ପ୍ରତିକ୍ରିୟାଶୀଳ ଶାସନତନ୍ତ୍ର

ରବିନାରାୟଣ ସାମଲ

 

ଭୀମାନଦୀ କୂଳରେ କୋରେଗାଓଁ ଗ୍ରାମ। ବର୍ତ୍ତମାନ ଏହା ଏକ ଛୋଟ ସହର। ମହାରାଷ୍ଟ୍ରର ସତାରା ଜିଲାରେ ଅବସ୍ଥିତ ଏହି ସହରୀ ଗ୍ରାମ ଅଷ୍ଟାଦଶ ଶତାବ୍ଦୀରେ କୋରେଗାଓଁ-ଭୀମା ନାମରେ ପରିଚିତ ଥିଲା। ଉଚ୍ଚ ବର୍ଣ୍ଣର ମରାଠୀ ଓ ଦଳିତ ସମ୍ପ୍ରଦାୟ ମହାର ହେଉଛନ୍ତି ଏହାର ମୂଳ ଅଧିବାସୀ। ଷୋଡ଼ଶ ଶତାବ୍ଦୀରେ ‘ଛତ୍ରପତି’ ଶିବାଜୀ ମରାଠା ସାମ୍ରାଜ୍ୟ ପ୍ରତିଷ୍ଠା କରିଥିଲେ। ଛତ୍ରପତିମାନଙ୍କ ପ୍ରଧାନମନ୍ତ୍ରୀଙ୍କୁ ପେଶୱା କୁହାଯାଉଥିଲା। ୧୮୧୮ରେ ବ୍ରିଟିଶ ସୈନ୍ୟବାହିନୀର ଆକ୍ରମଣରେ ପେଶୱା ବାଜି ରାଓ ଦ୍ୱିତୀୟ ପରାସ୍ତ ହେଲେ ଏବଂ ମରାଠା ସାମ୍ରାଜ୍ୟର ପତନ ଘଟିଲା।
ଦଳିତ ମହାରମାନେ ମରାଠୀମାନଙ୍କ ସେବାକାରୀ ଭାବେ କାର୍ଯ୍ୟ କରୁଥିଲେ। ମରାଠୀମାନେ ମହାରମାନଙ୍କ ଉପରେ ଅକଥନୀୟ ଅତ୍ୟାଚାର କରୁଥିଲେ। ତେଣୁ ମହାରମାନେ ପ୍ରତିଶୋଧପରାୟଣ ହୋଇ ବ୍ରିଟିଶ ସୈନ୍ୟବାହିନୀରେ ଯୋଗ ଦେଲେ। ମାତ୍ର ପାଞ୍ଚ ଶହ ମହାରମାନଙ୍କୁ ନେଇ ଗଠିତ ବ୍ରିଟିଶ ସୈନ୍ୟବାହିନୀ ବାଜି ରାଓଙ୍କ ୨୫ ଶହ ସୈନ୍ୟଙ୍କୁ ୧୮୧୮ଜାନୁୟାରୀ ୧ରେ ପରାସ୍ତ କରିବା ଫଳରେ ମହାରମାନଙ୍କ ଉପରେ ହେଉଥିବା ଅତ୍ୟାଚାରର ଏକ ରକମ ଅନ୍ତ ଘଟିଲା। ସେହି ଦିନଠାରୁ ପ୍ରତି ବର୍ଷ ଜାନୁୟାରୀ ୧ କୁ କୋରେଗାଓଁ-ଭୀମାଠାରେ ଦଳିତ ମହାରମାନେ ବିଜୟ ଉତ୍ସବ ପାଳନ କରିଆସୁଛନ୍ତି।
୨୦୧୮ ଜାନୁୟାରୀ ୧ ରେ ବିଜୟ ଦିବସର ଦୁଇଶତ ବାର୍ଷିକୀ କୋରେଗାଓଁଠାରେ ପାଳିତ ହେଲା। ଉତ୍ସବ ସ୍ଥଳୀରେ ସମବେତ ଜନତାଙ୍କ ଉପରେ ମରାଠୀମାନେ ଆକ୍ରମଣ କଲେ। ଜଣେ ମହାରଙ୍କ ମୃତ୍ୟୁ ଘଟିଲା ଏବଂ ୩୫ ଜଣ ଆହତ ହେଲେ। ଏହାର ପୂର୍ବ ଦିନ ଏଲ୍‌ଗାର ପରିଷଦ ଆୟୋଜନ ହୋଇଥିଲା। ଦେଶର କେତେଜଣ ଖ୍ୟାତନାମା ବୁଦ୍ଧିଜୀବୀ, ସାମାଜିକ କର୍ମୀ ଓ ସାମ୍ବାଦିକ ଏଥିରେ ଯୋଗ ଦେଇଥିଲେ। ହିଂସା ସୃଷ୍ଟି ଅଭିଯୋଗରେ ପୁଣେ ପୋଲିସ ସେମାନଙ୍କ ମଧ୍ୟରୁ ୧୬ଜଣଙ୍କୁ ଗିରଫ କଲା। ସେମାନଙ୍କ ମଧ୍ୟରୁ ଫାଦର ଷ୍ଟାନ୍‌ ସ୍ବାମୀଙ୍କର ଗତବର୍ଷ ଜୁଲାଇ ମାସରେ ଦେହାନ୍ତ ହୋଇଯାଇଛି। ଅନ୍ୟମାନେ ୪ ବର୍ଷ ହେଲା ଜେଲ ହାଜତରେ ଶଢ଼ୁଛନ୍ତି।
ଏହି ବୁଦ୍ଧିଜୀବୀମାନଙ୍କ ଗିରଫଦାରି ପଛରେ ବିରାଟ ଷଡ଼ଯନ୍ତ୍ର ଥିଲା ବୋଲି ଓୟାର୍‌ଡ ଡଟ୍‌ କମ୍‌ ୱେବ୍‌ସାଇଟ୍‌ରେ ଗତ ଜୁନ୍‌ ୧୬ ରେ ପ୍ରକାଶ ପାଇଛି। ସାଇବର ସିକ୍ୟୁରିଟି କମ୍ପାନୀ ‘ସେଣ୍ଟିନେଲ ୱାନ୍‌’ର ରିପୋର୍ଟ ଅନୁଯାୟୀ ହ୍ୟାକିଂ ଗ୍ରୁପ୍‌ ‘ମଡିଫାଏଡ୍‌ ଏଲିଫ୍ୟାଣ୍ଟ୍‌’ର ସହାୟତାରେ ପୁଣେ ପୋଲିସ ଗିରଫ ହୋଇଥିତ୍ବା ବ୍ୟକ୍ତିମାନଙ୍କ ମଧ୍ୟରୁ ରୋନା ୱିଲ୍‌ସନ୍‌, ବରବରା ରାଓ ଓ ହାନି ବାବୁଙ୍କ କମ୍ପ୍ୟୁଟରରେ ୩୨ଟି ମିଥ୍ୟା ଆପରାଧିକ ଫାଇଲ୍‌ ଅପଲୋଡ କରିଥିଲା। ସେମାନଙ୍କ ବ୍ୟକ୍ତିଗତ ତଥ୍ୟ ହସ୍ତଗତ କରିବା ସହିତ ଉପରୋକ୍ତ ତିନିଜଣଙ୍କ ଇ-ମେଲ୍‌ରୁ ଅନ୍ୟମାନଙ୍କ ଇ-ମେଲ୍‌କୁ ଫାଇଲ୍‌ଗୁଡ଼ିକୁ ପଠାଇଥିଲା। ପରେ ସେମାନଙ୍କ କମ୍ପ୍ୟୁଟରରୁ ସରକାରଙ୍କ ପତନ ଓ ପ୍ରଧାନମନ୍ତ୍ରୀଙ୍କୁ ହତ୍ୟା ଷଡ଼ଯନ୍ତ୍ର ଥିବା ଫାଇଲଗୁଡ଼ିକ ଜବତ ହୋଇଛି ବୋଲି ଅଭିଯୋଗ ଆଣି ପୁଣେ ପୋଲିସ ସେମାନଙ୍କୁ ୟୁଏପିଏ (ବେଆଇନ କାର୍ଯ୍ୟକଳାପ ନିରୋଧ) ଆଇନ ବଳରେ ଗିରଫ କରିଥିଲା। କି ଚକ୍ରାନ୍ତ! ଚଳିତ ମାସରେ ହେବାକୁ ଥିବା ବ୍ଲାକ୍‌ ହ୍ୟାଟ୍‌ ସାଇବର କନ୍‌ଫରେନ୍ସରେ ଗବେଷଣାଲବ୍ଧ ତଥ୍ୟର ବିଶଦ ବିବରଣୀ ପ୍ରଦାନ କରାଯିବ ବୋଲି ସିକ୍ୟୁରିଟି କମ୍ପାନୀ ‘ସେଣ୍ଟିନେଲ ୱାନ୍‌’ ଘୋଷଣା କରିଛି।
ଆମ ଦେଶରେ ପୋଲିସ ପ୍ରଶାସନ ଶାସକ ଦଳର ଇଙ୍ଗିତରେ ପରିଚାଳିତ ହୋଇଆସିଛି, ଏଥିରେ ସାମାନ୍ୟତମ ଦ୍ୱନ୍ଦ୍ୱ ନାହିଁ। ୧୯୭୫ ଜରୁରିକାଳୀନ ପରିସ୍ଥିତି ବେଳେ ମିଥ୍ୟା ଅଭିଯୋଗ ଆଣି ମିସା, ନାସା, ଏସ୍‌ମା ଭଳି କଳା କାନୁନ ବଳରେ ହଜାର ହଜାର ରାଜନେତାଙ୍କୁ ଗିରଫ କରାଯାଇଥିଲା। ଏବେ ସେହି ଜରୁରିକାଳୀନ ପରିସ୍ଥିତି ଘୋଷଣା ହୋଇ ନ ଥିଲେ ମଧ୍ୟ ଦେଶଦ୍ରୋହ ଓ ୟୁଏପିଏ ଆଇନ ବଳରେ ଶହ ଶହ ବ୍ୟକ୍ତିଙ୍କୁ ଗିରଫ କରି ଜେଲ ହାଜତକୁ ପଠାଇ ଦିଆଯାଉଛି।
ଉତ୍ତରପ୍ରଦେଶର ଗୋଟିଏ ପ୍ରାଥମିକ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନରେ ପିଲାମାନଙ୍କୁ ରୁଟି ଓ ଲୁଣ ଖାଇବାକୁ ଦିଆଯାଇଥିଲା। ସାମ୍ବାଦିକ ପୱନ ଜୟସ୍ବାଲ ତାକୁ ଲୋକଲୋଚନକୁ ଆଣିଥିଲେ। ତାଙ୍କୁ ଆପରାଧିକ ଷଡ଼ଯନ୍ତ୍ର ରଚିବା ଅଭିଯୋଗରେ ଗିରଫ କରାଗଲା। ୟୁଟ୍ୟୁବ୍‌ରେ ପ୍ରଧାନମନ୍ତ୍ରୀଙ୍କୁ ସମାଲୋଚନା କରିବାରୁ ସାମ୍ବାଦିକ ପଦ୍ମଶ୍ରୀ ବିନୋଦ ଦୁଆଙ୍କୁ ଦେଶଦ୍ରୋହ ମାମଲାରେ ଗିରଫ କରାଯାଇଥିଲା। ଦିଲ୍ଲୀରେ ଅନୁଷ୍ଠିତ କୃଷକ ଆନ୍ଦୋଳନର ରିପୋର୍ଟ ସଂଗ୍ରହ ପାଇଁ ହରିୟାଣାର ସାମ୍ବାଦିକ ମନ୍‌ଦୀପ ପୁନିଆ ଯାଇଥିଲେ। ପୋଲିସକୁ ଦୁର୍ବ୍ୟବହାର ଅଭିଯୋଗରେ ତାଙ୍କୁ ଗିରଫ କରି ହାଜତରେ ମରଣାନ୍ତକ ନିର୍ଯାତନା ଦିଆଯାଇଥିଲା। ନିକଟରେ ଗୁଜରାଟ ଦଙ୍ଗା ମାମଲାର ବିଚାର କରି ସର୍ବୋଚ୍ଚ ନ୍ୟାୟାଳୟ ନରେନ୍ଦ୍ର ମୋଦିଙ୍କୁ କ୍ଲିନ୍‌ ଚିଟ୍‌ ଦେବାର ଚବିଶ ଘଣ୍ଟା ନ ପୂରୁଣୁ ଜାକିଆ ଜାଫ୍ରିଙ୍କୁ ସହଯୋଗ କରିଆସିଥିବା ଖ୍ୟାତନାମା ସାମାଜିକ କର୍ମୀ ତିସ୍ତା ସିତଲବାଦ ଓ ପୂର୍ବତନ ଆଇପିଏସ୍‌ ଅଫିସର ବି.ଆର. ଶ୍ରୀକୁମାରଙ୍କୁ ଜାଲ୍‌ କାଗଜପତ୍ର ତିଆରି ଅଭିଯୋଗରେ ଗିରଫ କରି ଜେଲ ହାଜତକୁ ପଠାଇ ଦିଆଯାଇଛି। ଦେଶରେ ବଢ଼ିଚାଲିଥିବା ଘୃଣା ମନ୍ତବ୍ୟ ସମ୍ପର୍କିତ ରିପୋର୍ଟ ସଂଗ୍ରହ କରୁଥିବା ବେଳେ ଅଲ୍ଟ ନ୍ୟୁଜ୍‌ ୱେବ୍‌ସାଇଟ୍‌ର ଖବରଦାତା ମହମ୍ମଦ ଜୁବୈରଙ୍କୁ ଦୁଇ ସମ୍ପ୍ରଦାୟ ମଧ୍ୟରେ ଶତ୍ରୁଭାବ ସୃଷ୍ଟି ଅଭିଯୋଗରେ ଗିରଫ ହେଲେ। ଏମିତି ଅନେକ ଉଦାହରଣ। ଗତ ୫ ବର୍ଷରେ ଏହିପରି ଅଭିଯୋଗ ଆଣି ୫ ଶହରୁ ଊର୍ଦ୍ଧ୍ୱ ବ୍ୟକ୍ତିଙ୍କୁ ଦେଶଦ୍ରୋହ ଅଭିଯୋଗରେ ଗିରଫ କରାଯାଇଥିଲା ବେଳେ ଗତ ୭ ବର୍ଷରେ ୟୁଏପିଏ ବଳରେ ୧୦ ହଜାର ୫୫୨ ଜଣଙ୍କୁ ଗିରଫ କରାଯାଇଛି।
ଗୋଟିଏ ଗଣତାନ୍ତ୍ରିକ ଦେଶରେ ସରକାରଙ୍କ ନୀତିଅନୀତିକୁ ବିରୋଧ କରିବା ବା ସମାଲୋଚନା କରିବାର ଧାରା ଗଣତନ୍ତ୍ରକୁ ସୁଦୃଢ଼ କରେ। ମାତ୍ର ସରକାର ଏଥି ପ୍ରତି ପ୍ରତିକ୍ରିୟାଶୀଳ ହୋଇପଡ଼ିବା ଗଣତନ୍ତ୍ରର ପରିପନ୍ଥୀ। ଜନଗଣଙ୍କ ଅଧିକାରକୁ ଏହା ଖର୍ବ କରେ। ଗଣତନ୍ତ୍ର ଭୁଶୁଡ଼ି ପଡ଼େ। ଗୋଟିଏ ପଟେ ‘ଆଜାଦୀ କା ଅମୃତ୍‌ ଉତ୍ସବ’ ପାଳନ ହେଉଛି, ଅନ୍ୟ ପଟେ ଆଜାଦୀକୁ ହତ୍ୟା କରାଯାଉଛି। ବ୍ୟକ୍ତି ସ୍ବାଧୀନତା ଓ ବାକ୍‌ ସ୍ବାଧୀନତାକୁ କୁଠାରାଘାତ କରାଯାଉଛି। ଏହା କି ପ୍ରକାର ‘ଆଜାଦୀ’, କି ପ୍ରକାର ‘ଅମୃତ’?
ମୋ-୭୯୭୫୦୪୬୪୮୬


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଅଜିମ ପ୍ରେମଜୀ ବିଶ୍ୱବିଦ୍ୟାଳୟ ଛାତ୍ରୀଛାତ୍ରଙ୍କ ଏକ ଟିମର ବର୍ଜ୍ୟପରିଚାଳନା ଅତ୍ୟନ୍ତ ପ୍ରଶଂସନୀୟ। କର୍ନାଟକ ବେଙ୍ଗାଲୁରୁ ନିକଟରେ ଥିବା ବିଲାପୁରା ଗାଁକୁ ସମ୍ପୂର୍ଣ୍ଣ ବର୍ଜ୍ୟମୁକ୍ତ କରାଯାଇପାରିଛି। ଦେଖିବାକୁ ଗଲେ…

ଦୁଃଖ ଖୋଜୁଥିବା ମଣିଷ

କିଛି ଏମିତି ଅଜବ ଲୋକ ଅଛନ୍ତି, ଆପଣ ବି ଭେଟିଥିବେ କେଉଁଠି କେତେବେଳେ। ଜଞ୍ଜାଳମୁକ୍ତ ହୋଇ ପରିବାରକୁ ନେଇ ନିଜ ଭିତରେ ସୁଖୀ ଥିବା ମଣିଷଟି ସମସ୍ତଙ୍କୁ…

ଉଠିବା ଦରକାର, ଉଡ଼ିବା ପଛକଥା

ପ୍ରଥମ ବିଶ୍ୱଯୁଦ୍ଧ ସମୟର ଇଟାଲୀୟ ଆମ୍ବୁଲାନ୍ସ ଚାଳକ, ପରବର୍ତ୍ତୀ ସମୟରେ ଗୁରୁତର ଆହତ ଅର୍ନେଷ୍ଟ ହେମିଂୱେଙ୍କ କଥା ଆଜି ବି ପାସୋରି ପାରି ନାହାନ୍ତି ଅର୍ଥନୈତିକ ବିଶାରଦଗଣ।…

ଦୋଳି ଦୁର୍ଘଟଣା

ପ୍ରମୋଦ ଉଦ୍ୟାନ କିମ୍ବା ମନୋରଞ୍ଜନର ଖୋରାକ ଯୋଗାଉଥିବା କୌଣସି ମେଳାକୁ ବୁଲିଯିବା ବେଳେ ଆନନ୍ଦ ଲାଭ କରିବା ଥାଏ ମୂଳ ଲକ୍ଷ୍ୟ। କିନ୍ତୁ ତାହା ନିରାନନ୍ଦ ବା…

ଏଇ ଭାରତରେ

ଉତ୍ତରପ୍ରଦେଶର ଧୀରଜ ବର୍ମା ବିନା ମାଟି ଅର୍ଥାତ୍‌ କେବଳ ପାଣି (ହାଇଡ୍ରୋପୋନିକ୍ସ ପଦ୍ଧତି)ରେ ଚାଷକରି ପ୍ରଥମ ପର୍ଯ୍ୟାୟରେ ୫ ଟନ୍‌ ଷ୍ଟ୍ରବେରି ଉତ୍ପାଦନ କରିବାକୁ ସକ୍ଷମ ହୋଇଛନ୍ତି।…

ବିଶ୍ୱାସ ଅଛି, ଭରସା ନାହିଁ

ଆଗକୁ ଅନ୍ଧାରପକ୍ଷ ଆସୁଛି। କୁଞ୍ଜବଦଳିଆ, ଦାଆଗେଣ୍ଡାଳିଆ, ସାରସ, ପାତିହଂସ, ଜଡ଼ାହଂସ ସମସ୍ତଙ୍କ ମଧ୍ୟରେ ଭାଳେଣି, ମାଫିଆଙ୍କ ହାତରୁ ଏଥର ନିସ୍ତାର ନାହିଁ। କାକଟପୁର, ଅସ୍ତରଙ୍ଗ, ଦେବୀନଦୀ ମୁହାଣ,…

ଆତଙ୍କବାଦର ପୃଷ୍ଠପୋଷକ କିଏ

ୟୁରୋପୀୟ ପାର୍ଲାମେଣ୍ଟରେ ରୁଷିଆକୁ ‘ଆତଙ୍କବାଦ ପୃଷ୍ଠପୋଷକ ରାଷ୍ଟ୍ର’ ବୋଲି ଘୋଷଣା କରିଥିଲା ବେଳେ ଆମେରିକା ପାକିସ୍ତାନକୁ ସହଯୋଗର ହାତ ବଢ଼ାଇ ନିଜର ମିତ୍ର ରାଷ୍ଟ୍ରର ପରିଚୟ ଦେଇଥିଲା।…

ଆତ୍ମସମର୍ପଣ

ସାର୍ବଭୌମତ୍ୱ ଉଲ୍ଲଂଘନକୁ ଏକ ଦେଶର ଆଞ୍ଚଳିକ ଅଖଣ୍ଡତାର ଉଲ୍ଲଂଘନ କିମ୍ବା ସରକାରୀ କାର୍ଯ୍ୟରେ ହସ୍ତକ୍ଷେପ ବୋଲି କୁହାଯାଏ। ଜଣେ ଆତ୍ମସମର୍ପଣ କରେ ଯେତେବେଳେ ସେ ବିନା ପ୍ରତିରୋଧରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri