Posted inଫୁରସତ

ଚର୍ଚ୍ଚାରେ ରିଅଲ୍‌ ରାଞ୍ଚୋ: ଚଳନ୍ତା ଟ୍ରେନ୍‌ରେ ମହିଳାଙ୍କ ପ୍ରସବ କରାଇଲେ ଭିଡିଓ କ୍ୟାମେରାମ୍ୟାନ୍‌

୨୦୦୯ର ସୁପରହିଟ୍‌ ‘୩ ଇଡିୟଟ୍ସ’ ଫିଲ୍ମରେ ଅଭିନେତା ଆମୀର ଖାନ୍‌ଙ୍କ ରାଞ୍ଚୋ ଚରିତ୍ର ଭିଡିଓ କଲ୍‌ କରି ଡାକ୍ତର ଚରିତ୍ର ନିର୍ବାହ କରୁଥିବା କରୀନା କପୁର ଖାନ୍‌ଙ୍କ ପରାମର୍ଶରେ କରୀନାଙ୍କ ବଡ଼ ଭଉଣୀଙ୍କ ପ୍ରସବ କରାଇଥିଲେ। ଠିକ୍‌ ଏହିପରି ଏକ ଘଟଣା ବାସ୍ତବ ଜୀବନରେ ମୁମ୍ବାଇର ରାମ ମନ୍ଦିର ରେଲ ଷ୍ଟେଶନରେ ଦେଖିବାକୁ ମିଳିଛି। ଉକ୍ତ ଷ୍ଟେଶନରେ ଜଣେ ଭିଡିଓ କ୍ୟାମେରାମ୍ୟାନ ଡାକ୍ତରଙ୍କୁ ଭିଡିଓ କଲ୍‌ କରି ଜଣେ ମହିଳାଙ୍କ ପ୍ରସବ କରାଇଛନ୍ତି। ରାମ ମନ୍ଦିର ରେଳ ଷ୍ଟେଶନରେ ବୁଧବାର ରାତି ଗୋଟାଏ ବେଳେ ଜଣେ ମହିଳାଙ୍କୁ ପ୍ରସବ ପୀଡ଼ା ହୋଇଥିଲା। ପେସାରେ ଭିଡିଓ କ୍ୟାମେରାମ୍ୟାନ ହୋଇଥିବା ବିକାଶ ଦିଲୀପ ବେନ୍ଦ୍ରେ(୨୭) ନାମକ ଜଣେ ସହଯାତ୍ରୀ ସମୟ ନଷ୍ଟ ନ କରି ତୁରନ୍ତ ଟ୍ରେନ୍‌ର ଏମର୍ଜେନ୍ସି ଚେନ୍‌କୁ ଟାଣି ଆମ୍ବୁଲାନ୍ସକୁ ଡାକିଥିଲେ। ଆମ୍ବୁଲାନ୍ସ ଆସିବା ପର୍ଯ୍ୟନ୍ତ ସେ ଜଣେ ମହିଳା ଡାକ୍ତରଙ୍କ ସହ ଭିଡିଓ କଲ୍‌ରେ ପ୍ରସବ ପୀଡ଼ା ଭୋଗୁଥିବା ମହିଳାଙ୍କ ସ୍ଥିତି ସମ୍ପର୍କରେ ସୂଚନା ଦେଇଥିଲେ। ମହିଳା ଡାକ୍ତର ଜଣଙ୍କ ଭିଡିଓ କଲ୍‌ରେ ପ୍ରସବ ନିମନ୍ତେ ବିଭିନ୍ନ ଉପାୟ କହିଥିଲେ, ଯାହାକୁ ବିକାଶ ପୂରଣ କରି ଚାଲିଥିଲେ। ବିକାଶ ସାହସର ସହ ଡାକ୍ତରଙ୍କ ସମସ୍ତ ନିର୍ଦ୍ଦେଶକୁ ପାଳନ କରି ମହିଳାଙ୍କୁ ସୁରକ୍ଷିତ ପ୍ରସବ କରାଇଥିଲେ। ମହିଳା ଜଣଙ୍କ ଜଣେ ସୁସ୍ଥ ଶିଶୁ ପୁତ୍ରଙ୍କୁ ଜନ୍ମ ଦେଇଥିଲେ। ଆମ୍ବୁଲାନ୍ସ ଆସିବା ପରେ ମହିଳା ଓ ତାଙ୍କ ନବଜାତ ଶିଶୁପୁତ୍ରକୁ ହସ୍ପିଟାଲ ନିଆଯାଇଥିଲା। ସୋସିଆଲ ମିଡିଆରେ ଏହି ଘଟଣା ଭାଇରାଲ ହେବାରେ ଲାଗିଛି। ବିକାଶଙ୍କୁ ରିଅଲ ଲାଇଫ୍‌ ରାଞ୍ଚୋ ବୋଲି କହି ଅନେକ ୟୁଜର୍ସ ତାଙ୍କୁ ପ୍ରଶଂସା କରିଛନ୍ତି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

କକ୍ରୋଚ୍ ଜନତା ପାର୍ଟିର ପ୍ରତିଷ୍ଠାତାଙ୍କୁ ଆକ୍ରମଣ, ଚାପୁଡ଼ା ମାରି….

ଜୟପୁର,୧୫।୬: ରାଜସ୍ଥାନର ଜୟପୁରରେ କକ୍ରୋଚ୍ ଜନତା ପାର୍ଟିର ଅଭିଜିତ୍ ଦୀପକେଙ୍କୁ ଚାପୁଡ଼ା ମାଡ଼ ହୋଇଛି । ରିପୋର୍ଟ ଅନୁଯାୟୀ, ଜଣେ ଅଜଣା ଯୁବକ ଏକ ପ୍ରତିବାଦ ସମୟରେ…

ବଡ଼ ଭଉଣୀ ସାମ୍ନାରେ ସାନ ଭଉଣୀଙ୍କୁ ଗଣବଳାତ୍କାର, ଶୌଚ ପାଇଁ ଯାଇଥିବା ବେଳେ ଟେକିନେଇ…

ବାରିପଦା,୧୫।୬(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ରାଇରଙ୍ଗପୁର ଟାଉନ ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ବଳାତ୍କାର ହୋଇଥିବା ନେଇ ଅଭିଯୋଗ ହୋଇଛି । ବଡ ଭଉଣୀ ସହ ଶୌଚ…

୨ ଚୋରି ମାମଲାର ପର୍ଦ୍ଦାଫାଶ, ୪ ଅଭିଯୁକ୍ତ ଗିରଫ, ଚୋରି ସାମଗ୍ରୀ ଜବତ

ଖଜୁରୀପଡ଼ା,୧୫।୬(ବିଦୁର ବେହେରା): କନ୍ଧମାଳ ଜିଲା ଖଜୁରୀପଡ଼ା ଥାନା ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ଅଞ୍ଚଳରେ ଘଟିଥିବା ଦୁଇଟି ପୃଥକ ଚୋରି ମାମଲାର ତଦନ୍ତ କରି ପୋଲିସ…

ଚକରାଘାଟି ବୁଲିଯିବା ବେଳେ ଦୁର୍ଘଟଣାରେ ଚନ୍ଦନଙ୍କ ମୃତ୍ୟୁ, ସମବେଦନା ଜଣାଇଲେ ଭଞ୍ଜନଗର ବିଧାୟକ

ଭଞ୍ଜନଗର,୧୫।୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କୁଲାଡ ମୁଖ୍ୟ ରାସ୍ତାର ତୁଳସିପଲ୍ଲୀ ଛକ ନିକଟରେ ସୋମବାର ଅପରାହ୍ନରେ ଏକ ମର୍ମନ୍ତୁଦ ଦୁର୍ଘଟଣା ହୋଇଛି । ବାଇକ୍ ଓ ସାଇକେଲ…

୧୧ କେଭି ତାର ନେଲା ୭ ମଇଁସିଙ୍କ ଜୀବନ: ଉତ୍ତେଜନା ରାସ୍ତାରୋକୋ

ଖଣ୍ଡପଡ଼ା/ନୟାଗଡ଼(ଅଜୟ କୁମାର ମହାରଣା/ଲୋକନାଥ ମିଶ୍ର): ନୟାଗଡ଼ ଜିଲା ଖଣ୍ଡପଡ଼ା ବ୍ଲକ ଅଧୀନ ବଡ଼ ବାଣପୁର ପଞ୍ଚାୟତ ଘଣାଶାଳିଆ ଗ୍ରାମରେ ସୋମବାର ଏକ ଦୁଖଃଦ ଘଟଣା ସାମ୍ନାକୁ ଆସିଛି।…

ନାଳରୁ ୧୬ଫୁଟର କୁମ୍ଭୀର ଉଦ୍ଧାର, ଜାଲ ପକାଇ ଧରିଲେ….

ରାଜନଗର,୧୫।୬(ଭାସ୍କର ରାଉତରାୟ): ରାଜନଗର ବ୍ଲକ ଜରିମୂଳ ବଜାରର ମାଟିଆ ମଙ୍ଗଳା ଛକ ନିକଟରେ ଥିବା ପାଣି ନାଳରୁ କୁମ୍ଭୀର ଉଦ୍ଧାର କରାଯାଇଛି । ବନବିଭାଗ ଟିମ ୧୬ଫୁଟର…

ପାଟଣାଗଡ଼ ଅଞ୍ଚଳରେ ଚାଞ୍ଚଲ୍ୟ: ଘରୁ ଡ଼ାକି ନେଇ ଯୁବତୀଙ୍କୁ ବଳାତ୍କାର, ତାପରେ….

ପାଟଣାଗଡ଼ ୧୫।୬ (ସଚ୍ଚିଦାନନ୍ଦ ମହାକୁର): ବଲାଙ୍ଗୀର ଜିଲା ପାଟଣାଗଡ଼ ଥାନ ଅଞ୍ଚଳରେ ଏକ ଲଜ୍ଜାଜନକ ଘଟଣା ଘଟିଛି । ଜଣେ ଯୁବତୀଙ୍କୁ ବଳାତ୍କାର ଅଭିଯୋଗରେ ୪ ଜଣ…

ସରକାରଙ୍କ ବଡ଼ ପ୍ରସ୍ତୁତି, ଖୁବଶୀଘ୍ର ଶସ୍ତା ହେବ ପେଟ୍ରୋଲ୍-ଡିଜେଲ୍‌! ଏତିକି ଟଙ୍କା କମିବ

ନୂଆଦିଲ୍ଲୀ,୧୫।୬: ଆମେରିକା-ଇରାନ ଚୁକ୍ତିନାମା ଘୋଷଣା ପରେ ଅଶୋଧିତ ତୈଳ ଦର ହ୍ରାସ ପାଇଛି । ସୋମବାର ପ୍ରାରମ୍ଭିକ ବାଣିଜ୍ୟ ସମୟରେ, ଅନ୍ତର୍ଜାତୀୟ ଅଶୋଧିତ ତୈଳ ଦର ୪% ରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri