Posted inଖେଳ

ଆଇପିଏଲ୍‌ ପୂର୍ବରୁ କୋହଲିଙ୍କ ପ୍ରଶଂସାରେ ଶତମୁଖ ହେଲେ ଏହି ଅଷ୍ଟ୍ରେଲିୟ ଅଲ୍‌ରାଉଣ୍ଡର: କହିଲେ ‘ତାଙ୍କ ଠାରୁ ଶିଖିବି..’

ନୂଆଦିଲ୍ଲୀ,୧।୩: ଆଇପିଏଲ୍‌ ୨୦୨୦ରେ ପଞ୍ଜାବ କିଙ୍ଗ୍ସରେ ସାମିଲ ଥିଲେ ଅଷ୍ଟ୍ରେଲିଆ ଅଲ୍‌ରାଉଣ୍ଡର ଗ୍ଲେନ୍‌ ମାକ୍ସଓ୍ବେଲ୍‌। ହେଲେ ଆସନ୍ତା ଆଇପିଏଲ୍‌ରେ ସେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆର୍‌ସିବି) ପକ୍ଷରୁ ଖେଳିବେ। ଆର୍‌ସିବି ଏହି ଖେଳାଳିଙ୍କୁ ୧୪.୨୫ କୋଟି ଟଙ୍କାରେ କିଣିଥିଲା। ଏବେ ସେ ବିରାଟ କୋହଲିଙ୍କ ନେତୃତ୍ୱରେ ଖେଳିବା ପାଇଁ ଉତ୍ସାହିତ ଥିବା କହିବା ସହ ଅଧିନାୟକଙ୍କ ଭୂରି ପ୍ରଶଂସା କରିଛନ୍ତି।

୩୨ ବର୍ଷୀୟ କ୍ରିକେଟର ମାକ୍ସଓ୍ବେଲ କହିଛନ୍ତି, ଆର୍‌ସିବି ଚଳିତ ବର୍ଷ ପୂର୍ବାପେକ୍ଷା ଭଲ ପ୍ରଦର୍ଶନ କରିବାକୁ ଯାଉଛି। ବିରାଟ ଏବେ ତିନି ଫର୍ମାଟରେ ଶୀର୍ଷରେ ଅଛନ୍ତି। ଟେଷ୍ଟରୁ ଆରମ୍ଭ କରି ଟି-୨୦ ପର୍ଯ୍ୟନ୍ତ ସବୁଥିରେ ସେ ଜଣେ ମଲ୍ଟି-ଫର୍ମାଟ ପ୍ଲେୟର। ସେ ନିଜ ଖେଳକୁ ନିଜ ହିସାବରେ ଖେଳିଥାନ୍ତି। ଜଣେ ଭଲ ବ୍ୟାଟ୍ସମ୍ୟାନ୍‌ ସହ ଅଧିନାୟକ ଭାବେ ନିଜର ଦାୟିତ୍ୱ ସେ ବେଶ୍‌ ଭଲଭାବେ ତୁଲାଇ ଆସୁଛନ୍ତି। ତାଙ୍କ ସହ ଖେଳିବାକୁ ଉତ୍ସାହିତ ଅଛି। ସେ ମ୍ୟାଚ୍‌, ଅଭ୍ୟାସ ସେଶନ୍‌ ଏବଂ ଟ୍ରେନିଂ ପାଇଁ ସେ କିଭଳି ନିଜକୁ ପ୍ରସ୍ତୁତ କରନ୍ତି ତାଙ୍କଠାରୁ ଶିଖିବି ବୋଲି ମାକ୍ସଓ୍ବେଲ୍‌ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆଇସିସି ଦିନିକିଆ ର଼୍ୟାଙ୍କିଙ୍ଗ୍‌: ଶୀର୍ଷ ମାନ୍ୟତା ହରାଇଲେ ମନ୍ଧାନା

ଦୁବାଇ, ୧୫।୧୦ (ପି.ଟି.)-ଭାରତୀୟ ମହିଳା କ୍ରିକେଟ୍‌ ଦଳର ତାରକା ବ୍ୟାଟ୍ସଓମ୍ୟାନ ସ୍ମୃତି ମନ୍ଧାନା ଆଇସିସି ଦିନିିକିଆ ର଼୍ୟାଙ୍କିଙ୍ଗ୍‌ର ଶୀର୍ଷ ମାନ୍ୟତା ହରାଇଛନ୍ତି। ଅର୍ନ୍ତଜାତୀୟ କ୍ରିକେଟ୍‌ ପରିଷଦ...

କୋହଲିଙ୍କ ଖୁଲାସା: ଡିପ୍ରେସନ୍‌କୁ ଚାଲିଯାଇଥିଲି, ଲାଗୁଥିଲା ଯେଭଳି…

ନୂଆଦିଲ୍ଲୀ,୧୯।୨: କ୍ରିକେଟରେ ଉଲ୍ଲେଖନୀୟ ପ୍ରଦର୍ଶନକୁ ନେଇ ବ୍ୟାଟ୍ସମ୍ୟାନ୍‌ଙ୍କ ଯେତିକି ପ୍ରଶଂସା କରାଯାଏ, ଖରାପ ପ୍ରଦର୍ଶନକୁ ନେଇ ସେମାନଙ୍କୁ ସେତିକି ସମାଲୋଚନା ମଧ୍ୟ କରାଯାଇଥାଏ। ଏହାକୁ ନେଇ...

ଶେଷରେ ସୁଶୀଲ ଚାକିରିରୁ ନିଲମ୍ବିତ

ନୂଆଦିଲ୍ଲୀ,୨୫।୫: ରେସଲର ସୁଶୀଲ କୁମାରଙ୍କ ସମସ୍ୟା ବଢିବାରେ ଲାଗିଛି। ହତ୍ୟା ମାମଲାରେ ଗିରଫ ହୋଇଥିବା ସୁଶୀଲଙ୍କୁ ଉତ୍ତର ରେଳବିଭାଗ ଦ୍ୱାରା ଚାକିରିରୁ ନିଲମ୍ବିତ କରାଯାଇଛି। ମଙ୍ଗଳବାର...

ଦିନେ ବିକୁଥିଲେ ଗୁପ୍‌ଚୁପ୍‌, ଆଇପିଏଲରେ ୨.୪୦କୋଟି ଟଙ୍କାରେ ବିକ୍ରି ହେଲେ ଏହି ଖେଳାଳି

ମୁମ୍ବାଇ,୨୦।୧୨: ମୁମ୍ବାଇର ୧୭ ବର୍ଷୀୟ ଯୁବ ବ୍ୟାଟ୍ସମ୍ୟାନ୍‌ ଯଶସ୍ବୀ ଜଇସ୍ବାଲ୍‌ ଆଇପିଏଲରେ ୨.୪୦ କୋଟି ଟଙ୍କାରେ ବିକ୍ରି ହୋଇଛନ୍ତି। ତାଙ୍କୁ ରାଜସ୍ଥାନ ରୟାଲ୍ସ ପକ୍ଷରୁ ନିଆଯାଇଛି।...

ନଟରାଜନଙ୍କ ରେକର୍ଡ

ବ୍ରିସ୍‌ବେନ୍‌,୧୬।୧(ପି.ଟି.): ୟର୍କର ସ୍ପେଶାଲିଷ୍ଟ ଥଙ୍ଗାରାସୁ ନଟରାଜନ ଚତୁର୍ଥ ତଥା ଅନ୍ତିମ ଟେଷ୍ଟରେ ପଦାର୍ପଣ କରି ଏକ ବିରଳ ରେକର୍ଡର ଅଧିକାରୀ ହୋଇଛନ୍ତି। ସେ ପ୍ରଥମ ଭାରତୀୟ...

ଉତ୍ତର କୋରିଆ ଜିତିଲା ଇଣ୍ଟରକଣ୍ଟିନେଣ୍ଟାଲ କପ୍‌

ଅହମ୍ମଦାବାଦ, ୨୦ା୭ (ପି.ଟି.)-ଉତ୍ତର କୋରିଆ ଇଣ୍ଟରକଣ୍ଟିନେଣ୍ଟାଲ ଫୁଟ୍‌ବଲ ଟୁର୍ନାମେଣ୍ଟର ଦ୍ୱିତୀୟ ସଂସ୍କରଣରେ ଚାମ୍ପିୟନ ହୋଇଛି। ଶୁକ୍ରବାର ଅନୁଷ୍ଠିତ ଫାଇନାଲରେ ଦଳ ୧-୦ ଗୋଲରେ ତାଜିକ୍‌ସ୍ତାନକୁ ହରାଇ...

୩ ଖେଳାଳିଙ୍କ ଉପରୁ ହଟିଲା ବାସନ୍ଦାଦେଶ

କଲମ୍ବୋ,୭।୧: ଦନୁଷ୍କା ଗୁଣଥିଲକା, କୁସଳ ମେଣ୍ଡିସ ଓ ନିରୋଶାନ ଡିକଓ୍ବେଲାଙ୍କୁ ଗତବର୍ଷ ଜୁଲାଇରେ ଅନ୍ତର୍ଜାତୀୟ କ୍ରିକେଟରୁ ଏକ ବର୍ଷ ଲାଗି ବାସନ୍ଦ କରାଯାଇଥିଲା। ଏହି ୩...

ଇଂଲଣ୍ଡ ପାଇଁ କୋହଲି ନୁହେଁ, ଏହି ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ଉଇକେଟ ଗୁରୁତ୍ୱପୂର୍ଣ୍ଣ କହିଲେ ରୁଟ୍‌

ଚେନ୍ନାଇ, ୪ା୨- ସ୍ଥାନୀୟ ଚେପକ୍‌ ଷ୍ଟାଣ୍ଡିୟମରେ ଶୁକ୍ରବାଠାରୁ ଆରମ୍ଭ ହେବାକୁ ଯାଉଛି ଭାରତ ଓ ଇଂଲଣ୍ଡ ମଧ୍ୟରେ ପ୍ରଥମ ଟେଷ୍ଟ। ଏହି ମ୍ୟାଚ୍‌ରେ ଚେତ୍ତେଶ୍ୱର ପୂଜାରାଙ୍କ...

Advertisement
Archives

Model This Week