ମାନବ ସେବାରେ ରେଡ୍‌କ୍ରସ

ଯୁଦ୍ଧ ସରିଯାଇଛି। ଯୁଦ୍ଧର ବିଭୀଷିକାକୁ ଦେଖି ମ୍ରିୟମାଣ ହୋଇଛନ୍ତି। ପାରିବାଯାଏ ଆହତ, ମୁମୂର୍ଷୁ ସୈନିକମାନଙ୍କର ସେବା, ଶୁଶ୍ରୂଷା କରିଛନ୍ତି। ଏହି ଯୁଦ୍ଧର ଭୟବହତାକୁ ସେ ବର୍ଣ୍ଣନା କରନ୍ତି ”ମେମୋରି ଅଫ୍‌ ସଲ୍‌ଫରିନୋ“ ନାମରେ। ଏହି ପୁସ୍ତକ ହିଁ ଏକ ଅନ୍ତର୍ଜାତୀୟ ସେବା ସଂସ୍ଥା ସ୍ଥାପନ ପାଇଁ ସମ୍ଭାବନା ସୃଷ୍ଟି କରିଥିଲା। ଶେଷରେ ସ୍ବପ୍ନ ସଫଳ ହୋଇଥିଲା। ୧୮୬୩ରେ ଜନ୍ମଲାଭ କଲା ରେଡ୍‌କ୍ରସ। ଏହାର ଜନ୍ମଦାତା ଭାବରେ ସାର୍‌ ଜନ୍‌ ହେନେରୀ ଡୁନାଣ୍ଟ ପ୍ରସିଦ୍ଧି ଲାଭ କରନ୍ତି।
ଡୁନାଣ୍ଟଙ୍କ ଜନ୍ମ ୮ମେ’ ୧୮୨୮ରେ ସ୍ବିଜରର୍ଲାଣ୍ଡର ଜେନେଭା ସହରରେ । ସେ ହେଉଛନ୍ତି ଜିନ୍‌ ଜାକ୍ୟୁସ୍‌ ଡୁନାଣ୍ଟ ଓ ଆଣ୍ଟୋ ଇନେଟି ଡୁନାଣ୍ଟଙ୍କ ପ୍ରଥମ ସନ୍ତାନ। ଡୁନାଣ୍ଟ ଜଣେ ସାମାଜିକ କର୍ମୀ, ମାନବବାଦୀ ତଥା ଜଣେ ବ୍ୟବସାୟୀ ଥିଲେ। ବ୍ୟବସାୟ ଉଦ୍ଦେଶ୍ୟରେ ଯାଇଥିବା ବେଳେ ୨୪ ଜୁନ ୧୮୫୯ରେ ସେ ସଲ୍‌ଫରିନୋ ସହରରେ ପହଞ୍ଚତ୍ଥିଲେ। ସେହି ସମୟରେ ଫ୍ରାନ୍ସର ନେପୋଲିୟନ ତୃତୀୟ, ସାରାଦିଆନର ଭିକ୍ଟର ଇମାନୁଏଲ ଦ୍ବିତୀୟ ଓ ଅର୍ଷ୍ଟିଆର ଫ୍ରାନ୍‌ଜ ଜୋଶେଫଙ୍କ ମଧ୍ୟରେ ଯୁଦ୍ଧ ହୋଇ ସାରିଥିଲା। ପାଖାପାଖି ୪୦ ହଜାର ସୈନିକ ଓ ସାଧାରଣ ଲୋକ ଯୁଦ୍ଧରେ କ୍ଷତିଗ୍ରସ୍ତ ହୋଇଥିଲେ। ସେମାନଙ୍କ ମଧ୍ୟରୁ ଅନେକ ମୃତ୍ୟୁବରଣ କରିଥିଲେ, କିଛି ବିକଳାଙ୍ଗ, ଆଉ କିଛି ଆହତ ହୋଇ ଛଟପଟ ହେଉଥିଲେ। ଡୁନାଣ୍ଟ ଏହି ଦୃଶ୍ୟ ଦେଖି ଆହତମାନଙ୍କୁ ଚିକିତ୍ସା କରିବା ପାଇଁ ଲାଗିପଡିଲେ। ଅର୍ଷ୍ଟିଆର କିଛି ଡାକ୍ତର ମଧ୍ୟ ଡୁନାଣ୍ଟଙ୍କ ଦ୍ବାରା ଅନୁପ୍ରାଣିତ ହୋଇ ସେବାରେ ଲାଗିଥିଲେ। ଏହି ଯୁଦ୍ଧର ଭୟାବହତାକୁ ୧୮୬୨ରେ ”ମେମୋରି ଅଫ୍‌ ସଲ୍‌ଫରିନୋ“ ପୁସ୍ତକ ଆକାରରେ ପ୍ରକାଶ କଲେ। ନିଜ ଉଦ୍ୟମରେ ଏହି ପୁସ୍ତକର ୧୬୦୦ କପି କରିଥିଲେ। ଉକ୍ତ ପୁସ୍ତକ ଦ୍ୱାରା ପ୍ରଭାବିତ ହୋଇ ଅନେକ ରାଷ୍ଟ୍ରନାୟକ ଏକ ପକ୍ଷପାତିତା ବିହୀନ ସଂଘ ଗଠନ କରିବା ପାଇଁ ମନ ବଳାଇଥିଲେ। ସେବା ଉଦ୍ଦେଶ୍ୟରେ ଏକ ଆନ୍ତର୍ଜାତିକ ସଂସ୍ଥା ଗଠନ ପାଇଁ ପ୍ରଥମ ବୈଠକ ୧୭.୦୩.୧୮୬୩ରେ ବସିଥିଲା। ଏଥିତ୍ରେ ଡୁନାଣ୍ଟଙ୍କ ସମେତ ଥିଲେ ମେୟନିର, ଆର୍ମି ଜେନେରାଲ ଡୁଫୋଇ, ଡାକ୍ତର ଲୁଇସ୍‌ ଏପି, ଥିଓଡର ମଉରିଅର। ଉକ୍ତ ବୈଠକ ପରେ ଏକ ଅନ୍ତର୍ଜାତୀୟ ସଂସ୍ଥା ଗଠନ ପାଇଁ ସୁଗମ ହୋଇଥିଲା। ୯ ଫେବୃୟାରୀ ୧୮୬୩ରେ ସୃଷ୍ଟି ହେଲା ଅନ୍ତର୍ଜାତୀୟ ସଂସ୍ଥା ରେଡ୍‌କ୍ରସ। ୧୮୬୪ରେ ଜେନେଭା କନ୍‌ଭେନ୍‌ଶନରେ ବିଭିନ୍ନ ନିୟମ ପ୍ରଣୟନ କରାଗଲା। ଯୁଦ୍ଧରେ ଆହତ ସୈନିକମାନଙ୍କୁ ଜାତି, ବର୍ଣ୍ଣ, ଧର୍ମ ଓ ଦେଶ ନିର୍ବିଶେଷରେ ସେବା ପ୍ରଦାନ କରିବା। ଏହିପରି ବିଶ୍ବରେ ଭ୍ରାତୃଭାବ ଓ ସେବା ସହଯୋଗ ପାଇଁ ସଭ୍ୟ ରାଷ୍ଟ୍ର ଏହିସବୁ ନିୟମରେ ହସ୍ତାକ୍ଷର କରିବ। ପରବର୍ତ୍ତୀ ସମୟରେ ଏହିସବୁ ନିୟମକୁ ଆହୁରି ସାର୍ବଜନୀନ କରାଯାଇ ନୂଆ ନିୟମ ସଂଯୋଗ ହୋଇଛି। ରେଡ୍‌କ୍ରସର ଏକ ପତାକା ରହିଲା। ବିଭିନ୍ନ ଚିହ୍ନ ରେଡ୍‌କ୍ରସ ପତାକାରେ ବ୍ୟବହାର ହେଇ ଶେଷରେ ରେଡ୍‌କ୍ରସ, ରେଡ୍‌ କ୍ରିସାଣ୍ଟ ଓ ରେଡ୍‌ କ୍ରିଜାଣ୍ଟ ହିଁ ସ୍ଥାନ ପାଇଲା। ଦେଶ ଭିତ୍ତିରେ ଏହି ଚିହ୍ନ ବ୍ୟବହାର ହେଲା। ଚିହ୍ନର ରଙ୍ଗ ସବୁ ଲାଲ ରହିଲା।
ଡୁନାଣ୍ଟ ଓ ତାଙ୍କ ସାଥୀମାନଙ୍କ ମାର୍ଗଦର୍ଶନରେ ଅନେକ ଦେଶରେ ପ୍ରତିଷ୍ଠା ହୁଏ ରେଡ୍‌କ୍ରସ ସଂସ୍ଥା। ବିଧିବଦ୍ଧ ଭାବେ ୧୯୧୯ରେ ପ୍ରତିଷ୍ଠା ହେଲା ଅନ୍ତର୍ଜାତୀୟ ରେଡ୍‌କ୍ରସ ସଂସ୍ଥା, ଯାହାର ସଦସ୍ୟ ୧୯୦ ଦେଶ ଅଛନ୍ତି। ଏହି ଅନ୍ତର୍ଜାତୀୟ ସଂସ୍ଥାରେ ପାଖାପାଖି ୯୭ ମିଲିୟନ ସ୍ବେଚ୍ଛାସେବୀ କାମ କରନ୍ତି। ସମ୍ପୃକ୍ତ ସ୍ବେଚ୍ଛାସେବୀମାନେ ୧୬୦ ମିଲିୟନ ଲୋକଙ୍କୁ ସହଯୋଗ କରିଥା’ନ୍ତି। ରେଡ୍‌କ୍ରସର ୭ଟି ନିୟମ ବା ସଂକଳ୍ପ ରହିଛି ଯଥା- ମାନବିକତା, ନିଷ୍ପକ୍ଷତା, ନିରପେକ୍ଷତା, ସ୍ବାଧୀନତା, ସ୍ବଇଚ୍ଛା ସେବା, ଏକତା ଓ ବିଶ୍ବଭ୍ରାତୃତ୍ୱ। ରେଡ୍‌କ୍ରସର ଜଣେ ସ୍ବେଚ୍ଛାସେବୀ ଏହି ୭ଟି ଅଳଙ୍କାରରେ ଭୂଷିତ ହୋଇଥାଏ ଏବଂ ତା’ର କାର୍ଯ୍ୟ ମଧ୍ୟ ତଦନୁରୂପ ହୋଇଥାଏ। ତେବେ ତ ଦୁଇ ଦେଶ ମଧ୍ୟରେ ଯୁଦ୍ଧ ହେଉଥିଲେ ମଧ୍ୟ ଉଭୟ ପକ୍ଷର ଗୁଳି ରେଡ୍‌କ୍ରସ ସ୍ବେଚ୍ଛାସେବୀକୁ ବାଜେ ନାହିଁ। କେବଳ ରେଡ୍‌କ୍ରସ ଚିହ୍ନିତ ହୋଇ ସେବା କରୁଥିବା ଆବଶ୍ୟକ। ରେଡ୍‌କ୍ରସ ପ୍ରତିଷ୍ଠା କରି ସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବ୍ୟକ୍ତିଗତ ଭାବରେ ଡୁନାଣ୍ଟ ୧୯୦୧ରେ ସମ୍ମାନଜନକ ନୋବେଲ ଶାନ୍ତି ପୁରସ୍କାର ପାଇଥିଲେ। ଏହା ବ୍ୟତୀତ ରେଡ୍‌କ୍ରସ ସଂସ୍ଥା ୧୯୧୭, ୧୯୪୪, ୧୯୬୩ରେ ନୋବେଲ ଶାନ୍ତି ପୁରସ୍କାର ପାଇସାରିଛି ଏବଂ ରେଡ୍‌କ୍ରସ ଘୋଷଣା କରିଛି ପରବର୍ତ୍ତୀ ସମୟରେ ନୋବେଲ ପୁରସ୍କାର ଆଉ ଗ୍ରହଣ କରିବ ନାହିଁ। ୧୯୪୮ରେ ପ୍ରଥମ କରି ବିଶ୍ୱ ରେଡ୍‌କ୍ରସ ଦିବସ ପାଳନ କରାଯାଇଥିଲା। ଏହାର ପରବର୍ତ୍ତୀ ସମୟରେ ଆନ୍ତର୍ଜାତିକ ରେଡ୍‌କ୍ରସ ସଂସ୍ଥା ଓ ରେଡ୍‌ କ୍ରିସାଣ୍ଟ ୧୯୮୪ ରେ ଘୋଷଣା ହୋଇ ପୃଥିବୀର ବିଭିନ୍ନ ରାଷ୍ଟ୍ରରେ ସେବା କାର୍ଯ୍ୟକ୍ରମ ସଫଳତା ସହ ଜାରି ରହିଛି। ସାର୍‌ ହେନେରୀ ଡୁନାଣ୍ଟଙ୍କ ଜନ୍ମ ତାରିଖରେ ପ୍ରତିବର୍ଷ ବିଶ୍ବ ରେଡ୍‌କ୍ରସ ଦିବସ ପାଳନ ହୋଇ ଆସୁଅଛି।
୧୯୨୦ରେ କ୍ଲାଉଡ ହିଲ୍‌ଙ୍କ ଉଦ୍ୟମରେ ଭାରତରେ ରେଡ୍‌କ୍ରସ ସ୍ଥାପିତ ହୋଇଥିଲା। ବର୍ତ୍ତମାନ ଭାରତରେ ୩୫ଟି ଶାଖା ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ରହିଛି। ଭାରତରେ ବିଭିନ୍ନ ଜିଲା ଓ ସବ୍‌ଡିଭିଜନରେ ୭୦୦ଟି ଶାଖା ରହିଛି। ଦେଶରେ ଭାରତର ରାଷ୍ଟ୍ରପତି ରେଡ୍‌କ୍ରସର ସଭାପତି ଥିଲା ବେଳେ ରାଜ୍ୟଗୁଡ଼ିକରେ ରାଜ୍ୟପାଳ ରେଡ୍‌କ୍ରସର ମୁଖ୍ୟ ଭାବରେ କାର୍ଯ୍ୟ କରିଥା’ନ୍ତି। ଯୁବ ରେଡ୍‌କ୍ରସ ଓ ଜୁନିୟର ରେଡ୍‌କ୍ରସ ପରି ଶାଖାମାନଙ୍କରେ ହଜାର ହଜାର ସ୍ବେଚ୍ଛାସେବୀ ସୃଷ୍ଟି ହୋଇ ସେବା ସହଯୋଗ ଚାଲୁ ରଖିଛନ୍ତି। ରେଡ୍‌କ୍ରସ କେବଳ ଚିକିତ୍ସା ସେବା କି ରକ୍ତଦାନରେ ସୀମିତ ନାହିଁ। ଦେଶରେ ଭୂମିକମ୍ପ, ବନ୍ୟା, ବାତ୍ୟା, ନିଆଁପୋଡି, ବିଭିନ୍ନ ମହାମାରୀ ସମୟରେ ଆଗକୁ ଆସି ସଚେତନ ଓ ସହଯୋଗ କରୁଛି। କୋଭିଡ୍‌ ମହାମାରୀରେ ସାରା ପୃଥିବୀରେ ସେବା ଯୋଗାଇ ଆସୁଛି ରେଡ୍‌କ୍ରସ। ଓଡ଼ିଶାରେ ରାଜ୍ୟ ରେଡ୍‌କ୍ରସ ଶାଖା ତରଫରୁ ନିୟମିତ କୋଭିଡ୍‌ ସଚେତନତା ଓ ସେବା ସହଯୋଗ ଚାଲୁ ରହିଛି। ରେଡ୍‌କ୍ରସ ବର୍ତ୍ତମାନ ପରିସ୍ଥିତିରେ ହଜି ଯାଇଥିବା ଲୋକମାନଙ୍କ ଥଇଥାନ ପାଇଁ ମଧ୍ୟ କାର୍ଯ୍ୟ କରୁଅଛି। ରେଡ୍‌କ୍ରସ ଓଡ଼ିଶା ରାଜ୍ୟ ଶାଖାର ଭୂମିକା ଏ ଦିଗରେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ରେଡ୍‌କ୍ରସ ମାନବର ସେବା ପାଇଁ ଉତ୍ସର୍ଗୀକୃତ। ଆନ୍ତର୍ଜାତିକ ରେଡ୍‌କ୍ରସ ସଂଗଠନ ମାନବବାଦର ଜୟଗାନ କରିଥାଏ। ଏହାର ମୁଖ୍ୟ କାର୍ଯ୍ୟାଳୟ ସ୍ବିଜରର୍ଲାଣ୍ଡର ଜେନେଭା ସହରରେ ଅବସ୍ଥିତ। ଏହି ସଙ୍ଗଠନର ଏକ ସମ୍ବିଧାନ ରହିଛି।
ଚଳିତ ବର୍ଷ ରେଡ୍‌କ୍ରସର ବାର୍ତ୍ତା ହେଉଛି- ମାନବ ପ୍ରତି ଦୟା ପ୍ରଦର୍ଶନ କରିବା। ମହାମାରୀ ସମୟରେ ମାନବ ପ୍ରତି ଯଥୋଚିତ ବ୍ୟବହାର ସ୍ନେହ, ସହାନୁଭୂତି, ଦୟାଭାବ ଉଦ୍ରେକ କରିବା। ସାରା ବିଶ୍ବକୁ ନିଜର ପରିବାର ମନେକରିବା। ପରୋପକାର ପାଇଁ ଚେଷ୍ଟିତ ହେବା। ରେଡ୍‌କ୍ରସ ପରି ଏକ ଅନ୍ତର୍ଜାତୀୟ ସେବା ସଂସ୍ଥାର ସ୍ବେଚ୍ଛାସେବୀ ହେବା ନିଶ୍ଚିତ ଭାବେ ଗର୍ବ ଓ ଗୌରବର କଥା।

  • ମୋହନ ଚରଣ ବିଷି
    ଗଡରାମାଲ, କୋକସରା, କଳାହାଣ୍ଡି
    ମୋ: ୯୭୭୭୪୬୮୮୪୧

Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ତେଲଙ୍ଗାନାରେ ‘ମିନି ବ୍ରାଜିଲ’ ନାଁ ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। ଏମିତି କା ମିନି ବ୍ରାଜିଲ ହେଉଛି ସିକନ୍ଦରାବାଦର ଭାଲ୍ଲୁର ନଗର। ଏଭଳି ନାମକରଣର କାରଣ…

ହାରିଯାଇଥିବା ଲୋକ

ବାରମ୍ବାର ବିଫଳ ହେଉଥିବା ପାଣ୍ଡବଙ୍କ ସହ କିନ୍ତୁ ଶ୍ରୀକୃଷ୍ଣ ସାଥ୍‌ ଦେଇଥିଲେ। ଯୁଦ୍ଧରେ ଭବିଷ୍ୟତର ପରାଜୟକୁ ଦେଖୁଥିବା କର୍ଣ୍ଣ ମୃତ୍ୟୁକୁ ସ୍ବାଗତ କଲେ। ହେଲେ ନିଜର ସାଥୀ…

ମମଦାନୀଙ୍କ ଦୃଷ୍ଟିକୋଣ

ଫ୍ରାନ୍ସିସ୍‌ ଫୁକୁୟାମାଙ୍କ ୧୯୯୦ ଦଶକର ‘ଇତିହାସର ସମାପ୍ତି’ ସିଦ୍ଧାନ୍ତ ଉଦାରବାଦୀ-ଗଣତାନ୍ତ୍ରିକ ପାଶ୍ଚାତ୍ୟ ଜଗତକୁ ଏକାଠି ବାନ୍ଧି ରଖିଥିଲା। ତାଙ୍କର ଯୁକ୍ତି ଥିଲା, ପାଶ୍ଚାତ୍ୟ ଉଦାରବାଦୀ-ଗଣତାନ୍ତ୍ରିକ କଲ୍ୟାଣକାରୀ ପୁଞ୍ଜିବାଦ…

ପାଠ୍ୟପୁସ୍ତକ ରାଜନୀତି

ଗୋଟିଏ ସ୍କୁଲ ବନ୍ଦ ହେଲେ ସେହି ଅଞ୍ଚଳର ପିଲାଙ୍କ ଭବିଷ୍ୟତ ନଷ୍ଟ ହୁଏ। କିନ୍ତୁ ଗୋଟିଏ ବର୍ଷର ପାଠ୍ୟପୁସ୍ତକ ନଷ୍ଟ ହେଲେ ସେହି ରାଜ୍ୟର ଲକ୍ଷାଧିକ ଛାତ୍ରୀଛାତ୍ରଙ୍କ…

ଆଧ୍ୟାତ୍ମିକତା ମୁଖା ତଳେ ସ୍ବାର୍ଥ

ଆଧୁନିକ ସମାଜରେ ଧର୍ମ ଏବଂ ଭକ୍ତିର ସ୍ବରୂପ ବଦଳିବାରେ ଲାଗିଛି । ସକାଳୁ ଉଠି ସୋସିଆଲ ମିଡିଆରେ ଦେବଦେବୀଙ୍କ ଫଟୋ ସହ ‘ଗୁଡ୍‌ ମର୍ନିଂ’ ମେସେଜ୍‌ ପଠାଇବା,…

କାଳୀଦାସ ବୁଦ୍ଧି

ଶୁଣାଯାଏ, ମହାକବି କାଳୀଦାସ ପ୍ରଥମ ଜୀବନରେ ଏତେ ନିର୍ବୁଦ୍ଧିଆ ଥିଲେ ଯେ ଏକଦା ସେ ଗୋଟିଏ ଗଛର ଡାଳରେ ବସି ସେହି ଡାଳକୁ ମୂଳରୁ ହାଣୁଥିଲେ। ଏବେ…

ବରାବର ଗୁମ୍ପାର ରହସ୍ୟ

ବିହାର ରାଜଗିର ନିକଟରେ ଶୋଭାପାଉଛି ବରାବର ଗୁମ୍ଫା। ଏହା ଭିତରକୁ ପ୍ରବେଶକଲେ ଯେ ଚମତ୍କାର ଅନୁଭବ ଆସେ। ଏହି ଗୁମ୍ଫାର କାନ୍ଥଗୁଡ଼ିକୁ ଏପରି ନିଖୁଣ ଭାବରେ ପଲିସ୍‌…

ପ୍ରଥା ଓ ପରମ୍ପରା

ବିଶ୍ୱର ସାମାଜିକ ଚଳଣିରେ ଅନେକ ପ୍ରଥା ଓ ପରମ୍ପରା ସନ୍ନିବେସିତ, ଯାହା ମଣିଷକୁ ଏକ ଅନୁଶାସନରେ ରହି ଶୃଙ୍ଖଳିତ ଜୀବନଯାପନ କରିବାକୁ ପ୍ରେରଣା ଦେଇଥାଏ। ବିଶ୍ୱ ସାମାଜିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri