ବୁଗୁଡ଼ା ସହରରେ ବଢୁଛି ବେପରୁଆ ଗାଡ଼ି ଚାଳନା

ବୁଗୁଡ଼ା,୧୫ା୩(ଡି.ଏନ.ଏ.): ବୁଗୁଡ଼ା ଅଞ୍ଚଳରେ ଦିନକୁଦିନ ଜନବସତି ବୃଦ୍ଧି ହେବାରେ ଲାଗିଛି। ଏହି ଅନୁପାତରେ ଯାନବାହନ ମଧ୍ୟ ବୃଦ୍ଧି ପାଇଛି। ବହୁ ସମୟରେ ବେପରୁଆ ଗାଡ଼ି ଚାଳନା ପାଇଁ ଛୋଟମୋଟ ଦୁର୍ଘଟଣାମାନ ଘଟୁଛି। ସରକାର ୧୮ ବର୍ଷରୁ କମ୍‌ ବୟସ ଓ ବିନା ଲାଇସେନ୍ସରେ ଗାଡି ଚଲାଇବା ମନା କରିଥିବା ବେଳେ ସଡ଼କ ସୁରକ୍ଷା ନିୟମକୁ ଲୋକେ ଏବେ ଭୁଲିଗଲେଣି। ବୁଗୁଡା ସହରରେ କଲେଜ ପିଲାଙ୍କଠାରୁ ଆରମ୍ଭ କରି ସ୍କୁଲ ପିଲା ଯାଏ ବିନା ଲାଇସେନ୍ସ ଓ ହେଲମେଟରେ ଗାଡ଼ି ଚଲାଉଥିବା ବେଳେ ପ୍ରଶାସନ ପୂରା ନୀରବଦ୍ରଷ୍ଟା ସାଜିଛି। ଏପରିକି ଛାତ୍ରୀଛାତ୍ରମାନେ ସ୍କୁଲ, କଲେଜକୁ ଗାଡ଼ି ଚଲାଇ ଯାଉଥିବା ବେଳେ ସ୍କୁଲ କର୍ତ୍ତୃପକ୍ଷ କିମ୍ବା କଲେଜ କର୍ତ୍ତୃପକ୍ଷ ମଧ୍ୟ ନଦେଖିଲା ଭଳି ରହୁଛନ୍ତି। ସହରରେ କଲେଜ ଛାତ୍ରମାନେ ବହୁ ସମୟରେ ଦ୍ରୁତଗତିରେ ଗାଡ଼ି ଚାଳନା କରୁଥିବା ଦେଖିବାକୁ ମିଳୁଛି। ପରିବହନ ଓ ପୋଲିସ ବିଭାଗ ପକ୍ଷରୁ ଗାଡ଼ି ଚେକିଂ ସହ ଜରିମାନା ଆଦାୟ ଠାରୁ ଲାଇସେନ୍ସ ରଦ୍ଦ ଯାଏ ବିଭିନ୍ନ କାର୍ଯ୍ୟାନୁଷ୍ଠାନ ହେଉଛି। କିନ୍ତୁ ସହର ବାହାରେ ପରିବହନ ବିଭାଗ ପକ୍ଷରୁ ହିଁ ଚେକିଂ ହେଉଥିଲେ ମଧ୍ୟ ସହର ଭିତରେ ନିୟମ ଉଲ୍ଲଂଘନ କରି କେତେଜଣ ଯୁବକ ଓ ଛାତ୍ର ଦ୍ରୁତ ଗତିରେ ବାଇକ ଚଲାଉଥିବା ବେଳେ ଲୋକେ ଭୟଭୀତ ହୋଇପଡୁଛନ୍ତି। ଘରୁ ରାସ୍ତାକୁ ବାହାରିଲେ ବରିଷ୍ଠ ନାଗରିକ ଓ ମହିଳାଙ୍କୁ ବେପରୁଆ ଗାଡ଼ି ଚାଳକଙ୍କଠାରୁ ସୁରକ୍ଷା ଚିନ୍ତା ଘାରୁଛି। ଏହି ପିଲାମାନେ ଟ୍ରାଫିକ ନିୟମ ଉଲ୍ଲଂଘନ କରି ସହର ଭିତରେ ବିନା ହେଲମେଟରେ ବାଇକ ଚଲାଇବା, ଭୁଲ୍‌ ରାସ୍ତାରେ ଗାଡ଼ି ଚଲାଇବା, ଦୁଇରୁ ଊଦ୍ଧର୍‌ବ ବାଇକରେ ବସି ଯିବା ଦୃଶ୍ୟ ପ୍ରତ୍ୟେକ ଦିନ ଦେଖିବାକୁ ମିଳୁଛି। ଏଇ କିଛି ମାସ ପୂର୍ବେ ଗୋଟିଏ ବାଇକରେ ତିନି ଜଣ ଯୁବକ ଯାଉଥିବା ବେଳେ ଅସାବଧାନତା ହେତୁ ଷୋଳମାଇଲି ପେଟ୍ରୋଲ ପମ୍ପ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲେ। ଫଳରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିଲା। ଏହିଭଳି ଦ୍ରୁତଗତିରେ ଗାଡ଼ି ଚଲାଇବା ଓ ବେପରୁଆ ଗାଡ଼ି ଚାଳକଙ୍କ ପାଇଁ ବିଭିନ୍ନ ସମୟରେ ସାଧାରଣ ଲୋକେ ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି। ଏଥି ସହ କଲେଜକୁ ବାଇକ୍‌ ନେଇ ଆସୁଥିବା ଛାତ୍ରଙ୍କ ଲାଇସେନ୍ସ ନ ଥିଲେ ମଧ୍ୟ କଲେଜ କର୍ତ୍ତୃପକ୍ଷ କିମ୍ବା ପୋଲିସ ପକ୍ଷରୁ ଯାଞ୍ଚ କରାଯାଉନାହିଁ। ଟ୍ରାଫିକ ସଚେତନତା ନେଇ ବିଭିନ୍ନ ପଦକ୍ଷେପ ଗ୍ରହଣ କରିବା ସହ ପୋଲିସ ପକ୍ଷରୁ ବିଭିନ୍ନ ଛକରେ ଯାଞ୍ଚ କରାଯାଇ ଜରିମାନା ଆଦାୟ କରାଯାଉଥିଲେ ମଧ୍ୟ ଲୋକଙ୍କ ମଧ୍ୟରେ ଟ୍ରାଫିକ ସଚେତନତା ସୃଷ୍ଟି ହୋଇପାରୁନାହିଁ। କେତେଜଣ ଅସଚେତନ ଅଭିଭାବକ ନିଜର ବଡ଼ିମା ଦେଖାଇବାକୁ ଯାଇ କିମ୍ବା ଆୟତ୍ତରେ ରଖିବାରେ ଅସମର୍ଥ ହେତୁ ପିଲାଙ୍କ ହାତରେ ବାଇକ୍‌ ଧରାଇ ଦେଉଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହେଉଛି ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି। ତେବେ ସମ୍ପ୍ରତି ଦ୍ରୁତଗାମୀ ବାଇକ୍‌ ଚାଳନାକୁ ପ୍ରତିହତ ସକାଶେ ଟ୍ରାଫିକ ନିୟମ କଡ଼ାକଡ଼ି ପାଳନ କରିବା ପାଇଁ ପରିବହନ ବିଭାଗ ସହ ପୋଲିସ ପ୍ରଶାସନ କଡ଼ା ଆଭିମୁଖ୍ୟ ଗ୍ରହଣ କରିବା ଜରୁରୀ ହୋଇପଡ଼ିଛି ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବନ୍ଦର ପୋତାଶ୍ରୟରେ ଲାଗିଲା ୪୦ରୁ ଊର୍ଦ୍ଧ୍ୱ ବୋଟ୍‌

ପାରାଦୀପ,୨୪।୧୦(ସ୍ବ.ପ୍ର.): ସମ୍ଭାବ୍ୟବାତ୍ୟା ପ୍ରଭାବରେ ଶନିବାରଠାରୁ ସମୁଦ୍ର ଅଶାନ୍ତ ହେବାରେ ଲାଗିଛି। ଏହାଦ୍ୱାରା ମହାନଦୀ ମୁହାଣରେ ପ୍ରଖର କରେଣ୍ଟ (ଅନ୍ତଶ୍ରୋତ) ପ୍ରବାହ ହେଉଛି। ଫଳରେ ସମୁଦ୍ରରେ ଥିବା...

ଓଡ଼ିଶା ପୋଲିସକୁ ୨ ବ୍ରୋଞ୍ଜ ପଦକ

କଟକ ଅଫିସ,୭ା୧୨: ୭୧ତମ ସର୍ବଭାରତୀୟ ପୋଲିସ ହକି ଚାମ୍ପିୟନଶିପ୍‌ରେ ଓଡ଼ିଶା ପୋଲିସର ମହିଳା ଓ ପୁରୁଷ ଟିମ୍‌ ଦଳଗତ ପ୍ରଦର୍ଶନ କରି ବ୍ରୋଞ୍ଜ ପଦକ ହାସଲ...

କଲେଜରୁ ଫେରୁଥିଲେ, ଛାତ୍ରୀଙ୍କୁ ଚାପିଦେଲା ଟ୍ୟାଙ୍କର

ବରଗଡ଼ ଅଫିସ,୧୦ା୩: ବରଗଡ଼ ଜିଲା ଗାଇସିଲେଟ ଥାନା ଶରଧାପାଲି କଲେଜ ସମ୍ମୁଖରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ ଟ୍ୟାଙ୍କର (ନଂ-ଓଡି ୧୫ଏଫ ୨୯୭୭)...

ସବୁ ହୋଟେଲରେ ସିସିଟିଭି ବାଧ୍ୟତାମୂଳକ

ପୁରୀ ଅଫିସ,୩୧।୫:ଚଳିତ ବର୍ଷର ରଥଯାତ୍ରା ପାଇଁ ସୋମବାର ପୁରୀ ହୋଟେଲ ମାଲିକ ସଂଘ ସହ ପୋଲିସ ପ୍ରଶାସନର ସମନ୍ବୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ପୁରୀ ପୋଲିସ...

ଅସମ୍ଭାଳ ତାତି: ବରଗଡ଼ରେ ଅଂଶୁଘାତ ନେଲା ୨ ଜୀବନ

ବରଗଡ଼ ଅଫିସ୍‌,୧୨।୬: ବରଗଡ଼ ଜିଲାରେ ତାତି, ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରି ପକାଇଛି । ଏ ନେଇ ଜିଲାରେ ବୁଧବାର ଅଂଶୁଘାତରେ ୨ ଜଣଙ୍କ ମୃତ୍ୟୁ...

ଶର୍ମିଷ୍ଠାଙ୍କ ଆଗୁଆ ଜାମିନ ଆବେଦନ ଖାରଜ କଲେ ହାଇକୋର୍ଟ

କଟକ ଅଫିସ, ୨୨।୩ : ବହୁଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ବାଇଁ ହତ୍ୟା ଘଟଣାରେ ଅଭିଯୁକ୍ତ କୁହାଯାଉଥିବା ଶର୍ମିଷ୍ଠା ରାଉତଙ୍କ ଆବେଦନକୁ ହାଇକୋର୍ଟ ଖାରଜ କରିଦେଇଛନ୍ତି। ଶର୍ମିଷ୍ଠା...

୪ ମାସ ହେଲା ଚାଲିଛି ଫାଇଲ କାମ

ଖଇରା, ୧।୨(ଡି.ଏନ.ଏ):  ବାଲେଶ୍ୱର ଓ ଭଦ୍ରକ ୨ ଜିଲାର ଉପାନ୍ତ ଅଞ୍ଚଳକୁ ସଂଯୋଗ କରୁଥିବା ମହତୀପୁର-ଚରମ୍ପା ଭାୟା ବାରାପୁର ଅନ୍ତରା ଆରଡି ରାସ୍ତା କାର୍ଯ୍ୟ ୨ମାସ...

CORONAVIRUS UPDATE : କେନ୍ଦୁଝରରେ ଆଉ ୨ କରୋନା ପଜିଟିଭ, ଉଭୟ ସୁରଟ ଫେରନ୍ତା

ଭୁବନେଶ୍ୱର,୧୨।୫(ବ୍ୟୁରୋ)-ରାଜ୍ୟରେ ଆଉ ୨ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୪୩୯କୁ ବୃଦ୍ଧି ପାଇଛି। ଚିହ୍ନଟ ଆକ୍ରାନ୍ତ ଦ୍ୱୟ...

Advertisement
Archives

Model This Week