ସ୍ଥଳଭାଗ ଯୁଦ୍ଧ ପାଇଁ ପ୍ରସ୍ତୁତ: ହେଜ୍‌ବୋଲ୍ଲା

ଇସ୍ରାଏଲୀ ଏୟାରଷ୍ଟ୍ରାଇକ୍‌ରେ ହେଜ୍‌ବୋଲ୍ଲା ମୁଖ୍ୟ ହସନ୍‌ ନସ୍‌ରଲ୍ଲାଙ୍କ ମୃତ୍ୟୁ ପରେ ସୋମବାର ସଙ୍ଗଠନର ଉପମୁଖ୍ୟ ନଇମ୍‌ କାସିମ୍‌ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି। ଇସ୍ରାଏଲ୍‌ ସ୍ଥଳଭାଗରେ ଆକ୍ରମଣ କଲେ ଏହା ସହ ଯୁଦ୍ଧ ପାଇଁ ପ୍ରସ୍ତୁତ। ନିହତ କମାଣ୍ଡରମାନଙ୍କ ସ୍ଥାନରେ ନୂଆ ଫାଇଟର୍ସଙ୍କୁ ନିଯୁକ୍ତ କରାଯାଇଛି। ପ୍ରଚଳିତ ବ୍ୟବସ୍ଥା ଅନୁସାରେ ଖୁବ୍‌ଶୀଘ୍ର ସଙ୍ଗଠନର ନୂଆ ମୁଖ୍ୟଙ୍କୁ ବଛାଯିବ ବୋଲି କାସିମ୍‌ ଏକ ଅଜ୍ଞାତ ସ୍ଥାନରୁ ସମ୍ବୋଧିତ କରି କହିଛନ୍ତି। ଟେଲିଭିଜନ୍‌ ବାର୍ତ୍ତାରେ ସେ ଆହୁରି କହିଛନ୍ତି, ଇସ୍ରାଏଲ୍‌ ଆମର ସାମରିକ ସାମର୍ଥ୍ୟକୁ ପ୍ରଭାବିତ କରିପାରି ନାହିଁ। ତେବେ ସ୍ଥଳଭାଗରେ ଯୁଦ୍ଧ ଆରମ୍ଭ କଲେ ଏହା ଅନେକ ଦିନ ଧରି ଚାଲିବ।
ଯେ, ପେଜର, ଓ୍ବାକିଟକି ବିସ୍ଫୋରଣରେ ଲେବାନନ୍‌ରେ ଅନେକେ ପ୍ରାଣ ହରାଇବା ସହ ରକେଟ ମାଡ଼ରେ ନସ୍‌ରଲ୍ଲା ଓ ତାଙ୍କ ବରିଷ୍ଠ କମାଣ୍ଡରମାନଙ୍କ ମୃତ୍ୟୁ ସଙ୍ଗଠନକୁ ଦୋହଲାଇ ଦେଇଛି। ୧୯୮୨ରେ ଇରାନ୍‌ ଇସ୍ରାଏଲ୍‌ ବିରୋଧରେ ହେଜ୍‌ବୋଲ୍ଲାକୁ ସୃଷ୍ଟି କରିବା ପରଠୁ ଏହା ହେଉଛି ସଙ୍ଗଠନକୁ ସବୁଠୁ ବଡ଼ ଝଟକା। ଇତିମଧ୍ୟରେ ନସ୍‌ରଲ୍ଲାଙ୍କ କାକାପୁଅ ଭାଇ ତଥା ସଙ୍ଗଠନର ରାଜନୈତିକ ବ୍ୟାପାର ବୁଝୁଥିବା ହାଶେମ୍‌ ସଫିଏଦ୍ଦିନ୍‌ଙ୍କୁ ନୂଆ ମୁଖ୍ୟ କରାଯିବା ପାଇଁ ଜୋର୍‌ଦାର ପ୍ରସ୍ତୁତି ଚାଲିଥିବା ଜଣାପଡ଼ିଛି।

ବର୍ଷେ ପୂରିବ ଗାଜା ଆକ୍ରମଣ

ସପ୍ତାହେ ପରେ ଇସ୍ରାଏଲ୍‌ର ଗାଜା ଆକ୍ରମଣକୁ ବର୍ଷେ ପୂରିବାକୁ ଯାଉଛି। ୨୦୨୩ ଅକ୍ଟୋବର ୮ରୁ ଅଦ୍ୟାବଧି ଗାଜାରେ ୪୧,୬୧୫ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୯୬,୩୫୯ ଆହତ ହୋଇଛନ୍ତି। ଅନ୍ୟପକ୍ଷେ ଏହାର ଦିନକ ପୂର୍ବରୁ ହମାସ୍‌ ଦ୍ୱାରା କରାଯାଇଥିବା ରକେଟ ମାଡ଼ରେ ୧,୧୩୯ ଇସ୍ରାଏଲୀ ନିହତ ହୋଇଥିଲେ। ହମାସ୍‌ ୨୦୦ରୁ ଅଧିକ ଲୋକଙ୍କୁ ଅପହରଣ କରିନେଇଥିଲା। ସେମାନଙ୍କ ମଧ୍ୟରୁ କେତେଜଣଙ୍କୁ ଛାଡ଼ିଦେଇଛି। ଇସ୍ରାଏଲ୍‌ର ରକେଟ୍‌ ମାଡ଼ରେ ଗାଜା ଷ୍ଟ୍ରିପ୍‌ରେ ରବିବାର ୨୮ ଓ ସୋମବାର ଅନେକ ପାଲେଷ୍ଟିନୀୟଙ୍କ ମୃତ୍ୟୁ ଘଟିଛି। ଇତିମଧ୍ୟରେ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତାନ୍ୟାହୁ ପୂର୍ବର ଲିକୁଡ୍‌ କ୍ୟାବିନେଟ୍‌ରେ ସଦସ୍ୟ ଥିବା ନିଜ ସମାଲୋଚକ ଗିଡେଓନ୍‌ ସାର୍‌ଙ୍କୁ ନିଜ ମନ୍ତ୍ରିମଣ୍ଡଳରେ ସାମିଲ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରକାଶ ପାଇଲା ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬: ବରଗଡ଼ ଜିଲାରେ ୧୧.୧୧ ଲକ୍ଷ ଭୋଟର

ବରଗଡ,୨୧।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସଭାଗୃହଠାରେ ସୋମବାର ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସଆଇଆର) ପ୍ରକ୍ରିୟା ଅନ୍ତର୍ଗତ ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬ ଆନୁଷ୍ଠାନିକ ଭାବେ…

ଫୁଟ୍‌ବଲ ମ୍ୟାଚ୍‌ ଦେଖି ଫେରୁଥିଲେ ୨ ଯୁବକ, ଧକ୍କା ଦେଲା ଅଜଣା ଗାଡ଼ି: ଘଟଣାସ୍ଥଳରେ…

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶୁଳିଆପଦା ବ୍ଲକ କାଳିଆଶୋଳ ନିକଟରେ ସୋମବାର ରାତିରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି ଏକ ଅଜଣା ଗାଡ଼ି ଧକ୍କା…

ପୋଖରୀକୁ ଗାଧୋଇବାକୁ ଯାଇଥିଲେ ନିହାରିକା, ଖସିଗଲା ଗୋଡ଼: ଆଉ ତା’ପରେ…

ଲାଞ୍ଜିଗଡ,୨୧।୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜି ପଞ୍ଚାୟତ ବିଶ୍ୱନାଥପୁର ଥାନା ଅନ୍ତର୍ଗତ ସିନ୍ଧିପଦର ଗ୍ରାମର ଜଣେ ନାବାଳିକାର ପାଣିରେ ବୁଡି ମୃତ୍ୟୁ ଘଟିଛି…

ସମ୍ଭାବ୍ୟ ବାତ୍ୟାକୁ ନେଇ ବଡ଼ ଅପଡେଟ୍‌: ଏହି ବାଟ ଦେଇ ଅତିକ୍ରମ କରିବ ସ୍ଥଳଭାଗ!

ଭୁବନେଶ୍ୱର, ୨୧।୯: ସଷ୍ଟି ହେଲା ଅବପାତ। ପୁରୀଠାରୁ ଦକ୍ଷିଣ-ପୂର୍ବ ଦିଗ ଓ ଗୋପାଳପୁରଠାରୁ ପୂର୍ବ-ଦକ୍ଷିଣ-ପୂର୍ବ ଦିଗରେ ୩୧୦ କି.ମି ଦୂରରେ ଅବପାତ କେନ୍ଦ୍ରୀଭୂତ। କଳିଙ୍ଗପାଟନମରୁ ୩୯୦ କି.ମି…

ବହୁମୁଖୀ ଭବନ ଲୋକାର୍ପଣ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର: ବାଣ୍ଟିଲେ ଭତ୍ତା

ଦିଗପହଣ୍ଡି, ୨୧।୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ଅଞ୍ଚଳରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ ଅନୁଷ୍ଠିତ ହୋଇଛି। ସୋମବାର ଦିଗପହଣ୍ଡି…

ରାଜ୍ୟସ୍ତରୀୟ ବକ୍ତୃତା ପ୍ରତିଯୋଗିତା ପାଇଁ ମନୋନୀତ ହେଲେ ଆଦିତ୍ୟ: ଖେଳିଗଲା ଖୁସିର ଲହରୀ

ଗୁଡାରି, ୨୧/୯ (ପ୍ରମୋଦ କୁମାର ପତି): ସ୍ଥାନୀୟ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ସପ୍ତମ ଶ୍ରେଣୀ ଛାତ୍ର ଆଦିତ୍ୟ ନାରାୟଣ ଗୌଡ଼ ରାଜ୍ୟସ୍ତରୀୟ ବକ୍ତୃତା ପ୍ରତିଯୋଗିତା ପାଇଁ ମନୋନୀତ…

ରିଲିଜ ପୂର୍ବରୁ ‘ରାକା’ରଚିଲା ଇତିହାସ: ଗିନିଜ ୱାଲର୍‌ଡ ରେକର୍ଡରେ ଅଲ୍ଲୁ ଅର୍ଜୁନଙ୍କ ଫିଲ୍ମ

ମୁମ୍ବାଇ: ‘ପୁଷ୍ପା’ ଓ ‘ପୁଷ୍ପା ୨’ ଭଳି ଫିଲ୍ମ ଜରିଆରେ କେବଳ ଦେଶ ନୁହେଁ, ସାରା ବିଶ୍ୱରେ ନିଜର ପରିଚୟ ସୃଷ୍ଟି କରିଥିବା ତେଲୁଗୁ ସୁପରଷ୍ଟାର ଅଲ୍ଲୁ…

ବାପାଙ୍କୁ ପିଟିପିଟି ମାରିଲେ ପୁଅ: ଘରୋଇ ଝଗଡା ହେଲା କାଳ

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ଥାନା ଅଧିନ ବ୍ରାହ୍ମଣଗାଁ ଗ୍ରାମପଞ୍ଚାୟତ ତାଳବନ୍ଦ ବୁରୁଡି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଘରୋଇ କଳିକୁ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?