Posted inଫୁରସତ

କାଲିଫର୍ନିଆରେ ସ୍ବସ୍ତିକକୁ ସ୍ବୀକୃତି

ଓ୍ବାଶିଂଟନ୍‌: ଆମେରିକାର କାଲିଫର୍ନିଆ ବିଧାନସଭା ରାଜ୍ୟର ଦଣ୍ଡବିଧି ଆଇନରେ ପବିତ୍ର ସ୍ବସ୍ତିକ ଚିହ୍ନକୁ ସ୍ଥାନିତ କରିବା ପାଇଁ ସ୍ବୀକୃତି ଦେଇଛି। ଏଥିସହ ଜର୍ମାନୀର ଏକଚ୍ଛତ୍ରବାଦୀ ଶାସକ ଆଡଲ୍ଫ ହିଟ୍‌ଲରଙ୍କ ସ୍ବସ୍ତିକ ଚିହ୍ନ ‘ହ୍ୟାକେନ୍‌କ୍ରେୟୁଜ୍‌’କୁ ଏକ ଘୃଣ୍ୟ ପ୍ରତୀକ ରୂପେ ବିବେଚନା ଲାଗି ମଧ୍ୟ ସର୍ବସମ୍ମତି କ୍ରମେ ନିଷ୍ପତ୍ତି ହୋଇଛି। କାଲିଫର୍ନିଆ ହେଉଛି ସର୍ବାଧିକ ଭାରତୀୟ ବଂଶୋଦ୍ଭବ ବସବାସ କରୁଥିବା ଏକ ଆମେରିକୀୟ ରାଜ୍ୟ। ସେଠାକାର ଭାରତୀୟମାନେ ଦୀର୍ଘବର୍ଷ ଧରି ସ୍ବସ୍ତିକ ଚିହ୍ନକୁ ନେଇ ଆଇନ ଆଣିବା ପାଇଁ ଦାବି କରିଆସୁଥିଲେ। ଗତ ସପ୍ତାହରେ ଗୃହୀତ ହୋଇଥିବା ବିଲ୍‌ ଏବେ ଗଭର୍ନର ଗଭିନ୍‌ ନ୍ୟୁଜୋମ୍‌ଙ୍କ ଟେବୁଲକୁ ଯାଇଛି। ଏଥିରେ ସେ ସ୍ବାକ୍ଷର କରିବା ପରେ ସ୍ବସ୍ତିକ ଚିହ୍ନକୁ ଆଇନତଃ ବୈଧ ଘୋଷଣା କରିବାରେ କାଲିଫର୍ନିଆ ହେବ ଆମେରିକାର ପ୍ରଥମ ରାଜ୍ୟ। ଉଲ୍ଲେଖଯୋଗ୍ୟ, ଗତ ସପ୍ତାହରେ ହିନ୍ଦୁ, ବୌଦ୍ଧ ଓ ଜୈନ ଧର୍ମାବଲମ୍ବୀଙ୍କୁ ନେଇ ଗଠିତ ଏକ ଆନ୍ତଃ ଧର୍ମୀୟ ମେଣ୍ଟର ନେତାମାନେ କାଲିଫର୍ନିଆ ଷ୍ଟେଟ୍‌ ସିନେଟ୍‌ର ସଂଖ୍ୟାଗରିଷ୍ଠ ନେତା ବପ୍‌ ହର୍ଜବର୍ଗଙ୍କୁ ପତ୍ର ଲେଖି ସ୍ବସ୍ତିକ ଚିହ୍ନର ବୈଧୀକରଣ ପ୍ରତି ନିଜ ସମର୍ଥନ ଘୋଷଣା କରିଥିଲେ। ସେଠାର ହିନ୍ଦୁ ଆମେରିକାନ୍‌ ଫାଉଣ୍ଡେଶନ(ଏଚ୍‌ଏଏଫ୍‌) ଏହି ପଦକ୍ଷେପକୁ ପ୍ରଶଂସା କରିଛି। ଏଚ୍‌ଏଏଫ୍‌ର ପରିଚାଳନା ନିର୍ଦ୍ଦେଶକ ସମୀର କଲ୍‌ରା କହିଛନ୍ତି, ଏବି୨୨୮୨ ବିଧେୟକ ଗୃହରେ ପାରିତ ହେବା ପରେ କାଲିଫର୍ନିଆରେ ସ୍ବସ୍ତିକ ଚିହ୍ନ ଅପରାଧମୁକ୍ତ ହେବାକୁ ଯାଉଛି। ଏହି ଐତିହାସିକ ପଦକ୍ଷେପକୁ ଗଭର୍ନରଙ୍କ ଅନୁମୋଦନ ମିଳିଲେ ହିନ୍ଦୁ, ବୌଦ୍ଧ, ଜୈନଧର୍ମର ଲୋକେ ଆଶ୍ୱସ୍ତି ଲାଭ କରିବେ। ଏହା ପୂର୍ବରୁ ନାଜି ଶାସକ ଆଡଲ୍ଫ ହିଟ୍‌ଲର ନିଜ ସେନାରେ ସ୍ବସ୍ତିକ ଚିହ୍ନକୁ ବହୁଳ ଭାବେ ବ୍ୟବହାର କରୁଥିଲେ। ହିଟ୍‌ଲରଙ୍କ ସ୍ବସ୍ତିକକୁ ଆମେରିକୀୟମାନେ ନାଜି ହ୍ୟାକେନ୍‌କ୍ରେୟୁଜ୍‌ ନାମ ଦେଇ ଘୃଣାର ପ୍ରତୀକ ରୂପେ ବିବେଚନା କରିଥାନ୍ତି। ନୂଆ ଆଇନ ବଳରେ ନାଜିଙ୍କ ସ୍ବସ୍ତିକ ଓ ହିନ୍ଦୁଙ୍କ ସ୍ବସ୍ତିକ ମଧ୍ୟରେ ରହିଥିବା ପ୍ରଭେଦକୁ ସ୍ପଷ୍ଟ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନଳିନୀଙ୍କ ହାତରେ କେସିଙ୍ଗା ବିଜେଡିର ମଙ୍ଗ: ଗୁରୁଦାୟିତ୍ୱ ଦଲେ ନବୀନ

କେସିଙ୍ଗା, ୬।୯ (ତୁମେଶ୍ୱର ସାହୁ): ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳ (ବିଜେଡି)ର ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ବିଜେଡିର ବରିଷ୍ଠ ଉପସଭାପତି ଦେବୀ ପ୍ରସାଦ…

Featured Video Play Icon

ପ୍ରେଗନେନ୍ସି ପରେ କାହିଁକି ବଢ଼େ ଅଣ୍ଟା ବିନ୍ଧା ?

  Why does lower back pain increase after pregnancy? ୮ରୁ ୧୦ ଘଣ୍ଟା ଅଫିସରେ ବସି କାମ କଲେ ବି ହେବନି ବ୍ୟାକ୍ ପେନ୍…

ରାସ୍ତା ଭାଙ୍ଗୁଛି ବାହାଘର: ମୌଳିକ ସୁବିଧାରୁ ବଞ୍ଚତ୍ତ କୁଆଡ଼ବାସୀ

ହାଟଡିହୀ,୬।୯(ଶୁଭକାନ୍ତ ନାୟକ):: ସ୍ବାଧୀନତାର ୮୦ ବର୍ଷ ପରେ ବି ଗାଁକୁ ଭଲ ରାସ୍ତା ନାହିଁ। ରାସ୍ତା ଯୋଗୁ ଗ୍ରାମବାସୀ ବହୁ ସମସ୍ୟାର ସମ୍ମୁଖୀନ ହେଉଥିବା ବେଳେ ମୁଖ୍ୟତଃ…

କର୍ମଚାରୀଙ୍କ ପାଇଁ ବଡ଼ ଖୁସି ଖବର! ୩% ବଢ଼ିଲା DA

ନୂଆଦିଲ୍ଲୀ,୬ା୯: ପ୍ରାୟ ୫୪ ହଜାର କର୍ମଚାରୀଙ୍କ ପାଇଁ ଆସିଛି ବଡ଼ ଖୁସି ଖବର। କେନ୍ଦ୍ର ସରକାରଙ୍କ ଇସ୍ପାତ ମନ୍ତ୍ରଣାଳୟ ଅଧୀନରେ ଥିବା ଷ୍ଟିଲ୍ ଅଥରିଟି ଅଫ୍ ଇଣ୍ଡିଆ…

ଟଙ୍କା କମାଇବାରେ ଧୁରନ୍ଧର ଏହି ୪ ରାଶି, କୁବେରଙ୍କ ଭଳି ଖଟାନ୍ତି ମୁଣ୍ଡ…

ଆପଣ ମଧ୍ୟ ବୋଧହୁଏ ଲକ୍ଷ୍ୟ କରିଥିବେ ଯେ କିଛି ଲୋକ ଯେକୌଣସି କାମରେ ହାତ ଦିଅନ୍ତୁ ନା କାହିଁକି, ସେଥିରେ ସଫଳତା ଓ ପ୍ରଚୁର ଟଙ୍କା ଅର୍ଜନ…

ଚାଲାଣ କରୁଥିଲେ କଫ୍ ସିରପ୍, ମାଡ଼ି ବସିଲା ପୋଲିସ

ଭେଡେନ, ୬/୯ (ହୃଷୀକେଶ ଖମାରୀ): ବରଗଡ଼ ଜିଲା ଭେଡେନ ଥାନା ଋଷୁଡ଼ା ଫାଣ୍ଡି ପୋଲିସ ଶନିବାର ବିପୁଳ ପରିମାଣର କଫ୍ ସିରପ୍ ଜବତ କରିଛି। ଏହି ଘଟଣାରେ…

୯/୧୧ ପରବର୍ତ୍ତୀ ଯୁଦ୍ଧ

ଆଉ ଦିନ କେଇଟା ପରେ ସେପ୍ଟେମ୍ୱର ୧୧ ଆକ୍ରମଣକୁ ୨୫ ବର୍ଷ ହୋଇଯିବ। ଆମେରିକୀୟମାନେ ଶୋକ ପ୍ରକାଶ କରିବେ ଏବଂ ଅନ୍ୟ ଏକ ଯୁଦ୍ଧ ଯୋଗୁ ସେମାନଙ୍କ…

ଜୋହିରି ମୋଲା ମିସ୍ ୱାର୍ଲ୍ଡ

ହାନୋଇ,୬ା୯: ଭିଏଟନାମ୍‌ର ନା ତ୍ରାଙ୍ଗ୍‌ ସହରରେ ଶନିବାର ଅନୁଷ୍ଠିତ ୭୩ତମ ଅନ୍ତର୍ଜାତୀୟ ବିଶ୍ୱ ସୁନ୍ଦରୀ ପ୍ରତିଯୋଗିତାର ଗ୍ରାଣ୍ଡ ଫିନାଲେରେ ଡୋମିନିକାନ୍‌ ରିପବ୍ଲିକ୍‌ର ଜୋହିରି ମୋଲା ମିସ୍‌ ଓ୍ୱାଲର୍‌ଡ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri