Posted inଖେଳ

ବେଙ୍ଗାଲୁରୁ ଦଳାଚକଟା ପାଇଁ ଆରସିବି ଦାୟୀ, ପୋଲିସ ଈଶ୍ୱର ନୁହେଁ: ଟ୍ରିବ୍ୟୁନାଲ

ବେଙ୍ଗାଲୁରୁ,୧।୭: ସେଣ୍ଟ୍ରାଲ ଆଡମିନିଷ୍ଟ୍ରେଟିଭ୍ ଟ୍ରିବ୍ୟୁନାଲ (ସିଏଟି) ପକ୍ଷରୁ କୁହାଯାଇଛି ଯେ, ଜୁନ ୪ ତାରିଖରେ ବେଙ୍ଗାଲୁରୁରେ ହୋଇଥିବା ଷ୍ଟାମ୍ପେଡ୍‌ରେ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ଦାୟୀ, ଯେଉଁଥିରେ ୧୧ ଜଣଙ୍କ ମୃତ୍ୟୁ ହୋଇଥିଲା ଏବଂ ଅନେକ ଆହତ ହୋଇଥିଲେ।

ଟ୍ରିବ୍ୟୁନାଲ କହିଛି, “ପ୍ରାଥମିକ ଭାବେ ଦେଖାଯାଉଛି ଯେ ଆରସିବି ପାଖାପାଖି ୩ରୁ ୫ ଲକ୍ଷ ଲୋକଙ୍କ ଭିଡ଼ ପାଇଁ ଦାୟୀ। ଆରସିବି ପୋଲିସଙ୍କଠାରୁ ଉଚିତ ଅନୁମତି ନେଇ ନଥିଲେ। ହଠାତ୍ ସୋସିଆଲ ମିଡିଆରେ ପୋଷ୍ଟ କରିବା ଫଳରେ ଏତେ ସଂଖ୍ୟକ ଲୋକ ଜମା ହୋଇଥିଲେ।”

ଆରସିବିର ଆଇପିଏଲ ବିଜୟ ପରେ ଜୁନ ୪ରେ ବିଜୟ ପରେଡ ଘୋଷଣା କରାଯାଇଥିଲା। ଯାହା ଏହି ସମସ୍ୟା ସୃଷ୍ଟି କରିଛି ବୋଲି ଟ୍ରିବ୍ୟୁନାଲ ଅଭିହିତ କରିଛି। ଏହା ଉଲ୍ଲେଖ କରିଛି, “ହଠାତ୍ ଆରସିବି ବିନା ଅନୁମତିରେ ଏଭଳି ଘୋଷଣା ସମସ୍ୟା ସୃଷ୍ଟି କରିଥିଲେ। ପୋଲିସଙ୍କୁ ୧୨ ଘଣ୍ଟା ଭଳି କମ ସମୟ ମଧ୍ୟରେ ସମସ୍ତ ବ୍ୟବସ୍ଥା କରିବା ଆଶା କରାଯାଇ ପାରେ ନାହିଁ।”

ଟ୍ରିବ୍ୟୁନାଲ ପୋଲିସଙ୍କ ସମପକ୍ଷରେ ମତ ପୋଷଣ କରି କହିଛି, “ପୋଲିସ ମଣିଷ ଅଟନ୍ତି, ସେମାନେ ଈଶ୍ୱର କିମ୍ବା ଆଲାଦୀନଙ୍କ ଚିରାଗ ନୁହନ୍ତି।” ଜୁନ ୩ ଓ ୪ ତାରିଖ ରାତିରେ ବହୁ ସଂଖ୍ୟାରେ ଲୋକ ଜମା ହୋଇଥିଲେ ଏବଂ ଏକକାଳୀନ ଭାବେ ବିଧାନ ସୌଧାରେ ରାଜ୍ୟ ସରକାରଙ୍କ ଏକ କାର୍ଯ୍ୟକ୍ରମ ହୋଇଥିଲା, ଯାହା ପୋଲିସଙ୍କୁ ଆହୁରି ଚାପଗ୍ରସ୍ତ କରିଥିଲା।

ଟ୍ରିବ୍ୟୁନାଲ କହିଛି ଯେ ଏତେ ବଡ଼ ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ପୂର୍ବ ସୂଚନା ଓ ଯଥେଷ୍ଟ ସମୟ ଆବଶ୍ୟକ, ଯାହା ଏହି ମାମଲାରେ ଦିଆଯାଇ ନଥିଲା। ଜଣେ ବେଙ୍ଗାଲୁରୁ ପୋଲିସ ଅଫିସରଙ୍କ ନିଲମ୍ବନ ବିରୋଧରେ ଆବେଦନ ଶୁଣାଣି ବେଳେ ଏହି ନିର୍ଦ୍ଦେଶ ଦିଆଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ରାସ୍ତା ମରାମତି ନାଁରେ ବଡ଼ ଧରଣର ପ୍ରହସନ: କୁମାରକାନୀ-ବାଗଡ଼ିଆଣି ରାସ୍ତାରୁ ପିଚୁ ଉଭାନ

ଥୁଆମୂଳ ରାମପୁର, ୧୬।୫ (ଦୁର୍ଗା କୀର୍ତ୍ତି ): ସରକାରୀ ଅର୍ଥକୁ କିଭଳି ହରିଲୁଟ କରାଯାଏ, ତାହାର ଏକ ନଗ୍ନ ନମୁନା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲା ଥୁଆମୂଳ…

ଆମ ବ୍ୟବସ୍ଥା ଓ ସାଧାରଣ ଜନତା

କେନ୍ଦୁଝରର ଜିତୁ ମୁଣ୍ଡା ଏବେ ସାରା ଭାରତ ଓ ବିଶ୍ୱରେ ଚର୍ଚ୍ଚିତ ହୋଇଛନ୍ତି। ନିଜ ମୃତ ଭଉଣୀଙ୍କ ନାମରେ ବ୍ୟାଙ୍କରେ ଥିବା ଟଙ୍କାକୁ ଉଠେଇବାକୁ ଯାଇ ବାରମ୍ବାର…

ପିଇବା ପାଣିର ବଜାରୀକରଣ

ବିଗତ ସତୁରି ଅଶୀ ଦଶକର କଥା। ବିନା ଦ୍ୱନ୍ଦ୍ୱରେ କୂଅ ଓ ନଳକୂଅରୁ ସିଧା ସଳଖ ଆମେ ପାଣି ପିଇ ଦେଉଥିଲୁ। ଏ କଥା ଏବେ ଭାବିଲା…

ଯୁକ୍ତିଯୁକ୍ତ ଦୃଷ୍ଟିକୋଣ

ଭାରତର ସଦ୍ୟତମ ବାବୁ ଅଦଳବଦଳ ପ୍ରକୃତରେ ବଦଳି କିମ୍ବା ନିଯୁକ୍ତି ବିଷୟକୁ ନୁହେଁ, ବରଂ ନୂଆଦିଲ୍ଲୀର ଶାସକୀୟ ଦୃଷ୍ଟିକୋଣର ଏକ ଗଭୀର ପରିବର୍ତ୍ତନକୁ ସୂଚିତ କରୁଛି। ସୂତ୍ରରୁ…

‘୨୦୨୯ ଲୋକ ସଭା ନିର୍ବାଚନରେ ରାହୁଲ ଗାନ୍ଧୀ ହେବେ INDIA ମେଣ୍ଟର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ’: ବଡ଼ ଦାବି କଲେ…

ନୂଆଦିଲ୍ଲୀ, ୧୬।୫: ଲୋକ ସଭା ନିର୍ବାଚନ ୨୦୨୯ ପାଇଁ ଏବେ ବି ସମୟ ବାକି ଅଛି। ତେବେ କଂଗ୍ରେସ ମଧ୍ୟରେ ଏବେଠାରୁ ହିଁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀଙ୍କୁ ନେଇ…

ଦଳ ଅଳିଆ ଡବାରେ ଚାଇନାର ଉପହାର ଫିଙ୍ଗିଦେଲେ ଟ୍ରମ୍ପ, ଏୟାରପୋର୍ଟରେ ଘଟିଲା…

ଓ୍‌ବାଶିଂଟନ୍‌,୧୬।୫: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ତିନି ଦିନିଆ ଚାଇନା ଗସ୍ତ ଶେଷ ହୋଇଛି। ଡୋନାଲ୍ଡ ଟ୍ରମ୍ପ ନିଜ ଦେଶକୁ ଫେରିବା ପାଇଁ ଏୟାରଫୋର୍ସ ୱାନ ଯୋଗେ…

୬୦ ବର୍ଷ ବୟସ ପରେ ମାସିକ ୩୦୦୦ ଟଙ୍କା ପେନସନ ପାଇବେ ଚାଷୀ, ବୃଦ୍ଧାବସ୍ଥା ବେଳେ ସୁରକ୍ଷା ଯୋଗାଇବ ଏହି ଯୋଜନା

ନୂଆଦିଲ୍ଲୀ,୧୬।୫: ଚାଷକାର୍ଯ୍ୟରେ ପରିଶ୍ରମ ତ ବହୁତ ରହିଛି, କିନ୍ତୁ ବୟସ ବଢ଼ିବା ସହିତ ଶରୀର ପୂର୍ବ ଭଳି ସାଥ ଦିଏ ନାହିଁ। ଏହି କଥାକୁ ଦୃଷ୍ଟିରେ ରଖି…

ଘରପୋଡ଼ି କ୍ଷତିଗ୍ରସ୍ତଙ୍କୁ ଭେଟିଲେ ସ୍ବାସ୍ଥ୍ୟମନ୍ତ୍ରୀ, ବସ୍ତ୍ର, ଆବଶ୍ୟକୀୟ ସାମଗ୍ରୀ ସହ ଦେଲେ…

ବଲାଙ୍ଗୀର, ୧୬।୫ (ବୀରେନ୍ଦ୍ର କୁମାର ଝାଙ୍କର): ବଲାଙ୍ଗୀର ଜିଲା ପୁଇଁତଲା ବ୍ଲକର ବୁଢ଼ୀସିଣ୍ଡୋଲ ଗାଁର ଡାଙ୍ଗଗୋଠ ଠାରେ ଗୁରୁବାର ସନ୍ଧ୍ୟାରେ ଅଗ୍ନିକାଣ୍ଡ ଘଟି ତିନିଜଣ ବ୍ୟକ୍ତିଙ୍କ ଘର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri