Posted inଜାତୀୟ

ଅକ୍ସିଜେନ ଅଭାବଜନିତ ମୃତ୍ୟୁର ଅଡିଟ୍‌ ପାଇଁ ସୁପାରିସ

ନୂଆଦିଲ୍ଲୀ,୧୪ା୯(ପି.ଟି.): କୋଭିଡ୍‌ ମହାମାରୀର ଦ୍ୱିତୀୟ ଲହର ବେଳେ ହସ୍ପିଟାଲଗୁଡ଼ିକରେ ଅକ୍ସିଜେନ ଅଭାବରୁ ବହୁ ରୋଗୀଙ୍କ ମୃତ୍ୟୁ ଘଟିଥିଲା। ରାଜ୍ୟଗୁଡ଼ିକ ସହଯୋଗରେ ଉକ୍ତ ମୃତ୍ୟୁର ଅଡିଟ୍‌ କରିବା ଲାଗି ସଂସଦୀୟ କମିଟି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟକୁ ସୁପାରିସ କରିଛି। ଅକ୍ସିଜେନ ଅଭାବରୁ କେତେ କୋଭିଡ୍‌ ରୋଗୀଙ୍କ ଜୀବନ ଯାଇଥିଲା, ତାହାର ରିପୋର୍ଟ ମନ୍ତ୍ରଣାଳୟ ନିକଟରେ ନ ରହିବା ଦୁର୍ଭାଗ୍ୟଜନକ ବୋଲି କମିଟି କହିଛି। ଅକ୍ସିଜେନ ଅଭାବଜନିତ କୋଭିଡ୍‌ ମୃତ୍ୟୁର ଅତ୍ୟନ୍ତ ସତର୍କତାର ସହ ଯାଞ୍ଚ କରି ମୃତକଙ୍କ ପରିବାରକୁ ଉପଯୁକ୍ତ କ୍ଷତିପୂରଣ ଯୋଗାଇଦେବା ଆବଶ୍ୟକ। ଏଥିପାଇଁ ସରକାରୀ ସଂସ୍ଥାଗୁଡ଼ିକ ଅଧିକ ସ୍ବଚ୍ଛ ଓ ଉତ୍ତରଦାୟୀ ହେବା ଆବଶ୍ୟକ ବୋଲି ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସଂସଦୀୟ କମିଟି କହିଛି। ସୋମବାର କମିଟି ଏହାର ୧୩୭ତମ ରିପୋର୍ଟ ରାଜ୍ୟ ସଭାରେ ଦାଖଲ କରିଛି। କୋଭିଡ୍‌ ପଜିଟିଭ୍‌ ମାମଲା ବୃଦ୍ଧି ସ୍ବାସ୍ଥ୍ୟ ଭିତ୍ତିଭୂମି ଉପରେ ଅତ୍ୟଧିକ ଚାପ ପକାଇଥିବା ରିପୋର୍ଟରେ ଦର୍ଶାଯାଇଛି। କମିଟି ତାଙ୍କର ୧୨୩ତମ ରିପୋର୍ଟରେ ଅକ୍ସିଜେନ ସିଲିଣ୍ଡର ଏବଂ ହସ୍ପିଟାଲଗୁଡ଼ିକୁ ଅକ୍ସିଜେନ୍‌ ଯୋଗାଣର ସମ୍ଭାବ୍ୟ ଅଭାବ ସମ୍ପର୍କରେ ସତର୍କ କରାଇଥିଲେ। ଅଥଚ ମନ୍ତ୍ରଣାଳୟ ୨୦୨୦ରେ ଦେଇଥିବା ରିପୋର୍ଟରେ ହସ୍ପିଟାଲଗୁଡ଼ିକରେ ପର୍ଯ୍ୟାପ୍ତ ଅକ୍ସିଜେନ ରହିଥିବା ଦର୍ଶାଇବା ଦୁଃଖଦାୟକ ବୋଲି କମିଟି କହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଜନ୍ତର-ମନ୍ତର ଆନ୍ଦୋଳନରେ ଫାଟ! ଦାବି ପ୍ରତ୍ୟାହାର କରିନେଲେ ସୋନମ ୱାଙ୍ଗଚୁକ, CJP ରଖିଲା ୨ ସର୍ତ୍ତ

ନୂଆଦିଲ୍ଲୀ,୨୩।୭: ଦିଲ୍ଲୀର ଜନ୍ତର-ମନ୍ତରରେ ଚାଲିଥିବା CJP ଆନ୍ଦୋଳନରୁ ଏକ ବଡ଼ ଖବର ସାମ୍ନାକୁ ଆସୁଛି। ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ନିଟ (NEET) ପେପର ଲିକ୍‌ ମାମଲାରେ…

ଘରୁ ବଡ଼ ଧରଣର ଲୁଟ୍, ଶୋଇଥିବା ବେଳେ ଲୁଟିନେଲେ ୨୦ଲକ୍ଷ….

ଖଇରା,୨୩।୭(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ଥାନା ଅନ୍ତର୍ଗତ କୁରୁଣ୍ଟା ପଞ୍ଚାୟତ ଅଧୀନ ବାରିଙ୍ଗିଆ ଗ୍ରାମରେ ବଡ଼ ଧରଣର ଲୁଟ ହୋଇଥିବା ନେଇ ଅଭିଯୋଗ ହୋଇଛି ।…

ସରପଞ୍ଚ-ସମିତିସଭ୍ୟଙ୍କ ତୁ ତୁ ମେ ମେ, ଦୁର୍ଦ୍ଦଶା ଭୋଗୁଛନ୍ତି ଲୋକେ

ରିଷିଡ଼ା,୨୩ା୭(ସୁଶାନ୍ତ ମଲ୍ଲିକ): ରାସ୍ତା କାମ କରିବା ପାଇଁ ଜନପ୍ରତିନିଧି ସରପଞ୍ଚ ଓ ସମିତିସଭ୍ୟଙ୍କ ଭିତରେ ତୁ ତୁ ମେ ମେ ଯୋଗୁ ଦେଢ଼ମାସ ହେଲା ରାସ୍ତା କାମ…

CJP Protest Update: ପିଏମ୍‌ ମୋଦିଙ୍କୁ କଂଗ୍ରେସ ଲେଖିଲା ଏଭଳି ଚିଠି, ସମସ୍ତେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୩।୭: ଲୋକ ସଭା ଏବଂ ରାଜ୍ୟ ସଭାରେ ଗୁରୁବାର ବିରୋଧୀ ଦଳଗୁଡ଼ିକ ନିଟ୍‌ (NEET) ପ୍ରଶ୍ନପତ୍ର ଲିକ୍‌ ମାମଲାରେ ଆଲୋଚନା ଆରମ୍ଭ କରିବା ପୂର୍ବରୁ କେନ୍ଦ୍ର ଶିକ୍ଷା…

ସ୍ବାମୀଙ୍କୁ ଛାଡ଼ି ଦ୍ୱିତୀୟ ବିବାହ କରିଥିଲେ ଅର୍ଚ୍ଚନା: ୪୫ ଦିନ ପରେ ସ୍ବାମୀଙ୍କୁ କଲେ ହତ୍ୟା, କାରଣ ଜାଣିଲେ ଗୋଡ଼ ତଳୁ ଖସିଯିବ ମାଟି

ଭୋପାଳ,୨୩।୭: ମଧ୍ୟପ୍ରଦେଶର ପାନ୍ନା ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ବିବାହର ମାତ୍ର ୪୫ ଦିନ ପରେ ଜଣେ ମହିଳା ତାଙ୍କ ପୂର୍ବତନ ସ୍ବାମୀଙ୍କ ସହିତ…

ଅଧିନାୟକ ଆୟରଙ୍କ ବଡ଼ ବୟାନ: ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ କହିଲେ….

ନୂଆଦିଲ୍ଲୀ,୨୩।୭: ଭାରତୀୟ ଦଳ ବର୍ତ୍ତମାନ ଟି-୨୦ ଫର୍ମାଟରେ ଏକ ପରିବର୍ତ୍ତନଶୀଳ ପର୍ଯ୍ୟାୟ ଦେଇ ଗତି କରୁଛି ଏବଂ ନୂତନ ଅଧିନାୟକ ଶ୍ରେୟସ ଆୟରଙ୍କ ନେତୃତ୍ୱରେ ଆରମ୍ଭ ଆଶା…

ଜୀବନକାଳ ଭିତରେ ସୁନ୍ଦରୀ ଗ୍ରହଣ କରି ନ ଥିଲେ ସରକାରଙ୍କ ଭତ୍ତା ଟଙ୍କା, ଦେହାନ୍ତ ପରେ ଅଞ୍ଚଳବାସୀ…

ମହାକାଳପଡ଼ା,୨୩ା୭(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଧରିତ୍ରୀ ଖବରଦାତା ପ୍ରତାପ ଚନ୍ଦ୍ର ସ୍ବାଇଁଙ୍କ ମା’ ସୁନ୍ଦରୀ ସ୍ବାଇଁ(୯୬) ଙ୍କର ମଙ୍ଗଳବାର ବାରଡ଼ାଙ୍ଗସ୍ଥିତ ବାସଭବନରେ ରାତି…

ଆଜି ବରଗଡ଼ରେ ଉପମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମ: ତା’ ପୂର୍ବରୁ ଚାଷୀନେତାଙ୍କୁ ଉଠାଇ ନେଲା ପୋଲିସ

ବରଗଡ଼,୨୩।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଗସ୍ତରେ ଗୁରୁବାର ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ ଶକ୍ତିମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଆସୁଛନ୍ତି । ଜିଲାର ଅତାବିରା ବ୍ଲକ ଅନ୍ତର୍ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri