Posted inଜାତୀୟ

ହାଇ ଆଲର୍ଟରେ ଲାଲ୍‌କିଲ୍ଲା

ନୂଆଦିଲ୍ଲୀ, ୧୨ା୮: ୭୪ତମ ସ୍ବାଧୀନତା ଦିବସରେ ଲାଲ୍‌କିଲ୍ଲାରେ ନିଷିଦ୍ଧ ଶିଖ୍‌ ଫର୍‌ ଜଷ୍ଟିସ (ଏସ୍‌ଏଫ୍‌ଜେ) ଖଲିସ୍ତାନ ପତାକା ଉଡ଼ାଇବା ଲାଗି ଷଡ଼ଯନ୍ତ୍ର କରୁଛି। ଯଦି କେହି ଏଭଳି କାର୍ଯ୍ୟରେ ସଫଳ ହୁଏ, ତେବେ ତାଙ୍କୁ ୧.୨୫ ହଜାର ଡଲାର ପୁରସ୍କାର ପ୍ରଦାନ କରାଯିବ ବୋଲି ଏସ୍‌ଏଫ୍‌ଜେ ପକ୍ଷରୁ ଘୋଷଣା କରାଯାଇଛି। ଏଭଳି ଖବର ମିଳିବା ପରେ ସୁରକ୍ଷା ସଂସ୍ଥାଗୁଡ଼ିକ ଅଧିକ ସକ୍ରିୟ ହୋଇପଡ଼ିଛନ୍ତି। ଏଥିଲାଗି ଲାଲ୍‌କିଲ୍ଲାରେ ହାଇ ଆଲର୍ଟ ଜାରି କରାଯାଇଛି।
ସ୍ବାଧୀନତା ଦିବସ ଲାଗି ଦିଲ୍ଲୀର ପ୍ରତି ଗଳିକନ୍ଦିରେ ୪୫ ହଜାରରୁ ଊର୍ଦ୍ଧ୍ୱ ସୁରକ୍ଷାକର୍ମୀ ମୁତୟନ କରାଯିବ ବୋଲି ଜଣାପଡ଼ିଛି। ଏମାନଙ୍କ ସହ ଲାଲ୍‌କିଲ୍ଲା ପରିସରରେ ୫ କି.ମି. ପରିସର ମଧ୍ୟରେ ଥିବା ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସ୍ଥାନ, ଅଟ୍ଟାଳିକାରେ ୨ ହଜାରରୁ ଅଧିକ ସ୍ନିପର ମୁତୟନ ହେବେ। ଏସ୍‌ଏଫଜେ କେବଳ ଭୟ ସୃଷ୍ଟିକରିବା ଲାଗି ଏଭଳି ପ୍ରୟାସ କରିଛି ବୋଲି ଦିଲ୍ଲୀର ଜଣେ ବରିଷ୍ଠ ପୋଲିସ ଅଧିକାରୀ ପ୍ରକାଶ କରିଛନ୍ତି। ସ୍ବାଧୀନତା ଦିବସରେ ସୁରକ୍ଷାବଳୟ ଭେଦ କରିବା ସହଜ ନୁହେଁ, ଯଦି କୌଣସି ସନ୍ଦିଗ୍ଧଙ୍କୁ ଧରାଯିବ, ତାଙ୍କୁ ହାଜତକୁ ନିଆଯିବ ବୋଲି ସେ କହିଛନ୍ତି।
ଏସ୍‌ଏଫ୍‌ଜେର ଆଟର୍ନି ଆଣ୍ଡ ଜେନେରାଲ କାଉନ୍‌ସେଲ ଗୁର୍‌ପତ୍‌ଓ୍ବନ୍ତ ସିଂ ପନ୍ନୁନ୍‌ ସୋସିଆଲ ନେଟ୍‌ଓ୍ବର୍କ ସାଇଟ୍‌ସରେ ଏଭଳି ମେସେଜ୍‌ ଦେବା ସହ ପୁରସ୍କାର ଘୋଷଣା କରିବା ପରେ ଏନେଇ ବିଶେଷ ସତର୍କତା ଗ୍ରହଣ କରାଯାଇଛି। ଖଲିସ୍ତାନ ସପକ୍ଷବାଦୀମାନେ ଗତ ମାସରେ ବିଚ୍ଛିନ୍ନତାବାଦୀ ଏଜେଣ୍ଡା ସମ୍ପର୍କରେ ଦର୍ଶାଇ ବିଭିନ୍ନ ଦେଶରେ ଥିବା ଭାରତୀୟ ଦୂତାବାସଠାରେ ସ୍ବାଧୀନତା ଦିବସରେ ଭୋଟର ପଞ୍ଜୀକରଣ କ୍ୟାମ୍ପ କରିବା ଲାଗି ଘୋଷଣା କରିଥିଲେ। ଏଥିଲାଗି ବିଭିନ୍ନ ଦେଶରେ ଥିବା ଭାରତୀୟ ଦୂତାବାସଗୁଡ଼ିକୁ ସତର୍କ କରାଯାଇଥିଲା। ପାକିସ୍ତାନରୁ ଏସ୍‌ଏଫ୍‌ଜେକୁ ବିପୁଳ ଟଙ୍କା ଓ ନୈତିକ ସମର୍ଥନ ମିଳୁଥିବାବେଳେ ଖଲିସ୍ତାନ ଆନ୍ଦୋଳନକୁ ଏମାନେ ବ୍ୟାପକ କରିବା ଲାଗି ପ୍ରୟାସ ଜାରି ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଦିଶା ଲୋକସଭା ଆସନରୁ ପ୍ରାର୍ଥୀପତ୍ର ଦାଖଲ କଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ

ଭୋପାଳ,୧୯।୪: ଭାଜପାର ବରିଷ୍ଠ ନେତା ତଥା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ବିଦିଶା ଲୋକସଭା ଆସନରୁ ପ୍ରାର୍ଥୀ ଭାବେ ଶୁକ୍ରବାର ନାମାଙ୍କନପତ୍ର ଦାଖଲ...

କଂଗ୍ରେସକୁ ଭୋଟ ନ ଦେବାକୁ କହିଲେ ମମତା ବାନାର୍ଜୀ

କୋଲକତା,୧୯।୪: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗୁରୁବାର ବିରୋଧୀ ଇଣ୍ଡିଆ ମେଣ୍ଟରେ ଥିବା ସିପିଆଇ(ଏମ) ଓ କଂଗ୍ରେସକୁ ତୀବ୍ର ସମାଲୋଚନା କରିଛନ୍ତି। ଉଭୟ ଦଳ ବେଙ୍ଗଲରେ...

‘ଜେଲ୍‌ରେ କେଜ୍‌ରିଓ୍ବାଲଙ୍କ ସହ କିଛି ବି ହୋଇପାରେ’

ନୂଆଦିଲ୍ଲୀ,୧୯।୪: ଅରବିନ୍ଦ କେଜ୍‌ରିଓ୍ବାଲଙ୍କୁ ମଧୁମେହ ହୋଇଥିଲେ ହେଁ ସେ ଜେଲ୍‌ରେ ଆମ୍ବ ଏବଂ ମିଠା ଖାଉଛନ୍ତି ବୋଲି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଦାବି କରିଛି। ଏହାପରେ ରାଜନୈତିକ...

ନାଗାଲାଣ୍ଡର ୬ ଜିଲାରେ ବୁଥ୍‌ ଖାଁ ଖାଁ, ଭୋଟ ଦେବାକୁ ଆସିଲେ ନାହିଁ ଜଣେ ହେଲେ ବି ଭୋଟର୍‌  

କୋହିମା,୧୯ା୪: ନାଗାଲାଣ୍ଡରେ ପୃଥକ ସରକାର(ରାଜ୍ୟ) ଏବଂ ଅଧିକ ଆର୍ଥିକ ସ୍ବାଧୀନତା ଦାବିରେ ‘ଲୋକଙ୍କ ଜରୁରୀକାଳିନ ପରିସ୍ଥିତି’ ନେଇ ଘୋଷଣା କରି ପୂର୍ବ ନାଗାଲାଣ୍ଡ ଲୋକ ସଂଗଠନ(ଇଏନ୍‌ପିଓ)...

ନାନୋ ୟୁରିଆ ବ୍ୟବହାର ପାଇଁ ଆସିଲା ବିଜ୍ଞପ୍ତି

ନୂଆଦିଲ୍ଲୀ,୧୯ା୪: ୩ ବର୍ଷ ପାଇଁ ନାନୋ ୟୁରିଆ ପ୍ଲସ୍‌ ସାର ବ୍ୟବହାର ନିମନ୍ତେ କେନ୍ଦ୍ର ସରକାର ବିଜ୍ଞପ୍ତି ଜାରି କରିଛନ୍ତି। ତେବେ ଏହି ସାରର ଉର୍ବରତା...

ଜେଲ୍‌ ଭିତରେ କେଜରିଓ୍ବାଲଙ୍କୁ ମାରି ଦେବାକୁ ଷଡଯନ୍ତ୍ର!

ନୂଆଦିଲ୍ଲୀ,୧୯।୪: ଅବକାରୀ ଦୁର୍ନୀତି ମାମଲାରେ ଗିରଫ ହୋଇ ଜେଲରେ ଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ବିରୋଧରେ ଚାଲିଛି ସାଂଘାତିକ ଷଡଯନ୍ତ୍ର। ଜେଲ ଭିତରେ କେଜରିୱାଲଙ୍କୁ...

ନିଜକୁ ଭୋଟ୍‌ ଦେଇପାରିବେନି ଏହି ପ୍ରାର୍ଥୀ

ନୂଆଦିଲ୍ଲୀ,୧୯।୪: ଶୁକ୍ରବାର ପ୍ରଥମ ପର୍ଯ୍ୟାୟ ମତଦାନ ଚାଲିଛି। ଏହି ପରିପ୍ରେକ୍ଷୀରେ ୧୦୨ଟି ଲୋକସଭା ଆସନ ପାଇଁ ଭୋଟ ଗ୍ରହଣ ହେଉଥିବା ବେଳେ ବିହାରର ୪ଟି ଲୋକସଭା...

ଭୋଟ ଦେଲେ ବିଶ୍ୱର ସବୁଠୁ ଛୋଟ ମହିଳା

ପୁଣେ,୧୯।୪: ମହାରାଷ୍ଟ୍ରର ପାଞ୍ଚଟି ସିଟ ପାଇଁ ଆଜି ଭୋଟଗ୍ରହଣ ଚାଲିଛି। ଲୋକମାନେ ଉତ୍ସାହର ସହ ଭୋଟ ଦେଉଛନ୍ତି। ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଛି। ଏହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri