ତାଜୁଙ୍ଗିଆ-ହାତୀମୁଣ୍ଡା ପଞ୍ଚାୟତରେ ଲାଗିଲା ନାଲି ରଙ୍ଗର ନୋଟିସ, ଦୃଢ଼ କାର୍ଯ୍ୟାନୁଷ୍ଠାନ ଲାଗି ଚେତାବନୀ

ଦାରିଙ୍ଗବାଡି, ୧୬।୯ (ଅରୁଣ ସାହୁ): ସରକାର କଚ୍ଚା ଘରକୁ ପକ୍କା ଘରେ ପରିଣତ କରିବା ଲାଗି ଆବାସ ଯୋଜନା ଆଣିଛନ୍ତି। ହେଲେ ଏହି ଯୋଜନାର ଲାଭ ମିଳିଥିଲେ ମଧ୍ୟ ବହୁ ହିତାଧିକାରୀ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ଅନ୍ତୋଦୟ ଯୋଜନାରେ ଗୃହ ନିର୍ମାଣ ପାଇଁ ଆର୍ଥିକ ସହାୟତା ଏବଂ କାର୍ଯ୍ୟାଦେଶ ପାଇଥିଲେ ମଧ୍ୟ ଗୃହ କାର୍ଯ୍ୟ ଆରମ୍ଭ ନ କରିବା ଓ କିଛି ହିତାଧିକାରୀ ଅଧପନ୍ତରିଆ ଭାବେ ଛାଡିଦେଇଥିବା ଏବେ ମହାଙ୍ଗା ପଡିଛି। ଶେଷରେ ବ୍ଲକ ପ୍ରଶାସନ ପକ୍ଷରୁ ଲାଲ ରଙ୍ଗର ନୋଟିସ ହିତାଧିକାରୀଙ୍କୁ ଦିଆଯାଇଛି। ଏଭଳି ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ହାତୀମୁଣ୍ଡା ଓ ତାଜୁଙ୍ଗିଆ ପଞ୍ଚାୟତ ଅଞ୍ଚଳରେ। ବିଡ଼ିଓ ପ୍ରୀତିରଞ୍ଜନ ରଥ, ସହକାରୀ ନିର୍ବାହୀ ଯନ୍ତ୍ରୀ ସଞ୍ଜୟ ରଥ, ବ୍ଲକ କାର୍ଯ୍ୟକ୍ରମ ସଂଯୋଜକ ଜଗନ୍ନାଥ ରଥ ଏବଂ କନିଷ୍ଠ ଯନ୍ତ୍ରୀ ସୁଶାନ୍ତ ପ୍ରଧାନ ଏହି ୨ଟି ପଞ୍ଚାୟତ ର ହିତାଧିକାରୀଙ୍କୁ ଶୀଘ୍ର ଗୃହ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ସମୟସୀମା ମଧ୍ୟରେ ଯେଉଁ ହିତାଧିକାରୀଥମାନେ ଗୃହ କାର୍ଯ୍ୟ ସାରିପାରିବେନି ସେମାନଙ୍କ ଉପରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ କୁହାଯାଇଛି। ଏହାକୁ ନେଇ ହିତାଧିକାରୀମାନେ ନୋଟିସ ଗ୍ରହଣ କରିବା ପରେ ଛାନିଆ ହୋଇଯାଇଛନ୍ତି। ସମସ୍ତେ ଶୀଘ୍ର ଗୃହ କାର୍ଯ୍ୟ ସାରିବୁ ବୋଲି ପ୍ରତିଶୃତି ଦେଇଥିବା ଜଣାପଡିଛି । ପ୍ରଥମ ଦିନରେ ୫୦ଖଣ୍ଡ ନୋଟିସ ଦିଆଯାଇଛି ଏଭଳି ଗୃହ କାର୍ଯ୍ୟ ସମ୍ପୂର୍ଣ୍ଣ କରି ନ ଥିବା ସମସ୍ତ ୨୫ ଟି ପଞ୍ଚାୟତରେ ରହିଥିବା ହିତାଧିକାରୀଙ୍କୁ ନୋଟିସ ଦିଆଯିବ। ଯେଉଁମାନେ ନୋଟିସ ପାଇବାର ୧୫ ଦିନ ମଧ୍ୟରେ ଗୃହ କାର୍ଯ୍ୟ ସାରିବେ ନାହିଁ ତେବେ ତାଙ୍କ ବିରୋଧ ରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସହକାରୀ ନିର୍ବାହୀ ଯନ୍ତ୍ରୀ ସଞ୍ଜୟ ରଥ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶୁଭେନ୍ଦୁ ଅଧିକାରୀ ମୁଖ୍ୟମନ୍ତ୍ରୀ ହେବା ପରେ ପ୍ରଥମ ପ୍ରତିକ୍ରିୟା ଦେଲେ ଅଭିଷେକ, ଜାଣନ୍ତୁ କ’ଣ କହିଲେ

କୋଲକାତା,୯।୫: ପଶ୍ଚିମବଙ୍ଗରେ ଭାରତୀୟ ଜନତା ପାର୍ଟି (ଭାଜପା) ସରକାର ଗଠନ ହେବା ସହିତ ରାଜନୈତିକ ବୟାନବାଜି ତୀବ୍ର ହୋଇଛି। ଶନିବାର ଭାଜପା ନେତା ଶୁଭେନ୍ଦୁ ଅଧିକାରୀ ପଶ୍ଚିମବଙ୍ଗର…

ବିଜେଡି ଉପାଧ୍ୟକ୍ଷଙ୍କ ଅଶାଳୀନ ମନ୍ତବ୍ୟର ଅଡ଼ିଓ ଭାଇରାଲ: ଭାଜପା ମହଲରେ ଅସନ୍ତୋଷ

ହାଟଡିହୀ,୯।୫(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ୍‌ ବିଜେଡି ଉପାଧ୍ୟକ୍ଷ ଭାଜପା ଦଳ ବିରୋଧରେ ଅଶାଳୀନ ମନ୍ତ୍ରବ୍ୟ ଦେବା ତଥା ଅଶ୍ଳୀଳ ଭାଷାରେ ଗାଳି ଦେବା ନେଇ…

ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ପ୍ରଥମେ ଯୋଗୀଙ୍କୁ ଭେଟିଲେ ଶୁଭେନ୍ଦୁ, ମିଳିଲା ଏମିତି ଉପହାର…

କୋଲକାତା,୯।୫: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ବିପୁଳ ବିଜୟ ପରେ, ଶୁଭେନ୍ଦୁ ଅଧିକାରୀ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି। ଏହା ସହିତ, ଭାରତୀୟ ଜନତା ପାର୍ଟି ପ୍ରଥମ…

ରାଷ୍ଟ୍ରୀୟ ଲୋକଅଦାଲତରେ ସମାଧାନ ହେଲା ୪୯ ମାମଲା

ପୁରୁଷୋତ୍ତମପୁର,୯ା୫(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବିଚାର ବିଭାଗୀୟ ଅଦାଲତ ପରିସରରେ ତାଲୁକ ଆଇନସେବା ପ୍ରାଧିକରଣ କମିଟି ପକ୍ଷରୁ ଜାତୀୟ ଲୋକ ଅଦାଲତ ଶନିବାର ଅନୁଷ୍ଠିତ ହୋଇଯାଇଛି।…

ରାଜନୀତିରେ ଶୁଭେନ୍ଦୁଙ୍କର ରହିଛି ୩୦ ବର୍ଷର ଅଭିଜ୍ଞତା, ହେଲେ ହୋଇ ପାରିଲେନି ସ୍ବାମୀ, ଜାଣନ୍ତୁ ବଙ୍ଗର ନୂଆ ‘ସୁଲତାନ’ଙ୍କ ଜୀବନର କିଛି ରୋଚକ କଥା

କୋଲକାତା,୯।୫: ଶନିବାର ପଶ୍ଚିମବଙ୍ଗରେ କ୍ଷମତାର ଶୀର୍ଷରେ, ଜଣେ ଯୋଦ୍ଧାଙ୍କ ରାଜ୍ୟାଭିଷେକ କରାଯାଉଛି – ଜଣେ ବ୍ୟକ୍ତି ଯିଏ ବୁଥ ସ୍ତରରେ ତାଙ୍କର ରାଜନୈତିକ ଯାତ୍ରା ଆରମ୍ଭ କରିଥିଲେ…

ଗାଁକୁ ଆସି ପଡ଼ିଲେ ଧରା: ୧୦ ମାସ ହେଲା କେଟିଏମ୍‌ ଚଢ଼ି ବୁଲୁଥିଲେ, ଧରିପକାଇଲା… 

ଦିଗପହଣ୍ଡି,୯।୫(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ବନ୍ଥପଲ୍ଲୀ ଗାଁ ଛକରୁ ଗତ ୨୦୨୫ ଜୁଲାଇ ୩୧ ତାରିଖରେ ଏକ କେଟିଏମ ବାଇକ ଚୋରି ଘଟଣାରେ…

ନବୀନ ନିବାସ ସାମ୍ନାରୁ ହଟିବ ବ୍ୟାରିକେଡ୍‌, ହାଇକୋର୍ଟଙ୍କ ଅସନ୍ତୋଷ ପରେ…

ଭୁବନେଶ୍ୱର,୯ା୫: ରାଜଧାନୀ ଭୁବନେଶ୍ୱର ପୁରୁଣା ଏୟାରପୋର୍ଟ ରୋଡ୍‌ରେ ଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବାସଭବନ ‘ନବୀନ ନିବାସ’ ସାମ୍ନାରେ କରାଯାଇଥିବା ସୁରକ୍ଷା ବ୍ୟାରିକେଡ୍‌କୁ ନେଇ ଏବେ…

ଅଡ଼ୁଆରେ ଏହି ୨ କ୍ରିକେଟର୍‌: ଡୋପ୍‌ ଟେଷ୍ଟ ପାଇଁ ହେଲେନି ହାଜର

ନୂଆଦିଲ୍ଲୀ,୯।୫: ଡୋପ ଟେଷ୍ଟ ପାଇଁ ଉପସ୍ଥିତ ନ ହେବା ପାଇଁ NADA ଭାରତୀୟ କ୍ରିକେଟ ଦଳର ଦୁଇ ଉଦୀୟମାନ ଖେଳାଳିଙ୍କୁ ନୋଟିସ ଜାରି କରିଛି। ଏହି ଖେଳାଳିମାନେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri