ବିରୋଧ ପାଇଁ ସଜବାଜ

ଯାଜପୁର ଅଫିସ,୨୫।୪: କଳିଙ୍ଗନଗର ଶିଳ୍ପାଞ୍ଚଳର କେତେକ କାରଖାନାରୁ ବାୟୁ ଓ ଜଳ ପ୍ରଦୂଷଣ ଯୋଗୁ ଯାଜପୁର ଜିଲା କଳିଙ୍ଗନଗର ଶିଳ୍ପାଞ୍ଚଳ ସମେତ ଆଖପାଖ ଅଞ୍ଚଳରେ ସ୍ବାସ୍ଥ୍ୟଗତ ସଙ୍କଟ ଦେଖାଦେଇଛି। ଏଭଳି ଅନିୟନ୍ତ୍ରିତ ପରିସ୍ଥିତିରେ ଆଉ ଏକ କାରଖାନା କଳିଙ୍ଗନଗରରେ ପାଦ ଥାପିଛି। ଯଖପୁରା ନିକଟରେ ବାର୍ଷିକ ୭ ଲକ୍ଷ ୫୦ ହଜାର ଟନ୍‌ ରୋଲ୍‌ଡ ପ୍ରଡକ୍ଟସ୍‌ ଉପତ୍ାଦନ ନିମନ୍ତେ ଜଟିଆ ଷ୍ଟିଲ ଲିମିଟେଡ୍‌ର ଆସନ୍ତା ୨୯ ତାରିଖରେ ଦାନଗଦି ଭବନଠାରେ ସର୍ବସାଧାରଣ ଶୁଣାଣି କରିବାକୁ ବିଜ୍ଞାପନ ହୋଇଛି। ହେଲେ ଉପଯୁକ୍ତ ଭାବେ ପ୍ରଚାରପ୍ରସାର ନ କରି କେତେଜଣ ପ୍ରଭାବଶାଳୀ ଲୋକଙ୍କୁ ହାତ କରି ଉକ୍ତ ଶୁଣାଣିକୁ ସଫଳ କରିବାକୁ ଯୋଜନା କରାଯାଉଥିବା ଅଭିଯୋଗ ହୋଇଛି। ପୂର୍ବରୁ ଯଖପୁରା ଅଞ୍ଚଳରେ କେତେକ କାରଖାନାର ବାୟୁ ଓ ଜଳ ପ୍ରଦୂଷଣକୁ ନେଇ ତୁମ୍ବିତୋଫାନ ହୋଇଆସୁଥିବାବେଳେ ପ୍ରସ୍ତାବିତ ଏହି ଜଟିଆ ଷ୍ଟିଲ କାରଖାନାକୁ ପୂର୍ଣ୍ଣ ମାତ୍ରାରେ ବିରୋଧ କରିବାକୁ ପ୍ରଭାବିତ ଲୋକେ ଅଣ୍ଟା ଭିଡିଥିବା ସୂଚନା ମିଳିଛି।
୫ ବର୍ଷ ପୂର୍ବରୁ ଗ୍ରୀନ୍‌ପିସ୍‌ ନାମକ ଏକ ସଂସ୍ଥା ଦ୍ୱାରା ହୋଇଥିବା ଏକ ସର୍ଭେ ମୁତାବକ ଦେଶର ସର୍ବାଧିକ ପ୍ରଦୂ୍ୟଷିତ ସହର ମଧ୍ୟରେ ଓଡ଼ିଶାର ୫ଟି ସହର ରହିଥିଲା। ସେଥିମଧ୍ୟରୁ ଯାଜପୁର ଜିଲା କଳିଙ୍ଗନଗର ଶିଳ୍ପାଞ୍ଚଳ ରାଜ୍ୟର ଦ୍ୱିତୀୟ ପ୍ରଦୂଷିତ ସହର ଆଖ୍ୟା ପାଇ ବଦନାମ ଆଣିଥିଲା, ଯାହାକି ଏଯାଏ ନିୟନ୍ତ୍ରଣ ହୋଇ ପାରିନାହିଁ ବୋଲି କୁହାଯାଉଛି। ବାୟୁ ଓ ଜଳ ପ୍ରଦୂଷଣରେ ସ୍ଥାନୀୟ ଲୋକେ ରୁନ୍ଧି ହେଉଛନ୍ତି। କିଡନୀ ଓ ଯକ୍ଷ୍ମା ରୋଗରେ ମୃତ୍ୟୁ ଓ ଆକ୍ରାନ୍ତ ସଂଖ୍ୟା ବଢ଼ିବାରେ ଲାଗିଛି। ବିଶେଷକରି ଯଖପୁରା ନିକଟରେ ଥିବା କେତେକ ପ୍ରମୁଖ ଶିଳ୍ପସଂସ୍ଥାର ବର୍ଜ୍ୟଜଳ ଅଞ୍ଚଳବାସୀଙ୍କ ଜୀବନଜୀବିକାକୁ ଦୁର୍ବିଷହ କରୁଥିବା ଅଭିଯୋଗ ହେଉଛି। ଏନେଇ ପୂର୍ବରୁ ନ୍ୟାଶନାଲ ଗ୍ରୀନ୍‌ ଟ୍ରିବ୍ୟୁନାଲ (ଏନ୍‌ଜିଟି), ହାଇକୋର୍ଟରେ ମାମଲା ରୁଜୁ ହୋଇଥିଲେ ହେଁ କଳେବଳେ କୌଶଳେ ଚାପି ଦିଆଯାଇଛି। କଳିଙ୍ଗନଗର ଶିଳ୍ପାଞ୍ଚଳର ଗଣ୍ଡାନାଳକୁ ପ୍ରଦୂଷଣମୁକ୍ତ, ଏୟାର କ୍ବାଲିଟି ମନିଟରିଂ ଡାଟାରୁ ମିଳିଥିବା ତଥ୍ୟ ଅନୁସାରେ ବାୟୁ ପ୍ରଦୂଷଣର ନିୟନ୍ତ୍ରଣ, ରାସ୍ତାକଡ଼ ଏବଂ ଶିଳ୍ପାଞ୍ଚଳର ୩୩ ପ୍ରତିଶତ ଅଞ୍ଚଳରେ ବନୀକରଣ କରିବାକୁ ପରିବେଶ ପରିଚାଳନା ବୈଠକରେ ନିଷ୍ପତ୍ତି ହୋଇଥିଲା। ଏହାସହ ପ୍ରତ୍ୟେକ ଶିଳ୍ପସଂସ୍ଥା ବର୍ଷାପାଣି ଓ କାରଖାନାରୁ ବୋହୁଥିବା ବର୍ଜ୍ୟପାଣି ବୁନ୍ଦାଏ ବି ବାହାରକୁ ନଛାଡିବାକୁ ନିର୍ଦ୍ଦେଶ ହୋଇଥିଲା। କଳିଙ୍ଗନଗର ଶିଳ୍ପାଞ୍ଚଳରେ ଯାଜପୁର କ୍ଲଷ୍ଟର ଡେଭଲପମେଣ୍ଟ ବିଭାଗ ପକ୍ଷରୁ କମନ ଏଫ୍ଲୁଏଣ୍ଟ ଟ୍ରିଟମେଣ୍ଟ ପ୍ଲାଣ୍ଟ(ସିଇଟିପି) ସ୍ଥାପନ କରିବା, ପାଣି ସିଞ୍ଚନ ସହ କାରଖାନାର ଆଭ୍ୟନ୍ତରୀଣ ରାସ୍ତା ଓ ରାଜରାସ୍ତାକୁ ସମ୍ପୂର୍ଣ୍ଣ ସଫା ରଖିବା, ପ୍ରତ୍ୟେକ ଶିଳ୍ପସଂସ୍ଥା ପାଇଁ ହୁଇଲ ୱାଶିଂ ମେଶିନ ବାଧ୍ୟତାମୂଳକ କରିବା, ଢାଙ୍କୁଣି ଦେଇ ପରିବହନ ଇତ୍ୟାଦି ପାଳନ କରିବାକୁ ନିଷ୍ପତ୍ତି ହୋଇଥିଲା। କିନ୍ତୁ ଏହିସବୁ ନିଷ୍ପତ୍ତିକୁ କେତେକ ଶିଳ୍ପସଂସ୍ଥା ମାନୁନାହାନ୍ତି। ଏଥିଯୋଗୁ ଗଣ୍ଡାନାଳ ସମେତ ଖରସ୍ରୋତା ଓ ବ୍ରାହ୍ମଣୀ ନଦୀଜଳରେ ଥିବା ପରମିସିବୁଲ ଲିମିଟ୍‌ରୁ ୧୫ରୁ ଉର୍ଦ୍ଧ୍ୱ ଗୁଣ ଅଧିକ ଫେନୋଲିକ କମ୍ପାଉଣ୍ଡ, ସାୟାନାଇଡ, କ୍ରୋମିୟମ ଆଦି ବିଷାକ୍ତ ପଦାର୍ଥ ରହିଥିବା ରିପୋର୍ଟରେ ଦର୍ଶାଯାଇଛି। କିନ୍ତୁ ନିଜ ଲାଭ ଜଗିବାକୁ ଶିଳ୍ପସଂସ୍ଥା କର୍ତ୍ତୃପକ୍ଷ ଲୋକଙ୍କ ଜୀବନ ଉପରେ ଖେଳ ଖେଳୁଛନ୍ତି ା ଏହିକ୍ରମରେ ଜଟିଆ ଷ୍ଟିଲ କାରଖାନା ପ୍ରତିଷ୍ଠା ହେଲେ ଯଖପୁରା, କଚେରୀଗାଁ, ଦାଶମାନିଆ, ରାବଣା ଆଦି ଗ୍ରାମରେ ଜଳ ଓ ବାୟୁ ପ୍ରଦୂଷଣ ଆହୁରି ଉତ୍କଟ ହେବ ବୋଲି ଆଲୋଚନା ହେଉଛି। ଏହାବାଦ ନିକଟରେ ଥିବା ଯଖପୁରା ହାଇସ୍କୁଲ, ରଘୁନାଥ ମାଧ୍ୟମିକ ଇଂରାଜୀ ବିଦ୍ୟାଳୟ, ଜଗଡିହ ପ୍ରାଥମିକ ସ୍କୁଲ, ଖପୁରିଆପଡା ଉଚ୍ଚ ପ୍ରାଥମିକ ସ୍କୁଲ, ସେଣ୍ଟ ଜାଭିୟର ସ୍କୁଲ, ପିଙ୍ଗଲ ନୋଡାଲ ଉଚ୍ଚ ବିଦ୍ୟାଳୟର ଛାତ୍ରୀଛାତ୍ରମାନଙ୍କ ଉପରେ ପ୍ରଦୂଷଣର ପ୍ରଭାବ ପଡ଼ିପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି। ଅନ୍ୟପକ୍ଷେ ରାବଣା ହସ୍ପିଟାଲ, ସିଟି ଷ୍ଟିଲ ହସ୍ପିଟାଲ, ଇଏସ୍‌ଆଇ ଡିସ୍‌ପେନସାରିରେ ଚିକିତ୍ସାଧୀନ ରୋଗୀମାନଙ୍କ ଉପରେ କୁପ୍ରଭାବ ପଡ଼ିବା ଆଶଙ୍କା ରହିଛି। ଏହି କାରଖାନା ନିର୍ମାଣ ସମୟରେ ୬୦ ଜଣ ଏବଂ କାର୍ଯ୍ୟକାରିତା ସମୟରେ ୧୫୦ ଜଣ ପ୍ରତ୍ୟକ୍ଷ ଭାବେ ନିଯୁକ୍ତି ପାଇବେ ବୋଲି କମ୍ପାନୀ ପକ୍ଷରୁ ରିପୋର୍ଟରେ ଦର୍ଶାଯାଇଛି। ହେଲେ କଳିଙ୍ଗନଗର ଶିଳ୍ପାଞ୍ଚଳରେ ଗତାନୁଗତିକ ଭାବେ ଅଧିକାଂଶ ରାଜ୍ୟ ବାହାର ଲୋକଙ୍କୁ ପ୍ରାଧାନ୍ୟ ଦିଆଯିବ ବୋଲି ପ୍ରଭାବିତ ଲୋକ ମତପ୍ରକାଶ କରିଛନ୍ତି। ଏ ସଂକ୍ରାନ୍ତରେ ଏସ୍‌ପିସିବିର କଳିଙ୍ଗନଗର ଆଞ୍ଚଳିକ ଅଧିକାରୀ ପ୍ରମୋଦ କୁମାର ବେହେରାଙ୍କୁ ପଚାରିବାରେ ସେ କହିଛନ୍ତି ଇତିମଧ୍ୟରେ ୨ଟି କାରଖାନା ପ୍ରତିଷ୍ଠା ପାଇଁ ଜନଶୁଣାଣି କାର୍ଯ୍ୟକ୍ରମ ରହିଛି। ଏଥିରେ ପ୍ରଭାବିତ ଲୋକଙ୍କ ମତ ଅନୁସାରେ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଗିଲ୍‌ଙ୍କ ଅଧିନାୟକତ୍ୱକୁ ନେଇ ଗମ୍ଭୀରଙ୍କ ବଡ଼ ବୟାନ, ବୋଲରଙ୍କ…

ନୂଆଦିଲ୍ଲୀ,୨।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦ୍ୱିତୀୟ ଦିନିକିଆରେ ୪୦୬ ରନ୍‌ର ବଡ଼ ଲକ୍ଷ୍ୟକୁ ହାସଲ କରି ଭାରତ ଚମତ୍କାର ବିଜୟ ହାସଲ କରିଛି। ଏହି ମ୍ୟାଚ୍‌ରେ ଶୁବମନ ଗିଲ୍‌ଙ୍କ…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?