ନିଯୁକ୍ତି ରହସ୍ୟ

Dillip Cherian

ପ୍ରତିରକ୍ଷା ଉତ୍ପାଦନ ସଚିବ ରାଜ କୁମାରଙ୍କ କାର୍ଯ୍ୟକାଳ ପୂରଣ ହେବା ପୂର୍ବରୁ ତାଙ୍କ ମୂଳ ରାଜ୍ୟ କ୍ୟାଡର୍‌ ଗୁଜରାଟକୁ ପଠାଇ ଦିଆଯିବା ପରେ ତିନି ମାସରୁ ଊର୍ଦ୍ଧ୍ୱ ହେବ ସେହି ପଦବୀ ଖାଲି ରହିଛି। ବିଭିନ୍ନ ରାଜ୍ୟର ବିଧାନସଭା ନିର୍ବାଚନ ପରେ ସରକାର ଜଣେ ନିର୍ଦ୍ଦିଷ୍ଟ ଆଇଏଏସ୍‌ ଅଧିକାରୀଙ୍କୁ ଏହି ପଦବୀକୁ ଆଣିବାକୁ ଚାହିଁଥିବାରୁ ଏହା ପୂରଣ ହୋଇପାରିନାହିଁ ବୋଲି କେତେଜଣ ପର୍ଯ୍ୟବେକ୍ଷକ ଭାବୁଥିଲେ। କିନ୍ତୁ ନିର୍ବାଚନ ଶେଷ ହଲେ ବି ନିଯୁକ୍ତି ହୋଇପାରି ନାହିଁ ଓ ଏହା ରହସ୍ୟ ଘେରରେ ରହିଛି ।
ସେ ସମୟରେ ରାଜ କୁମାରଙ୍କୁ ରାଜ୍ୟ ସରକାରଙ୍କ ଅନୁରୋଧ କ୍ରମେ ଗୁଜରାଟ ପଠାଯାଇଥିଲା ବୋଲି ଅନୁମାନ କରାଯାଉଥିଲା। ସରକାର ମଧ୍ୟ ତାଙ୍କୁ ରାଜ୍ୟର ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ ଭାବେ ନିଯୁକ୍ତ କରିବା ପାଇଁ ଆଗ୍ରହୀ ଥିଲେ ବି ଏଥିପାଇଁ କୌଣସି ତପତ୍ରତା ନାହିଁ। ଅନ୍ୟପଟେ ନିର୍ବାଚନ ଶେଷ ହୋଇଥିଲେ ମଧ୍ୟ କେନ୍ଦ୍ର ରାଜ କୁମାରଙ୍କ ବଦଳରେ ଆଉ ଜଣେ ବାବୁଙ୍କ ନାମ ଘୋଷଣା କରୁନାହିଁ। ଯେ ପର୍ଯ୍ୟନ୍ତ ନିଯୁକ୍ତି ହୋଇନାହିଁ ସେ ଯାଏ ପ୍ରତିରକ୍ଷା ସଚିବ ଅଜୟ କୁମାରଙ୍କୁ ଏହି ଗୁରୁତ୍ୱପୂର୍ଣ୍ଣ ବିଭାଗର ଅତିରିକ୍ତ ଦାୟିତ୍ୱ ବହନ କରିବାକୁ ହେବ। ଦିନ ପରେ ଦିନ ଗଡି ଚାଲିଥିବାରୁ ନିଯୁକ୍ତି ପାଇବାକୁ ଥିବା ପ୍ରତିରକ୍ଷା ବାବୁଙ୍କୁ ନେଇ କଳ୍ପନାଜଳ୍ପନା ବଢ଼ିବାରେ ଲାଗିଛି। ଏହି ସମୟରେ ଏକ ସେକ୍ଟୋରାଲ ଗ୍ରୁପ୍‌ ଅଫ୍‌ ସେକ୍ରେଟାରିଜ୍‌ (ଏସ୍‌ଜିଓଏସ୍‌) କ୍ୟାବିନେଟ ସଚିବ ରାଜୀବ ଗୌବାଙ୍କୁ ଭେଟିଛନ୍ତି। ୨୦୪୭ ସୁଦ୍ଧା ଭାରତ ପ୍ରତିରକ୍ଷା ଉତ୍ପାଦନ ୧୫୦ ବିଲିୟନକୁ ବୃଦ୍ଧି କରିବାର ଲକ୍ଷ୍ୟ ରଖିବା ଏବଂ ବାର୍ଷିକ ରପ୍ତାନି କ୍ଷେତ୍ରରେ ୩୦ ବିଲିୟନ ଡଲାର ଟାର୍ଗେଟ ହାସଲ କରିବା ଦରକାର ବୋଲି ସେମାନେ ମତ ରଖିଛନ୍ତି। ବାସ୍ତବରେ ଏହି ଲକ୍ଷ୍ୟ ହାସଲ କରିବା ଯେତିକି ମହତ୍ତ୍ୱପୂର୍ଣ୍ଣ, ଏହାର ଦାୟିତ୍ୱ ନିର୍ବାହ ପାଇଁ ଜଣେ ଦକ୍ଷ ବ୍ୟକ୍ତିଙ୍କୁ ନିଯୁକ୍ତ କରିବା ତା’ଠାରୁ ଗୁରୁତ୍ୱପୂର୍ଣ୍ଣ।
