ଆଜି ସୃଷ୍ଟି ହେବ ଲଘୁଚାପ: ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର, ୨।୮: ଉତ୍ତର ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଭାରତୀୟ ପାଣିପାଗ ବିଭାଗ ନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ଶୁକ୍ରବାର ସୁଦ୍ଧା ଏହା ଲଘୁଚାପରେ ପରିବର୍ତ୍ତିତ
ହୋଇପାରେ ।  ଏହା ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ମେଘୁଆ ପାଗ ସାଙ୍ଗକୁ ବର୍ଷା ଜାରି ରହିଛି। ଏହି ସ୍ଥିତି ୩ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ। ଶୁକ୍ରବାର ସୁନ୍ଦରଗଡ଼, ଅନୁଗୋଳ, ଦେବଗଡ଼,କେନ୍ଦୁଝର ଓ ମୟୂରଭଞ୍ଜ ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ରହିଛି। ଏନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯିବା ସହ ସମ୍ପୃକ୍ତ ୫ ଜିଲା ପାଇଁ ଅରେଞ୍ଜ ଓ୍ବାର୍ନିଂ ଜାରି କରାଯାଇଛି।

ସେହିପରି ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ବଲାଙ୍ଗୀର, ନୂଆପଡ଼ା, ସୋନପୁର, ବୌଦ୍ଧ, କନ୍ଧମାଳ, ନୟାଗଡ଼, ଖୋର୍ଦ୍ଧା, କଟକ, ଢେଙ୍କାନାଳ, ଯାଜପୁର, କେନ୍ଦ୍ରାପଡ଼ା, ଭଦ୍ରକ, ଜଗତ୍‌ସିଂହପୁର, ବାଲେଶ୍ବରରେ ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ୟେଲୋ ୱାର୍ନିଂ ଜାରି କରାଯାଇଛି। ଶନିବାର ୬ ଜିଲାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ଏହି ଜିଲାଗୁଡ଼ିକ ମଧ୍ୟରେ ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ସୁନ୍ଦରଗଡ଼, ଦେବଗଡ଼ ଏବଂ କେନ୍ଦୁଝର ଆଦି ରହିଛି।

ମିଳିଥିବା ସୂଚନା ଅନୁଯାୟୀ, ଗତ ଜୁନ୍‍ ପହିଲାରୁ ଗତକାଲି ପର୍ଯ୍ୟନ୍ତ ରାଜ୍ୟରେ ୫୦୭ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ତେବେ ସ୍ୱାଭାବିକ ବର୍ଷା ତୁଳନାରେ ଏହା ୧୦ ପ୍ରତିଶତ କମ୍‍ । ମାଲକାନଗିରି ଜିଲାରେ ସବୁଠାରୁ ଅଧିକ ହଜାରେ ୬୧ ଦଶମିକ ୧ ମିଲିମିଟର ବର୍ଷା ହୋଇଛି । କୋରାପୁଟ, ନୂଆପଡା ଏବଂ ବୌଦ୍ଧ ଜିଲ୍ଲାରେ ମଧ୍ୟ ଅଧିକ ବର୍ଷା ରେକର୍ଡ କରାଯାଇଛି । ୧୫ଟି ଜିଲ୍ଲାରେ ସ୍ୱାଭାବିକ ବର୍ଷା ହୋଇଥିବାବେଳେ ୧୧ଟି ଜିଲାରେ ନିଅଣ୍ଟିଆ ବର୍ଷା ହୋଇଥିବା ଜଣାପଡିଛି ।


Enter your email to get our daily news in your inbox.

All Right Reserved By Dharitri.Com

‘ଗ୍ଲୋବ୍ ଟ୍ରଟର’ରୁ ପ୍ରିୟଙ୍କା ଚୋପ୍ରାଙ୍କ ପ୍ରଥମ ଝଲକ ରିଲିଜ କଲେ ଏସ୍.ଏସ୍. ରାଜାମୌଲି

ମୁମ୍ବାଇ: ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ଗ୍ଲୋବ୍ ଟ୍ରଟର’ରୁ ନିର୍ଦ୍ଦେଶକ ଏସ୍.ଏସ୍. ରାଜାମୌଲି ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କ ପ୍ରଥମ ଲୁକ୍ (ଝଲକ) ଜାରି କରିଛନ୍ତି। ହଳଦିଆ ଶାଢ଼ୀ...

ଖାଇବା ଦେବାରେ ବିଳମ୍ବ ହେଲା ବୋଲି ବାପାଙ୍କ ବେକରେ ଛିଡ଼ା ହୋଇ ପଡ଼ିଲେ ପୁଅ, ଚାଲିଗଲା ଜୀବନ

କେନ୍ଦୁଝର,୧୨।୧୧(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଟାଉନ ଥାନା ଅନ୍ତର୍ଗତ ଠାକୁରପାଟଣା ଗ୍ରାମରେ ବୁଧବାର ଏକ ଅଭାବନୀୟ ଘଟଣା ଘଟିଛି। ଖାଇବାକୁ ନେଇ ଏକମାତ୍ର ପୁଅ...

ନିର୍ମାଣ କାର୍ଯ୍ୟରେ ତ୍ରୁଟି, ଦୁର୍ଘଟଣା ସ୍ପଟ୍‌ ପାଲଟିଛି ପୋଲ

ଖଜୁରୀପଡ଼ା,୧୨ା୧୧(ବିଦୁର ବେହେରା): ସରକାର ରାସ୍ତା, ପୋଲ ନିର୍ମାଣ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । କିନ୍ତୁ ଦାୟିତ୍ୱରେ ଥିବା ବିଭାଗର ଅବହେଳା ଏବଂ...

ଓଡ଼ିଆ ଲେଖକ ରାଜକିଶୋର ପାଢ଼ୀଙ୍କୁ ‘ବାଲ୍ ସାହିତ୍ୟ ପୁରସ୍କାର-୨୦୨୫’

ଭୁବନେଶ୍ୱର,୧୨ା୧୧: ସାହିତ୍ୟ ଏକାଡେମୀର ବାଲ୍ ସାହିତ୍ୟ ପୁରସ୍କାର-୨୦୨୫ ପାଇଁ ସାରା ଦେଶର ମୋଟ୍ ୨୪ ଜଣ ଲେଖକଙ୍କୁ ମନୋନୀତ କରାଯାଇଛି। ଓଡ଼ିଆ ଲେଖକ ରାଜକିଶୋର ପାଢ଼ୀ...

ଚିକିତ୍ସା ପାଇଁ ନିଖୋଜ ଥିଲେ ବୃଦ୍ଧ, ୧୫ ଦିନ ପରେ ମିଳିଲା ମୃତଦେହ

ବାଲିଗୁଡ଼ା,୧୨ା୧୧(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ଉପଖଣ୍ଡ ଅନ୍ତର୍ଗତ ସାରଙ୍ଗଡ଼ ଥାନା ଅଧିନସ୍ଥ ଗୁଟିଙ୍ଗିଆ ପଞ୍ଚାୟତର ତରାପିଡ଼ା ଗ୍ରାମର ୬୭ ବର୍ଷୀୟ ବୃଦ୍ଧ ଦିବାକର...

ଏଣିକି ସହଜ ହେବ ଜମି ପଟ୍ଟା ସଂଶୋଧନ; ତହସିଲଦାରଙ୍କ ବଢ଼ିଲା କ୍ଷମତା

ଭୁବନେଶ୍ୱର,୧୨ା୧୧: ରାଜ୍ୟରେ ଜମି କିଣାବିକା ଏବଂ ଜମି ପଟ୍ଟା ସଂଶୋଧନ ପ୍ରକ୍ରିୟାକୁ ସହଜ ଓ ସରଳ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏକ ବଡ଼...

ଜଙ୍ଗଲରେ ଝୁଲୁଛି ଅଜଣା ଯୁବତୀଙ୍କ ମୃତଦେହ, ପହଞ୍ଚିଲା ବାଲିଗୁଡ଼ା ପୋଲିସ

ବାଲିଗୁଡା, ୧୨।୧୧:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ବୁଡ୍ରୁକିଆ ପଞ୍ଚାୟତର ଡପାସାହି ନିକଟସ୍ଥ ଏକ ଜଙ୍ଗଲ ମଧ୍ୟରେ ଅଜଣା ଯୁବତୀର ଝୁଲନ୍ତା ମୃତଦେହ...

ଦରମାରେ ଚଳିପାରୁନାହାନ୍ତି ମାସଯାକ? ଏହି ସାଇଡ୍‌ ବିଜନେସରେ ମିଳିବ ମୋଟା ଅଙ୍କର ଟଙ୍କା!

ନୂଆଦିଲ୍ଲୀ,୧୨।୧୧: ଯଦି ଆପଣଙ୍କର ଦରମା ମାସ ସରୁ ସରୁ ସରି ଯାଉଛି। ଏବଂ ଆପଣ ଆପଣଙ୍କର ଘର ଖର୍ଚ୍ଚ ପୂରଣ କରିବାକୁ ଟଙ୍କା ରହୁନି, ତେବେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri