ଭାରତ ସହ ଏକାଠି କାର୍ଯ୍ୟ କରିବାକୁ ପ୍ରସ୍ତୁତ: ଚାଇନା

ବେଜିଂ, ୧୮।୮(ପି.ଟି.): ରାଜନୈତିକ ଆପୋଷ ଆସ୍ଥା ବଢ଼ାଇବା ଓ ମତପାର୍ଥକ୍ୟକୁ ଦୂର କରିବା ତଥା ଦ୍ୱିପାକ୍ଷିକ ସମ୍ପର୍କର ଦୀର୍ଘମିଆଦୀ ବିକାଶ ବଜାୟ ରଖିବା ଲାଗି ଭାରତ ସହିତ ଏକାଠି କାର୍ଯ୍ୟ କରିବାକୁ ଚାଇନା ପ୍ରସ୍ତୁତ ବୋଲି ସୋମବାର କହିଛି। ଦେଶର ସାର୍ବଭୌମତ୍ୱ ପ୍ରତି ଯେଉଁମାନେ ଚ୍ୟାଲେଞ୍ଜ ସୃଷ୍ଟି କରିଥିଲେ ସେମାନଙ୍କୁ ଭାରତୀୟ ସେନା ଉପଯୁକ୍ତ ଜବାବ ଦେଇଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ବାଧୀନତା ଦିବସ ଅଭିଭାଷଣ କହିଥିଲେ। ଏହା ଉପରେ ଚାଇନାର ପ୍ରତିକ୍ରିୟା ସମ୍ପର୍କରେ ଏହାର ବହିର୍ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର ଝାଓ ଜିଜିଆନଙ୍କୁ ପ୍ରଶ୍ନ କରାଯିବାରୁ ସେ ଉପରୋକ୍ତ ମତ ରଖିଛନ୍ତି। ୭୪ତମ ସ୍ବାଧୀନତା ଦିବସରେ ଲାଲ୍‌କିଲାରୁ ଉଦ୍‌ବୋଧନ ଦେଇ ମୋଦି କହିଥିଲେ ନିୟନ୍ତ୍ରଣ ରେଖା (ଏଲ୍‌ଓସି)ରୁ ପ୍ରକୃତ ନିୟନ୍ତ୍ରଣ ରେଖା (ଏଲ୍‌ଏସି) ଯାଏ କେହି ଯଦି ଦେଶର ସାର୍ବଭୌମତ୍ୱ ଉପରେ ଆଖି ପକାଏ ତେବେ ସଶସ୍ତ୍ର ବାହିନୀ ସେମାନେ ବୁଝିପାରୁଥିବା ଭାଷାରେ ଜବାବ ଦେବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ମୋଦିଙ୍କ ଭାଷଣ ଆମ ଦୃଷ୍ଟିକୁ ଆସିଥିବା ଝାଓ କହିଛନ୍ତି। ଭାରତ ଓ ଚାଇନା ଦୁଇ ଜନବହୁଳ ପଡୋଶୀ ଦ୍ୱିପାକ୍ଷିକ ସମ୍ପର୍କ ବଢ଼ାଇବା ଜରୁରୀ। ଏହା କେବଳ ଦୁଇ ଦେଶବାସୀଙ୍କ ସ୍ବାର୍ଥ ସାଧନ କରିବ ତାହା ନୁହେଁ, ଉକ୍ତ ଅଞ୍ଚଳ ସମେତ ସାରା ବିଶ୍ୱରେ ଶାନ୍ତି, ସ୍ଥିରତା ଏବଂ ସମୃଦ୍ଧି ଆଣିପାରିବ ବୋଲି ଝାଓ କହିଥିଲେ। ସେଥିପାଇଁ ଉଭୟ ପକ୍ଷ ପରସ୍ପରକୁ ସମ୍ମାନ ଜଣାଇବା ଓ ସମର୍ଥନ ଦେବା ଉପଯୁକ୍ତ ମାର୍ଗ। ସେଥିପାଇଁ ଚାଇନା ଭାରତ ସହ ଏକାଠି କାର୍ଯ୍ୟ କରିବାକୁ ପ୍ରସ୍ତୁତ ବୋଲି ବହିର୍ବ୍ୟାପାର ମୁଖପାତ୍ର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇସ୍ତଫା ଦେବିନି, ଶେଷ ବଲ୍‌ ଯାଏ ଲଢ଼ିବି: ଇମ୍ରାନ୍‌

ଇସ୍‌ଲାମାବାଦ, ୩୧ା୩: ଅନାସ୍ଥା ପ୍ରସ୍ତାବ ଉପରେ ବିତର୍କ ସ୍ଥଗିତ ହେବା ପରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାଁ ଗୁରୁବାର ସନ୍ଧ୍ୟାରେ ଦେଶକୁ ସମ୍ବୋଧନ କରିଛନ୍ତି। ଏହି...

ଇଣ୍ଡୋନେସିଆରେ ଭୂକମ୍ପ

ଜାକର୍ତ୍ତା,୨୪ା୯: ଇଣ୍ଡୋନେସିଆରେ ଶନିବାର ପ୍ରବଳ ଭୂକମ୍ପ ଅନୁଭୂତ ହୋଇଛି। ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୬ରୁ ଅଧିକ ଥିଲା। ହଠାତ୍‌ ସବୁକିଛି ଥରିବାରୁ ଲୋକେ ଭୟଭୀତ...

ରୁଷିଆ-ୟୁକ୍ରେନ ମଧ୍ୟରେ ଯେଉଁ ଯୁଦ୍ଧ ହେବ, ତାହା ଦ୍ୱିତୀୟ ବିଶ୍ୱଯୁଦ୍ଧଠାରୁ ଭୟଙ୍କର

ଲଣ୍ଡନ,୨୦ା୨: ରୁଷିଆ-ୟୁକ୍ରେନ ବିବାଦ ମଧ୍ୟରେ ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ ଜନସନ ଏକ ଭୟାନକ କଥା କହିଛନ୍ତି। ଦ୍ୱିତୀୟ ବିଶ୍ୱଯୁଦ୍ଧ ପରଠାରୁ ୟୁରୋପରେ ସବୁଠାରୁ ବଡ଼ ଆକ୍ରମଣ...

ବାତ୍ୟା ଭଳି ଏବେ ‘ଲୁ’ର ହେବ ନାମକରଣ…

ସେଭିଲ/ନୂଆଦିଲ୍ଲୀ, ୯।୬ : ବାତ୍ୟା ଭଳି ଏବେ ଖୁବ ଶୀଘ୍ର ‘ଲୁ’ର ମଧ୍ୟ ନାମକରଣର କରାଯିବ। ‘ଲୁ’ର ନାମକରଣ କରିବାର କାରଣ ହେଉଛି ଏହାର ଗୁରୁତ୍ୱକୁ...

ଶତାବ୍ଦୀର ଦୀର୍ଘତମ ଚନ୍ଦ୍ରଗ୍ରହଣ ନଭେମ୍ବର ୧୯ରେ…

ଓ୍ବାଶିଂଟନ/ନୂଆଦିଲ୍ଲୀ,୭।୧୧: ଚଳିତ ବର୍ଷର ଶେଷ ଚନ୍ଦ୍ରଗ୍ରହଣ ନଭେମ୍ବର ୧୯ରେ ହେବାକୁ ଯାଉଛି। ଆମେରିକାର ସ୍ପେସ ଏଜେନ୍ସି ନାସା କହିଛି ଯେ ଏହା ଶତାବ୍ଦୀର ଦୀର୍ଘତମ ଚନ୍ଦ୍ରଗ୍ରହଣ।...

ଉହାନ ବାୟୁମଣ୍ଡଳରେ ବଢୁଛି ସଲଫର ଡାଇଅକ୍ସାଇଡ୍‌ ମାତ୍ରା: ପ୍ରମାଣିତ କରୁଛି କରୋନା ମୃତ୍ୟୁ ସଂଖ୍ୟା ସରକାରୀ ରିପୋର୍ଟଠାରୁ ଢେର୍‌ ଅଧିକ !

ବେଜିଂ,୧୧।୨: କରୋନା ଭୁତାଣୁ ଚାଇନାରେ ମୁଣ୍ଡ ଗଡ଼ାଇ ଚାଲିଛି। ଇତିମଧ୍ୟରେ ମୃତ୍ୟୁ ସଂଖ୍ୟା ୧୦୧୧ରେ ପହଞ୍ଚିଛି। ସେହିପରି ଆକ୍ରାନ୍ତଙ୍କ ସଂଖ୍ୟା ୪୨ ହଜାର ୬୦୦ ଛୁଇଁଛି।...

ଚେତାବନୀ ଦେଲେ ନେପାଳ ସରକାର

କାଠମାଣ୍ଡୁ,.୫।୯: ନେପାଳ ସରକାର ରବିବାର ନାଗରିକମାନଙ୍କୁ ଚେତାବନୀ ଦେଇ କହିଛନ୍ତି ଯେ, ସେମାନେ ଏପରି ଲଜ୍ଜାଜନକ କାର୍ଯ୍ୟ କରିବା ଉଚିତ ନୁହେଁ, ଯାହା ଦ୍ୱାରା ବନ୍ଧୁତ୍ୱପୂର୍ଣ୍ଣ...

ଓମାନର ସୁଲତାନ କାବୁସଙ୍କ ପରଲୋକ: ଶପଥ ନେଲେ ଉତ୍ତରାଧିକାରୀ

ମାସକାଟ,୧୧।୧: ଓମାନର ସୁଲତାନ କାବୁସ ବିନ ସୈଦ ଅଲ ସୈଦଙ୍କର ୭୯ ବର୍ଷ ବୟସରେ ପରଲୋକ ହୋଇଛି। କାବୁସ ଆରବର ସର୍ବାଧିକ ସମୟ ସୁଲତାନ ଭାବେ...

Advertisement
Archives

Model This Week