ଜମ୍ମୁକଶ୍ମୀରକୁ ଅଧିକ ପଦବୀ
କାର୍ମିକ ଓ ପ୍ରଶିକ୍ଷଣ ବିଭାଗ(ଡିଓପିଟି) କେନ୍ଦ୍ରଶାସିତ ଅଞ୍ଚଳ ଜମ୍ମୁକଶ୍ମୀରର ପ୍ରଶାସନିକ କାର୍ଯ୍ୟରେ ଉନ୍ନତି ଆଣିବା ପାଇଁ ପଦକ୍ଷେପ ନେଇଛି। ଏଜିଏମ୍‌ୟୁଟି (ଅରୁଣାଚଳପ୍ରଦେଶ ଗୋଆ ମିଜୋରାମ ଆଣ୍ଡ୍‌ ୟୁନିୟନ ଟେରିଟୋରି) କ୍ୟାଡର୍‌ର ଆଇଏଏସ୍‌, ଆଇପିଏସ୍‌ ଏବଂ ଆଇଏଫ୍‌ଏସ୍‌ଙ୍କ ୧୮୯ ପଦବୀକୁ ଡିଓପିଟି ଔପଚାରିକ ଭାବେ ଜମ୍ମୁକଶ୍ମୀରକୁ ଆବଣ୍ଟନ କରିଛି। ଏହି ପଦକ୍ଷେପ ଏବଂ ଡିଓପିଟି ସଚିବ ପି.କେ. ତ୍ରିପାଠୀଙ୍କ ଦ୍ୱାରା ଅଧିସୂଚିତ ସଂଶୋଧିତ ସେବା ନିୟମଗୁଡ଼ିକ ଜମ୍ମୁକଶ୍ମୀରକୁ ଅନ୍ୟ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ସହ ସମକକ୍ଷ କରିପାରିବ। ବିଜ୍ଞପ୍ତି ଅନୁଯାୟୀ, ଏଜିଏମ୍‌ୟୁଟି କ୍ୟାଡର୍‌ର ୬୫ ସିନିୟର ଡ୍ୟୁଟି ପୋଷ୍ଟ୍‌ ଭାରତୀୟ ପ୍ରଶାସନିକ ସେବାରେ, ୭୦ ଭାରତୀୟ ପୋଲିସ ସେବାରେ ଏବଂ ୫୮ ଭାରତୀୟ ବନ ସେବାରେ ଜମ୍ମୁକଶ୍ମୀରକୁ ଦିଆଯାଇଛି। ଜମ୍ମୁକଶ୍ମୀରର ଗୋଟିଏ ମୁଖ୍ୟ ସଚିବ ପଦବୀ, ୬ ପ୍ରିନ୍‌ସିପାଲ ସେକ୍ରେଟାରି, ଜଣେ ସ୍ପେଶିଆଲ ଟ୍ରବ୍ୟୁନାଲ ଚେୟାରମ୍ୟାନ, ପ୍ରିନ୍‌ସିପାଲ ସେକ୍ରେଟାରି ଟୁ ଗଭର୍ନର, ଚିଫ୍‌ ଇଲେକ୍ଟ୍ରୋରାଲ ଅଫିସର (ସିଇଓ), ଜଣେ ପ୍ରନ୍‌ସିପାଲ ରେସିଡେଣ୍ଟ କମିଶନର, ୯ କମିଶନର ସେକ୍ରେଟାରି, ୨ ଡିଭିଜନାଲ କମିଶନର ଏବଂ ୨୦ ଡେପୁଟି କମିଶନର ଆଦି ପଦବୀ ରହିବ । ସୂତ୍ରରୁ ଜଣାପଡ଼ିଛି ଯେ, ପୂର୍ବରୁ ଜମ୍ମୁକଶ୍ମୀର କ୍ୟାଡର୍‌ରେ ଥିବା ଅନେକ ଆଇଏଏସ୍‌ ଓ ଆଇପିଏସ୍‌ ଅଧିକାରୀ ଏବେ ଏଜିଏମ୍‌ୟୁଟିରେ ମିଶିଯାଇଛନ୍ତି ଏବଂ ସେମାନଙ୍କୁ ଲଦାଖରେ ନିଯୁକ୍ତି ଦିଆଯାଇଛି। ବର୍ତ୍ତମାନ କେନ୍ଦ୍ର ଏବଂ ଲଦାଖରେ ଡେପୁଟେଶନରେ ଥିବା ଅଧିକାରୀମାନଙ୍କୁ ମିଶାଇ କେବଳ ୬୦ ଆଇଏଏସ୍‌ ଏବଂ ୬୪ ଆଇପିଏସ୍‌ ଜମ୍ମୁକଶ୍ମୀରରେ ରହିଛନ୍ତି।
ଅବସର ପର ଦାୟିତ୍ୱ
ବରିଷ୍ଠ ବାବୁମାନଙ୍କ ମଧ୍ୟରୁ କେତେଜଣ ଅବସର ପରେ ମୋଦି ସରକାରରେ ନିଯୁକ୍ତି ପାଇ ନିଜକୁ ଖୁବ୍‌ ଦରକାରୀ ବାବୁ ଭାବେ ପ୍ରତିପାଦିତ କରି ଆସୁଛନ୍ତି। ଏବେ ପୂର୍ବତନ ଅର୍ଥ ସଚିବ ଦେବାଶିଷ ପଣ୍ଡା ଭାରତୀୟ ବୀମା ନିୟାମକ ଓ ବିକାଶ ପ୍ରାଧିକରଣ (ଆଇଆର୍‌ଡିଏଆଇ)ର ନୂଆ ଅଧ୍ୟକ୍ଷ ହୋଇଛନ୍ତି। ଏହି ପଦବୀରେ ଏସ୍‌.ସି. ଖୁଣ୍ଟିଆଙ୍କ କାର୍ଯ୍ୟକାଳ ଶେଷ ହେବାର ପାଖାପାଖି ୧୦ ମାସ ପରେ ପଣ୍ଡାଙ୍କୁ ନିଯୁକ୍ତି ମିଳିଛି। ଫଳରେ ନିଯୁକ୍ତି ବିଳମ୍ବକୁ ନେଇ ହେଉଥିବା ଆଲୋଚନାର ପରିସମାପ୍ତି ଘଟିଛି। ଅନ୍ୟ ଏକ ନିଷ୍ପତ୍ତି କ୍ରମେ ସରକାର ପୂର୍ବତନ ବେସାମରିକ ବିମାନ ଚଳାଚଳ ସଚିବ ପ୍ରଦୀପ ସିଂ ଖରୋଲାଙ୍କୁ ୩ ବର୍ଷ ପାଇଁ ନ୍ୟାଶନାଲ ରିକ୍ରୁଟ୍‌ମେଣ୍ଟ ଏଜେନ୍ସି (ଏନ୍‌ଆର୍‌ଏ)ର ନୂତନ ଅଧ୍ୟକ୍ଷ ଭାବେ ନିଯୁକ୍ତ କରିଛନ୍ତି। ସେ କେନ୍ଦ୍ରୀୟ ସଂସ୍ଥାଗୁଡ଼ିକରେ ଗ୍ରୁପ୍‌ ସି ଓ ଗ୍ରୁପ୍‌ ଡି ପଦବୀ ନିଯୁକ୍ତି ପାଇଁ ଉଦ୍ଦିଷ୍ଟ କମନ୍‌ ଏଲିଜିବିଲିଟି ଟେଷ୍ଟ୍‌ (ସିଇଟି)ର ଦେଖାଶୁଣା କରିବେ। ସିଇଟିକୁ ବ୍ୟବସ୍ଥିତ କରିବା ଏବଂ ଷ୍ଟାଫ୍‌ ସିଲେକ୍‌ଶନ କମିଶନ, ରେଲଓ୍ବେ ରିକ୍ରୁଟ୍‌ମେଣ୍ଟ ବୋର୍ଡ ଏବଂ ଇନ୍‌ଷ୍ଟିଚ୍ୟୁଟ ବ୍ୟାଙ୍କିଙ୍ଗ୍‌ ପର୍ଶନାଲ ସିଲେକ୍‌ଶନ ଦ୍ୱାରା ପୂର୍ବରୁ ଚୟନ ହୋଇଥିବା ପ୍ରାର୍ଥୀମାନଙ୍କର ଏକ ଚୂଡାନ୍ତ ତାଲିକା ପ୍ରସ୍ତୁତ କରିବା ପାଇଁ ୨୦୨୦ରେ ଏନ୍‌ଆର୍‌ଏ ଗଠନ କରାଯାଇଥିଲା। ଏହା ବହୁ ପ୍ରକାର ନିଯୁକ୍ତି ପରୀକ୍ଷା ବ୍ୟବସ୍ଥାକୁ ହଟାଇବା ସହ ଏଥିତ୍ରେ ସ୍ବଚ୍ଛତା ଆଣିବ ବୋଲି ଆଶା କରାଯାଏ।
Email: dilipcherian@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମହାରାଷ୍ଟ୍ରର ୨୦୪ଟି ମରୁଡ଼ିପ୍ରବଣ ଗାଁରେ ଜଳ ସଙ୍କଟ ଦୂର କରିବାକୁ ପ୍ରୟାସ ଜାରି ରଖିଛନ୍ତି ପୂର୍ବତନ ଭାରତୀୟ ରାଜସ୍ବ ଅଧିକାରୀ (ଆଇଆର୍‌ଏସ୍‌) ଉଜ୍ଜ୍ୱଳ କୁମାର ଚଭନ।...

ମୋବାଇଲ ସ୍କ୍ରିନ୍‌ ଆସକ୍ତି

କାଳେ ନିଦରୁ ଉଠିବାରୁ ଆରମ୍ଭ କରି ରାତିରେ ଶୋଇବା ପର୍ଯ୍ୟନ୍ତ, ଆଖି ସବୁଠାରୁ ଅଧିକ ଯେଉଁ ବସ୍ତୁଟିକୁ ଦେଖୁଛି, ତାହା ହେଉଛି ଆମ ମୋବାଇଲ୍‌ ସ୍କ୍ରିନ୍‌।...

ଗଣତନ୍ତ୍ର କାହିଁକି ଦୋଷୀ ହେବ

ସନ ପଦ୍ଧତି ମଧ୍ୟରୁ ଗଣତନ୍ତ୍ର ହିଁ ସର୍ବୋତ୍କୃଷ୍ଟ। ଗଣତନ୍ତ୍ର ଶାସନର ଅର୍ଥ ଗଣଙ୍କର ଶାସନ, ନିଜକୁ ଶାସନ କରିବା। ହେଲେ ଏଥିରେ ଜନତାର ଶାସନ ପ୍ରତ୍ୟକ୍ଷ...

ବାଂଲାଦେଶ ପରେ ବର୍ମା

ପ୍ରାୟ ଦେଢ଼ ବର୍ଷ ପରେ ପୁଣି ବାଂଲାଦେଶ ଅଶାନ୍ତ ହୋଇପଡ଼ିଛି। ଏବର ଅସ୍ବାଭାବିକ ସ୍ଥିତି ସେଠାକାର ଉଗ୍ର ଯୁବ ନେତା ଶରିଫ୍‌ ଓସ୍‌ମାନ ହାଦିଙ୍କୁ ଅଚିହ୍ନା...

ଏଇ ଭାରତରେ

ସୁନ୍ଦରବନର ହେନ୍ତାଳବନରେ ମହୁ ସଂଗ୍ରହ କରିବାକୁ ଯାଇ ଅନେକ ପୁରୁଷ ବାଘ ଆକ୍ରମଣ ଯୋଗୁ ମୃତ୍ୟୁମୁଖରେ ପଡ଼ନ୍ତି। ଏହିସବୁ ମୃତ ପୁରୁଷଙ୍କ ବିଧବା ସ୍ତ୍ରୀଙ୍କୁ କୁହାଯାଉଛି...

ଶିଷ୍ଟାଚାରର ଅଧଃପତନ

ର୍ଘବର୍ଷର ପରାଧୀନତା ଆମ ସମାଜ ତଥା ସାମାଜିକ ଆଚାର ବ୍ୟବହାର ଉପରେ ଏତେ ପ୍ରଭାବ ପକାଇଛି ଯେ, ତାହା ସ୍ୱାଧୀନତାର ଅର୍ଦ୍ଧଶତାବ୍ଦୀ ପରେ ମଧ୍ୟ ସୁଧୁରିବାର...

ନୂଆ ନଁାରେ ପୁରୁଣା କୋଠା

କଭବନ ସ୍ୱଚ୍ଛତା, ସୁଗମତା ଏବଂ ପ୍ରଶାସନ ଓ ଲୋକଙ୍କ ମଧ୍ୟରେ ଏକ ଗଭୀର ସମ୍ପର୍କର ପ୍ରତୀକ। ଏହି ପଦକ୍ଷେପ ନାଗରିକମାନଙ୍କୁ ସଶକ୍ତ, ଶାସନ ବ୍ୟବସ୍ଥାକୁ ସୁଦୃଢ଼...

କେବଳ ବାହାନା

ଡିସେମ୍ୱର ୧୭ରେ ୱାୟାନାଡ ସାଂସଦ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ବିକଶିିତ ଭାରତ ଗ୍ୟାରେଣ୍ଟି ଫର୍‌ ରୋଜଗାର ଆଣ୍ଡ୍‌ ଆଜୀବିକା ମିଶନ ବିଲ୍‌, ୨୦୨୫ ଉପରେ ପରାମର୍ଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri