ଟାଟା ପାୱାରର ନୂତନ ଅଭିଯାନ

ଭୁବନେଶ୍ୱର,୨୨।୧୧: ଟାଟା ପାଓ୍ବାରର ନୂତନ ଅଭିଯାନ ଓଃ ମାଇଁ ବିଉଟିଫୁଲ ଓଡ଼ିଶା ଫଟୋଗ୍ରାଫି ପ୍ରତିଯୋଗିତା ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷ କରି ଚଳିତ ବର୍ଷ ନଭେମ୍ବର ୩୦ ପର୍ଯ୍ୟନ୍ତ ଉକ୍ତ ପ୍ରତିଯୋଗିତାର ଆବେଦନ ଗ୍ରହଣ କରାଯିବ। ଉଲ୍ଲେଖଯୋଗ୍ୟ, ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟାଟା ପାୱାର ନେତୃତ୍ୱାଧୀନ ଡିସ୍‌କମ୍‌ଗୁଡ଼ିକ ପକ୍ଷରୁ ‘ଓଃ ମାଇଁ ବିଉଟିଫୁଲ ଓଡ଼ିଶା’ ଫଟୋଗ୍ରାଫି ପ୍ରତିଯୋଗିତାର ଶୁଭାରମ୍ଭ ହୋଇଯାଇଛି। ଏପରିକି ଓଡ଼ିଶାର ସମୃଦ୍ଧ ଓ ବିବିଧ ସୌନ୍ଦର୍ଯ୍ୟକୁ ପାଳନ ଓ ପ୍ରୋତ୍ସାହିତ କରିବା ପାଇଁ ଉକ୍ତ ପ୍ରତିଯୋଗିତା ଏକ ନିଆରା ପଦକ୍ଷେପ ହେବ। ଏଥିରେ ସବୁବର୍ଗର ଫଟୋଗ୍ରାଫର ଅଂଶଗ୍ରହଣ କରି ସେମାନଙ୍କ ପ୍ରତିଭା ପ୍ରଦର୍ଶନ କରିପାରିବେ। ସେହିଭଳି ପ୍ରତିଯୋଗିତାର ଅଂଶଗ୍ରହଣକାରୀମାନେ ରାଜ୍ୟର ଦୃଶ୍ୟପଟ, ଐତିହ୍ୟ, ଲୋକ ଓ ପରମ୍ପରାର ଅଗଣିତ ଆକର୍ଷଣୀୟ ଦିଗକୁ ଅନୁସନ୍ଧାନ ଏବଂ କଏଦ କରିବା ପାଇଁ ପର୍ଯ୍ୟାପ୍ତ ସମୟ ପାଇବେ। ଅପରପକ୍ଷରେ ପ୍ରତିଯୋଗିତାର ଶ୍ରେଷ୍ଠ ୧୨ଜଣ ବିଜେତା ୧,୮୦,୦୦୦ ଟଙ୍କା ପର୍ଯ୍ୟନ୍ତ (୧୫ ହଜାର ଟଙ୍କା ଲେଖାଏ) ପୁରସ୍କାର ଜିତିବେ ଏବଂ ସେମାନଙ୍କ ଫଟୋ ଟିପି ଓଡ଼ିଶା କ୍ୟାଲେଣ୍ଡର ୨୦୨୪ରେ ସ୍ଥାନ ପାଇବ।
ସେହିପରି ବିଭିନ୍ନ କ୍ଷେତ୍ରର ବିଶେଷଜ୍ଞମାନଙ୍କୁ ନେଇ ଗଠିତ ଏକ ବିଶିଷ୍ଟ ବିଚାରକ ମଣ୍ଡଳୀ ଆବେଦନଗୁଡ଼ିକର ମୂଲ୍ୟାଙ୍କନ କରିବେ ଏବଂ ବିଜେତା ଫଟୋଗ୍ରାଫରମାନଙ୍କ ନାମ ଏକ ଭବ୍ୟ ସମାରୋହରେ ଘୋଷଣା କରାଯିବ। ଏହାର ଉଦ୍ଦେଶ୍ୟ ହେଉଛି ସେମାନଙ୍କ କଳାତ୍ମକ ଅବଦାନ ପାଇଁ ସେମାନଙ୍କୁ ସ୍ବୀକୃତି ପ୍ରଦାନ କରିବା ସହିତ ବିଜେତାମାନଙ୍କୁ ନଗଦ ରାଶି ଓ ସାର୍ଟିଫିକେଟ ସମେତ ଆକର୍ଷଣୀୟ ପୁରସ୍କାର ପ୍ରଦାନ କରାଯିବ।
ଏ ସମ୍ପର୍କରେ ଟିପି ଓଡ଼ିଶା ଡିସ୍‌କମ୍‌ର ପ୍ରବକ୍ତା କହିଛନ୍ତି, ଓଃ ମାଇଁ ବିଉଟିଫୁଲ ଓଡ଼ିଶା ପ୍ରତିଯୋଗିତା ଜରିଆରେ ଆମେ ଏକ ଛବି ଯାତ୍ରା ଆରମ୍ଭ କରୁଛୁ, ଯେଉଁଥିରେ ଫଟୋଗ୍ରାଫରମାନଙ୍କୁ ସେମାନଙ୍କର ଲେନ୍ସ ମାଧ୍ୟମରେ ରାଜ୍ୟର ଚମକତ୍ାର କାହାଣୀ ପ୍ରଦର୍ଶନ କରିବାକୁ ଆମନ୍ତ୍ରଣ କରୁଛୁ। ଓଡ଼ିଶାର ସୌନ୍ଦର୍ଯ୍ୟ ଉପଭୋଗ କରିବା ସହ ଲୋକଙ୍କ ହୃଦୟ ଓ ମନରେ ଏକ ଗଭୀର ସମ୍ପର୍କ ସୃଷ୍ଟି କରିବା ଭଳି ଦୃଶ୍ୟଚିତ୍ର ନିର୍ମାଣ କରିବାକୁ ଲକ୍ଷ୍ୟ ରଖାଯାଇଛି। ଆମର ବିଶ୍ୱାସ ରହିଛି, ଏହି ଚିତ୍ର ମାଧ୍ୟମରେ ଆମେ ଭାବନା ଓ କୌତୂହଳ ଜାଗ୍ରତ କରିପାରିବା ଏବଂ ସାମୂହିକ ଭାବରେ ଓଡ଼ିଶାର ଆକର୍ଷଣୀୟ ସୌନ୍ଦର୍ଯ୍ୟ ଉପଭୋଗ କରିପାରିବା।


Enter your email to get our daily news in your inbox.

All Right Reserved By Dharitri.Com

କଫ୍‌ ସିରଫ ଚାଲାଣ ବେଳେ ମାଡ଼ି ବସିଲା ପୋଲିସ

ଡୁଙ୍ଗୁରିପାଲି,୫।୯(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ଥାନା ପୋଲିସ ଶନିବାର ବେଆଇନ କଫ୍‌ ସିରଫ ଜବତ କରି ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।…

୨୧ ଦିନ ପରେ ଶିକ୍ଷକ ଆନ୍ଦୋଳନ ସ୍ଥଗିତ, ସରକାରଙ୍କ ସହ ସଫଳ ବୈଠକ ପରେ…

ଭୁବନେଶ୍ୱର,୫।୯: ଶିକ୍ଷକ ଓ କର୍ମଚାରୀଙ୍କ ଅହୋରାତ୍ର ଆନ୍ଦୋଳନ ୨୧ଦିନ ପରେ ସ୍ଥଗିତ ହୋଇଛି। ଶନିବାର ରାତି ପ୍ରାୟ ୮ଟାରେ ଭୁବନେଶ୍ୱର ଲୋୟର ପିଏମ୍‌ଜିସ୍ଥିତ ଧାରଣାସ୍ଥଳରେ ଆଠଟି ସଂଗଠନର…

ପାକିସ୍ତାନକୁ ହରାଇ ଭାରତର ଲଗାତର ତୃତୀୟ ବିଜୟ

ଦୁବାଇ,୫ା୯: ମହିଳା ଏସିଆ କପ୍‌ ଟି୨୦ ପ୍ରତିଯୋଗିତାରେ ଶନିବାର ଅନୁଷ୍ଠିତ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ପାକିସ୍ତାନକୁ ପରାସ୍ତ କରିଛି। ପୂର୍ବରୁ ସେମିଫାଇନାଲରେ ସ୍ଥାନ ପକ୍କା କରିଥିବା…

ନେପାଳ ବନ୍ୟା: ୧୩ ଶହ ଟପିଲା ମୃତ୍ୟୁ ସଂଖ୍ୟା, ଏବେ ବି ୫,୦୦୦ ନିଖୋଜ

କାଠମାଣ୍ଡୁ,୫ା୯: ନେପାଳ ବନ୍ୟା ମୃତ୍ୟୁସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି। ଶନିବାର ସୁଦ୍ଧା ମୃତ୍ୟୁ ସଂଖ୍ୟା ୧,୩୪୪ରେ ପହଞ୍ଚିଛି। ବନ୍ୟା କ୍ଷତିଗ୍ରସ୍ତ ୮ ଜିଲାରୁ ଅଧିକରୁ ଅଧିକ…

‘ସମାଜ ଗଠନରେ ଶିକ୍ଷକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ’

ବଞ୍ଚୋ/ଆନନ୍ଦପୁର,୫ା୯(ପ୍ରଦୋଷ ବିଶ୍ୱାଳ/ଶ୍ରୀଧର ମହାରଣା): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ୍‌ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଗୁରୁଦିବସ ପାଳିତ ହୋଇଯାଇଛି। ବ୍ଲକ ଶିକ୍ଷା ଅଧିକାରୀ ହରିହର ଦଳେଇଙ୍କ ନେତୃତ୍ୱରେ…

ଠିକାଦାରଙ୍କ ବିଲ୍‌ କରାଇଦେବାକୁ ନେଉଥିଲେ ଲାଞ୍ଚ; ଭିଜିଲାନ୍ସ ଜାଲରେ ଡ୍ରେନେଜ୍‌ ଏଇ: ଅଫିସ୍‌ ଗାଡ଼ିରୁ ଲକ୍ଷାଧିକ ଟଙ୍କା ଜବତ

କେନ୍ଦ୍ରାପଡ଼ା/ମାର୍ଶାଘାଇ, ୫।୯(ଜଗନ୍ନାଥ ଧଳ/ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): କେନ୍ଦ୍ରାପଡ଼ା ଜିଲା ଡ୍ରେନେଜ୍‌ ଡିଭିଜନ୍‌ର ଆସିଷ୍ଟାଣ୍ଟ ଇଞ୍ଜିନିୟର (ଏଇ) ଅନୁପମା ସାହୁ ଭିଜିଲାନ୍ସ ହାତରେ ଶନିବାର ଧରାପଡ଼ିଛନ୍ତି। ତାଙ୍କ ନିକଟରୁ…

ଗୁରୁଦିବସରେ ୧୭୬ ଶିକ୍ଷକଙ୍କୁ ମିଳିଲା ପଦୋନ୍ନତି, ଛୁଟିଲା ଶୁଭେଚ୍ଛା ବାର୍ତ୍ତା…

ମାଲକାନଗିରି,୫ା୯(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ଗୁରୁଦିବସ ଅବସରରେ ୧୭୬ଜଣ ଲେବଲ-୪ ପ୍ରାରମ୍ଭିକ ଶିକ୍ଷକଙ୍କୁ ଲେବଲ-୩କୁ ଶନିବାର ପଦୋନ୍ନତି ଦିଆଯାଇଛି। ଜିଲା ଶିକ୍ଷା ଅଧିକାରୀ…

ପ୍ରକଳ୍ପ ଟନେଲରୁ ଜୀବିତ ଉଦ୍ଧାର ହେଲେ ଚାଇନା ନାଗରିକ

କାଠମାଣ୍ଡୁ,୫ା୯: ନେପାଳର ରସୁଓ୍ବା ଜିଲାରେ ଏକ ଜଳବିଦ୍ୟୁତ୍‌ ପ୍ରକଳ୍ପ ଟନେଲ ମଧ୍ୟରୁ ଶନିବାର ଜଣେ ଚାଇନା ନାଗରିକଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଛି। ବନ୍ୟା କ୍ଷତିଗ୍ରସ୍ତ ଅପର ତ୍ରିଶୂଳୀ-୧…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri