ଶରଣାର୍ଥୀ ବୃଦ୍ଧି

ଆଜିର ବିଶ୍ୱ ପରିସ୍ଥିତି ଜଟିଳ। ସମ୍ଭବତଃ ଇତିହାସରେ ଏତେ ପରିମାଣର ଶରଣାର୍ଥୀ ପୂର୍ବରୁ କେବେ ସୃଷ୍ଟି ହୋଇ ନ ଥିଲେ। ନିଜ ଘର ଓ ମାତୃଭୂମି ଛାଡ଼ି ଅନ୍ୟ ଦେଶ ବା ସ୍ଥାନକୁ ଜୀବନ ବଞ୍ଚାଇବାକୁ ପଳାଇଯାଇଥିବା ଲୋକଙ୍କ ସଂଖ୍ୟା ଏବେ ୧୧ କୋଟି ବା ୧୧୦ ମିଲିୟନରେ ପହଞ୍ଚିଛି। ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରୁ ଏହି ଶରଣାର୍ଥୀ ସମସ୍ୟା ଆରମ୍ଭ ହୋଇଥିଲା। ସେତେବେଳେ ମନେକରାଯାଉଥିଲା ଏହାର ଏକ ସ୍ଥାୟୀ ସମାଧାନ ହୋଇପାରିବ। ହେଲେ ତା’ପରେ ବିଶ୍ୱରେ ଘଟୁଥିବା ଯୁଦ୍ଧ, ଜାତିଗତ ହିଂସା ଏବଂ ଗତ ୨ ଦଶନ୍ଧିରେ ଜଳବାୟୁ ପରିବର୍ତ୍ତନ ଯୋଗୁ ଶରଣାର୍ଥୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏହା ଯେଉଁଭଳି ବୃଦ୍ଧି ପାଉଛି ତାହା ୨୦୫୦ ସୁଦ୍ଧା ଅଣାୟତ୍ତ ହେବ ବୋଲି ୟୁନାଇଟେଡ୍‌ ନେଶନ୍ସ ହାଇ କମିଶନର ଫର୍‌ ରିଫ୍ୟୁଜି ବା ଜାତିସଂଘ ଶରଣାର୍ଥୀ ଉଚ୍ଚାୟୁକ୍ତ (ୟୁଏନ୍‌ଏଚ୍‌ସିଆର୍‌ ) ପ୍ରକାଶ କରିଛି। ବର୍ତ୍ତମାନ ବିଭିନ୍ନ ଦେଶରେ ଥିବା ଶରଣାର୍ଥୀଙ୍କ ପାଇଁ ସ୍ଥାୟୀ ଥଇଥାନ ସହ ଉତ୍ତମ ସ୍ବାସ୍ଥ୍ୟ ବ୍ୟବସ୍ଥା, ଖାଦ୍ୟ ଓ ଶିକ୍ଷା ଯୋଗାଇବା କଷ୍ଟକର ହୋଇପଡ଼ିଛି। ଉଲ୍ଲେଖନୀୟ ଯେ, ବିଶ୍ୱର ୨୪ଟି ଦେଶରେ ଶରଣାର୍ଥୀମାନେ ରହିଥିବାବେଳେ ସେମାନଙ୍କ ମଧ୍ୟରୁ ସର୍ବାଧିକ ତୁର୍କୀ, ଜର୍ମାନୀ, ପାକିସ୍ତାନ, ଉଗାଣ୍ଡା, ରୁଷିଆ ଏବଂ ପୋଲାଣ୍ଡରେ ଅଛନ୍ତି। ଏମାନଙ୍କୁ ବୈଧ ଭାବେ ଥଇଥାନ କରିବାକୁ ଏଯାବତ ୟୁଏନ୍‌ଏଚ୍‌ସିଆର୍‌ କିମ୍ବା ଶରଣାର୍ଥୀଙ୍କୁ ସ୍ଥାନ ଦେଇଥିବା ଦେଶଗୁଡ଼ିକ ପର୍ଯ୍ୟାପ୍ତ ପଦକ୍ଷେପ ନେଇପାରିନାହାନ୍ତି। ଜର୍ମାନୀ, ରୁଷିଆ , ଆମେରିକା ଓ ଫ୍ରାନ୍ସକୁ ବାଦ୍‌ଦେଲେ ଇରାକ, ଇରାନ, ପାକିସ୍ତାନ, ଗ୍ରୀସ୍‌ ଆଦି ଅନ୍ୟ ନିମ୍ନ ଆୟବର୍ଗ କିମ୍ବା ବିକାଶଶୀଳ ଦେଶରେ ଅସ୍ଥିର ଅର୍ଥନୀତି ଏବଂ ଖାଦ୍ୟାଭାବ ଯୋଗୁ ସେମାନେ ଶରଣାର୍ଥୀଙ୍କୁ ମାନବୀୟ ସହଯୋଗ ଯୋଗାଇଦେବା ପାଇଁ ସକ୍ଷମ ହୋଇପାରୁନାହାନ୍ତି। ଏହାର ଏକ ସଦ୍ୟତମ ଉଦାହରଣ ହେଉଛି ପାକିସ୍ତାନ। ସୋଭିଏଟ୍‌ ରୁଷ ଓ ଆଫଗାନିସ୍ତାନ ମଧ୍ୟରେ ଯୁଦ୍ଧ ସମୟରୁ ପାକିସ୍ତାନକୁ ଆଫଗାନିସ୍ତାନରୁ ଶରଣାର୍ଥୀମାନେ ଆସିବା ଆରମ୍ଭ ହୋଇଥିଲା। ୨୦୨୧ରେ ତାଲିବାନ୍‌ ଶାସନ ପ୍ରତିଷ୍ଠା ହେବା ପରେ ଏହି ସଂଖ୍ୟା ବୃଦ୍ଧି ପାଇଥିଲା। ତେବେ ଏବକାର ପାକିସ୍ତାନର ମଧ୍ୟବର୍ତ୍ତିକାଳୀନ ସରକାର ଦେଶରେ ବିନା ଡକ୍ୟୁମେଣ୍ଟରେ ଥିବା ପାଖାପାଖି ୧୭ ଲକ୍ଷ ଆଫଗାନ ଶରଣାର୍ଥୀଙ୍କୁ ଦେଶ ଛାଡ଼ି ଆଫଗାନିସ୍ତାନ ଚାଲିଯିବାକୁ ନିର୍ଦ୍ଦେଶ ଦେଇଛି। ଇତିମଧ୍ୟରେ ପ୍ରାୟ ୪ ଲକ୍ଷରୁ ଊର୍ଦ୍ଧ୍ୱ ଶରଣାର୍ଥୀ ପାକିସ୍ତାନ ଛାଡ଼ି ଆଫଗାନିସ୍ତାନ ଚାଲିଗଲେଣି। ପାକିସ୍ତାନର ଯୁକ୍ତି ହେଉଛି ଆଫଗାନ ଶରଣାର୍ଥୀମାନେ ବିଭିନ୍ନ ଉଗ୍ରବାଦୀ ଆକ୍ରମଣରେ ଜଡ଼ିତ ରହୁଛନ୍ତି । କିନ୍ତୁ ଦେଖିବାକୁ ଗଲେ ପ୍ରମୁଖ ସମସ୍ୟା ହେଉଛି ଆର୍ଥିକ ଦୁରବସ୍ଥା ଓ ଖାଦ୍ୟ ସଙ୍କଟ। ଏହା କେବଳ ପାକିସ୍ତାନ ନୁହେଁ, ଶରଣାର୍ଥୀଙ୍କୁ ଜାଗା ଦେଇଥିବା ବିକାଶଶୀଳ ଦେଶଗୁଡ଼ିକରେ ବିଶ୍ୱରେ ସୃଷ୍ଟି ହୋଇଥିବା ଯୁଦ୍ଧ ସ୍ଥିତି ଓ ଜଳବାୟୁ ପରିବର୍ତ୍ତନ ପ୍ରଭାବ ପଡ଼ୁଛି। ଫଳରେ ସେଠାରେ ଖାଦ୍ୟ ଉପତ୍ାଦନ ହ୍ରାସ ହେବା ସହ ଏହାର ପ୍ରଭାବ ସିଧାସଳଖ ଅର୍ଥନୀତିକୁ କ୍ଷତି କରୁଛି, ଯାହାଦ୍ୱାରା ଶରଣାର୍ଥୀମାନେ ପ୍ରଭାବିତ ହେଉଛନ୍ତି।
ସାମ୍ପ୍ରତିକ ସ୍ଥିତିରେ ଧନୀ ଦେଶଗୁଡ଼ିକ ଯୁଦ୍ଧରେ ଲିିପ୍ତ ରହିବା ବିଶ୍ୱ ପାଇଁ ଏକ ବିଡ଼ମ୍ବନା। ସେମାନେ ଜଳବାୟୁ ପରିବର୍ତ୍ତନ ମୁକାବିଲା ଲାଗି ଆବଶ୍ୟକ ପାଣ୍ଠି ଯୋଗାଡ଼ କରିବାରେ ମଧ୍ୟ ଅବହେଳା କରୁଛନ୍ତି। ଫଳରେ ଜାତିସଂଘ ଓ ୟୁରୋପୀୟ ସଂଘ ସହଯୋଗରେ ଯେତିକି ଶରଣାର୍ଥୀଙ୍କୁ ଥଇଥାନ କରାଯାଉଛି ତା’ଠାରୁ ଅଧିକ ଗୁଣ ଯୁଦ୍ଧ ଓ ଜଳବାୟୁ ପରିବର୍ତ୍ତନ ଯୋଗୁ ସୃଷ୍ଟି ହେଉଛନ୍ତି। ସ୍ଥିତି ଏଭଳି ହୋଇଛି ଯେ, ଶରଣାର୍ଥୀମାନଙ୍କୁ ସୁରକ୍ଷା ମଧ୍ୟ ଯୋଗାଇ ଦିଆଯାଇପାରୁନାହିଁ। ଜାତିସଂଘ ରିପୋର୍ଟରୁ ପ୍ରକାଶ, ଶରଣାର୍ଥୀ ଶିବିରରେ ମହିଳାମାନେ ଅଧିକ ନିର୍ଯାତିତ ହେଉଛନ୍ତି। ଶିଶୁମାନେ ଶିକ୍ଷାରୁ ବଞ୍ଚିତ ହେଉଛନ୍ତି। ଠିକ୍‌ ସମୟରେ ସେମାନଙ୍କ ଟିକାକରଣ ହୋଇପାରୁନାହିଁ। ସବୁଠୁ ଅଧିକ ପ୍ରଭାବିତ ହେଉଛନ୍ତି ସିରିଆ, ଆଫଗାନିସ୍ତାନ ଓ ରୋହିଙ୍ଗ୍ୟା ଶରଣାର୍ଥୀମାନେ । ଏହାସହ ମାତୃଭୂମି ଛାଡ଼ି ଶରଣାର୍ଥୀମାନେ ଅନ୍ୟ ଏକ ଦେଶରେ ରହିଲେ ସେଠାକାର ଭାଷା, ସଂସ୍କୃତି ଓ ଚାଲିଚଳନ ସହ ଖାପ ଖୁଆଇବା କଷ୍ଟକର ହେବା ଭଳି ଅନେକ ଉଦାହରଣରୁ ଦେଖାଯାଉଛି। ଏଭଳି ସ୍ଥିତିରେ ସେମାନେ ମାନସିକ ଭାରସାମ୍ୟ ହରାଇବା ପରେ ନିଜର ଓ ନିଜ ପରିବାରର ଦାୟିତ୍ୱ ନେବା ଭଳି ପରିସ୍ଥିତିରେ ରହୁନାହାନ୍ତି। ଏହା ଫଳରେ ଅନେକ ଦେଶରେ ଶରଣାର୍ଥୀ ବିରୋଧୀ ମନୋଭାବ ସ୍ଥାନୀୟ ଲୋକଙ୍କ ମଧ୍ୟରେ ପ୍ରକାଶ ପାଉଛି। ଆଫଗାନ ଶରଣାର୍ଥୀମାନେ ନିଜ ଦେଶକୁ ଫେରିଯିବା ସହଜ ହୋଇପାରେ, କିନ୍ତୁ ସେଠାରେ ତାଲିବାନ୍‌ ଶାସନରେ ସେମାନେ ନିର୍ଯାତିତ ହେବା ଆଶଙ୍କା ରହିଛି। କାରଣ ତାଲିବାନ୍‌ ଶାସନରେ ମହିଳାମାନଙ୍କ ଅଧିକାର ଅନ୍ଧକାରରେ ରହିଥାଏ। ଏହା ସହ ସେଠାକାର ଆର୍ଥିକ ଅବସ୍ଥା ମଧ୍ୟ ସଙ୍କଟଜନକ। ଏଣୁ ପାକିସ୍ତାନ ନେଇଥିବା ପଦକ୍ଷେପ ଓ ଆଫଗାନିସ୍ତାନର ସାମ୍ପ୍ରତିକ ଅଭ୍ୟନ୍ତରୀଣ ସ୍ଥିତିରେ ଏହି ଶରଣାର୍ଥୀମାନେ କିଭଳି ସୁରକ୍ଷିତ ରହିବେ ତାହା ସୁନିଶ୍ଚିତ କରିବା ବିଶ୍ୱ ସମୁଦାୟର ଦାୟିତ୍ୱ।


Enter your email to get our daily news in your inbox.

All Right Reserved By Dharitri.Com

ମୁଁ ଗୋଟିଏ ଗାଈ

ହାଁ ହାଁ ବାଇମନ… ରୁହ ରୁହ…! ଶୀର୍ଷକଟିକୁ ପଢ଼ି ଦେଇ ପିଲାବେଳର ରଚନା ଭାବି ଆଖି ବୁଲାଇ ନିଅନ୍ତୁନି! ଯେମିତି ଆପଣଙ୍କର ପିଲାବେଳ ଆଉ ନାହିଁ! ସେମିତି…

ଆମକୁ ଯାହା ଲଜ୍ଜା ନାହିଁ

ଅମ ଓଡ଼ିଶା ଭାଷା, ସାହିତ୍ୟ, ସଂସ୍କୃତି, ଚଳଣି, ଆମ ଖାଦ୍ୟ, ଆମ ବିଚାରଧାରା ସବୁଠି ବର୍ତ୍ତମାନ ଅନୁପ୍ରବେଶର ଉପଦ୍ରବ। ଏସବୁ ଭିତରେ ଊଣା ଅଧିକେ ହଜିବାକୁ ବସିଲାଣି…

ବିକଳ୍ପ ଶେଷ

ବର୍ଷ ବର୍ଷ ଧରି ସିଭିଲ ସର୍ଭିସ ପରୀକ୍ଷାରେ ବ୍ୟବସ୍ଥାଗତ ତ୍ରୁଟି ରହିଥିଲା। ପରୀକ୍ଷାରେ ପାସ୍‌ କରି ଆଇଏଏସ୍‌ କିମ୍ବା ଆଇଏଫ୍‌ଏସ୍‌ରେ ପ୍ରବେଶ କଲେ ମଧ୍ୟ ସେମାନେ ଭଲ…

ଏଇ ଭାରତରେ

ସୁନ୍ଦରବନର ଏକ ଗାଁର ଲୋକେ ଜୀବନ-ଜୀବିକା ସଂଘର୍ଷରେ ବିଜୟୀ ହୋଇଛନ୍ତି। ପଶ୍ଚିମବଙ୍ଗ ସନ୍ଦେଶ୍‌ଖାଲି ବ୍ଲକ ଜେଲିଆଖଲି ଗାଁକୁ ଅନେକ ଛୋଟ ନଦୀ ଘେରିରହିଛି। କୋଲ୍‌କାତାଠାରୁ ୭୨ କି.ମି.…

ରେଡିଓ: ମନର କଥା କହେ

ରେଡିଓ ଆମ ଜୀବନରେ ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇରହିଛି। ସେ ସୂଚନା ପ୍ରସାରଣ ହେଉ କି ଆନନ୍ଦ ପ୍ରଦାନ, ରେଡିଓ ସବୁବେଳେ ଆମ ସାଥିରେ ରହିଛି। ମନେପଡୁଛି…

ଆସ୍ଥାର ବଜାରୀକରଣ

ଭାରତୀୟ ସଂସ୍କୃତିର ପ୍ରାଣକେନ୍ଦ୍ର ହେଉଛି ଆଧ୍ୟାତ୍ମିକତା। ଏଠାରେ ଦେବଦେବୀମାନେ କେବଳ ପୂଜାପାଠର ମାଧ୍ୟମ ନୁହନ୍ତି, ବରଂ ସେମାନେ ଆମ ଜୀବନଶୈଳୀ, ସଂସ୍କାର ଏବଂ ନୈତିକତାର ପ୍ରତୀକ। ହିନ୍ଦୁ…

ଏକତରଫା ମୂଲଚାଲ

ଦୁଇଦଶନ୍ଧିରୁ ଅଧିକ ସମୟ ଧରି ଭାରତକୁ ଏକ ନିରପେକ୍ଷ ଭାଗୀଦାରି ଭାବେ ଆମେରିକା ବିବେଚନା କରିଆସିଛି। ଭାରତର ବିକାଶଶୀଳ ଶକ୍ତି, ଦକ୍ଷତାସମ୍ପନ୍ନ ମିଲିଟାରି ଏବଂ ଗଣତାନ୍ତ୍ରିକ ପରିଚୟ…

ଚଉପାଢ଼ିର ନୀରବତା

ଧୁନିକତା, ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟାର ସୁବର୍ଣ୍ଣ ଯୁଗ ଭାବରେ ଅଭିହିତ ଏକବିଂଶ ଶତାବ୍ଦୀରେ ମୋବାଇଲ, ଇଣ୍ଟରନେଟ, ସାମାଜିକ ଗଣମାଧ୍ୟମ, କୃତ୍ରିମ ବୁଦ୍ଧିମତ୍ତା ଆଦି ମାଧ୍ୟମରେ ସମଗ୍ର ବିଶ୍ୱ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri