Posted inଖେଳ

ମୁଁ ଚଉଠି ରାତି ପାଳନ କରିବି ନାହିଁ..RCB ପ୍ରଶଂସକଙ୍କ ସର୍ତ୍ତ ଶୁଣି ମୁଣ୍ଡରେ ଦେବେ ହାତ

ନୂଆଦିଲ୍ଲୀ,୨।୬: ସାରା ବିଶ୍ୱର କ୍ରିକେଟ ପ୍ରେମୀଙ୍କ ମନରେ ଇଣ୍ଡିଆନ ପ୍ରିମିୟର ଲିଗ୍‌ରେ କ୍ରେଜ ରହିଛି। ଗତ ୧୭ ସିଜିନ ଧରି ଟ୍ରଫି ଜିତିବାକୁ ଚାହୁଁଥିବା ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏକ ଚମତ୍କାର ଖେଳ ଖେଳି ଫାଇନାଲ୍‌ରେ ନିଜର ସ୍ଥାନ ନିଶ୍ଚିତ କରିଛି। ଏଥର ପ୍ରଶଂସକମାନେ ଟାଇଟଲ ଜିତିବାର ସ୍ବପ୍ନ ସାକାର ହେଉଥିବା ଦେଖୁଛନ୍ତି। ଦଳ ଚମତ୍କାର ଫର୍ମ ଦେଖାଇଛି। ଜଣେ ପ୍ରଶଂସକ ଏତେ ପାଗଳ ଯେ, ସେ ତାଙ୍କ ବିବାହ ଦିନ ଏକ ସର୍ତ୍ତ ରଖିଛନ୍ତି।

ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏଥିରେ ବିବାହ କରିବାକୁ ଯାଉଥିବା ଜଣେ ଯୁବକ ଏପରି କିଛି କହୁଛନ୍ତି, ଯାହା ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। RCB ପ୍ରଶଂସକ ଜଣଙ୍କ ବିବାହ ଦିନ ଏକ ସର୍ତ୍ତ ରଖିଛନ୍ତି ଯେ, ତାଙ୍କ ଦଳ ଟ୍ରଫି ଜିତିବା ପରେ ହିଁ ସେ ତାଙ୍କର ଚଉଠି ରାତି ପାଳନ କରିବେ। ଏହି ବିବାହ ଭିଡିଓ ସାମ୍ନାକୁ ଆସିଛି ତାହା ତିନି ସପ୍ତାହ ପୁରୁଣା ଏବଂ ଏହା ମେ ୯ରେ ପୋଷ୍ଟ କରାଯାଇଥିଲା। ଯେତେବେଳେ ଭିଡିଓଟି ପୋଷ୍ଟ କରାଯାଇଥିଲା, ସେତେବେଳେ ଲିଗ ପର୍ଯ୍ୟାୟ ମ୍ୟାଚ ଚାଲିଥିଲା ଏବଂ କେହି ଜାଣି ନ ଥିଲେ ଯେ କେଉଁ ଦଳ ଫାଇନାଲରେ ପହଞ୍ଚିବ।

ବରଙ୍କ ବନ୍ଧୁ ଏହି ଭିଡିଓଟି ତିଆରି କରିଛନ୍ତି। ଏଥିରେ ସେ କହିଛନ୍ତି, ଆମେ ଦୁହେଁ RCB ପ୍ରଶଂସକ ଏବଂ ଆଜି ମୋ ଭାଇର ବିବାହ। ଏହି ସମୟରେ ତାଙ୍କ ବନ୍ଧୁ ବରଙ୍କୁ କୁହନ୍ତି, RCB ପାଇଁ କ’ଣ କହିବାକୁ ଚାହଁ? ଏହା ଉପରେ, ବର କହିଥିଲେ ଯେ, RCB ଟ୍ରଫି ନ ଜିତିବା ପର୍ଯ୍ୟନ୍ତ ମୁଁ ମୋର ଚଉଠି ପାଳନ କରିବି ନାହିଁ।

ରୟାଲ ଚ୍ୟାଲେଞ୍ଜର୍ସ ଦଳ ଏପର୍ଯ୍ୟନ୍ତ ଇଣ୍ଡିଆନ ପ୍ରିମିୟର ଲିଗ୍‌ରେ ଟାଇଟଲ ଜିତିବାରେ ବିଫଳ ହୋଇଛି, କିନ୍ତୁ ଏହାର ଫ୍ୟାନ ଫଲୋଇଂ ବହୁତ ଶକ୍ତିଶାଳୀ। ଜିତିବାର ଆଶାରେ ପ୍ରତ୍ୟେକ ସିଜିନ ଆରମ୍ଭ କରିବା ପରେ, ନିରାଶ ହେବା ପରେ ମଧ୍ୟ, ପ୍ରଶଂସକମାନେ ଏହି ଦଳ ସହିତ ଦୃଢ଼ ଭାବରେ ଛିଡ଼ା ହୋଇଛନ୍ତି। ଏହି ସିଜିନରେ, RCB ଦଳ ବହୁତ ଭଲ ଖେଳ ଖେଳି ଫାଇନାଲରେ ସ୍ଥାନ ସୁରକ୍ଷିତ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ନବରାତ୍ରୀରେ ଚମକିବ ୩ ରାଶିଙ୍କ ଭାଗ୍ୟ, ମା’ଦୁର୍ଗାଙ୍କ କୃପାରୁ ଧନଲାଭ ଯୋଗ; ଚାକିରିରେ ବଡ଼ ପଦୋନ୍ନତି

ଚଳିତ ବର୍ଷ ଶାରଦୀୟ ନବରାତ୍ରୀ ଅକ୍ଟୋବର ୧୧, ୨୦୨୬ରୁ ଆରମ୍ଭ ହେବ। ଏଥର ମା’ ଦୁର୍ଗା ହାତୀ ଉପରେ ସବାର ହୋଇ ଆସୁଛନ୍ତି। ଜ୍ୟୋତିଷୀୟ ବିଶ୍ୱାସ ଅନୁଯାୟୀ,…

ମୁଖ୍ୟମନ୍ତ୍ରୀ ବିଜୟ ‘ମାମା’ଙ୍କ ସୁନା ମୁଦି କିପରି ନବଜାତ ଶିଶୁଙ୍କ ପାଇଁ କେମିତି ହୋଇପାରେ କ୍ଷତିକାରକ: ଅଭିଭାବକମାନେ ମାନନ୍ତୁ…

ଚେନ୍ନାଇ,୨୯।୯: ତାମିଲନାଡୁର ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟ ସୋମବାର ନିଜର ଏକ ନିର୍ବାଚନୀ ପ୍ରତିଶ୍ରୁତି ପୂରଣ କରିବା ଆରମ୍ଭ କରିଛନ୍ତି। ସେପ୍ଟେମ୍ବର ୨୮ରେ, ସେ ରାଜ୍ୟର ନବଜାତ…

ଏସବୁ ରାଜ୍ୟରେ ବଢିଲା DA! ଅକ୍ଟୋବରରେ ବଢିକି ଆସିବ ଦରମା! ପେନସନଭୋଗୀଙ୍କୁ ବି ଦଶହରା ଭେଟି ଦେଲେ ସରକାର

ନୂଆଦିଲ୍ଲୀ,୨୯।୯: ଯଦି ଆପଣ ଜଣେ ସରକାରୀ କର୍ମଚାରୀ କିମ୍ୱା ଘରେ କୌଣସି ବୟସ୍କ ପେନସନଭୋଗୀ ଅଛନ୍ତି, ତେବେ ଏହି ଖବର ଆପଣଙ୍କ ମୁହଁରେ ଏକ ବଡ଼ ହସ…

୩ ଦିନ ଧରି ଚାଲିଥିବା ଅଙ୍ଗନ କି ଉତ୍ସବ ଉଦଯାପିତ, ଶିଶୁ ତଥା ଅଭିଭାବକଙ୍କୁ ନେଇ ସରିଲା କାର୍ଯ୍ୟକ୍ରମ

ଦାରିଙ୍ଗବାଡି, ୨୯।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସମନ୍ବିତ ଶିଶୁ ଓ ମହିଳା ବିକାଶ କାର୍ଯ୍ୟାଳୟର ସିଡିପିଓ ସାଂରାଣୀ ପଣ୍ଡାଙ୍କ ତତ୍ୱାବଧାନରେ, ଉଭୟ କେନ୍ଦ୍ର…

ରହସ୍ୟମୟ ମନ୍ଦିର: ଯେଉଁଠାରେ ନିଜ ପିଣ୍ଡଦାନ ନିଜେ କରଥାନ୍ତି ଲୋକ!

ଦେଶରେ ଏପରି ଏକ ମନ୍ଦିର ରହିଛି, ଯେଉଁଠାରେ ଜୀବିତ ଲୋକମାନେ ନିଜର ପିଣ୍ଡଦାନ ନିଜେ କରନ୍ତି। ଏହି ମନ୍ଦିରଟି ସମ୍ପୂର୍ଣ୍ଣ ନିଆରା ଏବଂ ଅନନ୍ୟ। ସାଧାରଣତଃ ମୃତ…

ଭାଙ୍ଗିଗଲା ସମସ୍ତ ରେକର୍ଡ; ରାଙ୍କିଙ୍ଗରେ ନୂଆ ଇତିହାସ ରଚିଲେ ଭାରତୀୟ ବୋଲର

ନୂଆଦିଲ୍ଲୀ,୨୯।୯: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର୍‌ ସ୍ପିନର୍‌ ଶ୍ରୀ ଚରଣୀ ଇତିହାସ ସୃଷ୍ଟି କରିଛନ୍ତି। ମଙ୍ଗଳବାର (ସେପ୍ଟେମ୍ବର ୨୯) ପ୍ରକାଶିତ ସର୍ବଶେଷ ଟି-୨୦ ମାନ୍ୟତାରେ, ସେ…

ବ୍ୟବସାୟୀ ଗୁଣ୍ଡା ସାହୁ ଅପହରଣ ମାମଲା: ମୁଖ୍ୟ ଅଭିଯୁକ୍ତ କ୍ଷୀତିଶଙ୍କୁ ପୋଲିସର ମାରାଥନ ଜେରା, ଫିଟିବ ରହସ୍ୟ…

ବଲାଙ୍ଗୀର,୨୯।୯( ସୁନିଲ କୁମାର ମହାନ୍ତି): ବଲାଙ୍ଗୀରର ଜଣାଶୁଣା ବ୍ୟବସାୟୀ ଗୁଣ୍ଡା ଓରଫ ନରେନ୍ଦ୍ର ସାହୁ ଅପହରଣ ଏବଂ ଆକ୍ରମଣ ମାମଲାର ମୁଖ୍ୟ ଅଭିଯୁକ୍ତ କ୍ଷୀତିଶ ଚନ୍ଦ୍ର ସାହୁଙ୍କୁ…

ବର୍ଷାପବନରେ ଉଡ଼ି ଯାଇଥିଲା ଟିଣ ଛପର, ଅସହାୟ ମହିଳାଙ୍କୁ ହାତ ବଢାଇଲେ…

ଗଞ୍ଜାମ,୨୯।୯(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ୱାର୍ଡ ନଂ.୭ ବାଲି ସାହିରେ ରୁହନ୍ତି ସନ୍ତୋଷୀ ନାୟକ ଏବଂ ତାଙ୍କ ଛୋଟ ପରିବାର l ପରିବାର କହିଲେ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?