ଆଚରଣ ବିଧି ସମୟରେ ଚାଲିଛି ନିଯୁକ୍ତି

ନୟାଗଡ଼,୨୧।୪(ଲୋକନାଥ ମିଶ୍ର)ନିର୍ବାଚନ ଆଚରଣ ବିଧି ଲାଗୁ ପରେ ନୟାଗଡ଼ ଜିଲା ମୁଖ୍ୟ ଚିକିତ୍ସରଳୟ(ଡିଏଚ୍‌ଏଚ୍‌)ରେ ନିଯୁକ୍ତି ହେଉଥିବା ଅଭିଯୋଗ ହୋଇଛି। ପୁଣି ଜିଲାପାଳଙ୍କ ଅଧ୍ୟକ୍ଷତାରେ ବଦଳି କମିଟି ବୈଠକ ନ ହୋଇ ୫୦ରୁ ଉର୍ଦ୍ଧ କର୍ମଚାରୀଙ୍କ ବଦଳି କରାଯାଇଛି । ବଦଳି ଓ ନିଯୁକ୍ତିରେ ଲାଞ୍ଚ କାରବାର ହୋଇଥିବା ଅଭିଯୋଗ ହୋଇ ଆସୁଛି । ସ୍ବାସ୍ଥ୍ୟ ବିଭାଗର ଜଣେ ମୁଖ୍ୟ କିରାଣୀ ବଦଳି, ନିଯୁକ୍ତି ପରି ବିଭିନ୍ନ ଅନିୟମିତତତା ଘଟଣାରେ ମୁଖ୍ୟ ନାୟକ ସାଜିଥିବା ଅଭିଯୋଗ ରହିଛି । ନୟାଗଡ଼ ଜିଲା ସ୍ବାସ୍ଥ୍ୟ ବିଭାଗରେ ଅନିୟମିତତା ବଢ଼ି ଚାଲିଥିବାବେଳେ ଏହାର ତଦନ୍ତ ହେଉନାହିଁ। ବେଆଇନ ନିଯୁକ୍ତ, ବଦଳି ଓ ଲାଞ୍ଚ କାରବାରର ତଦନ୍ତ ପାଇଁ ସାଧାରଣରେ ଦାବି ହୋଇଛି।

ଅଭିଯୋଗ ଅନୁଯାୟୀ, ଆଚରଣ ବିଧି ଲାଗୁ ସମୟରେ ଜଣେ କମ୍ୟୁନିଟ୍‌ ହେଲ୍‌ଥ ଅଫିସରଙ୍କ ଗଣିଆରୁ ଓଡ଼ଗଁା ବଦଳି ହୋଇଛି । ସେହିପରି ଅନ୍ୟ ଜଣେ କମ୍ୟୁନିଟ୍‌ ହେଲ୍‌ଥ ଅଫିସରଙ୍କ ବଡସିଲିଙ୍ଗାରୁ ରଣପୁରର ଝାରପଡ଼ା ବଦଳି ହୋଇଛି । ଜଣେ ଲାବୋରୋଟାରୀ ଟେକ୍‌ନସିଆନଙ୍କ ଗଣିଆରୁ ଦଶପଲ୍ଲା ଓ ଅନ୍ୟଜଣେ ଲାବୋରୋଟାରୀ ଟେକ୍‌ନସିଆନଙ୍କ ମହିପୁରରୁ ନୟାଗଡ଼ ବଦଳି ହୋଇଛି । ପୁଣି ଚର୍ଚ୍ଚାରେ ରହିଛି ଜଣେ ଏଏନ୍‌ଏମ୍‌ଙ୍କ ବଦଳି । ଜଣେ ଏଏନ୍‌ଏମ୍‌ଙ୍କ ବଦଳି ପ୍ରଥମେ ସାକେରୀରୁ ଓଡ଼ଗଁା, ପରେ ଓଡ଼ଗଁାରୁ ପନ୍ତିଖାରୀ, ପନ୍ତିଖାରୀରୁ ଗିରିଡିପଲ୍ଲୀ ହୋଇଛି । ଏପରି ୫୦ରୁ ଊର୍ଦ୍ଧ୍ୱ କର୍ମଚାରୀଙ୍କ ବଦଳି ଜିଲାର ବିଭିନ୍ନ ସ୍ବାସ୍ଥ୍ୟକେନ୍ଦ୍ରକୁ ହୋଇଛି । ବଦଳି ହେବାକୁ ହେଲେ ଜିଲାପାଳଙ୍କ ଅଧ୍ୟକ୍ଷତାରେ ବଦଳି କମିଟି ବୈଠକ ବସିବାର ନିୟମ ରହିଛି। ବଦଳି କମିଟିରେ ବଦଳି ହେବା ପାଇଁ ନିଷ୍ପତ୍ତି ହେଲେ ମାର୍ଚ୍ଚରୁ ଜୁନ ମାସ ମଧ୍ୟରେ ବଦଳି କରାଯାଇପାରେ । ବର୍ଷର ସବୁ ସମୟରେ ବଦଳି କରାଯାଇ ପାରି ବ ନାହିଁ ବୋଲି ନିୟମ ରହିଛି । ହେଲେ ବଦଳି ନିୟମକୁ ଶୀତଳଭଣ୍ଡାରକୁ ଫୋପାଡ଼ି ବଦଳି କରାଯାଇଛି । ଅପରପକ୍ଷେ ଜିଲା ମୁଖ୍ୟ ଚିକିତ୍ସାଳୟରେ ୪ଜଣ ଲିଫ୍ଟ ଅପରେଟରଙ୍କୁ ନୂଆ ନିଯୁକ୍ତି ମିଳିଛି । ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଥିବାରୁ ନୂଆ ନିଯୁକ୍ତିକୁ ବାରଣ ଥିବାବେଳେ ଜିଲା ମୁଖ୍ୟ ଚିକିତ୍ସାଳୟରେ କଟକଣାକୁ ବାଟବଣା କରାଯାଇ ନିଯୁକ୍ତି ଦିଆଯାଇଛି। ଏନେଇ ସମାଜିକ କର୍ମୀ ସନ୍ତୋଷ ପ୍ରଧାନ କୁହନ୍ତି,ଆଚରଣ ବିଧି ଲାଗୁ ସମୟରେ ବଦଳି ଓ ନିଯୁକ୍ତି କରିବା ବେଆଇନ। ଏହାର ତଦନ୍ତ କରାଯାଇ ତୁରନ୍ତ କାର୍ଯ୍ୟାନୁଷ୍ଠାନ ହେଉ । ନଚେତ୍‌ ଆମେ ଆଇନର ଆଶ୍ରୟ ନେବୁ ବୋଲି କହିଛନ୍ତି।

ବରିଷ୍ଠ ଥାଉ ଥାଉ କନିଷ୍ଠଙ୍କୁ ଡିଏଚ୍‌ଏଚ୍‌ ଅଧୀକ୍ଷକ
ନୟାଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟରେ ବରିଷ୍ଠ ଡାକ୍ତର ଥିଲେ ମଧ୍ୟ କନିଷ୍ଠ ଡାକ୍ତରଙ୍କୁ ନୟାଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟର ଅଧୀକ୍ଷକ ଭାବେ ନିଯୁକ୍ତି ମିଳିଛି। ଦାୟିତ୍ୱରେ ଥିବା ଜିଲା ମୁଖ୍ୟ ଚିକିତ୍ସାଳୟର ଅଧୀକ୍ଷକ ଛୁଟି କାଟି ଫେରିବା ବେଳକୁ ତାଙ୍କୁ ପଦବୀରୁ ହଟାଇ ଦିଆଯାଇଛି। ସମ୍ପୃକ୍ତ ଡାକ୍ତର ମୂଳ ପଦବୀରେ କାମ କରୁଥିବାର ଦେଖିବାକୁ ମିଳିଛି। ଏନେଇ ସିଡିଏମ୍‌ଓ ରମାକାନ୍ତ ପଣ୍ଡା କୁହନ୍ତି, ଆଉଟ୍‌ ସୋସିର୍ର୍ଂରେ ୨ଜଣ ଲିଫ୍‌ ଅପରେଟର ନିଯୁକ୍ତି ପାଇଛନ୍ତି। ଅତି ଜରୁରୀ ଥିବାରୁ ନିଯୁକ୍ତି ଦିଆଯାଇଛି। ଆଉଟ୍‌ ସୋସିର୍ର୍ଂରେ ନିଯୁକ୍ତି କରିବାରେ କୌଣସି ଅସୁବିଧା ନାହିଁ। ପୁଣି ବଦଳି ନେଇ କହିଥିଲେ ଆବଶ୍ୟକତା ହେବାରୁ କିଛିଟା ବଦଳି ହୋଇଛି। ଲାଞ୍ଚ କାରବାର ସମ୍ପୂର୍ଣ୍ଣ ମିଥ୍ୟା, ନିଯୁକ୍ତି ଓ ବଦଳିରେ କୌଣସି ଅନିୟମିତତା ହୋଇ ନ ଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri