Posted inଜାତୀୟ

ବେଆଇନ କାରବାର ଯୋଗୁ ଟିକସ ସଂଗ୍ରହ ହ୍ରାସ

ନୂଆଦିଲ୍ଲୀ,୫।୮: କ୍ରମାଗତ ଭାବେ ସାରା ବିଶ୍ୱରେ ବେଆଇନ କାରବାର ବୃଦ୍ଧି ସାଙ୍ଗକୁ ଉଭୟ ନକଲି ଓ ନିଷିଦ୍ଧ ଉପତ୍ାଦଗୁଡିକ ପାଇଁ ବିଶ୍ୱସ୍ତରରେ ରାଜସ୍ବ ଓ ଟିକସ ହ୍ରାସ ହେଉଛି। ଏପରିକି ବିଶ୍ୱବ୍ୟାପୀ ବିଭିନ୍ନ ଚୋରାଚାଲାଣ ମାର୍ଗ ରହିଛି, ଯାହା ଏହି ସମସ୍ୟାକୁ କେବଳ ଏକ ଘରୋଇ ନୁହେଁ ବରଂ ଅନ୍ତର୍ଜାତୀୟ ସମସ୍ୟାରେ ପରିଣତ କରିଛି, ଯାହା ବହୁରାଷ୍ଟ୍ରୀୟ ସମାଧାନର ଆବଶ୍ୟକତା କରୁଛି। ଏହି ପରିପ୍ରେକ୍ଷୀରେ ନୂଆଦିଲ୍ଲୀଠାରେ ଆୟୋଜିତ ଏକ ଦୁଇଦିନିଆ ସମ୍ମିଳନୀ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ‘ଦ ପାୱାର ଅଫ୍‌ କୋଲାବରେଶନ ଆଣ୍ଡ ୟୁନିଟ ଇନ୍‌ ଫାଇଟ୍‌ ଏଗେନଷ୍ଟ ଇଲିସିଟି ଟ୍ରେଡ୍‌ ଆଣ୍ଡ କାଉଣ୍ଟର ଫିଟିଙ୍ଗ’ ଶୀର୍ଷକ ବିଷୟବସ୍ତୁ ଉପରେ ଏକ ଗୁରୁତ୍ୱପୂର୍ଣ୍ଣ ଆଲୋଚନାଚକ୍ରର ମଧ୍ୟ ଆୟୋଜନ ହୋଇଥିଲା। ଏଥିରେ ବିଭିନ୍ନ ବ୍ରାଣ୍ଡ୍‌ର ମାଲିକ, ନିୟାମକ, ଆଇନ ପ୍ରଣୟନକାରୀ ସଂସ୍ଥା, ସରକାରଙ୍କ ପ୍ରତିନିଧି, ନୀତିନିର୍ମାତା ଓ ସୁରକ୍ଷା ସମାଧାନ ପ୍ରଦାତାମାନେ ଅଂଶଗ୍ରହଣ କରି ସରକାର, ବ୍ରାଣ୍ଡ୍‌ ଓ ସମାଜ ଉପରେ ବେଆଇନ କାରବାରର ପ୍ରଭାବ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ। ଏ ସମ୍ପର୍କରେ ଫିଲିପ ମୋରିସ୍‌ ଇଣ୍ଟରନ୍ୟାଶନାଲ (ପିଏମ୍‌ଆଇ) ର ଇଲିସିଟି ଟ୍ରେଡ୍‌ ପ୍ରିଭେନଶନ ବିଭାଗର ମୁଖ୍ୟ ରୋଡ୍‌ନି ଭାନ୍‌ ଦୁରେନ କହିଛନ୍ତି, ବିଶ୍ୱବ୍ୟାପୀ ପାନ କରାଯାଉଥିବା ମୋଟ ସିଗାରେଟର ପ୍ରାୟ ୧୨% ବେଆଇନ ହୋଇଥିବାବେଳେ ବିଶ୍ୱସ୍ତରରେ ସରକାରଗୁଡିକୁ ୪୦.୫ ବିଲିୟନ ଡଲାରର ଟିକସ କ୍ଷତି ସହିବା ସହ ବ୍ୟାପକ ସମସ୍ୟାରେ ସମ୍ମୁଖୀନ ଓ ରାଜସ୍ବ ମଧ୍ୟ ପ୍ରଭାବିତ କରୁଛି।
ୟୁରୋମନିଟର ରିପୋର୍ଟ ମୁତାବକ, ଭାରତରେ ବ୍ୟବହାର କରାଯାଉଥିବା ପ୍ରତି ୪ଟି ସିଗାରେଟ ମଧ୍ୟରୁ ଗୋଟିଏ ବେଆଇନ ଅଟେ, ଯାହା ପ୍ରାୟ ୨ ବିଲିୟନ ଡଲାରର ଟିକସ କ୍ଷତି ସହ ସମାନ ଅଟେ।
ଉଭୟ ନକଲି ଓ ନିଷିଦ୍ଧ ଉପତ୍ାଦଗୁଡିକ ପାଇଁ ବିଶ୍ୱବ୍ୟାପୀ ବିଭିନ୍ନ ଚୋରାଚାଲାଣ ମାର୍ଗ ରହଛି, ଯାହା ଏହି ସମସ୍ୟାକୁ କେବଳ ଏକ ଘରୋଇ ନୁହେଁ ବରଂ ଆନ୍ତର୍ଜାତୀୟ ସମସ୍ୟାରେ ପରିଣତ କରିଛି, ଯାହା ବହୁରାଷ୍ଟ୍ରୀୟ ସମାଧାନର ଆବଶ୍ୟକ କରୁଛି।
ସେହିପରି ନିକଟରେ ଆୟୋଜିତ ଏସିଆ ସିକ୍ୟୁରିଟି ଆଣ୍ଟି-କାଉଣ୍ଟରଫିଟିଙ୍ଗ, ଟ୍ରେଡମାର୍କ ଆଣ୍ଡ ବ୍ରାଣ୍ଡ୍‌ ପ୍ରୋଟେକ୍ସନ କନ୍‌ଫରେନ୍ସରେ ଫିଲିପ ମୋରିସ୍‌ ଇଣ୍ଟରନ୍ୟାଶନାଲ (ପିଏମ୍‌ଆଇ)ର ଇଲିସିଟି ଟ୍ରେଡ୍‌ ପ୍ରିଭେନଶନ ବିଭାଗର ମୁଖ୍ୟ ରୋଡ୍‌ନି ଭାନ୍‌ ଦୁରେନ ନିଜ ଅଭିଭାଷଣରେ ବେଆଇନ କାରବାରର ମୁକାବିଲା କରିବା ପାଇଁ କିଭଳି ଅନ୍ତର୍ଜାତୀୟ ସହଭାଗିତା ମୂଳଦୁଆ ହୋଇପାରିବ ଏବଂ ଏହାକୁ ରୋକିବା ପାଇଁ କଠୋର ନିୟମ ଓ କାର୍ଯ୍ୟକାରିତାର ଆବଶ୍ୟକତା ରହିଥିବା ସମ୍ପର୍କରେ ସେ ବିସ୍ତୃତ ଭାବେ ଆଲୋକପାତ କରିଛନ୍ତି। ଏଥିସହିତ କିଭଳି ନିଷେଧାଦେଶ ଏକ ବୈଧ ବିକଳ୍ପ ହେବ ନାହିଁ ଏବଂ ବେଆଇନ କାରବାରକୁ ରୋକିବା ପାଇଁ ନିୟମ ଓ କାର୍ଯ୍ୟକାରିତା ଉଚିତ ସମାଧାନ ହୋଇପାରିବ ସେ ସମ୍ପର୍କରେ ମଧ୍ୟ ବିସ୍ତୃତ ଭାବେ ମତପ୍ରକାଶ କରିଛନ୍ତି।
ଅପରପକ୍ଷରେ ବେଆଇନ କାରବାରର ବୃହତ ବହୁରାଷ୍ଟ୍ରୀୟ ସମସ୍ୟାକୁ ସମ୍ବୋଧିତ କରି ନିଜ ସୁପାରିସରେ ରୋଡ୍‌ନି କହିଛନ୍ତି, କର୍ତ୍ତୃପକ୍ଷମାନଙ୍କୁ ସେମାନଙ୍କ ଦେଶରେ କ’ଣ ଘଟୁଛି, ତାହାର ଉତ୍ତରଦାୟିତ୍ୱ ନେବା ପାଇଁ ଭାରତ ସମେତ ଟ୍ରାଞ୍ଜିଟ ଓ ସୋର୍ସ ଦେଶଗୁଡିକ ସହ ସଚେତନତା ବୃଦ୍ଧି କରିବା ପାଇଁ ୱାଲର୍‌ଡ ଟ୍ରେଡ ଅର୍ଗାନାଇଜେଶନ (ଡବ୍ଲ୍ୟୁଟିଓ) ମଧ୍ୟରେ ବିଦ୍ୟମାନ ମୁକ୍ତ ବାଣିଜି୍ୟକ ଚୁକ୍ତି ଓ ବ୍ୟବସ୍ଥାକୁ ଉତ୍ତମ ଭାବେ ଉପଯୋଗ କରିବାର ଆବଶ୍ୟକତା ରହିଛି। ପରବର୍ତ୍ତୀ ସୁପାରିସ ହେଉଛି ଏଏସ୍‌ଇଏଏନ୍‌କୁ ନେଇ ରହିଥିବା ବିଦ୍ୟମାନ ଗୋଲ୍ଡ ଷ୍ଟାଣ୍ଡାର୍ଡ ରେଗୁଲେଶନର ସମନ୍ବୟକୁ ପ୍ରୋତ୍ସାହିତ କରିବା,ଯାହା ନ୍ୟାୟ ଓ ଦଣ୍ଡ ପ୍ରଦାନ କରିବାର ଅଧିକାର ଥିବା ଆଇନ ପ୍ରଣୟନକାରୀ ସଂସ୍ଥାଗୁଡିକ ସମେତ ନିୟମର କାର୍ଯ୍ୟକାରିତା ଦ୍ୱାରା ସମର୍ଥିତ ଅଟେ। ବହୁରାଷ୍ଟ୍ରୀୟ ପରିବହନ କ୍ଷେତ୍ରରେ ସନ୍ଦେହଜନକ ସିପ୍‌ମେଣ୍ଟର ଯାଞ୍ଚ କରିବାକୁ ଅନୁମତି ଦେଉଥିବା ନିୟମଗୁଡିକୁ ଗ୍ରହଣ କରନ୍ତୁ ଏବଂ ଆଇପି-ଇନ୍‌ଫ୍ରିଞ୍ଜିଙ୍ଗ ଭାୟୋଲେଶନ ଉପରେ କଷ୍ଟମ୍‌ସ କିମ୍ବା ଯେକୌଣସି ଉପଯୁକ୍ତ ଆଇନ ପ୍ରଣୟନକାରୀ ସଂସ୍ଥା ଦ୍ୱାରା ନ୍ୟାୟ ପ୍ରଦାନ ଅଧିକାରର ଉପଯୋଗ କରନ୍ତୁ। ପରିଶେଷରେ ଆଇନ ଶିଳ୍ପ ଓ ଇଣ୍ଟର-ଲ’ ଏନ୍‌ଫୋର୍ସମେଣ୍ଟ ଏଜେନ୍ସି କୋଅପରେଶନ ସହିତ ସହଯୋଗିତା ବୃଦ୍ଧି କରି ଘରୋଇ କାର୍ଯ୍ୟକାରିତାର ପ୍ରଭାବଶାଳୀତାକୁ ସୁଦୃଢ କରନ୍ତୁ। ଏହି ସମ୍ମିଳନୀରେ ଅନ୍ତର୍ଜାତୀୟ ପ୍ରମୁଖ ବିଶେଷଜ୍ଞମାନେ ଯୋଗ ଦେଇଥିଲେ, ଯିଏକି ବିଭିନ୍ନ ଶିଳ୍ପରେ ନୂଆ ଟ୍ରେଣ୍ଡ, ବିକାଶ, ବିପଦ ଓ ବେଆଇନ ଓ ନକଲି କାରବାରର ମୁକାବିଲା ପାଇଁ ରହିଥିବା ସମାଧାନ ସମ୍ପର୍କରେ ବିସ୍ତୃତ ଆଲୋଚନା ସହ ନିୟୋଜିତ ମଧ୍ୟ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

IND vs WI: ତୃତୀୟ ଦିନିକିଆ ପୂର୍ବରୁ ବଡ଼ ଝଟ୍‌କା, ବାଦ୍ ପଡ଼ିଲେ ଷ୍ଟାର୍ ଅଲରାଉଣ୍ଡର, ମାରିଥିଲେ ଦମଦାର୍ ଶତକ!

ନୂଆଦିଲ୍ଲୀ,୨।୧୦: ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଉଥିବା ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ (ODI) ସିରିଜ୍‌ରେ ଭାରତୀୟ ଦଳ ୨-୦ ରେ ଅଗ୍ରଣୀ ସହ ସିରିଜ୍ କବ୍‌ଜା…

ତୁଳା ରାଶିରେ ଶୁକ୍ରଙ୍କ ଓଲଟା ଚାଲି: ଅକ୍ଟୋବର ୩ରୁ ଏହି ୫ଟି ରାଶିର ଲୋକଙ୍କୁ ରହିବାକୁ ପଡ଼ିବ ସାବଧାନ!

୨୦୨୬ ଅକ୍ଟୋବର ୩ ତାରିଖରୁ ଶୁକ୍ର ନିଜର ସ୍ୱରାଶି ତୁଳାରେ ବକ୍ରୀ ଅର୍ଥାତ୍ ଓଲଟା ଚାଲି ଚାଲିବାକୁ ଯାଉଛନ୍ତି। ଶୁକ୍ରଙ୍କର ଏହି ଚଳନ ହେତୁ ସମ୍ପର୍କ, ଭାଗୀଦାରୀ,…

SRHର ଅଧିନାୟକ ନିଷ୍ପତ୍ତିକୁ ନେଇ ଝଡ଼! କ୍ଷୁବ୍ଧ ଅଭିଷେକ ଶର୍ମା, ଛାଡ଼ିପାରନ୍ତି ଦଳ

ନୂଆଦିଲ୍ଲୀ,୨।୧୦: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ୨୦୨୭ ସଂସ୍କରଣ ପୂର୍ବରୁ ସନ୍‌ରାଇଜର୍ସ ହାଇଦ୍ରାବାଦ (SRH) ଶିବିରରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ,…

ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ‘ସୁରଭି’ ମହୋତ୍ସବ ଅନୁଷ୍ଠିତ

କଲ୍ୟାଣସିଂହପୁର, ୨/୧୦ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’…

ଚୋରାରେ କଟାଯାଇଥିବା ୪ ଶାଳ ଗଛର ଗଣ୍ଡି ଜବତ

ପାଟଣା, ୨।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ ପାଟଣା ସେକ୍ସନର ମଲ୍ଲିପୋଷି ବିଟ୍‌ ଅଧୀନ ନୂଆପଡ଼ା ଗ୍ରାମ ହୁଡ଼ିରୁ ଚୋରାରେ କଟାଯାଇ…

କଙ୍କାଳ ଜବତ, ନିଖୋଜ ମହିଳାଙ୍କ କଙ୍କାଳ ବୋଲି ଅନୁମାନ

ରିଆମାଳ,୨|୧୦(ବଦ୍ରିନାରାୟଣ ଅଗ୍ରୱାଲା): ଦେବଗଡ଼ ଜିଲା ରିଆମାଳ ଥାନା ଗୁଣ୍ଡିଆପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାନଡଙ୍ଗାଘାଟର ମୁଣ୍ଡା ସାହି ଗୋହିରା ନାଳ ପାଖରୁ ରିଆମାଳ ଥାନା ପୁଲିସ ଏକ…

ଅନ୍ତରବା ଛକରେ ଦୁର୍ଘଟଣା, ୩ ଗୁରୁତର, ୨ ଆହତ

ମୋହନା, ୨।୧୦ (ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତରବା ଛକରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟି ୩ ଜଣ ଗୁରୁତର ଓ ୨…

ଭାରତ-ପାକିସ୍ତାନ ମହାମୁକାବିଲା: ଓପନର ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ବଢ଼ିଲା ଚିନ୍ତା, ସାମ୍ନାକୁ ଆସିଲା…

ନୂଆଦିଲ୍ଲୀ,୨।୧୦: ଏସିଆନ୍ ଗେମ୍ସ କ୍ରିକେଟ୍ ପ୍ରତିଯୋଗିତାର ଫାଇନାଲ୍‌ରେ ଆସନ୍ତା ଅକ୍ଟୋବର ୩ ତାରିଖରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବାକୁ ଯାଉଛନ୍ତି। ଏହି ହାଇ-ଭୋଲ୍ଟେଜ୍ ସ୍ୱର୍ଣ୍ଣ ପଦକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?