ବିରୋଧ ପାଇଁ ସଜବାଜ

ଯାଜପୁର ଅଫିସ,୨୫।୪: କଳିଙ୍ଗନଗର ଶିଳ୍ପାଞ୍ଚଳର କେତେକ କାରଖାନାରୁ ବାୟୁ ଓ ଜଳ ପ୍ରଦୂଷଣ ଯୋଗୁ ଯାଜପୁର ଜିଲା କଳିଙ୍ଗନଗର ଶିଳ୍ପାଞ୍ଚଳ ସମେତ ଆଖପାଖ ଅଞ୍ଚଳରେ ସ୍ବାସ୍ଥ୍ୟଗତ ସଙ୍କଟ ଦେଖାଦେଇଛି। ଏଭଳି ଅନିୟନ୍ତ୍ରିତ ପରିସ୍ଥିତିରେ ଆଉ ଏକ କାରଖାନା କଳିଙ୍ଗନଗରରେ ପାଦ ଥାପିଛି। ଯଖପୁରା ନିକଟରେ ବାର୍ଷିକ ୭ ଲକ୍ଷ ୫୦ ହଜାର ଟନ୍‌ ରୋଲ୍‌ଡ ପ୍ରଡକ୍ଟସ୍‌ ଉପତ୍ାଦନ ନିମନ୍ତେ ଜଟିଆ ଷ୍ଟିଲ ଲିମିଟେଡ୍‌ର ଆସନ୍ତା ୨୯ ତାରିଖରେ ଦାନଗଦି ଭବନଠାରେ ସର୍ବସାଧାରଣ ଶୁଣାଣି କରିବାକୁ ବିଜ୍ଞାପନ ହୋଇଛି। ହେଲେ ଉପଯୁକ୍ତ ଭାବେ ପ୍ରଚାରପ୍ରସାର ନ କରି କେତେଜଣ ପ୍ରଭାବଶାଳୀ ଲୋକଙ୍କୁ ହାତ କରି ଉକ୍ତ ଶୁଣାଣିକୁ ସଫଳ କରିବାକୁ ଯୋଜନା କରାଯାଉଥିବା ଅଭିଯୋଗ ହୋଇଛି। ପୂର୍ବରୁ ଯଖପୁରା ଅଞ୍ଚଳରେ କେତେକ କାରଖାନାର ବାୟୁ ଓ ଜଳ ପ୍ରଦୂଷଣକୁ ନେଇ ତୁମ୍ବିତୋଫାନ ହୋଇଆସୁଥିବାବେଳେ ପ୍ରସ୍ତାବିତ ଏହି ଜଟିଆ ଷ୍ଟିଲ କାରଖାନାକୁ ପୂର୍ଣ୍ଣ ମାତ୍ରାରେ ବିରୋଧ କରିବାକୁ ପ୍ରଭାବିତ ଲୋକେ ଅଣ୍ଟା ଭିଡିଥିବା ସୂଚନା ମିଳିଛି।
୫ ବର୍ଷ ପୂର୍ବରୁ ଗ୍ରୀନ୍‌ପିସ୍‌ ନାମକ ଏକ ସଂସ୍ଥା ଦ୍ୱାରା ହୋଇଥିବା ଏକ ସର୍ଭେ ମୁତାବକ ଦେଶର ସର୍ବାଧିକ ପ୍ରଦୂ୍ୟଷିତ ସହର ମଧ୍ୟରେ ଓଡ଼ିଶାର ୫ଟି ସହର ରହିଥିଲା। ସେଥିମଧ୍ୟରୁ ଯାଜପୁର ଜିଲା କଳିଙ୍ଗନଗର ଶିଳ୍ପାଞ୍ଚଳ ରାଜ୍ୟର ଦ୍ୱିତୀୟ ପ୍ରଦୂଷିତ ସହର ଆଖ୍ୟା ପାଇ ବଦନାମ ଆଣିଥିଲା, ଯାହାକି ଏଯାଏ ନିୟନ୍ତ୍ରଣ ହୋଇ ପାରିନାହିଁ ବୋଲି କୁହାଯାଉଛି। ବାୟୁ ଓ ଜଳ ପ୍ରଦୂଷଣରେ ସ୍ଥାନୀୟ ଲୋକେ ରୁନ୍ଧି ହେଉଛନ୍ତି। କିଡନୀ ଓ ଯକ୍ଷ୍ମା ରୋଗରେ ମୃତ୍ୟୁ ଓ ଆକ୍ରାନ୍ତ ସଂଖ୍ୟା ବଢ଼ିବାରେ ଲାଗିଛି। ବିଶେଷକରି ଯଖପୁରା ନିକଟରେ ଥିବା କେତେକ ପ୍ରମୁଖ ଶିଳ୍ପସଂସ୍ଥାର ବର୍ଜ୍ୟଜଳ ଅଞ୍ଚଳବାସୀଙ୍କ ଜୀବନଜୀବିକାକୁ ଦୁର୍ବିଷହ କରୁଥିବା ଅଭିଯୋଗ ହେଉଛି। ଏନେଇ ପୂର୍ବରୁ ନ୍ୟାଶନାଲ ଗ୍ରୀନ୍‌ ଟ୍ରିବ୍ୟୁନାଲ (ଏନ୍‌ଜିଟି), ହାଇକୋର୍ଟରେ ମାମଲା ରୁଜୁ ହୋଇଥିଲେ ହେଁ କଳେବଳେ କୌଶଳେ ଚାପି ଦିଆଯାଇଛି। କଳିଙ୍ଗନଗର ଶିଳ୍ପାଞ୍ଚଳର ଗଣ୍ଡାନାଳକୁ ପ୍ରଦୂଷଣମୁକ୍ତ, ଏୟାର କ୍ବାଲିଟି ମନିଟରିଂ ଡାଟାରୁ ମିଳିଥିବା ତଥ୍ୟ ଅନୁସାରେ ବାୟୁ ପ୍ରଦୂଷଣର ନିୟନ୍ତ୍ରଣ, ରାସ୍ତାକଡ଼ ଏବଂ ଶିଳ୍ପାଞ୍ଚଳର ୩୩ ପ୍ରତିଶତ ଅଞ୍ଚଳରେ ବନୀକରଣ କରିବାକୁ ପରିବେଶ ପରିଚାଳନା ବୈଠକରେ ନିଷ୍ପତ୍ତି ହୋଇଥିଲା। ଏହାସହ ପ୍ରତ୍ୟେକ ଶିଳ୍ପସଂସ୍ଥା ବର୍ଷାପାଣି ଓ କାରଖାନାରୁ ବୋହୁଥିବା ବର୍ଜ୍ୟପାଣି ବୁନ୍ଦାଏ ବି ବାହାରକୁ ନଛାଡିବାକୁ ନିର୍ଦ୍ଦେଶ ହୋଇଥିଲା। କଳିଙ୍ଗନଗର ଶିଳ୍ପାଞ୍ଚଳରେ ଯାଜପୁର କ୍ଲଷ୍ଟର ଡେଭଲପମେଣ୍ଟ ବିଭାଗ ପକ୍ଷରୁ କମନ ଏଫ୍ଲୁଏଣ୍ଟ ଟ୍ରିଟମେଣ୍ଟ ପ୍ଲାଣ୍ଟ(ସିଇଟିପି) ସ୍ଥାପନ କରିବା, ପାଣି ସିଞ୍ଚନ ସହ କାରଖାନାର ଆଭ୍ୟନ୍ତରୀଣ ରାସ୍ତା ଓ ରାଜରାସ୍ତାକୁ ସମ୍ପୂର୍ଣ୍ଣ ସଫା ରଖିବା, ପ୍ରତ୍ୟେକ ଶିଳ୍ପସଂସ୍ଥା ପାଇଁ ହୁଇଲ ୱାଶିଂ ମେଶିନ ବାଧ୍ୟତାମୂଳକ କରିବା, ଢାଙ୍କୁଣି ଦେଇ ପରିବହନ ଇତ୍ୟାଦି ପାଳନ କରିବାକୁ ନିଷ୍ପତ୍ତି ହୋଇଥିଲା। କିନ୍ତୁ ଏହିସବୁ ନିଷ୍ପତ୍ତିକୁ କେତେକ ଶିଳ୍ପସଂସ୍ଥା ମାନୁନାହାନ୍ତି। ଏଥିଯୋଗୁ ଗଣ୍ଡାନାଳ ସମେତ ଖରସ୍ରୋତା ଓ ବ୍ରାହ୍ମଣୀ ନଦୀଜଳରେ ଥିବା ପରମିସିବୁଲ ଲିମିଟ୍‌ରୁ ୧୫ରୁ ଉର୍ଦ୍ଧ୍ୱ ଗୁଣ ଅଧିକ ଫେନୋଲିକ କମ୍ପାଉଣ୍ଡ, ସାୟାନାଇଡ, କ୍ରୋମିୟମ ଆଦି ବିଷାକ୍ତ ପଦାର୍ଥ ରହିଥିବା ରିପୋର୍ଟରେ ଦର୍ଶାଯାଇଛି। କିନ୍ତୁ ନିଜ ଲାଭ ଜଗିବାକୁ ଶିଳ୍ପସଂସ୍ଥା କର୍ତ୍ତୃପକ୍ଷ ଲୋକଙ୍କ ଜୀବନ ଉପରେ ଖେଳ ଖେଳୁଛନ୍ତି ା ଏହିକ୍ରମରେ ଜଟିଆ ଷ୍ଟିଲ କାରଖାନା ପ୍ରତିଷ୍ଠା ହେଲେ ଯଖପୁରା, କଚେରୀଗାଁ, ଦାଶମାନିଆ, ରାବଣା ଆଦି ଗ୍ରାମରେ ଜଳ ଓ ବାୟୁ ପ୍ରଦୂଷଣ ଆହୁରି ଉତ୍କଟ ହେବ ବୋଲି ଆଲୋଚନା ହେଉଛି। ଏହାବାଦ ନିକଟରେ ଥିବା ଯଖପୁରା ହାଇସ୍କୁଲ, ରଘୁନାଥ ମାଧ୍ୟମିକ ଇଂରାଜୀ ବିଦ୍ୟାଳୟ, ଜଗଡିହ ପ୍ରାଥମିକ ସ୍କୁଲ, ଖପୁରିଆପଡା ଉଚ୍ଚ ପ୍ରାଥମିକ ସ୍କୁଲ, ସେଣ୍ଟ ଜାଭିୟର ସ୍କୁଲ, ପିଙ୍ଗଲ ନୋଡାଲ ଉଚ୍ଚ ବିଦ୍ୟାଳୟର ଛାତ୍ରୀଛାତ୍ରମାନଙ୍କ ଉପରେ ପ୍ରଦୂଷଣର ପ୍ରଭାବ ପଡ଼ିପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି। ଅନ୍ୟପକ୍ଷେ ରାବଣା ହସ୍ପିଟାଲ, ସିଟି ଷ୍ଟିଲ ହସ୍ପିଟାଲ, ଇଏସ୍‌ଆଇ ଡିସ୍‌ପେନସାରିରେ ଚିକିତ୍ସାଧୀନ ରୋଗୀମାନଙ୍କ ଉପରେ କୁପ୍ରଭାବ ପଡ଼ିବା ଆଶଙ୍କା ରହିଛି। ଏହି କାରଖାନା ନିର୍ମାଣ ସମୟରେ ୬୦ ଜଣ ଏବଂ କାର୍ଯ୍ୟକାରିତା ସମୟରେ ୧୫୦ ଜଣ ପ୍ରତ୍ୟକ୍ଷ ଭାବେ ନିଯୁକ୍ତି ପାଇବେ ବୋଲି କମ୍ପାନୀ ପକ୍ଷରୁ ରିପୋର୍ଟରେ ଦର୍ଶାଯାଇଛି। ହେଲେ କଳିଙ୍ଗନଗର ଶିଳ୍ପାଞ୍ଚଳରେ ଗତାନୁଗତିକ ଭାବେ ଅଧିକାଂଶ ରାଜ୍ୟ ବାହାର ଲୋକଙ୍କୁ ପ୍ରାଧାନ୍ୟ ଦିଆଯିବ ବୋଲି ପ୍ରଭାବିତ ଲୋକ ମତପ୍ରକାଶ କରିଛନ୍ତି। ଏ ସଂକ୍ରାନ୍ତରେ ଏସ୍‌ପିସିବିର କଳିଙ୍ଗନଗର ଆଞ୍ଚଳିକ ଅଧିକାରୀ ପ୍ରମୋଦ କୁମାର ବେହେରାଙ୍କୁ ପଚାରିବାରେ ସେ କହିଛନ୍ତି ଇତିମଧ୍ୟରେ ୨ଟି କାରଖାନା ପ୍ରତିଷ୍ଠା ପାଇଁ ଜନଶୁଣାଣି କାର୍ଯ୍ୟକ୍ରମ ରହିଛି। ଏଥିରେ ପ୍ରଭାବିତ ଲୋକଙ୍କ ମତ ଅନୁସାରେ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ସ୍ତ୍ରୀ, ଶାଳୀଙ୍କୁ ଟାଙ୍ଗିଆରେ ହାଣି ହତ୍ୟା ମାମଲା: ଦୋଷୀଙ୍କୁ ଆଜୀବନ ଜେଲ୍‌ଦଣ୍ଡ

ଭୁବନେଶ୍ୱର,୨୭ା୪(ସତ୍ୟଜିତ୍‌ ରାଉତ): ସ୍ତ୍ରୀ ଏବଂ ଶାଳୀଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରିଥିବା ଅଭିଯୁକ୍ତଙ୍କୁ ଶନିବାର ଆଜୀବନ ଜେଲ୍‌ଦଣ୍ଡ ରାୟ ଶୁଣାଇଛନ୍ତି ଖୋର୍ଦ୍ଧା ଜିଲା ଦୌରା ଜଜ୍‌।...

ପୂର୍ବତନ ସମିତି ସଭ୍ୟଙ୍କ ଗଳାକାଟି ହତ୍ୟା, ମାଓବାଦୀଙ୍କ ହାତ ଥିବା ସନ୍ଦେହ

ମାଲକାନଗିରି,୨୭ା୪(ଦୁର୍ଯ୍ୟୋଧନ ପାତ୍ର): ଛତିଶଗଡ଼ରେ କଂଗ୍ରେସ ନେତା ତଥା ପୂର୍ବତନ ସମିତି ସଭ୍ୟଙ୍କୁ ଶନିବାର କେହି ଦୁର୍ବୃତ୍ତ ହତ୍ୟା କରିଛନ୍ତି। ଏଥିରେ ମାଓବାଦୀଙ୍କ ହାତ ଥିବା ସନ୍ଦେହ...

ବଜ୍ରପାତରେ ମା’-ପୁଅଙ୍କ ଜୀବନ ଗଲା

ଡେରାବିଶ,୨୭ା୪(ଅଜୟ ବେବର୍ତ୍ତା): କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକ ଖମୋଳ ପଞ୍ଚାୟତ ଅନ୍ତର୍ଗତ ଜହ୍ନିମୂଳ ଗ୍ରାମରେ ଶନିବାର ସନ୍ଧ୍ୟାରେ ବଜ୍ରପାତରେ ମା’ ଓ ପୁଅଙ୍କ ମୃତ୍ୟୁ ଘଟିଛି।...

କୋରେଇ, ଖଣ୍ଡପଡ଼ା, ନୀଳଗିରି ଆସନ ଝୁଲାଇ ରଖିଲା ବିଜେଡି

ଭୁବନେଶ୍ୱର,୨୭।୪: ବିଧାନସଭା ନିର୍ବାଚନ ପାଇଁ ବିଜୁ ଜନତା ଦଳ(ବିଜେଡି) ପକ୍ଷରୁ ଶନିବାର ଆଉ ତିନି ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। ଏହାକୁ ମିଶାଇ...

କଟକ-ବାରବାଟୀରୁ ଲଢ଼ିବେ ମୋକିମ୍‌ଙ୍କ ଝିଅ ସୋଫିଆ, ନାଁ ସୁପାରିସ କଲା କଂଗ୍ରେସ

କଟକ,୨୭ା୪: କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମ୍‌ଙ୍କ ଝିଅ ସୋଫିଆ ଫିର୍ଦ୍ଦୋସ ରାଜନୀତିକୁ ଓହ୍ଲାଇବା ନେଇ ଖୁବ୍‌ ଚର୍ଚ୍ଚା ହେଉଛି। ତେବେ ସୋଫିଆଙ୍କୁ ବିଧାୟିକା ପ୍ରାର୍ଥୀ କରିବା...

ପ୍ରମୁଖ ଦଳର ଟିକେଟ୍‌ ଘୋଷଣା ପରେ ଆତସବାଜିରେ କମ୍ପିଲା ନିରାକାରପୁର

ନିରାକାରପୁର,୨୭ା୪(ମାନସ ଚନ୍ଦ୍ର ପଟ୍ଟନାୟକ): ବହୁ ପ୍ରତୀକ୍ଷାର ଅନ୍ତ ଘଟିଛି। ଶନିବାର ଅପରାହ୍ନରେ ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀ ପାଇଁ ଭାଜପା ପ୍ରଶାନ୍ତ କୁମାର ଜଗଦେବଙ୍କୁ ପ୍ରାର୍ଥୀ କରିଥିବା...

ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କଲେ କାର୍ତ୍ତିକ ପାଣ୍ଡିଆନ

କୋକସରା,୨୭ା୪(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଶନିବାର ନିର୍ବାଚନୀ ପ୍ରଚାରରେ ଭି.କାର୍ତ୍ତିକ ପାଣ୍ଡିଆନ କଳାହାଣ୍ଡି ଗସ୍ତରେ ଆସିଥିଲେ। ପ୍ରଥମେ କଳାହାଣ୍ଡି ଜିଲା କୋକସରା ବ୍ଲକ ଦଣ୍ଡପାଟ ଅଞ୍ଚଳର ଗୋତମୁଣ୍ଡା...

ଖୋର୍ଦ୍ଧାରେ ପ୍ରଶାନ୍ତ-ରାଜେନ୍ଦ୍ର ଲଢ଼େଇ

ଖୋର୍ଦ୍ଧା,୨୭।୪: ସାଧାରଣ ନିର୍ବାଚନକୁ ନେଇ ପୂର୍ବତନ ବେଗୁନିଆ ବିଧାୟକ ତଥା ଚିଲିକାର ବର୍ତ୍ତମାନର ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଖୋର୍ଦ୍ଧା ବିଧାନସଭା ଆସନରୁ ଟିକେଟ ଦେଇଛି ଭାଜପା।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri