ବିଭ୍ରାଟ ବଢ଼ାଇଲାଣି ବିଦ୍ରୋହ

ଢେଙ୍କାନାଳ ଅଫିସ, ୧୯।୫: ଦେୟ ଆଦାୟରେ ସାମାନ୍ୟତମ ହେଳା କରୁନାହାନ୍ତି। ମାସ ପୂରିଲା ବେଳକୁ ଦାଣ୍ଡଦୁଆରେ ହାଜର ହୋଇଯାଉଛନ୍ତି। ହିସାବ କରି ସଂଗ୍ରହ କରିନେଉଛନ୍ତି ଟଙ୍କା। ହେଲେ ସେବା କଥା ଉଠିଲେ କର୍ମଚାରୀଙ୍କ ଦେଖାମିଳୁନାହିଁ କି ପଦସ୍ଥ ଅଧିକାରୀ ଉତ୍ତରଦାୟିତ୍ୱ ତୁଲାଉନାହାନ୍ତି। ଫଳରେ ବର୍ଷ ବର୍ଷ ଧରି ବିଦ୍ୟୁତ୍‌ ବିଭ୍ରାଟ, ଲୋ-ଭୋଲ୍‌ଟେଜ୍‌ ସମସ୍ୟାରେ ସନ୍ତୁଳି ହେଉଥିବା ଢେଙ୍କାନାଳ ସହରର ପ୍ରାୟ ୨ ଲକ୍ଷ ଉପଭୋକ୍ତାଙ୍କ ମନରେ ପୁଞ୍ଜୀଭୂତ ଅସନ୍ତୋଷ ବିଦ୍ରୋହର ରୂପ ନେଲାଣି।
ବିଦ୍ୟୁତ୍‌ ବିତରଣ ଦାୟିତ୍ୱ ଟାଟା ପାଓ୍ବାରକୁ ହସ୍ତାନ୍ତର କରାଯିବା ପରେ ଢେଙ୍କାନାଳ ଜିଲା ସମେତ ସହରବାସୀ ଗୁଣାତ୍ମକ ସେବା ପାଇବେ ବୋଲି ଆଶା ବାନ୍ଧିଥିଲେ। ହେଲେ ବିଭାଗୀୟ ଅଧିକାରୀଙ୍କ ଦାୟିତ୍ୱହୀନତାରୁ ନିରବଚ୍ଛିନ୍ନ ବିଦ୍ୟୁତ୍‌ ସଂଯୋଗ ସ୍ବପ୍ନ ପାଲଟିଛି। ଆବଶ୍ୟକ ସଂଖ୍ୟକ କର୍ମଚାରୀ ଏବଂ ଭିତ୍ତିଭୂମି ଅଭାବରୁ ଏଭଳି ଅବ୍ୟବସ୍ଥା ସୃଷ୍ଟି ହେଉଥିବା ଅଭିଯୋଗ ହେଉଛି। ସୂଚନାଯୋଗ୍ୟ, ଢେଙ୍କାନାଳ ସହରରେ ୧ ଲକ୍ଷ ୮୧ ହଜାର ଏଲ୍‌ଟି ଲାଇନ୍‌ ବିଦ୍ୟୁତ୍‌ ଉପଭୋକ୍ତା ଅଛନ୍ତି। ସେହିପରି ୩ ଫେଜ୍‌ ବିଦ୍ୟୁତ୍‌ ଲାଇନ ଉପଭୋକ୍ତାଙ୍କ ସଂଖ୍ୟା ୬,୦୦୦। ହେଲେ ଏତେ ସଂଖ୍ୟକ ପରିବାରକୁ ନିରବଚ୍ଛିନ୍ନ ସେବା ଯୋଗାଇବାରେ ଏକପ୍ରକାର ବିଫଳ ହୋଇଛି ବିଦ୍ୟୁତ୍‌ ବିତରଣ ସଂସ୍ଥା। ପୌରାଞ୍ଚଳର ୨୩ଟି ୱାର୍ଡରେ ବିଦ୍ୟୁତ୍‌ ସରବରାହଜନିତ ତ୍ରୁଟି ସଜାଡ଼ିବା ଲାଗି ମାତ୍ର ଗୋଟିଏ ଗାଡ଼ି ନିୟୋଜିତ କରାଯାଇଛି। ଏକ ସମୟରେ ଏକାଧିକ ସ୍ଥାନରେ ବିଦ୍ୟୁତ୍‌ ବିଭ୍ରାଟଜନିତ ସମସ୍ୟା ଉପୁଜିଲେ ମରାମତି କରିବାକୁ ଘଣ୍ଟା ଘଣ୍ଟା ସମୟ ଲାଗିଯାଉଛି। ଏତେବଡ଼ ଅଞ୍ଚଳକୁ ହାତଗଣତି କର୍ମଚାରୀ ସମ୍ଭାଳିବା କଷ୍ଟକର ହୋଇପଡୁଛି। ଅସନ୍ତୁଷ୍ଟ ଉପଭୋକ୍ତାମାନେ ନିଜର ଆକ୍ରୋଶ ଟେଲିଫୋନ୍‌ କରି ଝାଡୁଛନ୍ତି। ଫଳରେ ଦାୟିତ୍ୱରେ ଥିବା କର୍ମଚାରୀ ଗାଳି ଭୟରେ ଟେଲିଫୋନ୍‌ ରିସିଭରକୁ ବାହାରେ ରଖିଦେଉଛନ୍ତି। ଫଳରେ ଜରୁରୀ ସମୟରେ ଯୋଗାଯୋଗ ସମ୍ଭବ ହୋଇପାରୁନାହିଁ। ଅସହ୍ୟ ଗ୍ରୀଷ୍ମପ୍ରବାହ ଜାରି ରହିଥିବାବେଳେ ଉପଭୋକ୍ତାଙ୍କ ବିଦ୍ୟୁତ୍‌ ବ୍ୟବହାର ବଢ଼ିଛି। ଅଧିକ ସଂଖ୍ୟକ ଏସି ଚାଲୁଛି। ହେଲେ ତଦନୁଯାୟୀ ଟ୍ରାନ୍ସଫର୍ମରଗୁଡ଼ିକୁ ଅପଗ୍ରେଡେଶନ କରାଯାଉନାହିଁ। ଟ୍ରାନ୍ସଫର୍ମର ଉପରେ ଚାପ ବଢ଼ିଲେ ଯାନ୍ତ୍ରିକ ତ୍ରୁଟି ଦେଖାଦେଉଛି। ଖରାଦିନ ପୂର୍ବରୁ ଏ ବିଷୟରେ ସଚେତନ ରହିବାକୁ ସହରବାସୀ ଦାବି କରିଥିଲେ। ତେବେ ବିଭାଗ ପକ୍ଷରୁ ଏହାକୁ ଅତି ହାଲୁକା ଢଙ୍ଗରେ ନିଆଯାଇଥିଲା, ଯାହାର ଫଳ ଏବେ ସହରୀ ଉପଭୋକ୍ତା ଭୋଗୁଥିବା ଆଲୋଚନା ହେଉଛି। ସେହିପରି ଅଧିକାଂଶ ସ୍ଥାନରେ ବିଦ୍ୟୁତ୍‌ ଖୁଣ୍ଟ, ତାର ବିପଦସଙ୍କୁଳ ଅବସ୍ଥାରେ ରହିଛି। ସାମାନ୍ୟ ଝଡ଼ତୋଫାନ ହେଲେ ଅଘଟଣ ଘଟିବା ଆଶଙ୍କାରେ ବିଦ୍ୟୁତ୍‌ କାଟ୍‌ କରାଯାଉଛି। ଏହା ଅନ୍ୟ ଏକ ସମସ୍ୟା ସୃଷ୍ଟି କରିଛି। ଉପଭୋକ୍ତାମାନେ ଠିକ୍‌ ସମୟରେ ଦେୟ ପୈଠ କରୁଥିବା ବେଳେ ସେବା ପ୍ରଦାନରେ ବିଦ୍ୟୁତ୍‌ ବିଭାଗର ଏଭଳି ଚରମ ଅବହେଳାକୁ ନେଇ ଜିଲା ଶିଳ୍ପ ଓ ବାଣିଜ୍ୟ ପ୍ରତିଷ୍ଠାନର ସଭାପତି ରାଜେନ୍ଦ୍ର ଦାସ ପ୍ରଶ୍ନ ଉଠାଇଛନ୍ତି ା
ଏ ସଂକ୍ରାନ୍ତରେ ଟାଟା ପାୱାର ମ୍ୟାନେଜର ତଥା ବିଦ୍ୟୁତ ବିଭାଗ ନିର୍ବାହୀଯନ୍ତ୍ରୀଙ୍କୁ ତାଙ୍କ ମୋବାଇଲ ନଂ. ୭୮୫୩୮୭୬୧୦୦ ଏବଂ ୯୪୩୭୦୧୧୨୯୬ରେ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ ଫୋନ ଉଠାଇ ନ ଥିଲେ। ସୁପରିଣ୍ଟେଣ୍ଡେଣ୍ଟ ଇଞ୍ଜିନିୟର ସ୍ବପ୍ନସରିତ ମିଶ୍ରଙ୍କ ଦୃଷ୍ଟି ଆକର୍ଷଣ କରାଯିବାରେ ସବୁ ସମସ୍ୟାର ସମାଧାନ କରାଯିବ କହି ସେ ପ୍ରସଙ୍ଗକୁ ଏଡ଼ାଇ ଯାଇଥିଲେ। ଅଧିକାରୀଙ୍କ ଏଭଳି ଉପରଠାଉରିଆ ମନ୍ତବ୍ୟରୁ ବିଦ୍ୟୁତ୍‌ ସେବା ପ୍ରଦାନରେ ସେମାନଙ୍କ ଆନ୍ତରିକତା ସ୍ପଷ୍ଟ ହୋଇଛି। ଏହାକୁ ନେଇ ପୁଞ୍ଜୀଭୂତ ଅସନ୍ତୋଷ ତୀବ୍ର ହେଉଥିବାବେଳେ ତୁରନ୍ତ ଏହାର ସମାଧାନ ନ ହେଲେ ବଡ଼ଧରଣର ଆନ୍ଦୋଳନ କରାଯିବ ବୋଲି ଉପଭୋକ୍ତାମାନେ ଚେତାବନୀ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

ପାକିସ୍ତାନ କ୍ରିକେଟକୁ ନେଇ ଆସିଲା ବଡ଼ ଖବର, ସୋଏବ ଅଖତର ଦେଲେ ଏମିତି ଉତ୍ତର ସମସ୍ତେ ଚକିତ

ଇସଲାମାବାଦ,୪।୧୦: ଶୋଏବ ଅଖତର କ’ଣ ପାକିସ୍ତାନ କ୍ରିକେଟ ଦଳର ମୁଖ୍ୟ ଚୟନକର୍ତ୍ତା (ଚିଫ ସିଲେକ୍ଟର) ହେବାକୁ ଯାଉଛନ୍ତି? ସାମ୍ପ୍ରତିକ ସମୟରେ ଇଣ୍ଟରନେଟରେ ଏହାକୁ ନେଇ ବ୍ୟାପକ ଚର୍ଚ୍ଚା…

ଅକ୍ଟୋବରରେ ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ଦିନିକିଆ ମ୍ୟାଚ ଖେଳିବ ଟିମ ଇଣ୍ଡିଆ; ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସ୍ଥାନ ନେବେ ଏହି ଖେଳାଳି

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ ଦଳ ଅକ୍ଟୋବର ୬ରୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ଏକ ଟି-୨୦ ସିରିଜ ଖେଳିବାକୁ ଯାଉଛି। ଏହି ସମୟରେ, ଅନ୍ୟ ଏକ ଭାରତୀୟ ଦଳ ଅଷ୍ଟ୍ରେଲିଆର…

ଟିଏମସି (TMC)କୁ ଲାଗିବ ଶକ୍ତ ଧକ୍କା, ଦଳ ଛାଡିଥିବା ନେତାଙ୍କୁ ଭାଜପା ଦେଲା ବଡ଼ ସୁଯୋଗ

ନୂଆଦିଲ୍ଲୀ,୪।୧୦: ଭାରତୀୟ ଜନତା ପାର୍ଟି(ଭାଜପା)ର କେନ୍ଦ୍ରୀୟ ନିର୍ବାଚନ କମିଟି ରବିବାର (ଅକ୍ଟୋବର ୪) ରାଜ୍ୟ ସଭା ନିର୍ବାଚନ ପାଇଁ ଦୁଇଜଣ ପ୍ରମୁଖ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?