କୃଷି ଉତ୍ପାଦ ବିପଣନରେ ସଂସ୍କାର ଅନିବାର୍ଯ୍ୟ

ନଟବର ଖୁଣ୍ଟିଆ

ଭାରତର କୃଷକ ଆନ୍ଦୋଳନରେ ଜଣେ ତୁଙ୍ଗ ନେତା ଓ ଶେତକାରୀ ସଂଗଠନର ପ୍ରତିଷ୍ଠାତା ଶରଦ ଯୋଶୀ ଚାରି ଦଶନ୍ଧି ତଳେ କହିଥିଲେ, ”ଭାରତୀୟ ଚାଷୀ ମାର୍କ୍ସ ଓ ସ୍ପେନ୍‌ସରର ସାହାଯ୍ୟ ଲୋଡେ ମାର୍କ୍ସ ଓ ଏଞ୍ଜେଲଙ୍କ ନୁହେଁ। ତାଙ୍କ କହିବାର ତାପତର୍‌ୟ୍ୟ ଥିଲା ମାର୍କ୍ସ ଗରିବଙ୍କର ଉତ୍‌ଥାନ ପାଇଁ ଗବେଷଣା କରି ନୀତିନିୟମ ନିର୍ଦ୍ଧାରଣ କରୁଥିବାବେଳେ ଏଞ୍ଜେଲ ତାହାର ପ୍ରଚାର ପ୍ରସାର କରୁଥିଲେ। ଆଜିକା ଦିନରେ ଗରିବଙ୍କ ଉତ୍‌ଥାନ ପାଇଁ ପ୍ରଚାର ପ୍ରସାର କରିବା ଯଥେଷ୍ଟ ନୁହେଁ। ମାର୍କ୍ସଙ୍କ ଗରିବ ଉତ୍‌ଥାନ ତତ୍ତ୍ୱକୁ ଠିକ୍‌ ଭାବରେ କାର୍ଯ୍ୟକାରୀ କରିବାକୁ ହେଲେ ସ୍ପେନ୍‌ସର ପରି କୃଷିଜାତ ଦ୍ରବ୍ୟର କ୍ରୟ, ପ୍ରକ୍ରିୟାକରଣ, ପ୍ୟାକେଜ, ଭଣ୍ଡାରଣ କରି ଦେଶ ମଧ୍ୟରେ ଦେଶ ବାହାରେ ବିକ୍ରି କରିବା ଏକାନ୍ତ ଆବଶ୍ୟକ। ଗତ ଚାରି ଦଶନ୍ଧି ତଳେ ଶରଦ ଯୋଶୀଙ୍କ ପରି ଜଣେ କୃଷକ ନେତା, ବୁଦ୍ଧିଜୀବୀ, ଅନ୍ତର୍ଜାତୀୟ ଖ୍ୟାତିସଂପନ୍ନ କୃଷି ଅର୍ଥନୀତି ବିଶାରଦ ଓ ରାଜନେତା ଯେଉଁ ଆହ୍ବାନ ଦେଇଥିଲେ ଆଜି ପାର୍ଲାମେଣ୍ଟରେ କୃଷି ସମ୍ବନ୍ଧୀୟ ତିନି ଗୋଟି ବିଲ୍‌ ଗୃହୀତ ହେବା ପରେ ଆଶାର ସଞ୍ଚାର ହୋଇଛି ଯେ, କୃଷକର ଆଶା ଆକାଂକ୍ଷା ପୂର୍ଣ୍ଣ ହେବ ଏବଂ ତା’ର ଆୟ ବୃଦ୍ଧିର ପଥ ସୁଗମ ହେବ।
ଉପରୋକ୍ତ ପରିପ୍ରେକ୍ଷୀରେ ସେମାନେ କ’ଣ ଚାହୁଁଛନ୍ତି ବ୍ରିଟିଶ ଶାସନ କାଳରୁ କୃଷି ବଜାରକୁ ନିୟନ୍ତ୍ରଣ କରୁଥିବା ଏପିଏମ୍‌ସି ଆଇନ ଚାଲୁ ରହିଥାଉ? ଏହି ଏପିଏମ୍‌ସି ଆଇନ ବ୍ରିଟିଶ ଶାସନକାଳରେ ୧୮୮୬ରେ ପ୍ରଥମେ କାର୍ଯ୍ୟକାରୀ ହୋଇଥିଲା। ଏହି ଆଇନର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଭାରତରେ ଅମଳ ହେଉଥିବା କପାକୁ ଏହି ଆଇନ ବଳରେ ସୁଲଭ ମୂଲ୍ୟରେ କ୍ରୟ କରି ବ୍ରିଟେନର ମାଞ୍ଚେଷ୍ଟରକୁ ପଠାଇ ସେହି କପାରୁ ସୂତା ଓ ସୂତାରୁ ଲୁଗାବୁଣି ଆଣି ଭାରତରେ ଚଢ଼ା ଦରରେ ବିକ୍ରି କରିବା। ଏହାଦ୍ୱାରା ସେମାନେ ଭାରତୀୟ ଚାଷୀ ଓ ଖାଉଟିଙ୍କୁ ଶୋଷଣ କରୁଥିଲେ। ଏହାର ପ୍ରତିବଦଳରେ ମହାମତ୍ା ଗାନ୍ଧୀ ଖଦି ଆନ୍ଦୋଳନ କରି ଦେଶରେ ସ୍ବାଧୀନତା ଆନ୍ଦୋଳନକୁ ତ୍ୱରାନ୍ବିତ କରିଥିଲେ। ସେହି ଏପିଏମ୍‌ସି ଆଇନ ଆଜି ପର୍ଯ୍ୟନ୍ତ ସ୍ବାଧୀନ ଭାରତରେ ମଧ୍ୟ ସାମାନ୍ୟ କେଉଁଠି କିପରି ସଂଶୋଧିତ ହୋଇ କାର୍ଯ୍ୟକାରୀ ହେଉଛି।
ଏପିଏମ୍‌ସି ଆଇନର ମୂଳନୀତି ହେଲା ଚାଷୀଟିଏ ତା’ର ଉତ୍ପାଦକୁ ଏହି ଆଇନ ବଳରେ ଗଠିତ ମଣ୍ଡିରେ କେବଳ ବିକ୍ରି କରିପାରିବ, ମଣ୍ଡି ବାହାରେ କାହାକୁ ବିକ୍ରି କରିପାରିବ ନାହିଁ। କେବଳ ସେତିକି ନୁହେଁ, ବିଭିନ୍ନ ଜିଲାରେ ଗଠିତ ଏପିଏମ୍‌ସି ମଣ୍ଡି ବାହାରକୁ କୌଣସି କୃଷିଜାତ ଦ୍ରବ୍ୟ ପଠାଇପାରିବେ ନାହିଁ। ଉଦାହରଣ ସ୍ବରୂପ କଳାହାଣ୍ଡିର ଚାଷୀ ବରଗଡ଼କୁ ତା’ର ଦ୍ରବ୍ୟ ପଠାଇପାରିବ ନାହିଁ। ପଠାଇଲେ କର ଦେବାକୁ ହେବ। ଆମ ରାଜ୍ୟ ଓଡ଼ିଶାରେ ରିଜିଓନାଲ କୋଅପରେଟିଭ୍‌ ମାର୍କେଟିଂ ସୋସାଇଟି (ଆର୍‌ସିଏମ୍‌ଏସ୍‌)କୁ ଏହି ଦାୟିତ୍ୱ ଦିଆଯାଇଛି। ଆର୍‌ସିଏମ୍‌ଏସ୍‌ ରାଜ୍ୟ ସମବାୟ ବିଭାଗ ଦ୍ୱାରା ପରିଚାଳିତ। ମଣ୍ଡି ମାଧ୍ୟମରେ ଯେଉଁ କୃଷିଜାତ ଦ୍ରବ୍ୟ ବିକ୍ରି ହୁଏ ସେଥିପାଇଁ ବିଭିନ୍ନ ପ୍ରକାର କର ଦେବାକୁ ହୁଏ। ବିଭିନ୍ନ ସୂତ୍ରରୁ ସଂଗୃହୀତ ତଥ୍ୟରୁ ଜଣାଯାଏ ଯେ, ବିକ୍ରୟ କର ୦.୩୦ ପ୍ରତିଶତରୁ ୨.୦ ପ୍ରତିଶତ ଆଦାୟ ହେବା ବେଳେ କମିଶନ ଏଜେଣ୍ଟ ଟିକସ ହେଲା ୦.୫ ପ୍ରତିଶତରୁ ୪.୫ ପ୍ରତିଶତ ଏବଂ ଫଳ ପନିପରିବା କ୍ଷେତ୍ରରେ ୩.୦ ପ୍ରତିଶତରୁ ୭.୦ ପ୍ରତିଶତ ଦେବାକୁ ହୁଏ। ଏହାଛଡ଼ା ଅନ୍ୟାନ୍ୟ ଦେୟ ଯେପରି କି ଉନ୍ନୟନ ସେସ୍‌, ପ୍ରବେଶକର, ଓଜନ କରିବା ପାଇଁ ଦେୟ ଏବଂ ହାମେଲ ଦେୟ। ହାମେଲ କହିଲେ ମାଲ ବୋଝେଇ ଓ ଖଲାସ କରିବା ପାଇଁ ଦେୟ। ଏହି ସବୁ କର ବା ଦେୟ ହାରାହାରି ୮ ପ୍ରତିଶତ ପାଖାପାଖି ଦ୍ରବ୍ୟର ମୂଲ୍ୟର ହୋଇଥାଏ। ଏହି କର ଦେବା ଦ୍ୱାରା ଚାଷୀଟି ତା’ର ଦ୍ରବ୍ୟ ଯେତିକି ମୂଲ୍ୟରେ ବିକ୍ରିକରେ ତା’ର ୮ ପ୍ରତିଶତ ପାଖାପାଖି କମ୍‌ ପାଏ। ଏଣେ ମଣ୍ଡି ଉପଯୁକ୍ତ ଭିତ୍ତିଭୂମି ସୃଷ୍ଟି ଅଧିକାଂଶ ସ୍ଥାନରେ କରିପାରେ ନାହିଁ, ଯେପରି କି ଚାଷୀ ଅତି ସୁରୁଖୁରୁରେ ତା’ର ଦ୍ରବ୍ୟକୁ ବିକ୍ରି କରିପାରିବ ନାହିଁ। ଉପଯୁକ୍ତ ଗୋଦାମଘର ନ ଥାଏ। ଶୀତଳଭଣ୍ଡାର ନ ଥାଏ। ଶୁଖାଇବା ପାଇଁ ଉପଯୁକ୍ତ ଖଳା ନ ଥାଏ। ଯଥେଷ୍ଟ ସଂଖ୍ୟାରେ ଚାଷୀର ଘର ପାଖାପାଖି ମଣ୍ଡି ନ ଥାଏ। ଅଧିକ ସଂଖ୍ୟକ କମିଶନ ଏଜେଣ୍ଟ ନିଯୁକ୍ତ କରି ପ୍ରତିଯୋଗିତା ବଢ଼ାଇବା ପାଇଁ ସୁଯୋଗ ସୃଷ୍ଟି କରାଯାଏ ନାହିଁ। ଜାଗା ଅଭାବରୁ ନୂଆ କମିଶନ ଏଜେଣ୍ଟଙ୍କୁ ଲାଇସେନ୍ସ ଦିଆଯାଏ ନାହିଁ। ଅନ୍ୟ ଅର୍ଥରେ ଏସବୁ କରିବା ଦ୍ୱାରା ଚାଷୀ କ୍ଷତିଗ୍ରସ୍ତ ହୁଏ।
ବର୍ତ୍ତମାନ ଯେଉଁ କୃଷି ଉପତ୍ାଦର ବେପାର ଓ ବଣିଜ ପ୍ରୋତ୍ସାହନ ଓ ସରଳୀକରଣ ଆଇନ ଗୃହୀତ ପାର୍ଲାମେଣ୍ଟରେ ହୋଇଛି ତାହା ଦ୍ୱାରା ମଣ୍ଡିର ଉଚ୍ଛେଦ ନ ହେଲେ ବି ଟିକସ ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ଉଠାଇ ଦିଆଯାଇଛି ଏବଂ ଚାଷୀ ତା’ର ଦ୍ରବ୍ୟକୁ ମଣ୍ଡି ବାହାରେ ଓ ରାଜ୍ୟ ଏବଂ ଦେଶ ମଧ୍ୟରେ ଯେକୌଣସି ସ୍ଥାନରେ ବିକ୍ରି କରିପାରିବ। ପ୍ରଥମ ଲାଭ ଟିକସ ଦେବ ନାହିଁ ଏବଂ ପ୍ରତିଯୋଗିତା ବଜାରରେ ଯିଏ ଅଧିକ ମୂଲ୍ୟ ଦେବ ଚାଷୀ ତାକୁ ବିକିବ। ଏଥିରେ ଚାଷୀର କ୍ଷତି ହେବ କିପରି? ଯେଉଁ ଘରୋଇ ବ୍ୟବସାୟୀମାନେ କୃଷିଜାତ ଦ୍ରବ୍ୟ କିଣିବେ ସେମାନେ ବିଭିନ୍ନ ପ୍ରକାର ଭିତ୍ତିଭୂମି ସୃଷ୍ଟି କରି ନିଜର ବେପାର ବଢ଼ାଇବେ। ପ୍ରତିଯୋଗିତା ବ୍ୟବସାୟୀଙ୍କ ମଧ୍ୟରେ ହେବ ଆଉ ଚାଷୀ ଅଧିକ ଦାମ୍‌ ପାଇବ।
ଅନ୍ୟ ଆଇନଟି ହେଲା ଠିକା ଚାଷୀ ପାଇଁ କୃଷକ (ସଶକ୍ତୀକରଣ ଓ ସୁରକ୍ଷା) ରାଜିନାମା ମୂଲ୍ୟଧାର୍ଯ୍ୟ ଓ କୃଷି ସେବା ଆଇନ। ଏହି ଆଇନ ବଳରେ ଚାଷୀ ବିଭିନ୍ନ କୃଷି ଉତ୍ପାଦକୁ ନେଇ ବ୍ୟବସାୟ କରୁଥିବା କମ୍ପାନୀ ସହିତ ଚାଷ କରିବା ପୂର୍ବରୁ ବୁଝାମଣା କରିବ। ସେ ଫସଲ ଚାଷ କଲେ ଯେଉଁ ଖର୍ଚ୍ଚ ହେବ, ଯେଉଁ ନିବେଶ ଦରକାର ହେବ ଏବଂ ଯେଉଁ ବୈଜ୍ଞାନିକ ପଦ୍ଧତି ଚାଷ ପାଇଁ ଦରକାର ହେବ ତାହା ଯୋଗାଇ ଦେବ ଏବଂ ଚାଷ ପରେ କେତେ ଅମଳ କରିବ ତା’ର ଅନୂ୍ୟନ ହାରାହାରି ପରିମାଣ କହିବ ଏବଂ ଉପତ୍ାଦନକୁ କେତେ ଦରରେ କିଣିବ ଠିକ୍‌ ହେବ। ଚାଷୀ ଯଦି ଦେଖିବ ଯେ, କମ୍ପାନୀ ଯାହା କହୁଛି ତା’ର ଅନୁଭୂତିରୁ ତାହା ସମ୍ଭବ l ତେଣୁ ସେ ବୁଝାମଣା କରିବ ଏବଂ ପୂର୍ବ ନିର୍ଦ୍ଧାରିତ ମୂଲ୍ୟରେ ତା’ର ଉପତ୍ାଦନ ବିକି ଲାଭ କରିବ। ଆଇନରେ ପ୍ରାଞ୍ଜଳ ଭାବରେ ଉଲ୍ଲେଖ ଅଛି ଚାଷୀର ଜମି ସହିତ ଏହି ବୁଝାମଣାର କିଛି ସମ୍ପର୍କ ନାହିଁ। କିନ୍ତୁ ବିରୋଧୀମାନେ ଅଯଥା ଭୟ ସୃଷ୍ଟି କରୁଛନ୍ତି ଯେ, କମ୍ପାନୀ ଚାଷୀର ଜମି ନେଇଯିବ। ଚାଷୀଙ୍କୁ ଅଯଥା ଭ୍ରମିତ କରାଯାଉଛି। ଅତ୍ୟାବଶ୍ୟକ ସାମଗ୍ରୀ ଆଇନ ହେଉଛି ୧୯୫୫ର, ଯେତେବେଳେ ଖାଦ୍ୟଶସ୍ୟ ଆବଶ୍ୟକ ତୁଳନାରେ ବହୁତ କମ୍‌ ଥିଲା। ବର୍ତ୍ତମାନ ସ୍ଥିତି ବଦଳିଯାଇଛି। ଏବେ ବ୍ୟବସାୟୀମାନେ ଯଦି ଅଧିକ କୃଷିଜାତ ଦ୍ରବ୍ୟ ଗୋଦାମରେ ସାଇତି ନ ରଖିବେ ତେବେ ବଜାରରେ ତାହା ବିକ୍ରି ନ ହୋଇପାରି ଚାଷୀ କ୍ଷତି ସହିବ। ଆଇନରେ ବ୍ୟବସ୍ଥା ଅଛି ବନ୍ୟା, ମରୁଡ଼ି, ଯୁଦ୍ଧବେଳେ ଖାଦ୍ୟ ଅଭାବ ପଡ଼ିଲେ ସରକାର ଅଧିକ ସାଇତି ରଖିବାକୁ ବାତିଲ କରିବେ। ତେବେ ବିରୋଧ କାହିଁକି ?
ମୋ: ୯୯୩୭୯୫୧୨୬୨


Enter your email to get our daily news in your inbox.

All Right Reserved By Dharitri.Com

ଦରମା ଦେଇପାରୁନି ଆମେରିକା

ଶ୍ବର ବିକଶିତ ଦେଶ ଆମେରିକାରେ ଅଚଳାବସ୍ଥା। ୧୪ ଲକ୍ଷରୁ ଅଧିକ ଫେଡେରାଲ କର୍ମଚାରୀଙ୍କୁ ବେତନ ନ ମିଳବା , ୪୧ ଲକ୍ଷ ନିମ୍ନ ଆୟକାରୀ ଆମେରିକୀୟଙ୍କ...

ମାନବାଧିକାର, ଆମର ଦୈନନ୍ଦିନ ଆବଶ୍ୟକତା

ଆଜି ସାରା ବିଶ୍ୱରେ ଅନ୍ତର୍ଜାତୀୟ ମାନବାଧିକାର ଦିବସ ପାଳନ ହେଉଛି । ଚଳିତ ବର୍ଷ ଜାତିସଂଘ ତରଫରୁ ଏହି ଦିବସ ପାଇଁ ସ୍ଲୋଗାନ ରହିଛି ”ମାନବାଧିକାର,...

ଗାନ୍ଧୀ ବିଭାଜନକାରୀ

ଭାରତ ୨୦୪୭ ସୁଦ୍ଧା ବିକଶିତ ହେବ ବୋଲି କେନ୍ଦ୍ର ସରକାର ବାରମ୍ବାର ଦୋହରାଉଛନ୍ତି। ବିକଶିତ ଦେଶ ଗଢ଼ିବାର ସ୍ବପ୍ନ ଦେଖାଯିବା ନିଶ୍ଚିତ ଭାବେ ସ୍ବାଗତଯୋଗ୍ୟ। କିନ୍ତୁ...

ଏଇ ଭାରତରେ

ଉତ୍ତରପ୍ରଦେଶର ଧୀରଜ ବର୍ମା ଟିଭି ଶୋ’ ଦେଖି ଷ୍ଟ୍ରବେରି ଚାଷ ଆରମ୍ଭକରି ଜଣେ ସଫଳ ଚାଷୀ ହୋଇପାରିଛନ୍ତି। ସେ ବିନା ମାଟି ଅର୍ଥାତ୍‌ କେବଳ ପାଣି...

ଜୀବନ୍ତ ଗ୍ରହର ଜୀବନ ରହସ୍ୟ

ପୃଥିବୀକୁ ମିଶେଇ ଆଠଟା ଗ୍ରହ, ପ୍ଲୁଟୋକୁ ମିଶେଇ ୫ଟା ବାମନଗ୍ରହ, ଚନ୍ଦ୍ରକୁ ମିଶେଇ ଶହ ଶହ ଉପଗ୍ରହ, ଗ୍ରହାଣୁପୁଞ୍ଜ, ଅଗଣିତ ଛୋଟବଡ଼ ପିଣ୍ଡ ଏବଂ ବିଶାଳକାୟ...

ଶିଶୁ ଅନୁକୂଳ ପାଠାଗାର

ଜାତୀୟ ଶିକ୍ଷାନୀତିି ୨୦୨୦ରେ ଏବଂ ଜାତୀୟ ପାଠ୍ୟ ଖସଡ଼ା ୨୦୨୨ରେ ପ୍ରାକ୍‌-ପ୍ରାଥମିକ ଶିକ୍ଷାରେ ଇମରଜେଣ୍ଟ ଲିଟେରାସି ବା ଅଙ୍କୁରିତ ସାକ୍ଷରତା, ଇମରଜେଣ୍ଟ ରିଡିଂ ବା ଅଙ୍କୁରିତ...

ନେହେରୁ ନୁହେଁ, ଭବିଷ୍ୟତକୁ ଦେଖ

‘ବନ୍ଦେ ମାତରମ୍‌’ ଭାରତର ଜାତୀୟ ଗୀତ ଭାବେ ଜଣାଶୁଣା। ବଙ୍କିମ ଚନ୍ଦ୍ର ଚାଟାର୍ଜୀଙ୍କ ଦ୍ୱାରା ଏହା ରଚିତ ହୋଇଥିଲା। ୧୮୭୫ ନଭେମ୍ବର ୭ରେ ପ୍ରଥମେ ‘ବଙ୍ଗଦର୍ଶନ’...

ଏଇ ଭାରତରେ

ବାହାରେ କିମ୍ବା ଘରେ ଅଦରକାରୀ ଜିନିଷ ଠୁଳ ହୋଇ ରହିବା ପ୍ରଦୂଷଣର କାରଣ ପାଲଟୁଛି। ପ୍ରଦୂଷଣ ହ୍ରାସ କରିବା ସକାଶେ ରିସାଇକ୍ଲିଂ ପଦ୍ଧତିରେ ଏଗୁଡ଼ିକର ପୁନଃ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri