Odisha Elections 2024

ପୁରୀ ବେଳାଭୂମିରେ ଲାଗିଲା ନାଲି ପତାକା -ବିପଦସଙ୍କୁଳ ସମୁଦ୍ର ସ୍ନାନ ଉପରେ କଟକଣା

ପୁରୀ ଅଫିସ, ୫ା୫: ଗତ ଦୁଇଦିନରେ ପୁରୀ ସମୁଦ୍ରରେ ବୁଡ଼ି ଚାରିଜଣ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିବା ପରେ ପ୍ରଶାସନର ଚେତା ପଶିଛି। ପୁରୀକୁ ବୁଲିବାକୁ ଆସୁଥିବା ପର୍ଯ୍ୟଟକମାନେ ଯେପରି ସୁରକ୍ଷିତ ଭାବେ ସମୁଦ୍ରରେ ସ୍ନାନ କରି ସୁଖଦ ଅନୁଭୂତି ନେଇ ଫେରିବେ ସେଥିଲାଗି ପ୍ରଶାସନ ପକ୍ଷରୁ ବେଳାଭୂମିରେ ନାଲିପତାକା ଲଗାଯିବା ସହ ପର୍ଯ୍ୟଟକଙ୍କୁ ସଚେତନତା କରାଯାଉଥିବା ଶୁକ୍ରବାର ଦେଖିବାକୁ ମିଳିଛି। ବେଳାଭୂମିର ସେକ୍ଟର ୧୩ରେ ଗତ ଦୁଇଦିନରେ ୪ଜଣ ପର୍ଯ୍ୟଟକ ସମୁଦ୍ରରେ ବୁଡ଼ି ପ୍ରାଣ ହରାଇଥିବାରୁ ସେଠାରେ ନାଲି ପତାକା ଲଗାଯାଇଛି। ଏହାବ୍ୟତୀତ ସେକ୍ଟର ୧୧, ୧୨ ଓ ୧୪ରେ ମଧ୍ୟ ନାଲି ପତାକା ଲଗାଯାଇଛି। ଏହାଦ୍ୱାରା ପ୍ରଶାସନ ସମ୍ପୃକ୍ତ ଅଞ୍ଚଳକୁ ଦୁର୍ଘଟଣାପ୍ରବଣ ଅଞ୍ଚଳ ଚିହ୍ନଟ କରି ପର୍ଯ୍ୟଟକଙ୍କୁ ସେଠାକୁ ଯିବାକୁ ବାରଣ କରିଛି। ନାଲି ପତାକା ଲଗାଯାଇଥିବା ସ୍ଥାନରେ ପର୍ଯ୍ୟଟକମାନେ ଯେଭଳି ସ୍ନାନ ନ କରିବେ ସେନେଇ ଲାଗିଛି କଟକଣା। ସମୁଦ୍ର କୂଳରେ ଉପସ୍ଥିତ ଥିବା ଲାଇଫଗାର୍ଡମାନେ ବିପଦପୂର୍ଣ୍ଣ ସ୍ଥାନରେ ନ ଗାଧୋଇବା ପାଇଁ ପର୍ଯ୍ୟଟକଙ୍କୁ ଅନୁରୋଧ କରୁଥିଲେ ମଧ୍ୟ ଏହାକୁ ଅନେକେ ମାନୁ ନ ଥିବା ଦେଖିବାକୁ ମିଳିଛି।
ପୁରୀର ବିସ୍ତୀର୍ଣ୍ଣ ବେଳାଭୂମିକୁ ୧୬ଟି ସେକ୍ଟରରେ ବିଭକ୍ତ କରାଯାଇଥିବା ବେଳେ ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ୧୦୦ ଜଣ ସରକାରୀ ଲାଇଫଗାର୍ଡ ଓ ୩୫୦ ଜଣ ବେସରକାରୀ ଲାଇଫଗାର୍ଡ ମୁତୟନ ରହୁଛନ୍ତି। କିନ୍ତୁ ପର୍ଯ୍ୟଟକଙ୍କ ଖାମଖିଆଲି ମନୋଭାବ ଏବଂ ଅସାବଧାନତା ଯୋଗୁ ସମୁଦ୍ର ସ୍ନାନ ବେଳେ ଅନେକ ଅମୂଲ୍ୟ ଜୀବନ ଚାଲିଯାଉଛି ବୋଲି ଲାଇଫ୍‌ଗାର୍ଡ ବି. ଆରିଆ କହିଛନ୍ତି। ସେହିପରି ଆଗକୁ ରଥଯାତ୍ରା ଆସୁଥିବାରୁ ପୁରୀକୁ ଲକ୍ଷାଧିକ ଭକ୍ତ ଓ ପର୍ଯ୍ୟଟକଙ୍କ ଆଗମନ ହେବ। ତେଣୁ ପର୍ଯ୍ୟାପ୍ତ ସଂଖ୍ୟକ ଲାଇଫଗାର୍ଡ ମୁତୟନ ସହ ଅତ୍ୟାଧୁନିକ ଉପକରଣର ଆବଶ୍ୟକତା ରହିଥିବା ବରିଷ୍ଠ ଦଇତାପତି ସେବାୟତ ବିନାୟକ ଦାସ ମହାପାତ୍ର ମତ ଦେଇଛନ୍ତି। ଅନ୍ୟପଟେ ପର୍ଯ୍ୟାପ୍ତ ସଂଖ୍ୟକ ଲାଇଫଗାର୍ଡଙ୍କ ଅଭାବ ଥିବା ପୁରୀ ଜିଲାପାଳ ସମର୍ଥ ବର୍ମା ସ୍ବୀକାର କରିଛନ୍ତି। ଖୁବଶୀଘ୍ର ଲାଇଫଗାର୍ଡଙ୍କ ସଂଖ୍ୟା ବୃଦ୍ଧି ସହ ଅତ୍ୟାଧୁନିକ ଉପକରଣ ଯୋଗାଇ ଦିଆଯିବ ବୋଲି ଜିଲାପାଳ ବର୍ମା କହିଛନ୍ତି। ତେବେ ସମୁଦ୍ର କୂଳରେ ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ପର୍ଯ୍ୟାପ୍ତ ସଂଖ୍ୟକ ଲାଇଫଗାର୍ଡ ମୁତୟନ ସହ ପ୍ରଶାସନ ପକ୍ଷରୁ ବିଭିନ୍ନ ଭାଷାରେ ସାଇନ୍‌ ବୋର୍ଡ ଲଗାଯିବା ଦିଗରେ ପ୍ରଶାସନ ଧ୍ୟାନ ଦେଲେ ସମୁଦ୍ରରେ ଏଭଳି ଅଘଟଣକୁ ରୋକାଯାଇପାରନ୍ତା ବୋଲି ଅନେକ ପର୍ଯ୍ୟଟକ ମତ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବସ୍ତିରେ ଟଙ୍କା ବଣ୍ଟାକୁ ନେଇ ଉତ୍ତେଜନା

କଟକ,୨୩ା୫(କାର୍ତ୍ତିକ ସାହୁ): କଟକ ମହାନଗର ନିଗମ ୬ ନମ୍ବର ଓ୍ବାର୍ଡ ଅଧୀନ ଇମାମନଗର ବସ୍ତିରେ ଭୋଟ ପାଇଁ ଟଙ୍କା ବଣ୍ଟାକୁ କେନ୍ଦ୍ର କରି ଉତ୍ତେଜନା ପ୍ରକାଶ...

ସ୍ତ୍ରୀ ରୋଗ ବିଶେଷଜ୍ଞ ଡ. ପୂର୍ଣ୍ଣିମା କୁଅଁରଙ୍କ ପରଲୋକ

କଟକ,୨୩ା୫:(କାର୍ତ୍ତିକ ସାହୁ): ରାଜ୍ୟର ସୁନାମଧନ୍ୟ ପ୍ରସୂତି ଓ ସ୍ତ୍ରୀ ରୋଗ ବିଶେଷଜ୍ଞ ଡ. ପୂର୍ଣ୍ଣିମା କୁଅଁର(୮୬)ଙ୍କ ପରଲୋକ ହୋଇଯାଇଛି। ସେ ସେରିବ୍ରାଲ ଷ୍ଟ୍ରୋକ (ସିଭିଏ)ରେ ପୀଡ଼ିତ...

ଭଡ଼ାଟିଆ ଦମ୍ପତିଙ୍କୁ ଆକ୍ରମଣ କରିବା ପଡ଼ିଲା ମହଙ୍ଗା

ତିହିଡ଼ି,୨୩ା୫(ସଞ୍ଜିତ ବଳ): ଭଦ୍ରକ ଜିଲା ତିହିଡ଼ି ଥାନା ଅଧୀନ ଭାଟପଡ଼ା ଗ୍ରାମରେ ଘରଭଡ଼ା ନେଇ ରହୁଥିବା ଏକ ଦମ୍ପତିଙ୍କୁ ପଡ଼ୋଶୀ ବାପ, ପୁଅ ମରଣାନ୍ତକ ଆକ୍ରମଣ...

ଅଷ୍ଟ ପ୍ରହର ନାମ ଯଜ୍ଞ ବିସର୍ଜନରେ ଅଘଟଣ

ଖଜୁରୀପଡ଼ା ୨୩।୫( ବିଦୁର ବେହେରା): ଅଷ୍ଟ ପ୍ରହର ନାମ ଯଜ୍ଞ ବିସର୍ଜନ ବେଳେ ପାଣିରେ ବୁଡି ଜଣେ ନାବାଳକଙ୍କ ମୃତ୍ୟୁ ଘଟିଛି। ଖଜୁରୀପଡ଼ା ଥାନା ଅନ୍ତର୍ଗତ...

ମହିଳାଙ୍କୁ ବଳାତ୍କାର ପରେ ହତ୍ୟା କରାଯାଇଥିବା ସନ୍ଦେହ

ଦିଗପହଣ୍ଡି,୨୩।୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା- ପତାଣ୍ଡ ରାସ୍ତା ଛକ ନିକଟରେ ଥିବା ଏକ ସିମେଣ୍ଟ ଇଟା ଫ୍ୟାକ୍ଟ୍ରି ପଛପଟ ଏକ...

ମୁହାଁମୁହିଁ ହେଲେ ଲେଖାଶ୍ରୀ-ପ୍ରତାପ ଷଡଙ୍ଗୀ, ସଭାମଞ୍ଚରେ ଦେଲେ ବଡ଼ ଆହ୍ବାନ

ବାଲେଶ୍ୱର,୨୩।୫: ମୁହାଁମୁହିଁ ହୋଇଛନ୍ତି ବିଜେଡି ଲୋକ ସଭା ପ୍ରାର୍ଥୀ ଲେଖାଶ୍ରୀ ସାମନ୍ତସିଂହାର ଓ ଭାଜପା ଲୋକ ସଭା ପ୍ରାର୍ଥୀ ପ୍ରତାପ ଷଡଙ୍ଗୀ। ଲେଖାଶ୍ରୀଙ୍କ ଭଣ୍ଡବାବା ମନ୍ତବ୍ୟ...

୨୫ ତାରିଖରେ ମତଦାନ କରିବାକୁ ଜିଲାପାଳଙ୍କ ନିବେଦନ

ଭୁବନେଶ୍ୱର,୨୩ା୫(ଅସମାପିକା ସାହୁ): ଖୋର୍ଦ୍ଧା ଜିଲାରେ ଆସନ୍ତା ୨୫ ତାରିଖରେ ଭୋଟ୍‌ ଗ୍ରହଣ ହେବ। ଭାରତର ଶ୍ରେଷ୍ଠ ଗଣତାନ୍ତ୍ରିକ ବ୍ୟବସ୍ଥା ଏବଂ ସମ୍ବିଧାନ ପ୍ରତ୍ୟେକ ନାଗରିକଙ୍କୁ ମତଦାନ...

ଘରକୁ ଘର ବୁଲି ଭୋଟ ଭିକ୍ଷା କରୁଛନ୍ତି ଅଭିମନ୍ୟୁ

ହାଟଡିହୀ,୨୩l୫(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ବିଧାନସଭା କ୍ଷେତ୍ରର ହାଟଡିହୀ ବ୍ଲକ ଅଧୀନ କଳିଙ୍ଗା ଏବଂ ପନ୍ଦାଡୋ ପଞ୍ଚାୟତରେ ଗୁରୁବାର ନିର୍ବାଚନୀ ପ୍ରଚାର ହୋଇଛି। ଯୁବ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri