାଦୀ ଆକ୍ରମଣରେ ଜଡ଼ିତ ରହୁଛନ୍ତି । କିନ୍ତୁ ଦେଖିବାକୁ ଗଲେ ପ୍ରମୁଖ ସମସ୍ୟା ହେଉଛି ଆର୍ଥିକ ଦୁରବସ୍ଥା ଓ ଖାଦ୍ୟ ସଙ୍କଟ। ଏହା କେବଳ ପାକିସ୍ତାନ ନୁହେଁ, ଶରଣାର୍ଥୀଙ୍କୁ ଜାଗା ଦେଇଥିବା ବିକାଶଶୀଳ ଦେଶଗୁଡ଼ିକରେ ବିଶ୍ୱରେ ସୃଷ୍ଟି ହୋଇଥିବା ଯୁଦ୍ଧ ସ୍ଥିତି ଓ ଜଳବାୟୁ ପରିବର୍ତ୍ତନ ପ୍ରଭାବ ପଡ଼ୁଛି। ଫଳରେ ସେଠାରେ ଖାଦ୍ୟ ଉପତ୍ାଦନ ହ୍ରାସ ହେବା ସହ ଏହାର ପ୍ରଭାବ ସିଧାସଳଖ ଅର୍ଥନୀତିକୁ କ୍ଷତି କରୁଛି, ଯାହାଦ୍ୱାରା ଶରଣାର୍ଥୀମାନେ ପ୍ରଭାବିତ ହେଉଛନ୍ତି।
ସାମ୍ପ୍ରତିକ ସ୍ଥିତିରେ ଧନୀ ଦେଶଗୁଡ଼ିକ ଯୁଦ୍ଧରେ ଲିିପ୍ତ ରହିବା ବିଶ୍ୱ ପାଇଁ ଏକ ବିଡ଼ମ୍ବନା। ସେମାନେ ଜଳବାୟୁ ପରିବର୍ତ୍ତନ ମୁକାବିଲା ଲାଗି ଆବଶ୍ୟକ ପାଣ୍ଠି ଯୋଗାଡ଼ କରିବାରେ ମଧ୍ୟ ଅବହେଳା କରୁଛନ୍ତି। ଫଳରେ ଜାତିସଂଘ ଓ ୟୁରୋପୀୟ ସଂଘ ସହଯୋଗରେ ଯେତିକି ଶରଣାର୍ଥୀଙ୍କୁ ଥଇଥାନ କରାଯାଉଛି ତା’ଠାରୁ ଅଧିକ ଗୁଣ ଯୁଦ୍ଧ ଓ ଜଳବାୟୁ ପରିବର୍ତ୍ତନ ଯୋଗୁ ସୃଷ୍ଟି ହେଉଛନ୍ତି। ସ୍ଥିତି ଏଭଳି ହୋଇଛି ଯେ, ଶରଣାର୍ଥୀମାନଙ୍କୁ ସୁରକ୍ଷା ମଧ୍ୟ ଯୋଗାଇ ଦିଆଯାଇପାରୁନାହିଁ। ଜାତିସଂଘ ରିପୋର୍ଟରୁ ପ୍ରକାଶ, ଶରଣାର୍ଥୀ ଶିବିରରେ ମହିଳାମାନେ ଅଧିକ ନିର୍ଯାତିତ ହେଉଛନ୍ତି। ଶିଶୁମାନେ ଶିକ୍ଷାରୁ ବଞ୍ଚିତ ହେଉଛନ୍ତି। ଠିକ୍‌ ସମୟରେ ସେମାନଙ୍କ ଟିକାକରଣ ହୋଇପାରୁନାହିଁ। ସବୁଠୁ ଅଧିକ ପ୍ରଭାବିତ ହେଉଛନ୍ତି ସିରିଆ, ଆଫଗାନିସ୍ତାନ ଓ ରୋହିଙ୍ଗ୍ୟା ଶରଣାର୍ଥୀମାନେ । ଏହାସହ ମାତୃଭୂମି ଛାଡ଼ି ଶରଣାର୍ଥୀମାନେ ଅନ୍ୟ ଏକ ଦେଶରେ ରହିଲେ ସେଠାକାର ଭାଷା, ସଂସ୍କୃତି ଓ ଚାଲିଚଳନ ସହ ଖାପ ଖୁଆଇବା କଷ୍ଟକର ହେବା ଭଳି ଅନେକ ଉଦାହରଣରୁ ଦେଖାଯାଉଛି। ଏଭଳି ସ୍ଥିତିରେ ସେମାନେ ମାନସିକ ଭାରସାମ୍ୟ ହରାଇବା ପରେ ନିଜର ଓ ନିଜ ପରିବାରର ଦାୟିତ୍ୱ ନେବା ଭଳି ପରିସ୍ଥିତିରେ ରହୁନାହାନ୍ତି। ଏହା ଫଳରେ ଅନେକ ଦେଶରେ ଶରଣାର୍ଥୀ ବିରୋଧୀ ମନୋଭାବ ସ୍ଥାନୀୟ ଲୋକଙ୍କ ମଧ୍ୟରେ ପ୍ରକାଶ ପାଉଛି। ଆଫଗାନ ଶରଣାର୍ଥୀମାନେ ନିଜ ଦେଶକୁ ଫେରିଯିବା ସହଜ ହୋଇପାରେ, କିନ୍ତୁ ସେଠାରେ ତାଲିବାନ୍‌ ଶାସନରେ ସେମାନେ ନିର୍ଯାତିତ ହେବା ଆଶଙ୍କା ରହିଛି। କାରଣ ତାଲିବାନ୍‌ ଶାସନରେ ମହିଳାମାନଙ୍କ ଅଧିକାର ଅନ୍ଧକାରରେ ରହିଥାଏ। ଏହା ସହ ସେଠାକାର ଆର୍ଥିକ ଅବସ୍ଥା ମଧ୍ୟ ସଙ୍କଟଜନକ। ଏଣୁ ପାକିସ୍ତାନ ନେଇଥିବା ପଦକ୍ଷେପ ଓ ଆଫଗାନିସ୍ତାନର ସାମ୍ପ୍ରତିକ ଅଭ୍ୟନ୍ତରୀଣ ସ୍ଥିତିରେ ଏହି ଶରଣାର୍ଥୀମାନେ କିଭଳି ସୁରକ୍ଷିତ ରହିବେ ତାହା ସୁନିଶ୍ଚିତ କରିବା ବିଶ୍ୱ ସମୁଦାୟର ଦାୟିତ୍ୱ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?